ରାଜ୍ୟ |

ଆଜି ପହିଲି ରଜ

ଆଜି ପହିଲି ରଜ

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଆନନ୍ଦ ଉଲ୍ଲାସର ପର୍ବ ‘ରଜ’, ଯାହାର ଅପେକ୍ଷା ରହିଥାଏ ପ୍ରତି ଓଡ଼ିଆ ଘରେ। ପୋଡ଼ପିଠାରୁ ଆରମ୍ଭ କରି ରଜ ପାନଖିଆ ଓ ରଜଦୋଳି ଖେଳ ପର୍ବକୁ ଆହୁରି ଆକର୍ଷଣୀୟ କରିଥାଏ। ଆବାଳବୃଦ୍ଧବନିତା ସମସ୍ତେ ମିଳିମିଶି ଏହାକୁ ପାଳନ କରୁଥିବାରୁ ଓଡ଼ିଶାର ଏହା ଏକ ପ୍ରସିଦ୍ଧ ଗଣପର୍ବ ଭାବେ ପରିଚିତ। ରଜ ୩ଦିନ ଘରେ ଘରେ ବନ୍ଧୁବାନ୍ଧବଙ୍କ ସୁଅ ଛୁଟୁଥିବା ବେଳେ ଗଁା ହେଉ କି ସହର, ସବୁଠି ଖୁସିର ମାହୋଲ ଦେଖିବାକୁ ମିଳେ। ରଜକୁ କିଭଳି ନିଆରା ଢଙ୍ଗରେ ପାଳନ କରିବେ ଓ ମଉଜ ମଜଲିସ୍‌ରେ ଦିନ କଟାଇବେ, ତାହାକୁ ନେଇ ସବୁବେଳେ ଥାଏ ଉତ୍ସାହ। ଖାସ୍‌ ସେଥିପାଇଁ ଏବେ ସହରରେ ଗଁା ରଜର ଅନୁଭୂତି ଦେବାକୁ ବିଭିନ୍ନ ସଙ୍ଗଠନ ଓ ସାଂସ୍କୃତିକ ଅନୁଷ୍ଠାନ ଆଗେଇ ଆସିଛନ୍ତି। ରଜ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସହରବାସୀଙ୍କୁ ପୋଡ଼ପିଠା, ରଜଦୋଳି, ରଜପାନ ଆଦିର ମଜାଦେବାକୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।
ପାନ୍ଥନିବାସରେ ରଜ
ଗୁରୁବାର ପହିଲି ରଜ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ପରିଚାଳିତ ପାନ୍ଥନିବାସଗୁଡ଼ିକରେ ଏଥର ଜାକଜମକରେ ପାଳନ ହେବ ରଜ ମହୋତ୍ସବ। ଭୁବନେଶ୍ୱର ସହ କଟକ, ପୁରୀ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୁଳ, ପାରାଦୀପ ଓ କୋଣାର୍କରେ ଥିବା ପାନ୍ଥନିବାସରେ ଧୁମ୍‌ଧାମରେ ଉତ୍ସବ ଅନୁଷ୍ଠିତ ହେବ। ପୋଡ଼ପିଠା, ମଣ୍ଡା, ଆରିଷା କାକରା, ଚକୁଳି ପିଠା ସାଙ୍ଗକୁ ମୁଗବୁନ୍ଦି, କ୍ଷୀରଗଜା, ଦହିବରା, ଛେନାପୋଡ଼ ମୁଖ୍ୟ ଆକର୍ଷଣ ରହିବ। ଏହାସହ ପର୍ଯ୍ୟଟକ ଏଠାରେ ରଜପାନ ଖାଇ ରଜଦୋଳିର ମଜା ଉଠାଇପାରିବେ। ସେହିଭଳି ସମ୍ବଲପୁର ପ୍ରସିଦ୍ଧ ପିଠା ଖୁଦମଣ୍ଡା, କଦମ୍ବା ଓ ମୁଗପାପ୍‌ଚି ସମ୍ବଲପୁର ପାନ୍ଥନିବାସରେ ଉପଲବ୍ଧ ହେବ। ବୁଧବାର ସଜବାଜ ଅବସରରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରଜ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି।
‘ମଶାଲ’ର ରାଜ୍ୟସ୍ତରୀୟ ରଜ ମହୋତ୍ସବ
ପ୍ରତିଥର ଭଳି ଏଥର ମଧ୍ୟ ‘ମଶାଲ’ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜନ କରାଯାଇଛି ରଜ କାର୍ଯ୍ୟକ୍ରମ। ୧୪ତାରିଖ ଗୁରୁବାର ଅପରାହ୍ନରୁ ଉତ୍ସବ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିବ। ପ୍ରେକ୍ଷାଳୟ ଭିତରେ ଓ ବାହାରେ ଏକାଧିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସାଙ୍ଗକୁ ଖାଦ୍ୟପେୟ ଓ ରଜଦୋଳି ଖେଳ ଆକର୍ଷଣ ରହିବ। ଝୋଟି, ପିଠା ଓ ପୁଚିଖେଳକୁ ନେଇ ମହିଳାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିଭଳି ବିଭିନ୍ନ ପ୍ରକାର ଲୋକନୃତ୍ୟ ଓ ନାଟକ ପ୍ରେକ୍ଷାଳୟ ବାହାରେ ପରିବେଷଣ କରାଯିବ। ପ୍ରେକ୍ଷାଳୟ ଭିତରେ ଶିଳ୍ପୀମାନେ ରଜଗୀତ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରଖାଯାଇଛି।
