ଜୀବନଚର୍ଯ୍ୟା |

ଜୀବନକୁ କରନ୍ତୁ ରୋମାଣ୍ଟିକ୍‌...

ଜୀବନକୁ କରନ୍ତୁ ରୋମାଣ୍ଟିକ୍‌...
ଏହି ଦୁନିଆରେ କେହି ବି ପର୍‌ଫେକ୍ଟ ନୁହଁନ୍ତି । ଏହି ଦୃଷ୍ଟିରୁ ଜଣକର ଜୀବନ ସାଥୀ ସବୁ ଦୃଷ୍ଟିରୁ ପର୍‌ଫେକ୍ଟ ହୋଇଥିବେ ବୋଲି ଆଶା କରିବା ଅନୁଚିତ । ଯଦି ଜୀବନ ସାଥୀଙ୍କୁ ତାଙ୍କର ଦୁର୍ବଳତା ସହ ନିଜର କରିହେବ ତେବେ ଏହା ହେବ ପ୍ରକୃତ ଭଲ ପାଇବା । ବିବାହ ପରବର୍ତ୍ତୀ ଜୀବନକୁ ରୋମାଣ୍ଟିକ କରିବା ଲାଗି କେତେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। କୌଣସି ନିଷ୍ପତ୍ତି ଯେପରି ଜୀବନ ସାଥୀଙ୍କୁ ଆଘାତ ନ ପହଞ୍ଚାଇବ ସେ ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଚାକିରି ପରିବର୍ତ୍ତନ କରିବା, ଋଣ କରିବା କିମ୍ବା ଘର ପାଇଁ କୌଣସି ଏକ ବଡ଼ ଧରଣର ଜିନିଷ କିଣିବା କ୍ଷେତ୍ରରେ ପରସ୍ପରର ସହମତିରେ କାମ କଲେ ସଂପର୍କ ହୋଇଥାଏ ସୁଦୃଢ଼ । ବିବାହ ପରେ ପରସ୍ପରର ଆଚରଣ ସହ ଖାପଖୁଆଇ ଚଳିବା ବୁଦ୍ଧିମାନର କାମ ହୋଇଥାଏ । ଜୀନସାଥୀଙ୍କର କୌଣସି ଆଚରଣ ଭଲ ଲାଗୁ ନ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ ନ କରି ପ୍ରେମର ସହ ବୁଝାଇବା ଆବଶ୍ୟକ। ଛୋଟ ଛୋଟ ଖୁସି ମଧ୍ୟ ପରସ୍ପର ସହ ବାଣ୍ଟିବା ଜରୁରୀ। ନିଜ ସାଥୀଙ୍କୁ କୌଣସି କଥା ଲୁଚାଇବା ଭଲ ନୁହେଁ । ଦାମ୍ପତ୍ୟ ସମ୍ପର୍କ ଯେତିକି ନିବିଡ଼ ସେତିକି ସମ୍ବେଦନଶୀଳ ମଧ୍ୟ । ତେଣୁ ସମ୍ପର୍କ ପ୍ରତି କୌଣସି ସମୟରେ ଅବହେଳା କରିବା ଅନୁଚିତ । ଅଫିସ୍‌, ମୋବାଇଲ୍‌, ଲାପ୍‌ଟପ୍‌ ଓ ଟିଭି ମାୟାରେ ପଡ଼ି ନିଜ ସାଥୀଙ୍କ ପ୍ରତି ଅବହେଳା କରିବା ଠିକ୍‌ ନୁହେଁ। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ହେବା କିଛି ବଡ଼ କଥା ନୁହେଁ । କିନ୍ତୁ ଏହି ଝଗଡ଼ା ସମୟରେ ମୁହଁରୁ ଯେପରି କୌଣସି ଖରାପ ଶବ୍ଦ ବାହାରି ନ ଯାଏ ସେଥିପ୍ରତି ଦୃଷ୍ଟି ରଖିବା ଆବଶ୍ୟକ । ଏପରି ହେଲେ ପରିବାର ଖୁସିରେ ଭରିବା ସହିତ ଜୀବନ ହେବ ରୋମାଣ୍ଟିକ୍‌ ।
All Right Reserved By

ଜୀବନଚର୍ଯ୍ୟା |

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ଆଜିକାଲି ମେଦବହୁଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଅନିୟମିତ ତଥା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଗ୍ରହଣ ଏହାର ମୁଖ୍ୟ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଥିଲାଗି ମଣିଷ ରୋଗଗ୍ରସ୍ତ ହେବା ସହ ଶରୀରର ଆକାରରେ ପରିବର୍ତ୍ତନ ହେଉଛି। 

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ଧ୍ୟାନ ଦ୍ୱାରା ମେଦବହୁଳତା ଦୂର ହୁଏ। ପ୍ରତିଦିନ ଅଭ୍ୟାସ କରି ୧୦ ମିନିଟ ଧ୍ୟାନ କଲେ ମିଳିଥାଏ ସୁଫଳ। 

ପ୍ରାଥମିକ ଉପଚାର

ପ୍ରାଥମିକ ଉପଚାର

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଏବଂ ଶାରୀରିକ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ପେନ୍‌କିଲର୍‌ ଖାଇନେବାର ଅଭ୍ୟାସ ପ୍ରାୟ ଅଧିକାଂଶ ମହିଳାଙ୍କର ରହିଛି ।

ବର୍ଷାରେ ଶିଶୁର ଯତ୍ନ

ବର୍ଷାରେ ଶିଶୁର ଯତ୍ନ

ବର୍ଷାଦିନେ ପାଣି, ସନ୍ତସନ୍ତିଆ ଥଣ୍ଡା ପାଗ ସାଧାରଣତଃ କାହାରିକୁ ଭଲ ଲାଗି ନ ଥାଏ। ତେବେ ଏସବୁର ସବୁଠୁ ଅଧିକ ନକାରାତ୍ମକ ପ୍ରଭାବ ପଡିଥାଏ ଶିଶୁଙ୍କ ଉପରେ । ବିଶେଷକରି ସେମାନଙ୍କ ତ୍ୱଚା ଏଥିରେ ବେଶି ପ୍ରଭାବିତ ହୋଇଥାଏ। ତେଣୁ ଏଦିନେ ଶିଶୁଙ୍କ ତ୍ୱଚାର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ...

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ...

କେମିତି କରିବେ ଜଗିଂ

କେମିତି କରିବେ ଜଗିଂ

ଆଜିକାଲି ଲୋକେ ଫିଟ୍‌ ରହିବା ପାଇଁ ତଥା ମେଦବହୁଳତାରୁ ରକ୍ଷା ପାଇବାକୁ  ଜଗିଂ କରୁଥିବା ଦେଖାଯାଉଛି। ହେଲେ ଠିକ୍‌ ଉପାୟରେ ଜଗିଂ ନ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଜଗିଂ କରିବାର ସରଳ ଉପାୟ ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ଆଗାମୀ ଦିନରେ ଘର ତିଆରି ପାଇଁ ଆଉ ଇଟାର ବ୍ୟବହାର ହେବ ନାହିଁ। ପ୍ଲାଷ୍ଟିକରେ ନିର୍ମାଣ କରାଯିବ ଘର। ଘରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲରେ ଏପରି ହାଲକା ଘର  ତିଆରି କରିବା ପାଇଁ ପାନାମାରେ  ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। 

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

ବାହାଘର ନେଇ ଉଭୟ ଯୁବତୀଯୁବକଙ୍କ ମନରେ ରହିଥାଏ ଅନେକ ସ୍ବପ୍ନ। ଏହା ଉଭୟଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ଆଣିଥାଏ। ବାହାଘରର ଚାରି ଦିନ ପରେ ଚତୁର୍ଥୀ ରାତି ପାଳିତ ହୋଇଥାଏ। 

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ଧୂଆଁ ସଂସ୍ପର୍ଶରେ ବାରମ୍ବାର ଆସିଲେ ତାହା ଆଜ୍‌ମା ସମସ୍ୟାକୁ ଡାକି ଆଣିଥାଏ। କେବଳ ସେତିକି ନୁହେଁ, ଏହାର ଖରାପ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ।

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ଆଜିକାଲି ସ୍ମାର୍ଟ ଫୋନ୍‌ ବ୍ୟବହାର ସତେଯେମିତି ଦୈନନ୍ଦିନ ଜୀବନର ଅନ୍ୟତମ ପ୍ରମୁଖ କାମ ପାଲଟି ଯାଇଛି। ଅନ୍ୟପକ୍ଷରେ ଏହାଦ୍ୱାରା ଅନେକ କାମ ଅନାୟାସରେ ଏବଂ କମ ସମୟରେ ହୋଇପାରୁଛି। 

ସ୍ବାସ୍ଥ୍ୟୋପକାରୀ ଧନିଆ

ସ୍ବାସ୍ଥ୍ୟୋପକାରୀ ଧନିଆ

କେତେକ ଖାଦ୍ୟ ପ୍ରସ୍ତୁତି ସମୟରେ ଧନିଆକୁ ବ୍ୟବହାର କରାଯାଏ, ଯାହା ଖାଦ୍ୟକୁ ଆହୁରି ସ୍ବାଦିଷ୍ଟ କରିଥାଏ। ଧନିଆପତ୍ର ଚଟଣିର ସ୍ବାଦ ଯିଏ ଖାଇଛି ସିଏ ଜାଣିଛି। ତେବେ ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି? ସକାଳେ ପିଅନ୍ତୁ ଅଧାକପ ପାନମହୂରୀର ଚା’

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି? ସକାଳେ ପିଅନ୍ତୁ ଅଧାକପ ପାନମହୂରୀର ଚା’

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ।