ବାଣିଜ୍ୟ |

କାର୍ତ୍ତିଙ୍କ ବିରୋଧରେ ଇଡି କରିପାରେ ଚାର୍ଜ ଶିଟ୍‌

 କାର୍ତ୍ତିଙ୍କ ବିରୋଧରେ ଇଡି କରିପାରେ ଚାର୍ଜ ଶିଟ୍‌
ନୂଆଦିଲ୍ଲୀ,୧୩-୬: ଏୟାରସେଲ-ମାକ୍ସିସ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ବିରୋଧରେ ଏକ ସାନି ଚାର୍ଜଶିଟ୍‌ ଦାଖଲ କରିପାରେ। ଏ ନେଇ ଇଡି ପକ୍ଷରୁ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ମାମଲାରେ କାର୍ତ୍ତି ତଥା ଅନ୍ୟମାନଙ୍କ ଭୂମିକାକୁ ଭଲ ଭାବେ ତର୍ଜମା କରିବା ପରେ ଚାର୍ଜଶିଟ୍‌ ହୋଇପାରେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏୟାରସେଲ-ମାକ୍ସିସ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଦ୍ୱିତୀୟ ଥର ପାଇଁ ହାଜର ହୋଇଛନ୍ତି। ଚିଦାମ୍ବରମଙ୍କୁ ଜେରା ପାଇଁ ସମନ କରାଯାଇ ଥିବା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜୁନ ୫ରେ ପ୍ରଥମ ଥର ଲାଗି ଚିଦାମ୍ବରମଙ୍କୁ ସମନ କରାଯାଇଥିଲା। ଚିଦାମ୍ବରମଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଡିଲ୍‌ ଏବଂ ନିଷ୍ପତ୍ତି ଉପରେ ଇଡି ବିଭିନ୍ନ ପ୍ରଶ୍ନ କରିଥିବା ଅଧିକାରୀ ଜଣକ କହିଛନ୍ତି। ଏହା ଚିଦାମ୍ବରମଙ୍କୁ ଇଡି ମାମଲାର ବିଭିନ୍ନ ଦିଗ ଉପରେ ପ୍ରାୟ ୬ ଘଣ୍ଟାକାଳ ପ୍ରଶ୍ନ କରିଥିଲା।
All Right Reserved By

ବାଣିଜ୍ୟ |

ଜେ.କେ. ଟାୟାର୍ସ ସିଏମ୍‌ଡିଙ୍କୁ ମେକ୍ସିକୋର ଶ୍ରେଷ୍ଠ ବେସାମରିକ ସମ୍ମାନ

ଜେ.କେ. ଟାୟାର୍ସ ସିଏମ୍‌ଡିଙ୍କୁ ମେକ୍ସିକୋର ଶ୍ରେଷ୍ଠ ବେସାମରିକ ସମ୍ମାନ

ଭୁବନେଶ୍ୱର, ୧୯-୯:ଜେ.କେ. ଟାୟାର ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ମହାନିର୍ଦ୍ଦେଶକ ଡ. ରଘୁନାଥ ସିଘାଂଣିଆଙ୍କୁ ମେକ୍ସିକୋର ଶ୍ରେଷ୍ଠ ବେସାମରିକ ସମ୍ମାନ ପ୍ରଦାନ କରାଯାଇଛି। 

ଏଟିଏମ୍‌ କାଉଣ୍ଟର ଉପରେ ସୌର ପ୍ୟାନେଲ ଥୋଇବ ଏସ୍‌ବିଆଇ

ଏଟିଏମ୍‌ କାଉଣ୍ଟର ଉପରେ ସୌର ପ୍ୟାନେଲ ଥୋଇବ ଏସ୍‌ବିଆଇ

ମୁମ୍ବାଇ,  ୧୯-୯(ପି.ଟି.): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଏହାର ଏଟିଏମ୍‌ କାଉଣ୍ଟରରେ ସୌର ପ୍ୟାନେଲ ସ୍ଥାପନ କରିବ। ଦେଶର ଏହି ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆସନ୍ତା ୨ ବର୍ଷ ମଧ୍ୟରେ ପାଖାପାଖି ୧୦,୦୦୦ ଏଟିଏମ୍‌ କାଉଣ୍ଟରରେ ଏହି ବ୍ୟବସ୍ଥା କରିବା ପାଇଁ ଯୋଜନା ରଖିଛି।  