ଏକାମ୍ର ହାଟ, ତାରକା ହୋଟେଲରେ ରଜପିଠା
ଭୁବନେଶ୍ୱରରେ ପୋଡ଼ପିଠା ବିକ୍ରିର ପରମ୍ପରା ଆରମ୍ଭ କରିଥିବା ଏକାମ୍ର ହାଟରେ ଏଥର ରଜକୁ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏହା ପରିସରରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌ରେ ରଜପିଠା ଗ୍ରାହକଙ୍କୁ ଆକୃଷ୍ଟ କରିବ। ବିଶେଷକରି ‘ପେଟପୂଜା’ରେ ପୋଡ଼ପିଠାର ଡିମାଣ୍ଡ ରହିବ। ଏହାସହ ରଜ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରଞ୍ଜି, କାକରା, ସିଜାମଣ୍ଡା, ମୁଗ ହାଲଓ୍ବା, ପୋଡ଼ପିଠା, ଛଣାମଣ୍ଡା, କ୍ଷୀରଗଜା ଆଦି ଏଠାରେ ଉପଲବ୍ଧ ହେବ, ଯାହାର ଦାମ୍‌ ଗୋଟା ପିଛା ୫ରୁ ୧୦ଟଙ୍କା ରଖାଯାଇଛି। ସେହିଭଳି ପୋଡ଼ପିଠା ଗୋଟା ୨୪୦ଟଙ୍କାରେ ଉପଲବ୍ଧ ହେବ। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପିଠା ବିକ୍ରି ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। କେବଳ ଏକାମ୍ର ହାଟ ନୁହେଁ, ବିଭିନ୍ନ ତାରକା ହୋଟେଲରେ ମଧ୍ୟ ରଜ ପାଇଁ ସ୍ବତନ୍ତ୍ର ପିଠା ବିକ୍ରି ସହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମେଫେୟାର, ହୋଟେଲ କ୍ରାଉନ୍‌ ଏବଂ ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲଗୁଡ଼ିକରେ ସ୍ବତନ୍ତ୍ର ରଜ କାର୍ଯ୍ୟକ୍ରମ ରଖାଯାଇଛି। ଭଳିକି ଭଳି ପିଠା ସହ ଲୋକେ ଏଠାରେ ରଜଦୋଳିର ମଜା ନେଇପାରିବେ।
ବରମୁଣ୍ଡା ଖେଳ ପଡ଼ିଆରେ ରଜ ମହୋତ୍ସବ
ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ଏଥର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଜମିବ ରଜ ମହୋତ୍ସବ। ଏହି ଅବସରରେ ରଜଦୋଳି ଖେଳ ସହ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ପାତ୍ରପଡ଼ାରେ ୧୫୧ ଦୋଳି
ଚଳିତବର୍ଷ ମଧ୍ୟ ପାତ୍ରପଡ଼ା ଓ ଭଗବାନପୁର ଗ୍ରାମ ପକ୍ଷରୁ ମହାରାଜା କ୍ରିକେଟ୍‌ ଆସୋସିଏଶନ ପଡ଼ିଆରେ ୮ମ ରଜ ମଉଜ ମହୋତ୍ସବ ଅନୁଷ୍ଠିତ ହେବ। ଏଠାରେ ଥିବା ଶତାଧିକ ଗଛରେ ୧୫୧ଟି ଦୋଳି ଲାଗିବ, ଯାହାକି ଏଥରର ମୁଖ୍ୟ ଆକର୍ଷଣ ରହିବ। ଏହାସହ ରଜରେ ଲୋକଙ୍କୁ ସୁସ୍ବାଦୁ ଖାଦ୍ୟ ପରଷି ଦେବାକୁ ୨୦ରୁ ଊର୍ଦ୍ଧ୍ୱ ଫୁଡ୍‌ଷ୍ଟଲ ଏଠାରେ ଖୋଲାଯିବ। ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ କରାଯିବ। ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ପୋଡ଼ପିଠା, ଶଙ୍ଖଫୁଙ୍ଖା ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ।

