ମେଟ୍ରୋ |

ନାଇଜେରୀୟ ଯୁବକଙ୍କୁ ଦେଶ ଛାଡ଼ିବାକୁ ନୋଟିସ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ଲୁଟ୍‌ର ଶିକାର ହୋଇଥିବା ନେଇ ମିଥ୍ୟା ଅଭିଯୋଗ କରିଥିବା ନାଇଜେରୀୟ ଯୁବକ ଗୁଡ୍‌ନେସ୍‌ ଥମ୍ପସନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୬ ତାରିଖ ସୁଦ୍ଧା ତାଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ଅନୁପ କୁମାର ସାହୁ କହିଛନ୍ତି। ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ସେଠାରେ ଥିବା ନାଇଜେରିଆ ଦୁତବାସରେ ଅଧିକାରୀଙ୍କୁ ଭେଟି ନିଜ ଦେଶକୁ ଚାଲିଯିବାକୁ କୁହାଯାଇଛି। ସୂଚନା ମୁତାବକ, ଗତ ବୁଧବାର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ବିଳମ୍ବିତ ରାତିରେ ଗୁଡ୍‌ସେନଙ୍କ ବେକରେ ଛୁରି ଲଗାଇ ଦୁର୍ବୃତ୍ତମାନେ ଲାପଟପ, ବିଦେଶୀ ମୁଦ୍ରା ଓ ମୋବାଇଲ ଫୋନ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଥିଲେ। ଖାରବେଳନଗର ପୋଲିସ ଏହି ଘଟଣାର ତଦନ୍ତ କରିଥିଲା। ମାତ୍ର ସେ କରିଥିବା ଅଭିଯୋଗ ମିଥ୍ୟା ବୋଲି ତଦନ୍ତ ବେଳେ ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ନିଜର ଭିଜା ଅବଧି ସରିଯାଇଥିବାରୁ ସେ ଏଭଲି ଡ୍ରାମା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

All Right Reserved By

ମେଟ୍ରୋ |

ତିଆରି ହେଲା ଦୁଆର ବେଢା

ତିଆରି ହେଲା ଦୁଆର ବେଢା

ପୁରୀ ଅଫିସ,୨୪।୬: ପାଖେଇ ଆସୁଛି ରଥଯାତ୍ରା। ରଥଖଳାରେ ରଥ ନିର୍ମାଣ କାମକୁ ଆଗେଇ ନେଉଛନ୍ତି ମହାରଣା ସେବକ। ସେମାନଙ୍କୁ ଭୋଇ, ରୂପକାର, କମାର ଓ ଚିତ୍ରକର ସେବକ ସହଯୋଗ କରୁଛନ୍ତି। ରବିବାର ଦୁଆର ବେଢା କାମ ଆରମ୍ଭ ହୋଇଛି।

ପାଞ୍ଚଟି ପ୍ରଶ୍ନ: ଶ୍ରୀମନ୍ଦିର ରାଜସ୍ବ ପ୍ରଶାସକ ମଧୁସୂଦନ ଦାସ

୧୯୯୨ ବ୍ୟାଚର ଓଡିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ ମଧୁସୂଦନ ଦାସ। ଫୁଲବାଣୀରୁ ସହକାରୀ ବନ୍ଦୋବସ୍ତ ଅଧିକାରୀ ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେ ଅତିରିକ୍ତ ତହସିଲଦାର, ତହସିଲଦାର, ବିଡିଓ ଏବଂ ଉପ ଜିଲାପାଳ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି।

ଲକ୍ଷ୍ୟ ସ୍ଥିର ରଖି ଅଧ୍ୟବସାୟ କଲେ ସଫଳତା ଦୂର ନୁହେଁ

ଭୁବନେଶ୍ୱର, ୨୪।୬(ବ୍ୟୁରୋ)- ଓଡିଏମ୍‌ ପବ୍ଲିକ ସ୍କୁଲରେ ଚଳିତବର୍ଷ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ୯୦%ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ରବିବାର ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ

୬ରୁ ସ୍ବତନ୍ତ୍ର ବିଦ୍ୟାଳୟ ଶିକ୍ଷକଙ୍କ ଆମରଣ ଅନଶନ

୬ରୁ ସ୍ବତନ୍ତ୍ର ବିଦ୍ୟାଳୟ ଶିକ୍ଷକଙ୍କ ଆମରଣ ଅନଶନ

ଭୁବନେଶ୍ୱର, ୨୪।୬(ବ୍ୟୁରୋ)- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ୱାରା ଅନୁଦାନପ୍ରାପ୍ତ ୫୧ ସ୍ବତନ୍ତ୍ର ବିଦ୍ୟାଳୟ ରହିଛି। ଏଥିରେ ପ୍ରାୟ ୭୦୦ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ୧୯୮୭ରୁ ରାଜ୍ୟ ସରକାର ଏହି ବିଦ୍ୟାଳୟଗୁଡ଼ିକୁ ଶତପ୍ରତିଶତ ପୂର୍ଣ୍ଣ ଅନୁଦାନ ପ୍ରଦାନ କରୁଥିବା ସତ୍ତ୍ୱେ କର୍ମଚାରୀମାନଙ୍କୁ ମୌଳିକ ସୁବିଧା

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର ପୁଣି ସୁନା ଜବତ ହୋଇଛି। ଏଥର ୧ କି.ଗ୍ରା.ରୁ ଊର୍ଦ୍ଧ୍ୱ ସୁନା ଜବତ କରାଯାଇଥିବା ବେଳେ ୩ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ। ଜବତ ସୁନାର ମୂଲ୍ୟ ୩୧,୫୪,୬୨୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାକୁ ଲଗାଇ ଗତ ୧୦ ଦିନ ମଧ୍ୟରେ ୩ ଥର ସୁନା ଜବତ ହୋଇଛି।

କିଛି ଫରକ ପଡ଼ିବ ନାହିଁ: ଦେବାଶିଷ ସାମନ୍ତରାୟ

କିଛି ଫରକ ପଡ଼ିବ ନାହିଁ: ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ବିଜେଡି ଛାଡ଼ି ନିକଟରେ ଏମ୍‌ପି ପଦରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡା ଭାଜପା ନେତା ସମୀର ଦେ’ଙ୍କ ଘରକୁ ଯିବା ନେଇ ରାଜନୀତି ଜୋର୍‌ ଧରିଛି। ଏ ସମ୍ପର୍କରେ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଏହି ଘଟଣା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

ପୁରୀ ଅଫିସ,୨୪।୬: ପୁରୀ ସମୁଦ୍ରକୂଳଠାରୁ ୩ଶହ ମିଟର ଦୂରରେ ରହିଥିବା ୫୭ଟି ହୋଟେଲକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ବେନିୟମ ଭାବେ ଭୂତଳ ଜଳ ଉତ୍ତୋଳନ କରୁଥିବାରୁ ହୋଟେଲରେ ଥିବା ବୋରଓ୍ବେଲଗୁଡ଼ିକ ୭ ଦିନ ମଧ୍ୟରେ ସିଲ୍‌ କରିବାପାଇଁ ନୋଟିସ୍‌ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରବିବାର ପୁରୀ ହୋଟେଲ ମାଲିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘର ସମ୍ପାଦକ ରାଜ କିଶୋର ପାତ୍ରଙ୍କ ନେତୃତ୍ୱରେ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି।

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ସାକ୍ଷୀଗୋପାଳ, ୨୪।୬(ଡି.ଏନ୍‌.ଏ.): ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ ଠାକୁରଙ୍କ ସେନାପଟ ଓ ବାହୁଟ ସେବା ହୋଇଥାଏ। ଶ୍ରୀମନ୍ଦିରର ଗୁପ୍ତ ସେବା ମଧ୍ୟରେ ଏହିସେବା ଅନ୍ତର୍ଭୁକ୍ତ। ଏହି ସେବା ପାଇଁ ଦରକାର ପଡ଼ୁଥିବା ବଉଳକାଠ ଶନିବାର ରାତିରେ ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଛି।

ସ୍ବଚ୍ଛ ରଥଯାତ୍ରା, ସ୍ବଚ୍ଛ ପୁରୀର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ

ସ୍ବଚ୍ଛ ରଥଯାତ୍ରା, ସ୍ବଚ୍ଛ ପୁରୀର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ

ପୁରୀ ଅଫିସ,୨୪।୬: ଆଗକୁ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥି ନିମନ୍ତେ ଧିରେ ଧିରେ ପୁରୀରେ ଭକ୍ତଙ୍କ ଜନଗହଳି ବଢ଼ିବାରେ ଲାଗିଛି। ଏହି ଅବସରରେ ବଡ଼ଦାଣ୍ଡରେ ସ୍ବଚ୍ଛତା, ରଥଯାତ୍ରା ସମୟରେ ସହରକୁ ସ୍ବଚ୍ଛ ରଖିବା, ପଲିଥିନ ମୁକ୍ତ ରଖିବା ଲାଗି ସହରର ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ସଚେତନତାର ବାର୍ତ୍ତା ଦେଇଛନ୍ତି।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ ଅଫିସ,୨୪।୬: ପୁରୀ ସଦର ଥାନା ଅଧୀନ ମୁକୁନ୍ଦ ମିଶ୍ର ଛକ ନିକଟରେ ଥିବା ଏକ ଗଛରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ।

ଚଉପଡ଼ା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଗୋଟିଏ ପରିବାରର ୫ ବଖରା

ଚଉପଡ଼ା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଗୋଟିଏ ପରିବାରର ୫ ବଖରା

କଣ୍ଟାପଡା, ୨୪।୬(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଚଉପଡ଼ା ଗ୍ରାମ ଜେନାସାହିର ବଟକୃଷ୍ଣ ପାଳଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ତାଙ୍କର ୫ ବଖରା ସମେତ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

ସିଂହଦ୍ୱାରରେ ‘ମୋ ମନର ଜଗନ୍ନାଥ’ ଚିତ୍ରକଳା

ସିଂହଦ୍ୱାରରେ ‘ମୋ ମନର ଜଗନ୍ନାଥ’ ଚିତ୍ରକଳା

ପୁରୀ ଅଫିସ,୨୪ା୬: କ୍ରିଏଟିଭ୍‌ ଆର୍ଟିଷ୍ଟ ଗ୍ରୁପ୍‌ ଆନୁକୂଲ୍ୟରେ ଶନିବାର ସିଂହଦ୍ୱାର ସମ୍ମୁଖରେ ‘ମୋ ମନର ଜଗନ୍ନାଥ’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି।

Model This Week

ଆହାନା