ରାଜ୍ୟ | ଉପକୂଳ ଓଡିଶା

ନଛିପୁରରେ ଜମିବ ୪ର୍ଥ ରଜ ଉତ୍ସବ

ନୟାଗଡ଼ ଅଫିସ,୧୩।୬- ନୟାଗଡ଼ ଜିଲା ସଦର ବ୍ଲକ ଇକିରି ପଞ୍ଚାୟତ ନଛିପୁର ଗ୍ରାମରେ ଜମିବ ୪ର୍ଥ ରଜ ଉତ୍ସବ। ଆଧୁନିକତା ଛାପରେ ଲୋପ ପାଇଆସୁଥିବା ରଜ ଉତ୍ସବକୁ ପ୍ରତିବର୍ଷ ନିଆରା ଢ଼ଙ୍ଗରେ ପାଳନ କରନ୍ତି ଏହି ଗ୍ରାମର ଯୁବକମାନେ। ଗ୍ରାମର ଆଲୋକ ଜ୍ୟୋତି ୟୁଥ୍‌ ପାୱାର କ୍ଲବ ତରଫରୁ ହେଉଥିବା ରଜ ଉତ୍ସବ ଚଳିତବର୍ଷ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିଛି। ଏଥିପାଇଁ ଆୟୋଜନ କରାଯାଇଛି ବିଭିନ୍ନ ପ୍ରତିଯୋଗିତା। ପଞ୍ଚାୟତର ମହିଳାପୁରୁଷ ଏଥିରେ ଭାଗ ନେଇପାରିବେ। ରଜ କୁଆଁରୀ ଝିଅମାନଙ୍କର ସ୍ବତନ୍ତ୍ର ପର୍ବ ହୋଇଥିବାରୁ ସେମାନଙ୍କ ଲାଗି ଝୋଟି, ପୁଚି, ଲେମ୍ବୁ ଚାମଚ, ହୁଳହୁଳି ପକାଇବା, ବିସ୍କୁଟ ଖିଆ, ବେଲୁନ ଫଟା, ମ୍ୟୁଜିକ୍‌ ଚେୟାର୍‌, ପାନଭଙ୍ଗା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସେହିଭଳି ପୁଅମାନଙ୍କ ପାଇଁ ବେଲୁନ୍‌ ପୁଙ୍କା, ବିସ୍କୁଟ, ପାନଭଙ୍ଗା, ମ୍ୟୁଜିକ୍‌ ଚେୟାର ଓ ଲେମ୍ବୁ ଚାମଚ ପ୍ରତିଯୋଗିତା ଆୟୋଜନ କରାଯାଇଛି। ପହିଲି ରଜରେ ଆକର୍ଷଣ ହେବ ମାଠିଆ ଭଙ୍ଗା ପ୍ରତିଯୋଗିତା କରାଯାଇଛି। ଏହାସହ ଅନ୍ୟାନ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ରଜ ସଂକ୍ରାନ୍ତିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କ୍ଲବ୍‌ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଚାରିଦିନ ଛୁଟି ଥିବାରୁ ସହର ଲୋକ ଗାଁକୁ ଆସୁଥିବା ବେଳେ ଗାଁ ଲୋକ ସହରକୁ ଯାଉଥିବା ଦେଖିବାକୁ ମିଳୁଛି। ଗାଁରେ ରଜ ପାଇଁ ଦୋଳି ବନ୍ଧା ସରିଥିଲାବେଳେ କୁଆଁରୀ ଝିଅମାନେ ସଜବାଜ ହୋଇସାରିଲେଣି। ରଜରେ ସହରରେ ପାର୍କ, ରେସ୍ତୋରଁା, ସିନେମା ହଲରେ ଭିଡ଼ ହେବାକୁ ଥିବାବେଳେ ଗାଁରେ ପିଠାପଣା ଆସର ସହିତ ଦୋଳି, ତାସ ଖେଳ ମଧ୍ୟ ଜମିବ।
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱରରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତି ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛନ୍ତି।

ସରକାରୀ ହସ୍ପିଟାଲରୁ  ବନ୍ଦ ହେଲା ୟୁଜର୍ସ ଫି’

ସରକାରୀ ହସ୍ପିଟାଲରୁ ବନ୍ଦ ହେଲା ୟୁଜର୍ସ ଫି’

ଭୁବନେଶ୍ୱର, ୧୭ା୮(ବ୍ୟୁରୋ):ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାଧୀନତା ଦିବସରୁ ୟୁଜର୍ସ ଫି’ ବନ୍ଦ କରାଯାଇଛି। 

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଭୁବନେଶ୍ୱର,୧୭।୮(ବ୍ୟୁରୋ):ଓଡିଶା ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କର ଅନେକ ଅବଦାନ ରହିଛି। ବିଶେଷକରି ଭୁବନେଶ୍ୱର ସିଜୁଆଠାରେ ନିର୍ମିତ ଏମ୍ସ, ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ବିଶୋଧନାଗାର ଏବଂ ଭୁବନେଶ୍ୱରଠାରେ ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟ ଆଦି ଥିଲା ବାଜପେୟୀଙ୍କର  ଓଡିଶା ପ୍ରତି ଅମୂଲ୍ୟ ଅବଦାନ। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ

ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। ଭାରତବାସୀଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇଥିଲେ ସେ। କେତେବେଳେ ଶାନ୍ତିର କପୋତ ସାଜି ସୀମାନ୍ତରେ ବନ୍ଧୁତାର ଦ୍ୱାର ଖୋଲି ଦେଇଥିଲେ ତ ଆଉ କେତେବେଳେ ପଡ଼ୋଶୀର ଔଦ୍ଧତ୍ୟର ଜବାବ ଦେଇଥିଲେ ଯୁଦ୍ଧକ୍ଷେତ୍ରରେ। 

ରେଭେନ୍‌ଶାରେ ଛାତ୍ରଙ୍କୁ ର଼୍ୟାଗିଂ

ରେଭେନ୍‌ଶାରେ ଛାତ୍ରଙ୍କୁ ର଼୍ୟାଗିଂ

କଟକ ଅଫିସ, ୧୭ା୮- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ର଼୍ୟାଗିଂର ଶିକାର ହୋଇଛନ୍ତି। ସେ ହେଲେ ସ୍ନାତକ ସଂସ୍କୃତ ବିଭାଗ ଦ୍ୱିତୀୟବର୍ଷର ଛାତ୍ର ତଥା ନ୍ୟୁ ହଷ୍ଟେଲର ଅନ୍ତେବାସୀ ସୂର୍ଯ୍ୟଭାନୁ ମହାପାତ୍ର। ଘଟଣା ସମ୍ପର୍କରେ ସୂର୍ଯ୍ୟଭାନୁ ୟୁଜିସିର ଆଣ୍ଟି ର଼୍ୟାଗିଂ ସେଲ୍‌କୁ ଫୋନ୍‌ କରି ଅଭିଯୋଗ କରିବା ପରେ ଏବେ ଘଟଣାକୁ ନେଇ ତନାଘନା ଚାଲିଛି।

କଟକକୁ ତିନିଥର ଆସିଥିଲେ ବାଜପେୟୀ

କଟକକୁ ତିନିଥର ଆସିଥିଲେ ବାଜପେୟୀ

କଟକ ଅଫିସ, ୧୭।୮- ୧୯୬୮ରେ ଅଟଳ ବିହାରୀ ବାଜପେୟୀ ପ୍ରଥମେ କଟକ ଆସିଥିଲେ। ସେତେବେଳେ ଭାରତୀୟ ଜନତା ପାର୍ଟି ଭାରତୀୟ ଜନ ସଂଘ ନାଁରେ ନାମିତ ଥିଲା। ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ବାଜପେୟୀ ଓଡ଼ିଶା ଓ କଟକ ସମ୍ପର୍କରେ ଅନେକ କଥା କହିଥିଲେ। 

ଲୋୟର ପିଏମ୍‌ଜିରେ ଗର୍ଜିଲେ ଶିକ୍ଷକ

ଲୋୟର ପିଏମ୍‌ଜିରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର, ୧୭ା୮(ବ୍ୟୁରୋ)- ୪ମାସର ବ୍ୟବଧାନ ପରେ ପୁଣି ଲୋୟର ପିଏମ୍‌ଜିରେ ଗର୍ଜିଲେ ଶିକ୍ଷକ। ସରକାର ପ୍ରତିଶ୍ରୁତି ଦେଇ ଦାବି ପୂରଣ କରି ନ ଥିବାରୁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର କୋଷାଧ୍ୟକ୍ଷ ରଞ୍ଜନ କୁମାର ପ୍ରଧାନ, ୪୮୮ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ପବିତ୍ର ମହାଲା, ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ ଏବଂ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି। 

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଭୁବନେଶ୍ୱର, ୧୭।୮(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ନହରକଣ୍ଟା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ନାବାଳିକାଙ୍କ ଘରେ କେହି ନ ଥିବାବେଳେ ଅଭିଯୁକ୍ତ ଏହି କାଣ୍ଡ ଘଟାଇଛନ୍ତି। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ। 

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି। ପୁଣ୍ୟଶ୍ଳୋକ ବାଜପେୟୀଙ୍କ ଉଦ୍ଦେଶ୍ୟରେ ନବୀନ  କହିଛନ୍ତି  ଯେ, ତାଙ୍କ ମୃତ୍ୟୁରେ ସେ ଗଭୀର ମର୍ମାହତ। ଭାରତବର୍ଷ ତା’ର ଗୋଟିଏ ମହାନ୍‌ ନେତାଙ୍କୁ ହରାଇଛି।

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ବିୟୋଗରେ ରାଜ୍ୟ ସରକାର ଶୁକ୍ରବାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥିସହିତ ଗୁରୁବାରଠାରୁ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।