୮ ଅନାଦାୟ ସମ୍ପତ୍ତି ବିକ୍ରି କରିବ ଏସ୍‌ବିଆଇ

୮ ଅନାଦାୟ ସମ୍ପତ୍ତି ବିକ୍ରି କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୯-୯(ପି.ଟି.):ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଏହାର ୮ଟି ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ)କୁ ବିକ୍ରି କରିବ। ଏଥିପାଇଁ ବିତ୍ତ ପ୍ରତିଷ୍ଠାନ ଏବଂ ଆସେଟ୍‌ ରିକନଷ୍ଟ୍ରକ୍‌ଶନ କମ୍ପାନୀଗୁଡିକୁ ନିଲାମ ପ୍ରକ୍ରିୟାରେ ସାମିଲ ହେବା ସକାଶେ ଆହ୍ବାନ କରିଛି। ଏହା ଦ୍ୱାରା ବ୍ୟାଙ୍କ ପାଖାପାଖି ୩,୯୦୦ କୋଟି ଟଙ୍କା ଅସୁଲ କରିପାରିବ। ବ୍ୟାଙ୍କ ଏହାର ଓ୍ବେବ୍‌ସାଇଟ୍‌ରେ ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଛି। 

ହାଇଏଣ୍ଡ ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଆଡକୁ ମୁହାଁଉଛନ୍ତି ଗ୍ରାହକ

ହାଇଏଣ୍ଡ ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଆଡକୁ ମୁହାଁଉଛନ୍ତି ଗ୍ରାହକ

କଞ୍ଜ୍ୟୁମର ଡ୍ୟୁରେବଲ୍ସ ଓ ଡିଜିଟାଲ ପ୍ରଡକ୍ଟ (ହାଇଏଣ୍ଡ ଇଲେକଟ୍ରୋନିକ୍ସ ପ୍ରଡକ୍ଟ) ପ୍ରତି ଗ୍ରାହକଙ୍କ ଚାହିଦା ଏବେ ବଢିଛି। ଏହି ଧାରାରେ ନୂଆ ନୂଆ ମାନୁଫାକ୍‌ଚରର ଯୋଡି ହେଉଛନ୍ତି। କମ୍ପାନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେଉଛି। 

ଏଲ୍‌ ଆଣ୍ଡ ଟି ଫାଇନାନ୍ସ ପାଇଁ ଓଡିଶା ଗୁରୁତ୍ୱପୁର୍ଣ୍ଣ ବଜାର

ଏଲ୍‌ ଆଣ୍ଡ ଟି ଫାଇନାନ୍ସ ପାଇଁ ଓଡିଶା ଗୁରୁତ୍ୱପୁର୍ଣ୍ଣ ବଜାର

ଦେଶର ମାଇକ୍ରୋ ଲେଣ୍ଡିଂ (ଅଣୁ ଋଣ) କ୍ଷେତ୍ରରେ ଅଣ ବ୍ୟାଙ୍କିଂ ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି)ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏଭଳି ସଂସ୍ଥାଗୁଡିକ  ସଂଖ୍ୟାରେ ବର୍ତ୍ତମାନ ବୃଦ୍ଧି ଘଟିଛି। ଏଲ୍‌ ଆଣ୍ଡ ଟି ଫାଇନାନ୍ସ ହୋଲଡିଂ ଲିମିଟେଡ(ଏଲ୍‌ଟିଏଫ୍‌ସି) ଏହି କ୍ଷେତ୍ରରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ। ଏହା ରୁରାଲ ଫାଇନାନ୍ସ, ହାଉସିଂ ଫାଇନାନ୍ସ, ହୋଲସେଲ ଫାଇନାନ୍ସ, ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଭଳି ବିଭିନ୍ନ ଫାଇନାସିଆଲ ପ୍ରଡକ୍ଟ ଏବଂ ସେବା ପ୍ରଦାନ କରୁଛି। 

