ଫୁରସତ |

ପ୍ଲାଷ୍ଟିକ୍‌ ହେବ ତାପ ସୁପରିବାହୀ

ପ୍ଲାଷ୍ଟିକ୍‌ ହେବ ତାପ ସୁପରିବାହୀ
ନ୍ୟୁୟର୍କ, ୧୨।୮: ଗବେଷକମାନେ ଏକ ନୂତନ ଜ୍ଞାନକୌଶଳର ଉଦ୍‌ଭାବନ କରିଛନ୍ତି। ଏହାଦ୍ୱାରା ତାପ କୁପରିବାହୀ ପ୍ଳାଷ୍ଟିକ୍‌କୁ ସୁପରିବାହୀରେ ପରିଣତ କରିହେବ। ଆମେରିକାର ମିଶିଗାନ ବିଶ୍ୱବିଦ୍ୟାଳୟ ଗବେଷକ ଏ ନେଇ ପ୍ରୟାସ ଜାରି ରଖିଛନ୍ତି। ଏହି ଜ୍ଞାନକୌଶଳ ପ୍ଳାଷ୍ଟିକ୍‌ରେ ଥିବା ଲଙ୍ଗଚେନ୍‌ ଆଣବିକ ସଂରଚନାରେ ପରିବର୍ତ୍ତନ ଆଣି ଏହାକୁ ତାପ ସୁପରିବାହୀରେ ପରିଣତ କରାଇବ। ପ୍ଲାଷ୍ଟିକର ଯୌଗିକ ଅଣୁଗୁଡିକ ଦୃଢ଼ଭାବେ ପରସ୍ପର ସହିତ ସଂଯୁକ୍ତ ହୋଇଥାନ୍ତି। ଗବେଷକ ଏକ ପଲିମର ସହାୟତାରେ ପ୍ଳାଷ୍ଟିକ ଅଣୁ ମଧ୍ୟରେ ଥିବା ରାସାୟନିକ ବନ୍ଧକୁ ସମ୍ପ୍ରସାରିତ କରିଥାଏ। ପରେ  ଉପଯୁକ୍ତ ଇଲୋକ୍ଟ୍ରୋଲାଇଟ୍‌ ଦ୍ରବଣ ଏଥିରେ ମିଶ୍ରିତ କରାଯାଇ ମିଶ୍ରଣର ପିଏଚ୍‌ ସ୍ତରକୁ ବୃଦ୍ଧି କରାଯାଇଥାଏ। ଫଳରେ ପଲିମର ଚେନ୍‌ରେ ଥିବା ମନୋମରରେ ବିଯୁକ୍ତାତ୍ମକ ଚାର୍ଜ ସୃଷ୍ଟି ହୋଇଥାଏ। ମନୋମର ପରସ୍ପରଠାରୁ ଦୂରେଇ ରହିଥାନ୍ତି। ଏହାଦ୍ୱାରା ମୂଳ ସଂରଚନାରେ ପରିବର୍ତ୍ତନ ହୋଇ ପ୍ଲାଷ୍ଟିକ୍‌ ତାପ ସୁପରିବାହୀ ଭାବେ କାର୍ଯ୍ୟ କରିଥାଏ। ପ୍ଲାଷ୍ଟିକ୍‌ ତାପ ସୁପରିବାହୀରେ ପରିଣତ ହେଲେ ଶିଳ୍ପ କ୍ଷେତ୍ରରେ ନୂତନ କ୍ରାନ୍ତି ଆସିବ ବୋଲି ପଦାର୍ଥବିଜ୍ଞାନୀ ଅପୂର୍ବ ଶଙ୍କର କହିଛନ୍ତିି।
All Right Reserved By

ଫୁରସତ |

ଯେଉଁଠି ବାହାଘର ପରେ ବର ସବୁଦିନ ରହେ ଶାଶୁଘରେ...

ଯେଉଁଠି ବାହାଘର ପରେ ବର ସବୁଦିନ ରହେ ଶାଶୁଘରେ...

ସାଧାରଣତଃ ବାହାଘର ପରେ ଝିଅ ଶାଶୁଘର ଯାଇଥାଏ। ତେବେ ଇଣ୍ଡୋନେସିଆର ସୁମାତ୍ରାରେ ବାସ କରୁଥିବା ନଇ ମିନାଙ୍ଗ୍‌କାବାଉ ସମ୍ପ୍ରଦାୟରେ ବାହାଘର ପରେ ପୁଅକୁ ଶାଶୁଘର ଯିବାକୁ ପଡ଼ିଥାଏ।

ମନ ଖୋଲି ହସନ୍ତୁ; ରୋଗଠାରୁ ଦୂରେଇ ରୁହନ୍ତୁ...