All Right Reserved By

ରାଜ୍ୟ |

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର ପୁଣି ସୁନା ଜବତ ହୋଇଛି। ଏଥର ୧ କି.ଗ୍ରା.ରୁ ଊର୍ଦ୍ଧ୍ୱ ସୁନା ଜବତ କରାଯାଇଥିବା ବେଳେ ୩ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ। ଜବତ ସୁନାର ମୂଲ୍ୟ ୩୧,୫୪,୬୨୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାକୁ ଲଗାଇ ଗତ ୧୦ ଦିନ ମଧ୍ୟରେ ୩ ଥର ସୁନା ଜବତ ହୋଇଛି।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ମାମଲା ରୁଜୁ, ୩ ଅଟକ

ଚାନ୍ଦବାଲି,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ନାଲଗଣ୍ଡା ପଞ୍ଚାୟତ ପ୍ରତାପପୁର ଗ୍ରାମରେ ଶନିବାର ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥିରେ ୧୩ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ରବିବାର ୩ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି।

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

ପୁରୀ ଅଫିସ,୨୪।୬: ପୁରୀ ସମୁଦ୍ରକୂଳଠାରୁ ୩ଶହ ମିଟର ଦୂରରେ ରହିଥିବା ୫୭ଟି ହୋଟେଲକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ବେନିୟମ ଭାବେ ଭୂତଳ ଜଳ ଉତ୍ତୋଳନ କରୁଥିବାରୁ ହୋଟେଲରେ ଥିବା ବୋରଓ୍ବେଲଗୁଡ଼ିକ ୭ ଦିନ ମଧ୍ୟରେ ସିଲ୍‌ କରିବାପାଇଁ ନୋଟିସ୍‌ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରବିବାର ପୁରୀ ହୋଟେଲ ମାଲିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘର ସମ୍ପାଦକ ରାଜ କିଶୋର ପାତ୍ରଙ୍କ ନେତୃତ୍ୱରେ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି।

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

ବାସୁଦେବପୁର,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କନ୍‌ଫରେନ୍ସ ହଲ୍‌ ପରିସରରେ ରବିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ବୀରକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଯାଜପୁର ଅଫିସ,୨୪।୬: ଯାଜପୁର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଳିଡିହ ଗ୍ରାମରେ ରବିବାର ଭୋର ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶଚନ୍ଦ୍ର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ସାକ୍ଷୀଗୋପାଳ, ୨୪।୬(ଡି.ଏନ୍‌.ଏ.): ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ ଠାକୁରଙ୍କ ସେନାପଟ ଓ ବାହୁଟ ସେବା ହୋଇଥାଏ। ଶ୍ରୀମନ୍ଦିରର ଗୁପ୍ତ ସେବା ମଧ୍ୟରେ ଏହିସେବା ଅନ୍ତର୍ଭୁକ୍ତ। ଏହି ସେବା ପାଇଁ ଦରକାର ପଡ଼ୁଥିବା ବଉଳକାଠ ଶନିବାର ରାତିରେ ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଛି।

ବଳାତ୍କାର ଉଦ୍ୟମ ବିରୋଧ କରିବାରୁ ପିଲା ଚୋର କହି ମହିଳାଙ୍କୁ ମାଡ଼ ଘଟଣା: ୩ ଗିରଫ

ରାଉରକେଲା ଅଫିସ, ୨୪।୬-ରାଉରକେଲା ଇନ୍ଦିରାନଗରରେ ଜନୈକା ମହିଳାଙ୍କୁ ପିଲା ଚୋର କହି ପିଟିବା ଘଟଣା ନୂଆମୋଡ଼ ନେଇଛି। ରବିବାର ଘଟଣାର ସତ୍ୟତା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି। ଗତ ୧୭ ତାରିଖ ରାତିର ଘଟଣା।

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଠାକୁରମୁଣ୍ଡା,୨୪।୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ରାଣୀଶକ୍ତି ମନ୍ଦିର ସଭାଗୃହରେ ଶନିବାର ସନ୍ଧ୍ୟାରେ ଭାଜପା ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୋଦି ସରକାରଙ୍କ ୪୮ମାସ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ମହାନ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଭାଜପା ଉପସଭାପତି ରାଜକିଶୋର ଦାସ, ସାଧାରଣ ସମ୍ପାଦକ ଅନନ୍ତ କୁମାର ନାୟକ, ଜିଲା ସଭାପତି ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟକର କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଧାରଣା

ବାଣିଜ୍ୟକର କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଧାରଣା

ତାଳଚେର,୨୪।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବାଇପାସଠାରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅତି ତରବରିଆ ଭାବେ ଅନୁଗୋଳକୁ ସ୍ଥାନାନ୍ତର କରାଯିବା ନେଇ ବିଭିନ୍ନ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁଗୋଳ ଜିଲା ବଣିକ ସଂଘର ସଦସ୍ୟ, ଯୁବସମାଜସେବୀ ସଙ୍ଗଠନ ଏବଂ ଭାଜପା ପକ୍ଷରୁ ଏହାର ବିରୋଧ କରାଯାଇ ରବିବାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ,  ଶବ ହୋଇ ଫେରିଲେ

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ରିଷିଡ଼ା,୨୪।୬(ଡି.ଏନ.ଏ.) ପୁଅ ସାନ ହୋଇଥିବାବେଳେ ବାପା ମୃତ୍ୟୁବରଣ କରିଥିଲେ। ତେଣୁ ପିଲା ଦିନରୁ ସ୍ବପ୍ନ ଥିଲା ଯେ, ବାପାଙ୍କ ଅସ୍ଥିକୁ ପ୍ରୟାଗଠାରେ ବିସର୍ଜନ କରିବେ। ହେଲେ ପୁଅ ବଡ଼ ହେଲା ପରେ ବାପାଙ୍କ ଅସ୍ଥି ପ୍ରୟାଗରେ ବିସର୍ଜନ କରିବାକୁ ଆହ୍ଲାବାଦ ଯାଇଥିଲେ। କିନ୍ତ ଶବ ହୋଇ ଫେରିଲେ। ଭାଗ୍ୟର ବିଡମ୍ବନା, ଘରକୁ ଫେରୁଥିବାବେଳେ ଷ୍ଟେଶନରେ ଘଟିଲା ଅଘଟଣ। ଟ୍ରେନ ଚଢୁଥିବା ବେଳେ ଖସିପଡି ଜୀବନ ହାରିଲେ। ସେ ହେଉଛନ୍ତି, ସୀତାରାମ ବାରିକ(୩୨)। ତାଙ୍କ ଘର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ।

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ବୀରମହାରାଜପୁର, ୨୪।୬(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେଶଲଗା ଗ୍ରାମରେ ୬ବର୍ଷ ତଳେ ସଂଘଟିତ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସୋନପୁର ଜିଲା ଅତିରିକ୍ତ ଦୌରାଜଜ୍‌ ଉକ୍ତ ମାମଲାରେ ଅଭିଯୁକ୍ତ ସୁରେଶ ଠେଲା(୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ପୋଲିସ ପକ୍ଷରୁ ୩୦୨ ଦଫା ଆଇପିସିରେ ଚାର୍ଜଶିଟ୍‌ ଦାଖଲ କରିଥିଲେ ହେଁ ବିଚାର ପ୍ରକ୍ରିୟା ଶେଷରେ ଦୋଷୀ ସାବ୍ୟସ୍ତ ସୁରେଶଙ୍କୁ ୩୦୪ (୨) ଦଫାରେ ୭ବର୍ଷ ସଶ୍ରମ କାରଦଣ୍ଡ ଶୁଣାଇଛନ୍ତି ।

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨୪ା୬- ଗୋପାଳପୁର ସମବାୟ ପରିଚାଳନା ପ୍ରତିଷ୍ଠାନକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି।

Model This Week

ଆହାନା