ବିଦେଶରୁ ଜବତ ହେବ ନୀରବଙ୍କ ସ୍ତାବର ସମ୍ପତ୍ତି

ବିଦେଶରୁ ଜବତ ହେବ ନୀରବଙ୍କ ସ୍ତାବର ସମ୍ପତ୍ତି

ନୂଆଦିଲ୍ଲୀ,୧୯-୯(ପିଟି): ନୀରବ ମୋଦିଙ୍କର ବିଦେଶରେ ଥିବା ୪୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିବ। ବେଆଇନ ଅର୍ଥକାରାବର ନିରୋଧ ଆଇନ୍‌ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନକୁ ଅଧିକ ବଳବତ୍ତର କରିବା ପାଇଁ ଇଡି ପ୍ରକ୍ରିୟା ଚଲାଇଛି। ଇଡିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି,  ଆମେରିକା, ଲଣ୍ଡନ, ସ୍ବିଜରଲାଣ୍ଡ, ହଂକଂ, ଏବଂ ସିଙ୍ଗାପୋରରେ ନୀରବ  ଓ ତାଙ୍କ ପରିବାରର ଥିବା ସମସ୍ତ ସ୍ଥାବର ସମ୍ପତ୍ତି ଜବତ ପାଇଁ ପ୍ରକ୍ରିୟା ଚାଲିଛି।

ସାମ୍‌ସଙ୍ଗ୍‌ ଆଣିଲା ଆକ୍ଟିଭ୍‌ ଏଲ୍‌ଇଡି

ସାମ୍‌ସଙ୍ଗ୍‌ ଆଣିଲା ଆକ୍ଟିଭ୍‌ ଏଲ୍‌ଇଡି

ନୂଆଦିଲ୍ଲୀ,୧୯-୯: ଘରେ ମନୋରଞ୍ଜନକୁ ଆଉଟିକେ ମଜାଦାର କରିବା ପାଇଁ ସାମ୍‌ସଙ୍ଗ୍‌ ଆକର୍ଷଣୀୟ ଏଲ୍‌ଇଡି ଟିଭି ବଜାରକୁ ଆଣିଛି। ୧୧୦ ଇଞ୍ଚ ଓ ୧୩୦ ଇଞ୍ଚ ବିଶିଷ୍ଟ ଫୁଲ୍‌ ହାଇ ଡେଫିନେଶନ(ଏଫ୍‌ଏଚ୍‌ଡି) ଏବଂ  ୨୨୦ ଇଞ୍ଚ ଓ ୨୬୦ ଇଞ୍ଚ ବିଶିଷ୍ଟ ଅଲ୍ଟା ହାଇ ଡେଫିନେଶନ(ୟୁଏଚ୍‌ଡି) ସ୍କ୍ରିନ୍‌ରେ ଆସିଥିବା ଏହି ଏଲ୍‌ଇଡିର ଦାମ ୧ କୋଟି ଟଙ୍କାରୁ ୩.୫ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି। କମ୍ପାନୀ ଏହି ସିରିଜର ନାମ ‘ଏଲ୍‌ଇଡି ଫର୍‌ ହୋମ୍‌’ ରଖିଛି। ସେହିପରି ଓ୍ବାର୍କିଂ ପ୍ରଫେସନାଲଙ୍କୁ ଦୃଷ୍ଟିରେ ରଖି ଏହାକୁ ବିକଶିତ କରିଥିବାରୁ ଆକ୍ଟିଭ୍‌ ଏଲ୍‌ଇଡି ନାମ ମଧ୍ୟ ଦେଇଛି। ବଜାର ପ୍ରବେଶ ଅବସରରେ ସାମସଙ୍ଗ ଇଣ୍ଡିଆର କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଏଣ୍ଟରପ୍ରାଇଜ୍‌ ବିଜ୍‌ନେସ୍‌ର ଉପସଭାପତି ପୁନିତ୍‌ ସେଟ୍ଟି କହିଛନ୍ତି, ଗ୍ରାହକଙ୍କ ନୂତନ ଆଗ୍ରହ ଓ ଚାହିଦାକୁ ପୂରଣ କରିବା ପାଇଁ ଆମେ ଏହି ନୂଆ ରେଞ୍ଜର ଉତ୍ପାଦ ବଜାରକୁ ଆଣିଛୁ। 