ମନ ଖୋଲି ହସନ୍ତୁ; ରୋଗଠାରୁ ଦୂରେଇ ରୁହନ୍ତୁ...

ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। 

ଯେଉଁଠି ନବବଧୂଙ୍କୁ ଦେବାକୁ ପଡେ କୁମାରୀତ୍ୱ ପରୀକ୍ଷା...

ଯେଉଁଠି ନବବଧୂଙ୍କୁ ଦେବାକୁ ପଡେ କୁମାରୀତ୍ୱ ପରୀକ୍ଷା...

ପୃଥିବୀର ବିଭିନ୍ନ ଦେଶରେ ବିବାହର ବୟସ ଭିନ୍ନ ଭିନ୍ନ ରହିଛି। ତେବେ ବିବାହରେ ନବବଧୂର କୁମାରୀତ୍ୱ ପରୀକ୍ଷା ଲାଗି ବିଭିନ୍ନ ସମାଜରେ ନାନା ପ୍ରକାର ପରମ୍ପରା ରହିଛି। ଆଧୁନିକ ଯୁଗରେ ମଧ୍ୟ ସ୍ଥଳ ବିଶେଷରେ ଏଭଳି ଜାରି ରହିଛି।

କଳା ରଙ୍ଗର ସନ୍ତାନ ପ୍ରସବ କରିବାକୁ ପସନ୍ଦ କରନ୍ତି ଏହି ମହିଳା

କଳା ରଙ୍ଗର ସନ୍ତାନ ପ୍ରସବ କରିବାକୁ ପସନ୍ଦ କରନ୍ତି ଏହି ମହିଳା

ସାଧାରଣତଃ ସବୁ ମାଆଙ୍କର ଇଚ୍ଛା ଥାଏ ତାଙ୍କ ସନ୍ତାନଟି ସୁସ୍ଥ, ସୁନ୍ଦର ଓ ଗୋରା ହେଉ। କିନ୍ତୁ ଆଣ୍ଡାମାନରେ ରହୁଥିବା ଜାରଓ୍ବା ଜନଜାତିଙ୍କ କଥା ସମସ୍ତଙ୍କଠାରୁ ଅଲଗା। ଏଠାରେ ଗୋରା ପିଲା ଜନ୍ମ ହେଲେ ତାକୁ ମାରି ଦିଆଯାଇଥାଏ।

ରାତିକ ପାଇଁ ନିଲାମ ହୁଅନ୍ତି କୁଆଁରୀ କନ୍ୟା

ରାତିକ ପାଇଁ ନିଲାମ ହୁଅନ୍ତି କୁଆଁରୀ କନ୍ୟା

ପେଟର ଜ୍ୱାଳା ଲାଗି ଅନେକଙ୍କର ମତିଗତି ହଜିଯାଇଥାଏ। ଭୋକିଲା ପେଟ ଯୋଗୁ ସଂଗଠିତ ହୋଇଥାଏ ଅନେକ ଅପରାଧ। ପେଟର ଭୋକ ମେଣ୍ଟାଇବା ପାଇଁ ପୃଥିବୀର ଅନେକ ଅଞ୍ଚଳରେ ଦେହ କିଣାବିକା କାରବାର ଏବେ ମଧ୍ୟ ଜାରି ରହିଛି।

କାଠରେ ନିର୍ମିତ ବାଇକ୍‌

କାଠରେ ନିର୍ମିତ ବାଇକ୍‌

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ବାଇକ୍‌ ହେଉ ବା କାରରେ ଦିନକୁ ଦିନ ନୂଆ ନୂଆ ଫିଚରମାନ ଦେଖିବାକୁ ମିଳୁଛି। ଯାହାଫଳରେ ଗ୍ରାହକମାନେ ଏକା ସଙ୍ଗେ ଅନେକ ପ୍ରକାର ସୁବିଧା ପାଇପାରୁଛନ୍ତି।

ପପ୍‌କର୍ନ  ବେଳାଭୂମି

ପପ୍‌କର୍ନ ବେଳାଭୂମି

ବେଳାଭୂମିର ଆକର୍ଷଣକୁ କେହି କେବେ ଏଡାଇପାରେନା। କିଛି ସମୟ ଏଠାରେ ବିତାଇଲେ ମିଳେ ପରମ ଆନନ୍ଦ ଓ ତୃପ୍ତି। ସେଇଥିପାଇଁ ତ ପୃଥିବୀରେ ଯେତେ ବେଳାଭୂମି ଅଛି ସବୁଠି ଦେଖିବାକୁ ମିଳେ ପ୍ରବଳ ଜନଗହଳି। କିଛି ବେଳାଭୂମି ତ ତା’ର ସ୍ବତନ୍ତ୍ରତା ପାଇଁ ସାରା ପୃଥିବୀରେ ପ୍ରସିଦ୍ଧ।

ପାଠୋଇ ଜେଜେମା’

ପାଠୋଇ ଜେଜେମା’

ଅନେକ ସମୟରେ ମା’ବାପା ପିଲାଙ୍କୁ ଭଲ ନ ପଢିଲେ ଅନ୍ୟ ପିଲାଙ୍କ ଉଦାହରଣ ଦିଅନ୍ତି। ହେଲେ ଜଣେ ୯୬ ବର୍ଷୀୟ ମହିଳା ପାଠପଢାରେ ଏମିତି କାରନାମା କରି ଦେଖାଇଛନ୍ତି ଯେ, ଏବେ ମା’ବାପା ପିଲାଙ୍କୁ ତାଙ୍କ ଉଦାହରଣ ଦେବେ। ସେ ହେଉଛନ୍ତି କେରଳ, ଅଲପୁଝାର ଚେପ୍ପାଦୁ ଗାଁରେ ରହୁଥିବା କାର୍ତ୍ତିୟାନୀ ଆମ୍ମା। 

 ଶୃଙ୍ଖଳିତ ଜୀବନ ଯାପନ କରିବାର ପଦ୍ଧତି ହେଉଛି ‘ବାଡ଼‘

ଶୃଙ୍ଖଳିତ ଜୀବନ ଯାପନ କରିବାର ପଦ୍ଧତି ହେଉଛି ‘ବାଡ଼‘

ବାଡ଼! କଣ୍ଟା ବାଉଁଶ, ଶିଝୁ, କିଆ କିମ୍ବା ତାରଜାଲିରେ ପ୍ରସ୍ତୁତ ଗୋଟିଏ ଗୋଟିଏ ଘେରା। ମାତ୍ର ଖୁବ୍‌ ସୂକ୍ଷ୍ମ ଭାବରେ ଦେଖିଲେ ବାଡ଼ର ମହତ୍ତ୍ୱ ସୁଦୂରପ୍ରସାରୀ। ମଣିଷକୁ ତା’ର ସୀମାବଦ୍ଧତା ସୂଚେଇଦେଇ ଏକ ସୁରକ୍ଷିତ ତଥା ଶୃଙ୍ଖଳିତ ଜୀବନ ଯାପନ କରିବାର ପଦ୍ଧତି ହେଉଛି ବାଡ଼...

ପ୍ରଥମ ରୋଜଗାର : ବୋଉକୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟଶାର୍ଟ ଦେଇଥିଲି

ପ୍ରଥମ ରୋଜଗାର : ବୋଉକୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟଶାର୍ଟ ଦେଇଥିଲି

ବରିଷ୍ଠ କୃଷି ବୈଜ୍ଞାନିକ ତଥା ଲେଖକ ଡ. ସୁନୀଲ କୁମାର ମହାପାତ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଶାଢ଼ିରେ ସେଲିବ୍ରିଟି

ଶାଢ଼ିରେ ସେଲିବ୍ରିଟି

ଶାଢ଼ିର ଆଦର ଖାଲି ଭାରତରେ ନୁହେଁ, ସାରା ପୃଥିବୀରେ ରହିଛି। ଏହାର ଆକର୍ଷଣରୁ ହଲିଉଡ୍‌ର ଗ୍ଲାମର୍ସ ସେଲିବ୍ରିଟି ବା କେମିତି ବାଦ୍‌ ପଡିଥାଆନ୍ତେ। ସେଇଥିପାଇଁ ତ ଅନେକ ସମୟରେ ସେମାନେ ବି ଉଭା ହୋଇଛନ୍ତି ଏହି ଦେଶୀ ଅବତାରରେ... 

ଅଜବ ବ୍ୟାଗ୍‌

ଅଜବ ବ୍ୟାଗ୍‌

ମହିଳାମାନଙ୍କ ଗହଣରେ ହ୍ୟାଣ୍ଡବ୍ୟାଗ୍‌ର ଟ୍ରେଣ୍ଡ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ମଧ୍ୟ ରହିବ ବୋଲି ଅନୁମାନ କରାଯାଏ। ଖାସ୍‌ ଏଇଥିପାଇଁ ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ ମାର୍କେଟ୍‌ରେ ମିଳୁଥିବାର ଦେଖିବାକୁ ମିଳୁଛି। ବେଳେବେଳେ ଏମିତି ବି କିଛି ଭିନ୍ନ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ ଆସୁଛି, ଯାହା ଦେଖିବାକୁ ଅଜବ ଲାଗିବା ସହ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ...