ବାଣିଜ୍ୟ |

ହୋଣ୍ଡା ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ର ଡେଲିଭରୀ ଆରମ୍ଭ

ହୋଣ୍ଡା ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ର ଡେଲିଭରୀ ଆରମ୍ଭ

ଜୟପୁର,୧୩-୬ ହୋଣ୍ଡା ମୋଟର୍‌ସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ର ଡେଲିଭରୀ ବୁଧବାର ଆରମ୍ଭ କରିଛି। ରାଜସ୍ଥାନର ଜୟପୁରଠାରେ ଏକ ମେଗା କାର୍ଯ୍ୟକ୍ରମରେ ଏହାର ପ୍ରଥମ ଡେଲିଭରୀ କରାଯାଇଛି। ୨୦୧୮ ଅଟୋ ଏକ୍ସପୋରେ ଏହାର ଉନ୍ମୋଚନ କରାଯାଇଥିଲା। ଏହା ଏକ ହାଲୁକା ଏବଂ ଅତ୍ୟନ୍ତ ଶକ୍ତିଶାଳୀ ବାଇକ୍‌ । ଅତ୍ୟାଧୁନିକ ୭-ସ୍ପିଡ୍‌ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିଶନ୍‌(ଡିସିଟି), ଥ୍ରୋଟଲ୍‌ ବାଇ ଓ୍ବେର୍‌(ଟିବିଡବ୍ଲ୍ୟୁ) ଜରିଆରେ କ୍ରୁଜ୍‌ କଣ୍ଟ୍ରୋଲ, ଆଙ୍ଗେଲ୍‌ ଏବଂ ହାଇଟ୍‌ ପାଇଁ ଇଲେକ୍ଟ୍ରିକ୍‌ ଉଇଣ୍ଡ୍‌ସ୍କ୍ରିନ୍‌ ଆଡ୍‌ଜଷ୍ଟେବଲ୍‌ ଆଦି ବୈଶିଷ୍ଟ୍ୟ ଏଥିରେ ରହିଛି। ଏଥିରେ ଆପଲ୍‌ କାର୍‌ପ୍ଲେ ଇଣ୍ଟିଗ୍ରେଶନ୍‌ ରହିଛି, ଯାହାଦ୍ୱାରା ଆଇଫୋନ୍‌ ୟୁଜରମାନେ ସେମାନଙ୍କ ସ୍ମାର୍ଟଫୋନ୍‌କୁ ଗୋଲ୍‌ଡ ଓ୍ବିଙ୍ଗ୍‌ ସହ କନେକ୍ଟ କରିପାରିବେ। ୭ ଇଞ୍ଚ ଟିଏଫ୍‌ଟି କଲର୍‌ ଡିସ୍‌ପ୍ଲେ, ଫୁଲ୍‌ ଏଲ୍‌ଇଡି ଲାଇଟିଂ ଏବଂ ଅଟୋ କ୍ୟାନ୍‌ସେଲିଂ ଇଣ୍ଡିକେଟର ଓ ସ୍ମାର୍ଟ କି’ କଣ୍ଟ୍ରୋଲ ଆଦି ବୈଶିଷ୍ଟ୍ୟ ଏଥିରେ ରହିଛି। କ୍ୟାଣ୍ଡି ଆର୍ଡେଣ୍ଟ୍‌ ରେଡ୍‌ କଲର୍‌ରେ ଏହା ଉପଲବ୍ଧ। ଏହାର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୨୬.୮୫ ଲକ୍ଷ ଟଙ୍କା ରହିଛି।
ଏହି ପରିପ୍ରେକ୍ଷୀରେ ହୋଣ୍ଡା ମୋଟର୍‌ସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି(ବିକ୍ରି ଏବଂ ମାର୍କେଟିଂ) ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି ଯେ, ହୋଣ୍ଡା ୨ହ୍ବିଲର୍ସ ଇଣ୍ଡିଆ ଅଟୋ ଏକ୍ସପୋ ପାଭିଲିଅନ୍‌ରେ ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ ଶୋ’ଷ୍ଟପର୍‌ ଥିଲା। ଉତ୍ତମ ରେସ୍‌ପନ୍ସ ଏବଂ ୩୫ରୁ ଊର୍ଦ୍ଧ୍ୱ ବୁକିଂ ଗ୍ରହଣ କରିବା ପରେ ଆମେ ଏହାର ଡେଲିଭରି ଆରମ୍ଭ କରିଛୁ। ଏହାକୁ କିଙ୍ଗ୍‌ ଅଫ୍‌ ଟୁରର୍ସ କୁହାଯାଉଛି।

