ଫୁରସତ |

ଭାସମାନ ଡାକଘର...

ଭାସମାନ ଡାକଘର...
ପୃଥିବୀର ସମଗ୍ର ଦେଶ ମଧ୍ୟରୁ ଭାରତରେ ରହିଛି ସବୁଠୁ ଅଧିକ ଡାକଘର। ଏକଥା ପ୍ରାୟତଃ ସମସ୍ତଙ୍କୁ ଜଣା। ମାତ୍ର ଆମ ଦେଶରେ ଡାକଘରକୁ ନେଇ ଏମିତି ଏକ ତଥ୍ୟ ରହିଛି, ଯାହା ବାବଦରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ଭାରତରେ ରହିଛି ଫ୍ଲୋଟିଂ ପୋଷ୍ଟ ଅଫିସ୍‌ ବା ଭାସମାନ ଡାକଘର। ଜମ୍ମୁ-କଶ୍ମୀର ଶ୍ରୀନଗରରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଡାଲ୍‌ ହ୍ରଦରେ ରହିଛି ଦେଶର ପ୍ରଥମ ଭାସମାନ ଡାକଘର। ୨୦୧୧ ମସିହାରେ ଉଦ୍‌ଘାଟିତ ହୋଇଥିବା ଏହି ଡାକଘର ଏବେ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ବେଶ୍‌ ସହାୟକ ହେଉଛି। ଏହା ଏକ ବିରାଟ ଘର ଭଳି ଡଙ୍ଗା ଉପରେ ନିର୍ମିତ ହୋଇଛି। ଡାକଘର ବ୍ୟତୀତ ଉକ୍ତ ଡଙ୍ଗାରେ ଏକ ସଂଗ୍ରହାଳୟ ଏବଂ ଡାକ ଟିକେଟ୍‌ ବିକ୍ରି ହେଉଥିବା ଗୋଟିଏ ଦୋକାନ ରହିଛି। ଏହି ଡାକଘରରେ ଫୋନ୍‌ ଏବଂ ଇ-ମେଲ୍‌ କରିବାର ସୁବିଧା ମଧ୍ୟ ଉପଲବ୍ଧ। ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଏଠାରୁ ପୋଷ୍ଟ କରାଯାଉଥିବା ପ୍ରତ୍ୟେକ ଚିଠିରେ ଉକ୍ତ ହ୍ରଦର ବିଭିନ୍ନ ମନୋରମ ଛବି ରହିଥାଏ।
All Right Reserved By

ଫୁରସତ |

ପ୍ରତିବର୍ଷ ଯୁଦ୍ଧରେ ମରୁଛନ୍ତି ୧ଲକ୍ଷ ଶିଶୁ

ପ୍ରତିବର୍ଷ ଯୁଦ୍ଧରେ ମରୁଛନ୍ତି ୧ଲକ୍ଷ ଶିଶୁ

ମ୍ୟୁନିକ୍‌: ପ୍ରତିବର୍ଷ ଯୁଦ୍ଧ ଓ ତାହାର ପ୍ରଭାବ, କ୍ଷୁଧା ଏବଂ ସହାୟତାରୁ ବଞ୍ଚତ୍ତ ହୋଇ ୧ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ମୃତ୍ୟୁବରଣ କରୁଥିବା ସେଭ୍‌ ଦି ଚାଇଲ୍ଡ ଇଣ୍ଟରନ୍ୟାଶନାଲ ପକ୍ଷରୁ ଶୁକ୍ରବାର କୁହାଯାଇଛି। ୨୦୧୩ରୁ ୨୦୧୭ ମଧ୍ୟରେ ଯୁଦ୍ଧ ଦ୍ୱାରା ବିଶ୍ୱର ୧୦ଟି ରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଥିବା ବେଳେ ଏଥିପାଇଁ ଅନୂ୍ୟନ ୫,୫୦,୦୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଆକଳନ କରାଯାଇଛି। 

ଯେଉଁଠି ଶିବଙ୍କୁ ଲାଗିହୁଏ ସିଗାରେଟ

ଯେଉଁଠି ଶିବଙ୍କୁ ଲାଗିହୁଏ ସିଗାରେଟ

ଶିବଙ୍କ ମନ୍ଦିରରେ ସାଧାରଣତଃ ଭାଙ୍ଗ ଭୋଗ ଲାଗିବା କଥା କେହି କେହି ଉଣା ଅଧିକ ଜାଣିଥିବେ। ହେଲେ ହିମାଚଳ ପ୍ରଦେଶର ଅର୍କି ସୋଲନ ଜିଲାରେ ଥିବା ଶିବଙ୍କ ମନ୍ଦିର କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। 

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ପ୍ରେମୀ ଯୁଗଳ ପରସ୍ପର କେଉଁ ଅଙ୍ଗପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଜାଣିଛନ୍ତି କି? ସେମାନେ ପରସ୍ପରର ମୁଖମଣ୍ଡଳ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ମୁହଁର ଆକାର ପ୍ରେମ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିଥାଏ ବୋଲି କାନାଡ଼ା  ନିପିସିଙ୍ଗ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମଳିଛି।

 ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

 ଭୋପାଳ,୧୫।୨: ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ପୁନର୍ବାର ଜୀବିତ ହେବା ସତରେ ଏକ ଆଶ୍ଚର୍ଯ୍ୟକର ଘଟଣା।

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନ ଥାଏ। 

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ଦେଖିବାକୁ ଗଲେ ଆମକୁ ଭଲ ଲାଗୁଥିବା ଲୋକଙ୍କୁ ଆମେ ସମୟ ସମୟରେ ଉପହାର ଦେଇଥାଉ। ତେବେ ବେଳେବେଳେ ଉପହାର ଦେଉଥିଲେ ହେଁ ତାହା ନେଉଥିବା ଲୋକଙ୍କୁ କେତେମାତ୍ରାରେ ସନ୍ତୋଷ ଦେଇପାରୁଛି ତାହା ଜାଣିପାରି ନ ଥାଉ। ଅପରପକ୍ଷରେ ଉପହାର ଦେଇ ଯେତିକି ସନ୍ତୁଷ୍ଟ ହେବା କଥା ଆମେ ହୋଇ ପାରି ନ ଥାଉ। ତେବେ ଏମିତି କିଛି ଉପହାର ଅଛି, ଯାହା ଦେଉଥିବା ଏବଂ ନେଉଥିବା ଲୋକ ଉଭୟଙ୍କୁ ଖୁସି କରିପାରିବ। 

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଭାଲେଣ୍ଟାଇନ୍ସ ଡେ’ କିଏ କେତେ ଢଙ୍ଗରେ ପାଳନ କରିଥାଆନ୍ତି। ହେଲେ  ଛତିଶଗଡ଼ ବସ୍ତରରେ ଥିବା ଅବୁଝମାଡିଆ ଜନଜାତି ଏହି ଦିବସ ପାଳନ କରିବାରେ ସମସ୍ତଙ୍କଠାରୁ ଦୁଇ ପାଦ ଆଗରେ ବୋଲି କୁହାଯାଏ। କାରଣ ଏଠାରେ ଯେଉଁ ଯୁବତୀଙ୍କୁ କୌଣସି ଯୁବକ ପସନ୍ଦ କରନ୍ତି ଓ ଏଥିରେ ଯୁବତୀ ଜଣକ ରାଜି ହୋଇ ଯାଆନ୍ତି 

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ମଧ୍ୟପ୍ରଦେଶ ଶିବପୁରୀ ଜିଲାରେ କେତେକ ଜନଜାତି ସମ୍ପ୍ରଦାୟର ସ୍ବାମୀ ପରିବାରର ଆର୍ଥତ୍କ ସମସ୍ୟା ଯୋଗୁ ସ୍ବଚ୍ଛଳ ବର୍ଗଙ୍କୁ ସେମାନଙ୍କର ସ୍ତ୍ରୀ ବିକ୍ରି କରିଥାନ୍ତି। ଦିନ ପିଛା ୧୦ ଟଙ୍କାରେ ସ୍ତ୍ରୀମାନଙ୍କୁ ଏଠି କରାଯାଏ ବିକ୍ରି ।

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଭାରତୀୟ ପରମ୍ପରାରେ ପୂଜା ବ୍ରତକୁ ଦିଆଯାଇଥାଏ ପ୍ରାଧାନ୍ୟ। ସପ୍ତାହରେ ବିଭିନ୍ନ ଦିନରେ ଗୃହସ୍ଥଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଶାସ୍ତ୍ରରେ ଦିଆଯାଇଥାଏ ପରାମର୍ଶ। ଏହାଦ୍ୱାରା ସାମାଜିକ ତଥା ପାରିବାରିକ ଜୀବନ ମାର୍ଜିତ ହୋଇଥାଏ। 

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ଛୋଟବେଳୁ ଆମେ ଶୁଣିଛେ ବା ପଢ଼ିଛେ ଯେ ଶଦ୍ଦଠାରୁ ଆଲୋକର ଗତି ଅଧିକ ଦ୍ରୁତ।

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

ଫେବୃୟାରୀ ୧୪। ସହର ବଜାର ସବୁଠି ଦେଖିବାକୁ ମିଳୁଛି କିଛି ନିଆରା ଉତ୍ସବ। ବିଶେଷକରି ଯୁବବର୍ଗ ଏହି ଦିନକୁ ନେଇ କରିଛନ୍ତି ବିଶେଷ ଯୋଜନା। ଫେବୃୟାରୀ ୧୪ ତାରିଖକୁ ପ୍ରାୟ ସମସ୍ତଙ୍କର ଅପେକ୍ଷା ଥାଏ ।

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ  ହେବ ପ୍ରେମର ବର୍ଷା...

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ ହେବ ପ୍ରେମର ବର୍ଷା...

ଗୁରୁବାର ପାଳିତ ହେଉଛି ପ୍ରେମ ଦିବସ ଭାଲେଣ୍ଟାଇନ୍‌ ଡେ।  ପ୍ରେମର ପରିଭାଷାକୁ ପ୍ରତିପାଦିତ କରିବା ଏହି ଦିନଟିକୁ ପ୍ରେମୀ ଯୋଡ଼ା ଚାହିଁ ରହିଥାନ୍ତି।