

ରାଜ୍ୟ | ସମ୍ବଲପୁର

୨ ଓଡ଼ିଆ ଶହୀଦଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଏମ୍ପି, ବିଧାୟକ
କାକଟପୁର,୧୬।୨(ଡି.ଏନ୍.ଏ.): ଜମ୍ମୁ-କଶ୍ମୀର ପୁଲ୍ଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ ହୋଇଥିଲେ। ଏ ନେଇ ଜଗତ୍ସିଂହପୁର ଏମ୍ପି କୁଳମଣି ସାମଲ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପୁରୀ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ ପ୍ରମୁଖ ଶନିବାର ଶହୀଦଙ୍କ ଜନ୍ମମାଟିକୁ ଯାଇଥିଲେ।

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣାକଲେ ସରକାର
ଭୁବନେଶ୍ୱର,୧୬।୨(ବ୍ୟୁରୋ): ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ ୨ ଓଡ଼ିଆ ଯବାନଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ୧୦ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ଶନିବାର ବୃଦ୍ଧି କରିଛନ୍ତି।

ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡ଼ିଆ ଶହୀଦ ଯବାନଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର,୧୬।୨(ବ୍ୟୁରୋ): ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ୨ ଓଡ଼ିଆ ବୀର ଯବାନଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ଶନିବାର ପହଞ୍ଚିଛି।

ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଲା ଫଳକ: ହୋଇପାରିଲାନି ଶିଳାନ୍ୟାସ
ତିହିଡ଼ି,୧୬।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଶନିବାର ୩ ପ୍ରକଳ୍ପ ଉଦ୍ଘାଟନ ଓ ବିଭିନ୍ନ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା।

ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର
ଛେଣ୍ଡିପଦା, ୧୬।୨(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀଧରପୁର ବାହାଳସାହିରେ ଗ୍ୟାସ ଲିକ୍ ହୋଇଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଚାଳଘର ପୋଡି ଜଳିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଖଇରା ନାଳପୋଲ ନିକଟରେ ବସ୍ ଦୁର୍ଘଟଣା: ଶିଶୁ ମୃତ, ୫ ଗୁରୁତର
କଟକ ଅଫିସ,୧୬।୨: କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଖଇରା ନାଳପୋଲ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ହଠାତ୍ ବର୍ଷା ବଢ଼ାଇଦେଲା ନାଲି ଚା’ର ଚାହିଦା
କେନ୍ଦୁଝର,୧୬।୨(ସ୍ବ.ପ୍ର.): ରାଜ୍ୟରେ ଶୀତ କମି ଆସୁଥିବା ଯୋଗୁ କିଛିଦିନ ଧରି ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଉଥିଲା। ମାତ୍ର ଶନିବାର ପାଣିପାଗରେ ପରିବର୍ତ୍ତନ ଘଟି ହଠାତ୍ ବର୍ଷା ହୋଇଛି। ଏହି ଉପଲକ୍ଷେ କେନ୍ଦୁଝର ସହରବାସୀ ନାଲି ଚା’ର ମଜା ଉଠାଇଛନ୍ତି।

ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି
କେନ୍ଦୁଝର,୧୬।୨(ସ୍ବ.ପ୍ର.): ଆସନ୍ତା ୨୨ ତାରିଖରୁ ହେବାକୁଥିବା ମାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲାର ୨୩,୨୩୩ ଜଣ ରେଗୁଲାର ଓ ୧,୨୨୧ ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୧୨୩ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ୩ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବାକୁ ନିଷ୍ପତ୍ତି ନିଆଯାଇଛି।

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଇକିଆରେ ୨ ମିନିଟ ନୀରବ ପ୍ରାର୍ଥନା
ରାଇକିଆ,୧୬।୨(ଡି.ଏନ୍ଏ.): ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ବୀର ଯବାନ ଶହୀଦ ହୋଇଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲଠାରେ ଶନିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...
ତିହିଡ଼ି,୧୬।୨(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ କଁାପଡ଼ାବିନ୍ଧା ଗ୍ରାମରେ ଜଣେ ମହିଳାଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ବିନି ଦାସ। ବିନିଙ୍କର ଗତବର୍ଷ ବିବାହ ହୋଇଥିଲା। କିନ୍ତୁ ତାଙ୍କ ସ୍ବାମୀଙ୍କର ଅନ୍ୟ ଝିଅ ସହ ପରକୀୟା ପ୍ରୀତି ଥିବା ଜାଣିପାରି ବିନି ଏହାକୁ ବିରୋଧ କରୁଥିଲେ।

ଶହୀଦ ମନୋଜ ଥିଲେ କୃତୀଛାତ୍ର: ଶ୍ରଦ୍ଧାଞ୍ଜଳି ଜଣାଇଲେ ପଢ଼ିଥିବା ଅମରେଶ୍ୱର ହାଇସ୍କୁଲ ଛାତ୍ରୀଛାତ୍ର
କାକଟପୁର,୧୬।୨(ଡି.ଏନ୍.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ୨ଜଣ ବୀର ସନ୍ତାନ ଶହୀଦ ହୋଇଛନ୍ତି।