All Right Reserved By

ବାଣିଜ୍ୟ |

ସ୍ବାସ୍ଥ୍ୟ ଉପଦେଷ୍ଟା ଡ. ଅତୁଲ୍‌ ଗଓ୍ବାଣ୍ଡେ

ସ୍ବାସ୍ଥ୍ୟ ଉପଦେଷ୍ଟା ଡ. ଅତୁଲ୍‌ ଗଓ୍ବାଣ୍ଡେ

ବିଶ୍ୱର ୩ ପ୍ରମୁଖ କମ୍ପାନୀ ହେଉଛନ୍ତି ଆମାଜନ୍‌, ଓ୍ବର୍କଶାୟାର୍‌ ହାଥାଓ୍ବେ ଏବଂ ଜେପି ମୋର୍ଗାନ୍‌ ଚେଜ୍‌। ଏମାନେ ମିଳିତ ହୋଇ ଏକ ନୂଆ କମ୍ପାନୀ ଗଢ଼ିବେ, ଯାହାକି ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରିବ। ଏହି ଯୌଥ ଉଦ୍ୟୋଗର ମୁଖ୍ୟ କାର୍ଯ୍ୟାଳୟ ବୋଷ୍ଟନ୍‌ରେ ରହିବ।

ସତେଚନତା ଅଭାବରୁ କମୁଛି ମ୍ୟାଟ୍ରେସ ବିକ୍ରି

ସତେଚନତା ଅଭାବରୁ କମୁଛି ମ୍ୟାଟ୍ରେସ ବିକ୍ରି

ମ୍ୟାଟ୍ରେସ୍‌ ବ୍ୟବହାରକୁ ନେଇ ରାଜ୍ୟରେ ସଚେତନତାର ଅଭାବ ରହିଛି। ଏହା ହେଉଛି ଏକ କାରଣ ଯାହାଦ୍ୱାରା ଏଠାରେ ମ୍ୟାଟ୍ରେସ୍‌ ବିକ୍ରି ଆଶାନୁରୂପକ ନାହିଁ। ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ। ଏଠାରେ ଲୋକମାନଙ୍କ ମଧ୍ୟରେ ମ୍ୟାଟ୍ରେସ୍‌ ବ୍ୟବହାର ଅତ୍ୟନ୍ତ କମ୍‌ ବୋଲି କୁହନ୍ତି ସୌକୀନ ଇଣ୍ଡଷ୍ଟ୍ରିଜ୍‌ର ସ୍ବତ୍ୱାଧିକାରୀ ସରୋଜ କୁମାର ପାତ୍ର। ରାଜ୍ୟର ମ୍ୟାଟ୍ରେସ୍‌ ବଜାରର ସ୍ଥିତି ଏବଂ କମ୍ପାନୀର ବିଭିନ୍ନ ଯୋଜନା ସମ୍ପର୍କରେ ସେ ଦେଇଥିବା ବିବରଣୀର ଏହା ଅଂଶବିଶେଷ।

ପ୍ରିଭେସି ନୀତିରେ ସଂଶୋଧନ ଆଣିଲା ହ୍ବାଟସ ଆପ୍‌

ପ୍ରିଭେସି ନୀତିରେ ସଂଶୋଧନ ଆଣିଲା ହ୍ବାଟସ ଆପ୍‌

ନୂଆଦିଲ୍ଲୀ, ୨୪-୬: ପ୍ରମୁଖ ମେସେଜିଂ ସେବା ପ୍ରଦାନକାରୀ ହ୍ବାଟସ୍‌ ଆପ୍‌ ଘରୋଇ ବଜାର ଲାଗି ଏହା ପ୍ରଭେସି (ଗୋପନୀୟତା) ନୀତିରେ ଶନିବାର ସଂଶୋଧନ ଆଣିଛି।

