ମେଟ୍ରୋ |

ପାରିବାରିକ କଳହରୁ ବୃଦ୍ଧଙ୍କ ଆତ୍ମହତ୍ୟା

ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣୀ ସ୍ବାଇଁସାହି ଅଞ୍ଚଳରେ ରହୁଥିବା ଦେବେନ୍ଦ୍ର ସ୍ବାଇଁ(୬୦) ନାମକ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ପୋଲିସ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଦେବେନ୍ଦ୍ର ଶୋଇବାକୁ ଯାଇଥିଲେ। ସକାଳୁ ନ ଉଠିବାରୁ ପରିବାର ଲୋକ କବାଟ ବାଡେଇଥିଲେ। ହେଲେ ଦେବେନ୍ଦ୍ର କବାଟ ଖୋଲି ନ ଥିଲେ। ଫଳରେ ପରିବାର ଲୋକେ କବାଟ ଭାଙ୍ଗିବା ପରେ ସେ ବେକରେ ଦଉଡ଼ି ଲଗାଇ ଫ୍ୟାନରେ ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ପୋଲିସ ସକାଳ ପ୍ରାୟ ୮ଟାରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଥାନାରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଛି। ପାରିବାରିକ କହଳ ଯୋଗୁ ଦେବେନ୍ଦ୍ର ଆତ୍ମହତ୍ୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପରିବାରରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଏବଂ ୩ ପୁଅବୋହୂ ଅଛନ୍ତି।
All Right Reserved By

ମେଟ୍ରୋ |

ଶୃଙ୍ଖଳିତ ଜୀବନଶୈଳୀ ରୋକିବ ମଧୁମେହ

ଶୃଙ୍ଖଳିତ ଜୀବନଶୈଳୀ ରୋକିବ ମଧୁମେହ

ଢେଙ୍କାନାଳ ଅଫିସ, ୧୪ା୧୧-ସାରା ବିଶ୍ୱରେ ମଧୁମେହ ମହାମାରୀ ରୂପ ନେଲାଣି। ଏହି ରୋଗରେ ପୀଡ଼ିତଙ୍କ ସଂଖ୍ୟା ୪୨୫ ମିଲିୟନରେ ପହଞ୍ଚତ୍ଥିବାବେଳେ କେବଳ ଭାରତରେ ରୋଗୀ ସଂଖ୍ୟା ୬୩ ମିଲିୟନ।

ଅପରାଜିତା ଷଡଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସରକୁ ସରକାର ଦେଲେ ମଞ୍ଚୁରୀ

ଅପରାଜିତା ଷଡଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସରକୁ ସରକାର ଦେଲେ ମଞ୍ଚୁରୀ

ଭୁବନେଶ୍ୱର, ୧୪।୧୧: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡଙ୍ଗୀ ସ୍ବେଚ୍ଛାକୃତ ଅବସରକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ଚିଠି ଦ୍ୱାରା ସୁପାରିଶ କରାଯାଇଛି। 

ଚକ୍ଷୁ ବିଭାଗରେ ନାମଫଳକ ଲଗାଇବାକୁ ଦାବି

ଖୋର୍ଦ୍ଧା ଅଫିସ,୧୪।୧୧: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବିଭାଗରେ ନାମଫଳକ ଲଗାଇବା ପାଇଁ ବୁଧବାର ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବି କରିଛନ୍ତି।

ପୁରୀରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ପୁରୀରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ପୁରୀ ଅଫିସ,୧୪।୧୧: ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ନଭେମ୍ବର ୧୪ରୁ  ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏନେଇ  ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ବୁଧବାର ପୁରୀ ଜିଲାପାଳ କାର୍ଯ୍ୟାଳୟଠାରେ ଶୁଭାରମ୍ଭ ହୋଇଛି।

ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ ପ୍ରସଙ୍ଗ: ମୁହଁ ଖୋଲିଲେ ବିଶ୍ୱକର୍ମା

ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ ପ୍ରସଙ୍ଗ: ମୁହଁ ଖୋଲିଲେ ବିଶ୍ୱକର୍ମା

ପୁରୀ ଅଫିସ,୧୪।୧୧: ୨୦୧୫  ନବକଳେବର ବ୍ରହ୍ମ ସଂସ୍ଥାପନରେ ହୋଇଥିବା ବିଭ୍ରାଟ ଘଟଣାର ୩ ବର୍ଷ ପରେ ଶ୍ରୀମନ୍ଦିର ପ୍ରଶାସନ ଜଣେ ମହାରଣା ସେବକଙ୍କ ସହ ସମୁଦାୟ ୧୧  ସେବାୟତଙ୍କୁ ନୋଟିସ ଜାରି କରିଛି। ଏହି ନୋଟିସ ଜାରି ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୁଭଦ୍ରାଙ୍କ ମୁଖ୍ୟ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା। 

ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ: ଗୁରୁବାରରୁ କାର୍ଯ୍ୟରେ ଯୋଗଦାନ

ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ: ଗୁରୁବାରରୁ କାର୍ଯ୍ୟରେ ଯୋଗଦାନ

କଟକ ଅଫିସ, ୧୪।୧୧: ହାଇକୋର୍ଟ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିବା ଘଟଣାରେ ୪ ପୋଲିସ କର୍ମଚାରୀ ବୁଧବାର ହାଇକୋର୍ଟରେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

ପୋଲିସ ଆଇନଜୀବୀ ବିବାଦ ଘଟଣା: ମୁଣ୍ଡ ନୂଆଁଇଲା ପୋଲିସ

ପୋଲିସ ଆଇନଜୀବୀ ବିବାଦ ଘଟଣା: ମୁଣ୍ଡ ନୂଆଁଇଲା ପୋଲିସ

କଟକ ଅଫିସ, ୧୪।୧୧: ଅଗଷ୍ଟ ୨୯ରୁ ଚାଲିଥିବା  ଆଇନଜୀବୀ ଆନ୍ଦୋଳନ ସମାଧାନ ପାଇଁ ବୁଧବାର ବାଟ ଫିଟିଛି। ହାଇକୋର୍ଟରେ ୩ ପୋଲିସ ଅଧିକାରୀ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହାବିଲଦାର ଓ ଦୁଇଜଣ କନଷ୍ଟେବଳ ଥିବା ଜଣାପଡ଼ିଛି।

ନଗଡ଼ିଆ ପଲି ଛକ  ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ନଗଡ଼ିଆ ପଲି ଛକ ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ବେଗୁନିଆ,୧୪।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଧୀନ ନଗଡ଼ିଆ ପଲି ଛକ  ନିକଟରେ ଗତ ୮ ତାରିଖରେ ଏଲ୍‌ ଆଣ୍ଡ୍‌ ଟି ଏଜେଣ୍ଟଙ୍କଠାରୁ ୬୧ ଲକ୍ଷ ୭୨ ହଜାର  ୨୪୭ ଟଙ୍କା ଲୁଟ୍‌ ହୋଇଥିଲା।

ବୈଜ୍ଞାନିକଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ, ରୋଗପୋକ ନିରାକରଣ

ବୈଜ୍ଞାନିକଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ, ରୋଗପୋକ ନିରାକରଣ

ରଘୁନାଥପୁର,୧୪।୧୧(ଡି.ଏନ୍‌.ଏ.): ରାଷ୍ଟ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ପକ୍ଷରୁ ଏନ୍‌ଆଇଜିଆର୍‌ଏ(ନିଗ୍ରା) ପ୍ରୋଜେକ୍ଟ ସହାୟତାରେ ରଘୁନାଥପୁର ନିକଟସ୍ଥ ବିରିଡ଼ି ବ୍ଲକ କଣ୍ଟୁଆର ଗ୍ରାମର ଚାଷୀମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ ଓ ରୋଗପୋକ ନିରାକରଣ  ସମ୍ପର୍କିତ ଆଲୋଚନା ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ମେକ୍‌ ଇନ ଓଡିଶା କନକ୍ଲେଭ ଇନଭେଷ୍ଟର ମିଟ ଉଦ୍‌ଯାପିତ: ୧୫ଟି କ୍ଷେତ୍ରରେ ୪.୧୯ ଲକ୍ଷ କୋଟିର ପୁଞ୍ଜି ନିବେଶ

ମେକ୍‌ ଇନ ଓଡିଶା କନକ୍ଲେଭ ଇନଭେଷ୍ଟର ମିଟ ଉଦ୍‌ଯାପିତ: ୧୫ଟି କ୍ଷେତ୍ରରେ ୪.୧୯ ଲକ୍ଷ କୋଟିର ପୁଞ୍ଜି ନିବେଶ

 ଭୁବନେଶ୍ୱର,୧୪।୧୧(ବ୍ୟୁରୋ)- ରାଜ୍ୟରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଏହି ସବୁ ପୁଞ୍ଜି ପେଟ୍ରୋକେମିକାଲ, ଇଲେକ୍ଟ୍ରୋନିକ, ଅଣ ପାରମ୍ପରିକ ଶକ୍ତି, ପ୍ଲାଷ୍ଟିକ, ଫର୍ଟିଲାଇଜର, କେମିକାଲ, ପର୍ଯ୍ୟଟନ, ବୟନ ଶିଳ୍ପ, ଏରୋସ୍ପେଶ, ଭିତ୍ତିଭୁମି, ସ୍ବାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ  ଆଦି ୧୫ଟି କ୍ଷେତ୍ରରେ ବିନିଯୋଗ ହେବ।

କଟକ ସହରରେ ହାତୀ ପଲ: ମହାନଦୀ ପାର ହୋଇ ପଶିଆସିଲେ ୧୫ରୁ ଊର୍ଦ୍ଧ୍ୱ ହାତୀ

କଟକ ସହରରେ ହାତୀ ପଲ: ମହାନଦୀ ପାର ହୋଇ ପଶିଆସିଲେ ୧୫ରୁ ଊର୍ଦ୍ଧ୍ୱ ହାତୀ

କଟକ ଅଫିସ,୧୪ା୧୧: ମଙ୍ଗଳବାର ରାତି ପ୍ରାୟ ୯.୩୦ମିନିଟ୍‌ ସମୟରେ କଟକ ସହରକୁ ପୁଣି ଏକ ହାତୀ ପଲ ପଶି ଆସିଛନ୍ତି। ହାତୀ ପଲ ନୂଆପାଟଣାରୁ  ମହାନଦୀ ଅତିକ୍ରମ କରି  ଧବଳେଶ୍ୱର ପଠାରେ ପହଞ୍ଚତ୍ଛନ୍ତି। ନୂତନ ଭାବେ ନିର୍ମିତ ମଧୁସୂଦନ ବ୍ରିଜ୍‌ କଡ଼ରେ ଯାଇଥିବା ବାଲିପଠା ଦେଇ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ହାତୀ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। 

ସୁବ୍ୟବସ୍ଥିତ ହେବ ଆନନ୍ଦବଜାର: ତିଆରି ହେବ ୪୮ ଶେଡ୍‌, ପାଳିକରି ଅବଢ଼ା ବିକିବେ ସୁଆରସେବକ

ସୁବ୍ୟବସ୍ଥିତ ହେବ ଆନନ୍ଦବଜାର: ତିଆରି ହେବ ୪୮ ଶେଡ୍‌, ପାଳିକରି ଅବଢ଼ା ବିକିବେ ସୁଆରସେବକ

ପୁରୀ ଅଫିସ,୧୪ା୧୧: ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ହେବ ଆନନ୍ଦବଜାର। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି। ଏକାଧିକଥର ସୁଆର ମହାସୁଆର ସେବକଙ୍କ ସହ ଆଲୋଚନା କରିଛି। ଯାହା କିଛି ନିଷ୍ପତ୍ତି ନିଆଯାଇଛି କାର୍ତ୍ତିକ ମାସ ପରେ ପର୍ଯ୍ୟାୟକ୍ରମେ ଏହା କାର୍ଯ୍ୟକାରୀ ହେବ।