ଖେଳ |

ସ୍ପେନ କୋଚ୍‌ ପଦରୁ ଜୁଲେନ ବିତାଡ଼ିତ

ସ୍ପେନ କୋଚ୍‌ ପଦରୁ ଜୁଲେନ ବିତାଡ଼ିତ
କ୍ରାସନୋଡର(ରୁଷିଆ),୧୩।୬(ଏଏଫ୍‌ପି)- ଦିନକ ପରେ ଫିଫା ବିଶ୍ୱକପ୍‌। କିନ୍ତୁ ଇଭେଣ୍ଟର ଅନ୍ୟତମ ଫେଭରାଇଟ ଦଳ ସ୍ପେନ ଦଳର କୋଚ୍‌ ଜୁଲେନ ଲୋପେଟେଗୁଇଙ୍କୁ ବୁଧବାର ବିତାଡ଼ିତ କରାଯାଇଛି। ଏ ନେଇ ସ୍ପାନିଶ ଫୁଟ୍‌ବଲ ଫେଡେରେଶନ ମୁଖ୍ୟ ଲୁଇସ ରୁବିଆଲେସ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ରିୟଲ ମାଡ୍ରିଡ୍‌ କ୍ଲବ ପକ୍ଷରୁ ଲୋପେଟେଗୁଇ ବିଶ୍ୱକପ୍‌ ପଦରେ ଦଳର ମ୍ୟାନେଜର ପଦ ସମ୍ଭାଳିବା ନେଇ ଘୋଷଣା ହୋଇଥିଲା। ଏହି ଘୋଷଣାର ସମୟକୁ ନେଇ ସ୍ପାନିଶ ଫେଡେରେଶନ ଓ ପ୍ରଶଂସକମାନଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଥିଲା। ”ମୁଁ ଏଠାରେ ସ୍ପଷ୍ଟ କରୁଛି ଯେ, ଜାତୀୟ ଫୁଟ୍‌ବଲ ଦଳର ମ୍ୟାନେଜର ପଦରୁ ଲୋପେଟେଗୁଇଙ୍କୁ ବିଦା କରାଯାଇଛି। ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ପୂର୍ବରୁ ଏଭଳି ଘୋଷଣା ଯୋଗୁ ଆମେ ବାଧ୍ୟ ହୋଇ ତାଙ୍କୁ ବିଦା କରିଛୁ। ରିୟଲ ମାଡ୍ରିଡ୍‌ ପକ୍ଷରୁ ଘୋଷଣା କରାଯିବା ପୂର୍ବରୁ ଲୋପେଟେଗୁଇ ଏ ସମ୍ପର୍କରେ ସୂଚିତ କରିଥିଲେ। ଏ ପର୍ଯ୍ୟନ୍ତ ସ୍ପେନ ଦଳର ଦାୟିତ୍ୱ କିଏ ନେବେ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ“ ବୋଲି ରୁବିଆଲେସ କହିଛନ୍ତି। ଲୋପେଟେଗୁଇ ୨୦୧୬ରେ ସ୍ପେନ ଦଳର ମ୍ୟାନେଜର ଦାୟିତ୍ୱରେ ନିଯୁକ୍ତ ହୋଇଥିଲେ। ତାଙ୍କ ପ୍ରତିନିଧିତ୍ୱରେ ସ୍ପେନ ଏଯାବତ ଅପରାଜିତ ରହିଛି। ବିଶ୍ୱକପ୍‌ ପୂର୍ବରୁ ଦଳ କ୍ରମାଗତ ୨୦ଟି ମ୍ୟାଚ୍‌ରେ ଅପରାଜିତ ରହିଛି। ଫଳରେ ଏହି ଦଳ ଚଳିତ ବିଶ୍ୱକପ୍‌ରେ ଟାଇଟଲ ହାସଲ କରିବା ନେଇ ବିଶେଷ ସମ୍ଭାବନା ଥିଲା। ମାତ୍ର ମ୍ୟାନେଜରଙ୍କ ଅନୁପସ୍ଥିତି ଦଳୀୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନିଶ୍ଚିତ। ଉଲ୍ଲେଖଥାଉ କି, ସ୍ପେନ ଦଳ ଶୁକ୍ରବାର ୟୁରୋପା ଚାମ୍ପିୟନ ପର୍ତ୍ତୁଗାଲ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।
All Right Reserved By

ଖେଳ |

ବିଶ୍ୱ ଜୁନିୟର କୁସ୍ତି: ସାଜନଙ୍କୁ ଐତିହାସିକ ପଦକ

ବିଶ୍ୱ ଜୁନିୟର କୁସ୍ତି: ସାଜନଙ୍କୁ ଐତିହାସିକ ପଦକ

ନୂଆଦିଲ୍ଲୀ,୧୯।୯(ପି.ଟି.)- ସାଜାନ ଭାନଓ୍ବାଲ ପ୍ରଥମ ଭାରତୀୟ ଯୋଦ୍ଧା ଭାବେ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ କ୍ରମାଗତ ପଦକ ଜିତିଛନ୍ତି। ସ୍ଲୋଭାକିଆର ଟ୍ରନାଭାଠାରେ ଚାଲିଥିବା ଇଭେଣ୍ଟର ୭୭ କିଗ୍ରା ଗ୍ରିକୋ ରୋମାନ ବର୍ଗରେ   ରୌପ୍ୟ ପଦକ ଜିତିଛନ୍ତି। 

ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ

ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ

ଦୁବାଇ,୧୯।୯(ପି.ଟି.)- ଚଳିତ ଏସିଆନ କପ୍‌ରେ ଭାରତ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚ୍‌ରେ ପାକିସ୍ତାନ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ପ୍ରତିଯୋଗିତରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କ୍ରମାଗତ ୨ୟ ଥର ଲାଗି ଟସ୍‌ ହାରିଛନ୍ତି। 

ଭାରତୀୟ ଜୁନିୟର ହକି ଦଳର ଉପ ଅଧିନାୟକ ଶିଳାନନ୍ଦ

ନୂଆଦିଲ୍ଲୀ,୧୯।୯(ପି.ଟି.)- ମାଲେସିଆରେ ଆସନ୍ତା ଅକ୍ଟୋବର ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ୮ମ ସୁଲତାନ ଅଫ୍‌ ଜୋହର କପ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିଲାଗି ବୁଧବାର ୧୮ ଜଣିଆ ଭାରତୀୟ ଜୁନିୟର ହକି ଦଳ ଘୋଷିତ ହୋଇଯାଇଛି। ଦଳର ନେତୃତ୍ୱ ମନ୍ଦୀପ ମୋରଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ସହାୟତା ଲାଗି ଓଡ଼ିଶାର ଶିଳାନନ୍ଦ ଲାକ୍ରାଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି

ପାନ ପାସିଫିକ ଓପନ: କ୍ୱାର୍ଟରରେ ଓସାକା

ପାନ ପାସିଫିକ ଓପନ: କ୍ୱାର୍ଟରରେ ଓସାକା

ଟୋକିଓ,୧୯।୯(ଏଏଫ୍‌ପି)- ୟୁଏସ୍‌ ଓପନ ଚାମ୍ପିୟନ ନାଓମି ଓସାକା ଏଠାରେ ଚାଲିଥିବା ପାନ ପାସିଫିକ ଓପନ କ୍ୱର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଓସାକା ୬-୨, ୬-୧ ସେଟ୍‌ରେ ସ୍ଲୋଭାକିଆର ଡୋମିନିକା ସିବୁଲକୋଭାଙ୍କୁ ହରାଇ ଦେଇଛନ୍ତି। 

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ନିଜକୁ ସୁରକ୍ଷିତ କଲେ ସାନିଆ ମିର୍ଜା

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ନିଜକୁ ସୁରକ୍ଷିତ କଲେ ସାନିଆ ମିର୍ଜା

ହାଇଦ୍ରାବାଦ, ୧୯।୯: ଏସିଆ କପରେ ଭାରତ ଓ ପାକିସ୍ତାନ ସୁପରହିଟ ମୁକାବିଲା ପୂର୍ବରୁ ନିଜକୁ ସୁରକ୍ଷିତ କରିଛନ୍ତି ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା। 

ଧୋନୀ ୪ର୍ଥ କ୍ରମରେ ବ୍ୟାଟିଂ କରିବା ଉଚିତ- ଜାହିର

ଧୋନୀ ୪ର୍ଥ କ୍ରମରେ ବ୍ୟାଟିଂ କରିବା ଉଚିତ- ଜାହିର

ମୁମ୍ବାଇ,୧୯।୯- ଭେଟେରାନ ମହେନ୍ଦ୍ର ସିଂ ଧୋନୀ ୪ର୍ଥ କ୍ରମରେ ବ୍ୟାଟିଂ କରିବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ପେସର ଜାହିର ଖାଁ।  

ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଦଳରେ ପରିିବର୍ତ୍ତନ

ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଦଳରେ ପରିିବର୍ତ୍ତନ

କିଙ୍ଗ୍‌ଷ୍ଟନ,୧୯।୯- ଆସନ୍ତା ମାସରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ ଲାଗି ଘୋଷିତ େଓଷ୍ଟଇଣ୍ଡିଜ୍‌ ଦଳରେ ପରିିବର୍ତ୍ତନ କରାଯାଇଛି। ଆହତ ସମସ୍ୟା ଯୋଗୁ ଅଲଜାରି ଜୋଶେଫଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ତାଙ୍କ ବଦଳରେ ଶେର୍ମାନ ଲଓ୍ବେିସଙ୍କୁ ଦଳରେ ସ୍ଥାନ ମିଳିଛି। 

ଛୁରାମାଡ଼ରେ ମହିଳା ଗଲ୍ଫ ଖେଳାଳିଙ୍କ ମୃତ୍ୟୁ

ଛୁରାମାଡ଼ରେ ମହିଳା ଗଲ୍ଫ ଖେଳାଳିଙ୍କ ମୃତ୍ୟୁ

ସିକାଗୋ,୧୯।୯- ସ୍ପାନିଶ କଲେଜ ଲେଭଲ ଚାମ୍ପିୟନ ଗଲ୍ଫର ସେଲିଆ ବାର୍କୁଇନ ଆରୋଜାମେନାଙ୍କୁ ଛୁରି ମାରି ହତ୍ୟା କରାଯାଇଛି। ଘର ନ ଥିବା ଜଣେ ବ୍ୟକ୍ତିଙ୍କୁ ଗଲ୍ଫରଙ୍କ ବଲାତ୍କାର ଓ ହତ୍ୟା ଲାଗି ଗିରଫ କରାଯାଇଥିବା ଆମେରିକାର ଲୋଓ୍ବା ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି। 

ମେସିଙ୍କ ହ୍ୟାଟ୍ରିକ

ମେସିଙ୍କ ହ୍ୟାଟ୍ରିକ

ବାର୍ସିଲୋନା,୧୯।୯- ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ହ୍ୟାଟ୍ରିକ ଗୋଲ ବଳରେ ବାର୍ସିଲୋନା କ୍ଲବ ଚାମ୍ପିୟନ୍ସ ଲିଗ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ୪-୦ ଗୋଲରେ ଡଚ୍‌ ଚାମ୍ପିୟନ ପିଏସ୍‌ଭି ଇଣ୍ଡଓଭେନକୁ ହରାଇ ଦେଇଛି।

ରାଜ୍ୟ ଓପନ୍‌ ଜୁଡୋ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ରାଜ୍ୟ ଓପନ୍‌ ଜୁଡୋ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧୯ା୯-ପାରଦୀପସ୍ଥିତ ମ୍ୟୁନିସ୍‌ପାଲ କଲ୍ୟାଣମଣ୍ଡପଠାରେ ରାଜ୍ୟ ଓପନ ଜୁଡୋ ଚାମ୍ପିୟନଶିପ୍‌ ଏବଂ ୨୦୧୮ ପାଇଁ କ୍ୟାଡେଟ୍‌, ଜୁନିୟର ଏବଂ ସିନିୟର  ବିଭାଗରେ ସିଲେକ୍ସନ ଟ୍ରାଏଲ ଅନୁଷ୍ଠିତ ହୋଇଯାଇଛି। 
କିସ୍‌, ବରଗଡ଼ ଓ କିସ୍‌ ଯଥାକ୍ରମେ କ୍ୟାଡେଟ୍‌, ଜୁନିୟର ଓ ସିନିୟର କାଟେଗୋରିରେ ଟିମ୍‌ ଚାମ୍ପିୟନ ହୋଇଛନ୍ତି।  ଏହି ଇଭେଣ୍ଟରେ କିସ୍‌ ଓ ଭୁବନେଶ୍ୱର ସମେତ ୧୫ଟି ଜିଲ୍ଲା/ୟୁନିଟ୍‌ର ୨୦୦ରୁ ଅଧିକ ଖେଳାଳି ଓ ଅଫିସିଆଲ ଅଂଶଗ୍ରହଣ କରିଥିଲେ। 

କଟକରେ ସର୍ବଭାରତୀୟ ପୋଲିସ ଜୁଡୋ

କଟକରେ ସର୍ବଭାରତୀୟ ପୋଲିସ ଜୁଡୋ

କଟକ ଅଫିସ୍‌,୧୯ା୯-ଓଡ଼ିଶା ପୋଲିସ ପକ୍ଷରୁ ତୃତୀୟ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ।  ନଭେମ୍ବର ୧୫ରୁ ୧୯ ତାରିଖ  ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କଟକ ଜବାହରଲାଲ୍‌ ନେହେରୁ ଷ୍ଟାଡିୟମ ଓ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର ହଲଠାରେ ହେବ। ଏହାର ସଫଳ ଆୟୋଜନ ନେଇ ମଙ୍ଗଳବାର ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ରିଟିଶ ଆଇନଜ୍ଞଙ୍କ ସହାୟତା ନେବ ବିସିସିଆଇ

ବ୍ରିଟିଶ ଆଇନଜ୍ଞଙ୍କ ସହାୟତା ନେବ ବିସିସିଆଇ

ନୂଆଦିଲ୍ଲୀ,୧୯ା୯(ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ଷତିପୂରଣ ମାମଲାର ଶୁଣାଣି ଆସନ୍ତା ମାସରେ କରିବ। ବିସିସିଆଇ ଏଥିପାଇଁ ଦୁବାଇସ୍ଥିତ ଏକ ଫାର୍ମ ଏବଂ ଜଣେ ବ୍ରିଟିଶ ଆଇନଜ୍ଞଙ୍କ ସହାୟତା ନେଇଛି। ଭାରତ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ର ଅନୁସାରେ ଦୁଇ ପଡୋଶୀ ଦେଶ ୨୦୧୫ରୁ ୨୦୨୩ ମଧ୍ୟରେ ୬ଟି ଦ୍ୱିପାକ୍ଷିକ ସିରିଜ ଖେଳିବା କଥା। ମାତ୍ର ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଏଥିପାଇଁ ବିସିସିଆଇଠାରୁ ପିସିବି ପ୍ରାୟ ୪୪୭ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି।