ବାଣିଜ୍ୟ |

ଅଭିବୃଦ୍ଧି ଆକଳନ ବଢାଇଲା ଫିଚ୍‌

ଅଭିବୃଦ୍ଧି ଆକଳନ ବଢାଇଲା ଫିଚ୍‌
ନୂଆଦିଲ୍ଲୀ,୧୩-୬(ପି.ଟି): ଫିଚ୍‌ ରେଟିଂ ୨୦୧୮-୧୯ ଆର୍ଥତ୍କ ବର୍ଷ ପାଇଁ ଘରୋଇ ବଜାରର ଅଭିବୃଦ୍ଧି ଆକଳନକୁ ବଢାଇଛି। ଏହି ସମୟରେ ଅଭିବୃଦ୍ଧି ହାର ୭.୪% ରହିବ ବୋଲି ଫିଚ୍‌ କହିଛି। ୨୦୧୮-୧୯ରେ ଅଭିବୃଦ୍ଧି ୭.୩ ହେବା ନେଇ ଫିଚ୍‌ ପୂର୍ବରୁ କହିଥିଲା। ଅପର ପକ୍ଷରେ ୨୦୧୯-୨୦ ଆର୍ଥତ୍କ ବର୍ଷରେ ବଜାରର ଅଭିବୃଦ୍ଧି ହାର ୭.୫% ଆକଳନ କରାଯାଇଛି। ଉଚ୍ଚତମ ଫାଇନାନ୍ସିଂ କଷ୍ଟ ଯୋଗୁ ଅଭିବୃଦ୍ଧି ଆକଳନକୁ ପରିବର୍ତ୍ତନ କରାଯାଇଛି ବୋଲି ଫିଚ୍‌ ଏହାର ଗ୍ଲୋବାଲ ଇକୋନୋମିକ୍‌ ଆଉଟଲୁକ୍‌ ରିପୋର୍ଟରେ ପ୍ରକାଶ କରିଛି। ସୂଚନା ଯୋଗ୍ୟ, ୨୦୧୭-୧୮ରେ ଅଭିବୃଦ୍ଧି ୬.୭% ରହିଥିବା ବେଳେ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଅଭିବୃଦ୍ଧି ୭.୭% ରହିଥିଲା। ଆମେରିକାର ରେଟିଂ ଏଜେନ୍ସି ମୁଡିସ୍‌ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଅଭିବୃଦ୍ଧି ଆକଳନକୁ ୭.୫%ରୁ ୭.୩%କୁ ହ୍ରାସ କରିଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଡିସ୍‌ ଅଭିବୃଦ୍ଧି ଆକଳନକୁ ହ୍ରାସ କରିଥିବା ଜଣାଯାଇଛି।
All Right Reserved By

ବାଣିଜ୍ୟ |

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି। 

ଆୟୁଷ୍ମାନ ଭାରତ ଯୋଜନାକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ଆୟୁଷ୍ମାନ ଭାରତ ଯୋଜନାକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୮-୧: ବିଶ୍ୱର ଶୀର୍ଷ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟ୍‌ସ ଫାଉଣ୍ଡେଶନର ସହ ଅଧ୍ୟକ୍ଷ ବିଲ୍‌ ଗେଟ୍‌ସ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରଶଂସା କରିଛନ୍ତି। ଯୋଜନା ଆରମ୍ଭର ମାତ୍ର ୧୦୦ ଦିନ ଭିତରେ ୬ ଲକ୍ଷରୁ ଅଧିକ ରୋଗୀ ଏହାର ଫାଇଦା ଉଠାଇ ଥିବାରୁ ସେ ଏହାକୁ ନେଇ ଚକିତ ବୋଲି ବ୍ୟକ୍ତ କରିଛନ୍ତି।

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ବିନିଯୋଗ ହୋଇଛି ଭବିଷ୍ୟନିଧି, ପେନ୍‌ସନ ପାଣ୍ଠି: ବୁଡ଼ିଯିବାକୁ ବସିଛି ୨୦ହଜାର କୋଟି

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ବିନିଯୋଗ ହୋଇଛି ଭବିଷ୍ୟନିଧି, ପେନ୍‌ସନ ପାଣ୍ଠି: ବୁଡ଼ିଯିବାକୁ ବସିଛି ୨୦ହଜାର କୋଟି

ନୂଆଦିଲ୍ଲୀ,୧୮-୧: ମଧ୍ୟବିତ୍ତ ବେତନଭୋଗୀଙ୍କ ଭବିଷ୍ୟନିଧି ଓ ପେନ୍‌ସନ ପାଣ୍ଠିର କୋଟି କୋଟି ଟଙ୍କା  ଏବେ ବୁଡ଼ିଯିବାକୁ ବସିଛି। ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌) ଏବଂ ଏହାର ଗ୍ରୁପ୍‌ କମ୍ପାନୀରେ ନିବେଶ ହୋଇଥିବା ପ୍ରାୟ ୧୫ରୁ ୨୦ ହଜାର କୋଟିର ଭବିଷ୍ୟନିଧି ଓ ପେନ୍‌ସନ ପାଣ୍ଠି ଟଙ୍କା ଫସିଯାଇଛି।

୭୦୦ କୋଟି ନିବେଶ ଲାଗି ଗୋୟଲଙ୍କ ସର୍ତ୍ତ

୭୦୦ କୋଟି ନିବେଶ ଲାଗି ଗୋୟଲଙ୍କ ସର୍ତ୍ତ

ନୂଆଦିଲ୍ଲୀ,୧୮-୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବା ଲାଗି ଏଟିହାଦ ଏୟାରଲାଇନ୍ସ କଡ଼ା ସର୍ତ୍ତାରୋପ କରିଛି। ଏଥିରେ କ୍ଷୁବ୍ଧ ଏହାର ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋୟଲ କମ୍ପାନୀରେ ୭୦୦ କୋଟି ଟଙ୍କା ନିବେଶ କରିବାକୁ ରାଜି ଥିବା ଦର୍ଶାଇଛନ୍ତି। 

ଜିଡିପି ବଢ଼ୁଛି,ଅଧିକ ନଗଦର ଆବଶ୍ୟକତା ରହିଛି: ଆର୍‌ବିଆଇ

ଜିଡିପି ବଢ଼ୁଛି,ଅଧିକ ନଗଦର ଆବଶ୍ୟକତା ରହିଛି: ଆର୍‌ବିଆଇ

କୋଲକାତା,୧୮-୧: ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଆକାର ବଢ଼ୁଛି। ଏଭଳି ସ୍ଥିତିରେ ଅର୍ଥନୀତିରେ ଅଧିକ ନଗଦର ଆବଶ୍ୟକତା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଜଣେ ଅଧିକାରୀ ଗୁରୁବାର ଏଠାରେ କହିଛନ୍ତି। 

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଓ୍ବାଶିଂଟନ,୧୮-୧: ଏଚ୍‌-୧ବି ଭିଜା ମାଧ୍ୟମରେ ଆମେରିକାରେ କାମ କରିବା ଲାଗି ସ୍ବପ୍ନ ଦେଖୁଥିବା ଯୁବତୀଯୁବକମାନେ ଆମେରିକାର ଥିଙ୍କଟ୍ୟାଙ୍କ ସାଉଥ ଏସିଆ ସେଣ୍ଟର ଅଫ୍‌ ଦ ଆଟ୍‌ଲାଣ୍ଟିକ କାଉନସିଲ୍‌ର ରିପୋର୍ଟ ଥରେ ପଢ଼ି ନେବା ଉଚିତ୍‌ ହେବ। 

୧୦% ବଢ଼ିବ କର୍ମଚାରୀଙ୍କ ବେତନ

୧୦% ବଢ଼ିବ କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ,୧୮-୧: ଚଳିତ ବର୍ଷ ଅର୍ଥାତ ୨୦୧୯ରେ ଦେଶରେ କର୍ମଚାରୀଙ୍କ ବେତନ ୧୦% ବଢ଼ିବ। ତେବେ ମୁଦ୍ରାସ୍ଫୀତି କାରଣରୁ ଦରମାର ବାସ୍ତବିକ ବୃଦ୍ଧି ୫%ରେ ସୀମିତ ରହିବ। 

ଗୁଗଲକୁ ଅମୁଲର ନୋଟିସ

ଗୁଗଲକୁ ଅମୁଲର ନୋଟିସ

ନୂଆଦିଲ୍ଲୀ,୧୮-୧: ଡେଏରୀ ବ୍ରାଣ୍ଡ୍‌ ଅମୁଲ ଶୀର୍ଷ ଆଇଟି କମ୍ପାନୀ ଗୁଗଲକୁ ଆଇନଗତ ନୋଟିସ ପଠାଇଛି। ଗୁଗଲ ମାଧ୍ୟମରେ ଅମୁଲର ଜାଲ୍‌ ବିଜ୍ଞାପନ ଦିଆଯାଇ ଲୋକଙ୍କୁ ଠକାଯାଉଛି ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି। 

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

ନୂଆଦିଲ୍ଲୀ,୧୭-୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଯୋଗେ ଏବେ ଆଲର୍ଟ କରାଯାଉଛି। ଗ୍ରାହକମାନେ ନିଜର କଓ୍ବୋଇସି(ନୋ ଇଓର କଷ୍ଟମର) ନବୀକରଣ କରାଇ  ନେବା ଲାଗି ଆଲର୍ଟ ଦିଆଯାଉଛି। ଏଥିରେ ହେଳା କଲେ ଆକାଉଣ୍ଟ ବ୍ଲକ୍‌ ହୋଇଯିବ ବୋଲି ଆଲର୍ଟରେ ଦର୍ଶାଯାଇଛି।

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ଓ୍ବାଶିଂଟନ,୧୭-୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ଲାଗି ସୁପାରିସ କରିବାକୁ ଆମେରିକା ଭାବୁଛି। ସ୍ଥାନୀୟ ସମ୍ବାଦପତ୍ର ‘ ଦ ନିୟୁର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ୬୩ ବର୍ଷୀୟା ପ୍ରବାସୀ ଭାରତୀୟ ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଶୀର୍ଷ ପଦରେ ଅଧିଷ୍ଠିତ କରିବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପ।

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୧୭-୧: କେନ୍ଦ୍ର ସରକାର ଆସାମର ନୁମାଲିଗଡ଼ ରିଫାଇନେରୀ କ୍ଷମତାକୁ ବାର୍ଷିକ ୩୦ ଲକ୍ଷ ଟନରୁ ୯୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ପ୍ରକଳ୍ପ ବିସ୍ତାର ଲାଗି ଆଗତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। 

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୧୭-୧: ଲଟେରିରେ ଗୋଟିଏ ପ୍ରକାର ଟିକସ ଆଦାୟ କରାଯିବ ଅଥବା ବର୍ତ୍ତମାନର ପ୍ରଚଳିତ ଏକାଧିକ ଟିକସ ବ୍ୟବସ୍ଥା ଜାରି ରହିବ ସେନେଇ ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବେ ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।