ସର୍ଭରରେ ତ୍ରୁଟି ଯୋଗୁ ୨୫  ଏୟାର ଇଣ୍ଡିଆ ବିମାନ ବିଳମ୍ବ

ସର୍ଭରରେ ତ୍ରୁଟି ଯୋଗୁ ୨୫ ଏୟାର ଇଣ୍ଡିଆ ବିମାନ ବିଳମ୍ବ

ନୂଆଦିଲ୍ଲୀ, ୨୪-୬: ସର୍ଭରରେ ତ୍ରୁଟି ଯୋଗୁ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୨୫ଟି ବିମାନର ବିଳମ୍ବ ଘଟିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକୁ ୩ ଘଣ୍ଟା ବିଳମ୍ବ ହୋଇଛି। ଆମେରିକାର ଆଣ୍ଟଲାଣ୍ଟାଠାରେ ଥିବା ଡାଟା ସେଣ୍ଟରରେ ସର୍ଭରରେ ତ୍ରୁଟି ହେବା ଯୋଗୁ ଏହି ଭଳି ଅସୁବିଧା ଉପୁଜିଛି।

ଆହୁରି କମିବ ପେଟ୍ରୋଲ, ଡିଜେଲ

ଆହୁରି କମିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ, ୨୪-୬: ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ଆହୁରି ହ୍ରାସ ଘଟିପାରେ। ଅଷ୍ଟ୍ରିଆର ଭିଏନା ଠାରେ ଚାଲିଥିବା ଓପେକ୍‌ ତଥା ଅଣ ଓପେକ ଦେଶ ସମୂହଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ତେଲ ଦର ହ୍ରାସ ସମ୍ଭାବନା ଦେଖା ଯାଇଛି।

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ, ୨୪-୬: ରେଲଓ୍ବେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରିବାକୁ ଆଗାମୀ ଦିନରେ ଡ୍ରୋନ ବ୍ୟବହାରକୁ ପ୍ରାଥମିକତା ଦେଉଛି। ରେଳ ଟ୍ରାକଗୁଡିକ ଉପରେ ନଜର ରଖିବାକୁ ଡ୍ରୋନ ବ୍ୟବହାର ନେଇ ରେଲଓ୍ବେ ବିଚାର କରୁଛି।

ସଂଶୋଧନ ହେବ ଖାଦ୍ୟ ସୁରକ୍ଷା ଆଇନ

ସଂଶୋଧନ ହେବ ଖାଦ୍ୟ ସୁରକ୍ଷା ଆଇନ

ନୂଆଦିଲ୍ଲୀ, ୨୪-୬: ଖାଦ୍ୟ ସୁରକ୍ଷା ଆଇନରେ ସଂଶୋଧନ କରିବାକୁ ସରକାର ଯୋଜନା କରୁଛନ୍ତି। ଏଥି ସଂକ୍ରାନ୍ତ ନୂଆ ଆଇନ କାର୍ଯ୍ୟକାରୀ ହେଲେ ଖାଦ୍ୟ ତଥା ପାନୀୟରେ ଅପମିଶ୍ରଣକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ କଡାକଡି କରିବେ।

ବ୍ରିଟେନ୍‌ ଅର୍ଥନୀତି ଉପରେ ବ୍ରେକଜିଟ୍‌ ପ୍ରଭାବ

ବ୍ରିଟେନ୍‌ ଅର୍ଥନୀତି ଉପରେ ବ୍ରେକଜିଟ୍‌ ପ୍ରଭାବ

ନୂଆଦିଲ୍ଲୀ, ୨୪-୬: ୟୁରୋପୀୟ ୟୁନିୟନ(ଇୟୁ)ରେ ବ୍ରିଟେନର ସମ୍ପୂର୍ଣ୍ଣ ଓହରିଯିବା ନିଷ୍ପତ୍ତି ଏହାର ଅର୍ଥ ବ୍ୟବସ୍ଥା ଲାଗି କିଭଳି ଭାବେ ଲାଭକାରୀ ହେବ ତାହା ବର୍ତ୍ତମାନ ଠାରୁ ଆକଳନ କରିବା କଷ୍ଟକର। ମାତ୍ର ବ୍ରିଟେନର ଏହି ଭଳି ନିଷ୍ପତ୍ତି ଏହାର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଜଣାପଡିଛି।

