ଫୁରସତ |

ଭାସମାନ ଡାକଘର...

ଭାସମାନ ଡାକଘର...
ପୃଥିବୀର ସମଗ୍ର ଦେଶ ମଧ୍ୟରୁ ଭାରତରେ ରହିଛି ସବୁଠୁ ଅଧିକ ଡାକଘର। ଏକଥା ପ୍ରାୟତଃ ସମସ୍ତଙ୍କୁ ଜଣା। ମାତ୍ର ଆମ ଦେଶରେ ଡାକଘରକୁ ନେଇ ଏମିତି ଏକ ତଥ୍ୟ ରହିଛି, ଯାହା ବାବଦରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ଭାରତରେ ରହିଛି ଫ୍ଲୋଟିଂ ପୋଷ୍ଟ ଅଫିସ୍‌ ବା ଭାସମାନ ଡାକଘର। ଜମ୍ମୁ-କଶ୍ମୀର ଶ୍ରୀନଗରରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଡାଲ୍‌ ହ୍ରଦରେ ରହିଛି ଦେଶର ପ୍ରଥମ ଭାସମାନ ଡାକଘର। ୨୦୧୧ ମସିହାରେ ଉଦ୍‌ଘାଟିତ ହୋଇଥିବା ଏହି ଡାକଘର ଏବେ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ବେଶ୍‌ ସହାୟକ ହେଉଛି। ଏହା ଏକ ବିରାଟ ଘର ଭଳି ଡଙ୍ଗା ଉପରେ ନିର୍ମିତ ହୋଇଛି। ଡାକଘର ବ୍ୟତୀତ ଉକ୍ତ ଡଙ୍ଗାରେ ଏକ ସଂଗ୍ରହାଳୟ ଏବଂ ଡାକ ଟିକେଟ୍‌ ବିକ୍ରି ହେଉଥିବା ଗୋଟିଏ ଦୋକାନ ରହିଛି। ଏହି ଡାକଘରରେ ଫୋନ୍‌ ଏବଂ ଇ-ମେଲ୍‌ କରିବାର ସୁବିଧା ମଧ୍ୟ ଉପଲବ୍ଧ। ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଏଠାରୁ ପୋଷ୍ଟ କରାଯାଉଥିବା ପ୍ରତ୍ୟେକ ଚିଠିରେ ଉକ୍ତ ହ୍ରଦର ବିଭିନ୍ନ ମନୋରମ ଛବି ରହିଥାଏ।
All Right Reserved By

ଫୁରସତ |

ପାଣିତଳେ ୧୨ ହଜାର ବର୍ଷ ତଳର ସୁଡ଼ଙ୍ଗ

ପାଣିତଳେ ୧୨ ହଜାର ବର୍ଷ ତଳର ସୁଡ଼ଙ୍ଗ

ମେକ୍ସିକୋରେ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗକୁ ଠାବ କରାଯାଇଛି। ଏହି ଲମ୍ବା ସୁଡ଼ଙ୍ଗଟି ପାଣି ଭିତରେ ରହିଛି। କିଛି ସମୁଦ୍ର ବୁଡ଼ାଳି ଏହି ସୁଡ଼ଙ୍ଗକୁ ଠାବ କରିବାରେ ହୋଇଛନ୍ତି ସକ୍ଷମ । ଏହାର ଲମ୍ବ ୩୪୭ କିଲୋମିଟର ରହିଥିବା ବେଳେ ଏହା ୧୨ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। 

ପୃଥିବୀର ସବୁଠୁ ଛୋଟ ମହିଳା

ପୃଥିବୀର ସବୁଠୁ ଛୋଟ ମହିଳା

ବ୍ରିଟେନର ଜର୍ଜିୟା ର଼୍ୟାନିନ ପୃଥିବୀର ସବୁଠୁ ଛୋଟ ମହିଳା। ଜର୍ଜିୟାଙ୍କ ଉଚ୍ଚତା ମାତ୍ର ୩୧ ଇଞ୍ଚ । ସ୍କେଲିଟାଲ ଡିସପ୍ଲାସିଆ ରୋଗ କାରଣରୁ ପିଲାଦିନୁ ତାଙ୍କ ଉଚ୍ଚତା ସେଭଳି ବଢି ନ ଥିଲା ବୋଲି ପରିବାର ସଦସ୍ୟ କୁହନ୍ତି।

