ଖେଳ |

ମୋଦିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମନିକା

ମୋଦିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମନିକା
ପୁଣେ,୧୩।୬- ଦେଶର ନୂଆ ଟିଟି (ଟେବୁଲ ଟେନିସ୍‌)ସେନସେଶନ ମନିକା ବାତ୍ରା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ନେସ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଏବଂ ନିକଟ ଭବିଷ୍ୟତରେ ସେ ନିଜର ଫିଟ୍‌ନେସ ଭିଡିଓ ମଧ୍ୟ ଶୟାର କରିବା ପାଇଁ କହିଛନ୍ତି। ”ମୁଁ ଖୁସିର ସହିତ ଚ୍ୟାଲେଞ୍ଜକୁ ଗ୍ରହଣ କରୁଛି। ମୋ ଓ୍ବାର୍କ ଆଉଟ୍‌ ଭିଡିଓ ମଧ୍ୟ ଶେୟାର କରିବି। ସର୍ବଦା ଫିଟ୍‌ ରହିବା କେବଳ ଜଣେ କ୍ରୀଡ଼ାବିତ୍‌ ପାଇଁ ନୁହେଁ, ବରଂ ସଭିଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ“ ବୋଲି ସେ କହିଛନ୍ତି। ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳଗତ ଟିଟି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିବା ସହ ସେ ସିଙ୍ଗଲ୍ସ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାବାଦ୍‌ ବିଶ୍ୱର ୨୨ ତମ ର଼୍ୟାଙ୍କଧାରୀ ଖେଳାଳି ୩ୟ ଅଲିମ୍ପିକ୍‌ ପଦକଧାରୀ ଫେଙ୍ଗ ତିଆନଓ୍ବେଇଙ୍କୁ ଦୁଇ ଥର ହରାଇଥିଲେ। ସେ ମୌମା ଦାସଙ୍କ ସହ ମିଶି ଡବଲ୍ସ ବର୍ଗରେ ରୌପ୍ୟ ଓ ଜି. ସାଥିୟାନଙ୍କ ସହ ମିକ୍ସଡ୍‌ ଡବଲ୍ସ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ।
All Right Reserved By

ଖେଳ |

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୮।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ମାନଙ୍କୁ ଦଳରୁ ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା ମାଗିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। 

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ସିଡ୍‌ନୀ,୧୮।୧୦- ସ୍ପ୍ରିଣ୍ଟ ସୁପରଷ୍ଟାର ଉସେନ ବୋଲ୍ଟଙ୍କୁ  ମାଲ୍‌ଟସେ ଚାମ୍ପିୟନ ଭାଲେଟ୍ଟା କ୍ଲବ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଅଷ୍ଟ୍ରେଲିଆରେ ପେସାଦାର ଫୁଟ୍‌ବଲର ହେବାର ସ୍ବପ୍ନ ପୂରା କରିବେ ବୋଲି ଗୁରୁବାର ବୋଲ୍ଟଙ୍କ ଏଜେଣ୍ଟ କହିଛନ୍ତି। 

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ନୂଆଦିଲ୍ଲୀ,୧୮।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିବାକୁ ଯାଉଛନ୍ତି। ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା କୋହଲି ମୋଟ ଉପରେ ୧୩ତମ ଓ ୫ମ ଭାରତୀୟ ଭାବେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିବାକୁ ଯାଉଛନ୍ତି।

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ବୁଏନ୍ସ ଏରିଜ,୧୮।୧୦- ଚଳିତ ୟୁଥ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ତୀରନ୍ଦାଜ ଭବେ ଆକାଶ ମଲିକ ରୌପ୍ୟ ପଦକ ଜିତିଛନ୍ତି। କୃଷକଙ୍କ ୧୫ ବର୍ଷୀୟ ପୁଅ ଏକତରଫା ଫାଇନାଲରେ ଆମେରିକାର ଟ୍ରେଣ୍ଟୋନ କୋଓ୍ବଲେସଙ୍କଠାରୁ ୦-୬ ବ୍ୟବଧାନରେ ହାରି ଯାଇଛନ୍ତି।

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ନାସିକରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ରନର୍ସଅପ୍‌ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ଉତ୍ତରପ୍ରଦେଶଠାରୁ ହାରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। 

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଫୁଟ୍‌ବଲ ଖେଳାଳି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଆଉ ଏକ ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ବିଭିନ୍ନ ବୟସ ବର୍ଗରେ ଜାତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ଓ ଚୟନକର୍ତ୍ତା ଦାୟିତ୍ୱ ସଫଳତାର ସହିତ ତୁଲାଇଥିବାବେଳେ ଏବେ ତାଙ୍କୁ ଖେଲୋ ଇଣ୍ଡିଆର ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। 

ଇଣ୍ଡିଆନ ସୁପର ଲିଗ୍‌: କୋଲକାତାର ପ୍ରଥମ ବିଜୟ

ଇଣ୍ଡିଆନ ସୁପର ଲିଗ୍‌: କୋଲକାତାର ପ୍ରଥମ ବିଜୟ

ନୂଆଦିଲ୍ଲୀ,୧୮।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଆଟଲେଟିକୋ କୋଲକାତା ୨-୧ ଗୋଲରେ ଦିଲ୍ଲୀ ଡାଇନାମୋସକୁ ପରାସ୍ତ କରିଛି। ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବଦଳ ଖେଳାଳି ନୌସାଏର ଏଲ୍‌ ମାଇମୋଉନିଙ୍କ ଗୋଲ ବଳରେ କୋଲକାତା ବାଜି ମାରିଛି।

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ବିଜୟୀ

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ବିଜୟୀ

ସୋନିପତ,୧୮।୧୦(ପି.ଟି.)- ପ୍ରୋ କବାଡି ଲିଗ୍‌ (ପି.କେ.ଏଲ୍‌)ର ଷଷ୍ଠ ସଂସ୍କରଣରେ ବୁଧବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ବୁଲ୍ସ ୪୪-୩୫ରେ ତାମିଲ ଥାଲାଇଭାସ୍‌କୁ ହରାଇଛି। ବେଙ୍ଗାଲୁରୁ ତରଫରୁ ପଓ୍ବନ ସେହରାଓ୍ବତ୍‌ ୧୬ ଓ କାଶିଲିଙ୍ଗ୍‌ ଅଡାକେ ୧୨ ପଏଣ୍ଟ ଅର୍ଜନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 

ଭାରତ ଗସ୍ତରୁ ଓହରିଲେ ଲୁଇସ୍‌

ଭାରତ ଗସ୍ତରୁ ଓହରିଲେ ଲୁଇସ୍‌

ଗୁଆହାଟୀ, ୧୮।୧୦(ପି.ଟି.)- ଭାରତ ଗସ୍ତରେ ଆସିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଦଳକୁ ଆଉ ଏକ ଜବରଦସ୍ତ ଝଟ୍‌କା ଲାଗିଛି। ଟେଷ୍ଟ ସିରିଜରେ ୨-୦ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ସଂଘର୍ଷ କରୁଥିବା ବେଳେ ବିସ୍ଫୋରକ ଓପନ ଏଭିନ ଲୁଇସ୍‌ ଏହି ଗସ୍ତରୁ ଓହରିଯାଇଛନ୍ତି। ଆଗକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଥିବା ବେଳେ  ଓ୍ବେଷ୍ଟଇଣ୍ଡିଜ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ବ୍ୟକ୍ତିଗତ କାରଣରୁ ଲୁଇସ୍‌ ଓହରିଯାଇଥିବା କଥା ସୂଚନା ଦେଇଛନ୍ତି। 

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନର ଆଧିପତ୍ୟ

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନର ଆଧିପତ୍ୟ

ଆବୁଧାବି, ୧୮।୧୦(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟିଂ ଓ ବୋଲିଂରେ କମାଲ କରି ଆଧିପତ୍ୟ ବିସ୍ତାର କରିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୨୮୨ ରନ କରି  ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୦.୪ ଓଭରରେ ୧୪୫ ରନ କରି ଅଲଆଉଟ ହୋଇଥିଲା।

ବିଜୟ ହଜାରେ ଟ୍ରଫି: ଫାଇନାଲରେ ମୁମ୍ବାଇ

ବିଜୟ ହଜାରେ ଟ୍ରଫି: ଫାଇନାଲରେ ମୁମ୍ବାଇ

ବେଙ୍ଗାଲୁରୁ, ୧୮।୧୦(ପି.ଟି.)- ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ମୁମ୍ବାଇ ବିଜୟ ହଜାରେ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ବୁଧବାର ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷାବାଧାପ୍ରାପ୍ତ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଭିଜେଡି ପଦ୍ଧତିରେ ୬୦ ରନରେ ହାଇଦ୍ରାବାଦକୁ ହରାଇ ଫାଇନାଲକୁ ଉଠିଛି। 

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପରେ ବ୍ରୋଞ୍ଜ ଜିତିଲେ ଶ୍ରମିକଙ୍କ ପୁଅ

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପରେ ବ୍ରୋଞ୍ଜ ଜିତିଲେ ଶ୍ରମିକଙ୍କ ପୁଅ

ବୁଏନ୍ସ ଆରିଜ, ୧୮।୧୦(ପି.ଟି.)- ଏଠାରେ ଚାଲିଥିବା ୟୁଥ ଅଲିମ୍ପିକ୍ସରେ ତାମିଲନାଡୁର ଜଣେ ଖେତ ଶ୍ରମିକଙ୍କ ପୁଅ ପ୍ରବୀନ ଚିତ୍ରଭେଲ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ପୁରୁଷ ଟ୍ରିପଲ ଜମ୍ପରେ ପ୍ରବୀନ ଏହି ସଫଳତା ପାଇଛନ୍ତି। ଫଳରେ ଏଥିସହ ଭାରତ ଆତଲେଟିକ୍ସରେ ତା’ର ଦ୍ୱିତୀୟ ପଦକ ହାସଲ କରିଛି।