ଇନ୍‌ଫୋସିସ୍‌ର ବାର୍ଷିକ ସାଧାରଣ ବୈଠକ:ଯୋଗ ଦେଲେନି ନାରାୟଣମୂର୍ତ୍ତି

ଇନ୍‌ଫୋସିସ୍‌ର ବାର୍ଷିକ ସାଧାରଣ ବୈଠକ:ଯୋଗ ଦେଲେନି ନାରାୟଣମୂର୍ତ୍ତି

ବାଙ୍ଗାଲୋର,୨୪-୬(ପି.ଟି.) କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇନ୍‌ଫୋସିସ୍‌ ସହ-ପ୍ରତିଷ୍ଠାତା ଏନ୍‌. ଆର୍‌. ନାରାୟଣମୂର୍ତ୍ତି କମ୍ପାନୀର ୩୭ ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଯୋଗ ଦେଇନାହାନ୍ତି। ତେବେ ସେ ଦେଶ ବାହାରେ ଥିବା ତାଙ୍କର ଜଣେ ନିକଟ ସହଯୋଗୀ ପ୍ରକାଶ କରିଛନ୍ତି।

ଇ-କମର୍ସର ପ୍ରବେଶ କରିବ ଗୁଗଲ୍‌

ଇ-କମର୍ସର ପ୍ରବେଶ କରିବ ଗୁଗଲ୍‌

ନୂଆଦିଲ୍ଲୀ, ୨୪-୬: ସୁନ୍ଦର ପିଚାଇଙ୍କ ନେତୃତ୍ୱାଧୀନ ସର୍ଚ୍ଚ ଇଞ୍ଜିନ ଗୁଗଲ ବିଶ୍ୱ ଇ-କମର୍ସ ବଜାରରେ ପ୍ରବେଶ ଲାଗି ଯୋଜନା ରଖିଛି। କମ୍ପାନୀ ଏହାର ସେବା ଘରୋଇ ବଜାରରୁ ଆରମ୍ଭ କରିବ। ଦୀପାବଳି ସମୟରେ କମ୍ପାନୀ ସେବାର ଶୁଭାରମ୍ଭ ଲାଗି ଯୋଜନା ରଖିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ କମ୍ପାନୀ ଫ୍ଲିପକାର୍ଟରେ ନିବେଶ ନେଇ ସୁଯୋଗ ଅପେକ୍ଷାରେ ରହିଥିଲା। ମାତ୍ର ବର୍ତ୍ତମାନ ପ୍ଲିପକାର୍ଟର ୭୭% ଅଂଶଧନକୁ ଓ୍ବାଲମାର୍ଟ ଅଧିଗ୍ରହଣ କରିନେବାରୁ ଗୁଗୁଲ ଉକ୍ତ କ୍ଷେତ୍ରରେ ଏକକୀ ପ୍ରବେଶ ନେଇ ଯୋଜନା ଧାର୍ଯ୍ୟ କରିଛି।

ସାପ୍ତାହିକ ସମୀକ୍ଷା: ସେନ୍‌ସେକ୍ସରେ ବୃଦ୍ଧି

ସାପ୍ତାହିକ ସମୀକ୍ଷା: ସେନ୍‌ସେକ୍ସରେ ବୃଦ୍ଧି

ବମ୍ବେ,୨୪-୬(ପି.ଟି.) କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ବୃଦ୍ଧି ଘଟିଛି। ପୂର୍ବ ସପ୍ତାହ ତୁଳନାରେ ଏଇ ସପ୍ତାହରେ ସେନ୍‌ସେକ୍ସରେ ୬୭.୪୬ ପଏଣ୍ଟ ବୃଦ୍ଧି ଘଟିଥିବାବେଳେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟିରେ ୪.୧୫ ପଏଣ୍ଟ୍‌ ବୃଦ୍ଧି ଘଟିଛି। ସପ୍ତାହର ଅନ୍ତିମ କାରବାର ଦିବସରେ ଉଭୟ ଯଥାକ୍ରମେ ୩୫,୬୮୯.୬୦ ପଏଣ୍ଟ ଏବଂ ୧୦,୮୨୧.୮୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ନୂଆ ନିଯୁକ୍ତି-ସନ୍ଦୀପ ବକ୍ସି

ନୂଆ ନିଯୁକ୍ତି-ସନ୍ଦୀପ ବକ୍ସି

ବାଙ୍ଗାଲୋର,୨୪-୬: ଭିଡିଓକନ୍‌ ଋଣ ମାମଲାର ଆଭ୍ୟନ୍ତରୀଣ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚର ଛୁଟିରେ ରହିବେ। ତାଙ୍କ ଦାୟିତ୍ୱ ସମ୍ଭାଳିବେ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ତଥା ସିଇଓ ସନ୍ଦୀପ ବକ୍ସି।

Model This Week

ଆହାନା