ଅଦୃଶ୍ୟ ହାତ ଘଣ୍ଟା

ଅଦୃଶ୍ୟ ହାତ ଘଣ୍ଟା

ଗ୍ରୀଷ୍ମଦିନରେ ପ୍ରବଳ ଖରାରେ ଘଣ୍ଟା ପିନ୍ଧିବା ବିରକ୍ତିକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ନୂତନ ଧରଣର ହାତଘଣ୍ଟା। ଏହି ଘଣ୍ଟା ତାପମାତ୍ରା ବଢ଼ିବା ସହିତ ଧୀରେ ଧୀରେ ଅଦୃଶ୍ୟ ହୋଇଯିବ। ତାପମାତ୍ରା ଅଧିକ ହେଲେ ଘଡ଼ି ପତଳା ହେବାକୁ ଲାଗେ।

କାହିଁକି ରାତିରେ ଏସବୁ କରିବା ମନା

କାହିଁକି ରାତିରେ ଏସବୁ କରିବା ମନା

ରାତିରେ କେତେକ କାମ ନ କରିବା ଲାଗି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାଦ୍ୱାରା ସୁଖଶାନ୍ତିରେ ବାଧା ଆସି ଥାଏ। ରାତିରେ ନଖ କାଟିବାକୁ କିଛି ଲୋକ ପସନ୍ଦ କରିଥାନ୍ତି । ମାତ୍ର ରାତିରେ ନଖ କାଟିବା ଶାସ୍ତ୍ରାନୁସାରେ ଅଶୁଭ। ଏପରିକି ନଖ କାଟିବା ପରେ ସ୍ନାନକୁ ମଧ୍ୟ ବାରଣ କରାଯାଏ।

ଯେଉଁଠି ଖୁସିରେ ଗୀତ ଗାଇବା ପାଇଁ ନେବାକୁ ହୁଏ ଅନୁମତି

ଯେଉଁଠି ଖୁସିରେ ଗୀତ ଗାଇବା ପାଇଁ ନେବାକୁ ହୁଏ ଅନୁମତି

ହଂକରେ ରହିଛି ଏଭଳି  ନିୟମ । ଏଠାରେ ସମୁଦ୍ର କୂଳରେ ଗୀତ ଗାଇବା ଦଣ୍ଡନୀୟ ଅପରାଧ। ଗୀତ ଗାଇବା ପାଇଁ ନେବାକୁ ହୋଇଥାଏ ଅନୁମତି। ଏହାର ଅବମାନନା କଲେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜେଲ୍‌ ଯିବାକୁ ପଡ଼ିଥାଏ ।

ହାଓ୍ବାଇର ସାମୁଦ୍ରିକ ଦ୍ୱୀପରେ ପର୍ଯ୍ୟବେକ୍ଷଣ କରିବ ସବ୍‌ମେରାଇନ୍‌

ହାଓ୍ବାଇର ସାମୁଦ୍ରିକ ଦ୍ୱୀପରେ ପର୍ଯ୍ୟବେକ୍ଷଣ କରିବ ସବ୍‌ମେରାଇନ୍‌

ଓ୍ବାଶିଂଟନ୍‌: ଆସନ୍ତା ୨୦ରେ ହାଓ୍ବାଇ ନିକଟବର୍ତ୍ତୀ ସମୁଦ୍ରଶଯ୍ୟାକୁ ଏକ ସବ୍‌ମେରାଇନ୍‌ ପଠାଇବା ଲାଗି ନାସା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୃହସ୍ପତିର ଚନ୍ଦ୍ର ୟୁରୋପା ଏବଂ ଶନିର ଚନ୍ଦ୍ର ଏନ୍‌କ୍ଲିୟାଡସ୍‌ର ପରିବେଶ ଅନୁସନ୍ଧାନରେ ଏହା ସହାୟକ ହୋଇପାରିବ ବୋଲି ନାସା ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି।

ବିଲୁପ୍ତ ହେବାକୁ ବସିଛି ଅଷ୍ଟ୍ରେଲୀୟ ବିରଳ ପକ୍ଷୀ

ବିଲୁପ୍ତ ହେବାକୁ ବସିଛି ଅଷ୍ଟ୍ରେଲୀୟ ବିରଳ ପକ୍ଷୀ

କାନବେରା: ବର୍ତ୍ତମାନ ଅଷ୍ଟ୍ରେଲିଆରେ ବିରଳ ପ୍ରଜାତିର ୧୨ଯୋଡ଼ା ପ୍ରଜନନକାରୀ ପକ୍ଷୀ ବଞ୍ଚତ୍ ରହିଛନ୍ତି। ନ୍ୟୁ ସାଉଥ୍‌ ଓ୍ବେଲ୍‌ସରେ ଆକ୍ରମଣକାରୀ ଫେରାଲ୍‌ ଫକ୍ସଙ୍କ ଯୋଗୁ ଏମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଏଗୁଡ଼ିକ ସାଧାରଣତଃ ଉପକୂଳ ଅଞ୍ଚଳରେ ଦେଖାଯାଆନ୍ତି। ଷ୍ଟୋନ୍‌-କର୍ଲ୍ୟୁ ନାମରେ ପରିଚିତ ଏହି ପକ୍ଷୀ ଅଷ୍ଟ୍ରେଲିଆର ସ୍ବଦେଶୀ ପକ୍ଷୀ।

ଅପରାଧୀଙ୍କୁ ଧରିବ ସନଗ୍ଲାସ୍‌

ଅପରାଧୀଙ୍କୁ ଧରିବ ସନଗ୍ଲାସ୍‌

ପୋଲିସଙ୍କର ଦାୟିତ୍ୱ ଅପରାଧୀଙ୍କୁ ଧରିବା। କିନ୍ତୁ ଏବେ ବଦଳି ଯାଇଛି ଟ୍ରେଣ୍ଡ। ଏଣିକି ଆଉ ପୋଲିସ ନୁହେଁ ବରଂ ସେମାନଙ୍କ ଚଷମା ଚିହ୍ନିବ ଅପରାଧୀ କିଏ। 

କେଉଁ  ଦିନ ମହାଦେବଙ୍କୁ ଅର୍ପଣ କରିବେନି ବେଲପତ୍ର

କେଉଁ ଦିନ ମହାଦେବଙ୍କୁ ଅର୍ପଣ କରିବେନି ବେଲପତ୍ର

ଭଗବାନ ଶିବଙ୍କୁ ବେଲପତ୍ର ବହୁତ ପସନ୍ଦ ଆସିଥାଏ ବୋଲି ଶିବ ପୁରାଣରେ ଉଲ୍ଲେଖ ଅଛି । ଶିବଙ୍କ ପୂଜାରେ ଏହାକୁ ସାମିଲ କରିବା ଅନିବାର୍ଯ୍ୟ କୁହାଯାଇଥାଏ । ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

ନିଦରେ ଯେବେ ଲାଗେ ଏପରି...

ନିଦରେ ଯେବେ ଲାଗେ ଏପରି...

ନିଦରେ ଶୋଇଥିବା ସମୟରେ କେତେକ ଛାତି ଉପରେ କିଛି ଭାରି ଜିନିଷର ଅନୁଭବ କରନ୍ତି। ସେମାନେ ଆଖିଖୋଲି ମଧ୍ୟ ଉଠିବାକୁ ଚେଷ୍ଟା କରନ୍ତି। ମାତ୍ର ଉଠି ପାରନ୍ତି ନାହିଁ। କେହି କେହି ଏହାକୁ ପ୍ରେତାତ୍ମା ବସିଥିବା କହିଥାନ୍ତି। ଏହାପରେ ଆରମ୍ଭ ହୋଇଥାଏ ଝଡ଼ା,ଫୁଙ୍କା, ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର ଅନେକ କିଛି। 

ନାରୀଙ୍କ ମନ କଥା ସମ୍ପର୍କରେ ସୂଚନା ଦିଏ ଏସବୁ ଅଙ୍ଗ...

ନାରୀଙ୍କ ମନ କଥା ସମ୍ପର୍କରେ ସୂଚନା ଦିଏ ଏସବୁ ଅଙ୍ଗ...

ନାରୀଙ୍କ ମନ କଥା ଜାଣିବା ଭାରି କଷ୍ଟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କିନ୍ତୁ ଏପରି କିଛି କୌଶଳ ରହିଛି ଯାହା ଦ୍ୱାରା ଖୁବ୍‌ ସହଜରେ ନାରୀଙ୍କ ମନକଥା ଜାଣିହେବ । ନାରୀଙ୍କ ଶରୀରର କିଛି ନିଦ୍ଦିଷ୍ଟ ଅଙ୍ଗ ସେମାନଙ୍କ ପ୍ରକୃତି, ସ୍ବଭାବ ସହିତ ମନ କଥା କହିଦେଇଥାଏ।

ହାତୀ କରୁଛି ଭଗବାନ କୃଷ୍ଣଙ୍କ ଆଳତି

ହାତୀ କରୁଛି ଭଗବାନ କୃଷ୍ଣଙ୍କ ଆଳତି

ମଥୁରାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଏକ ହାତୀ ଭଗବାନ କୃଷ୍ଣଙ୍କ ଆଳତି କରୁଛି। ମଥୁରାର ଗୋକୁଳରେ ରହିଛି ରମଣ ରେବତୀ ମନ୍ଦିର। ଏଠାରେ ଏକ ମାଈ ହାତୀ ଭଗବାନଙ୍କ ଆଳତି କରିଥାଏ। ହାତୀର ମାହୁନ୍ତ  ସଲିମ ଖାଁ ଏବଂ ଅମଜାଦ ଖାଁ ରାଧା ନାମକ ଏହି ହାତୀର ଦେଖାରଖା କରନ୍ତି।