ଆସସ୍‌ ଭିଭୋ ବୁକ୍‌ ୧୫ଏକ୍ସ ୫୧୦ ଲାପଟପ୍‌

ଆସସ୍‌ ଭିଭୋ ବୁକ୍‌ ୧୫ଏକ୍ସ ୫୧୦ ଲାପଟପ୍‌

ନୂଆଦିଲ୍ଲୀ,୧୯-୯:ବଜାରକୁ ଆସିଛି ଆସସ୍‌ ଭିଭୋ ବୁକ୍‌ ଏକ୍ସ ୧୫୦ ଲାପଟପ୍‌ । ଏଥିରେ ରହିଛି ଅତ୍ୟାଧୁନିକ ଇଣ୍ଟେଲ ଅପ୍ଟେନ ମେମୋରୀ । ଆସସ୍‌ର ସମସ୍ତ ଅଫ୍‌ଲାଇନ ଷ୍ଟୋର ଓ ରିଟେଲ ଷ୍ଟୋରଗୁଡିକରେ ଏହା ଉପଲବ୍ଧ। ଏହାର ବଜାର ଦର ୪୫, ୯୯୦ ଟଙ୍କା ରହିଛି। ଏଥିରେ ଇଣ୍ଟେଲାକୋର ଆଇ୫ ପ୍ରୋସେସର,୪ଜିବି ରାମ୍‌, ମୋଟ ୨୦ ଜିବିର ସିଷ୍ଟମ ମେମୋରି, ଓ୍ବାନଟପ୍‌ ଫିଙ୍ଗର ପ୍ରିଣ୍ଟ ସେନସର ଭଳି ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ରହିଛି। 

ମୋଟୋ ଜି୬ ପ୍ଲସ

ମୋଟୋ ଜି୬ ପ୍ଲସ

ନୂଆଦିଲ୍ଲୀ,୧୯-୯: ମୋଟୋରୋଲା ପକ୍ଷରୁ ବଜାରକୁ ଆସିଛି ନୂଆ ମୋଟୋ ଜି୬ ପ୍ଲସ। ଏହା ବଜାର ଦର ୨୨,୪୯୯ ଟଙ୍କା ରହିଛି। ଗ୍ରାହକମାନେ ଏଥିରେ ଅତ୍ୟାଧୁନିକ କ୍ୟାମେରା ଏବଂ ତୀବ୍ର ଚାର୍ଜିଂ ସୁବିଧା ପାଇ ପାରିବେ। ସମନ୍ବିତ ଗୁଗୁଲ ଲେନ୍ସ କାର୍ଯ୍ୟକଳାପ, କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୨.୨ ଗିଗାହର୍ଜ ଅକ୍ଟାକୋର ପ୍ରୋସେସର, ୬ ଜିବି ରାମ୍‌, ୫.୯ ଇଞ୍ଚ ବିଶିଷ୍ଟ ସମ୍ପୂର୍ଣ୍ଣ ଏଚ୍‌ଡି ପ୍ଲସ ମାକ୍ସ ଭିଜନ ଡିସ୍ପଲେ, ୩୨୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଭଳି ବ୍ୟାଟେରୀ କ୍ଷମତା ଗ୍ରାହକମାନେ ଏହି ମଡେଲରେ ପାଇପାରିବେ। 

ଟଙ୍କାର ଆଉ ଏକ ରେକର୍ଡ, ନିବେଶକଙ୍କ ୨.୭୨ ଲକ୍ଷ କୋଟି ବୁଡ଼ିଲା

ଟଙ୍କାର ଆଉ ଏକ ରେକର୍ଡ, ନିବେଶକଙ୍କ ୨.୭୨ ଲକ୍ଷ କୋଟି ବୁଡ଼ିଲା

ନୂଆଦିଲ୍ଲୀ/ମୁମ୍ବାଇ,୧୯-୯: ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସୁଧାରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ପଦକ୍ଷେପର ପ୍ରଭାବ ପଡୁଥିବା ମନେହେଉନି। ମଙ୍ଗଳବାର ଟଙ୍କା ମୂଲ୍ୟ ୪୬ ପଇସା ହ୍ରାସ ପାଇ ୭୨.୯୭ରେ ବନ୍ଦ ହୋଇ ଆଉ ଏକ ନୂଆ ରେକର୍ଡ କରିଛି । ଅନ୍ୟପକ୍ଷରେ ଷ୍ଟକ ମାର୍କେଟ ହ୍ରାସ ପାଇବା କାରଣରୁ ନିବେଶକଙ୍କ ପ୍ରାୟ ୨.୭୨ ଲକ୍ଷ କୋଟି ଟଙ୍କା ବୁଡିଯାଇଛି। ଗତ ୧୨ରେ ଟଙ୍କାର ମୂଲ୍ୟ ୭୨.୯୧ ଥିଲା। ଡିଲରଙ୍କ କହିବାନୁଯାୟୀ ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଭାରି ମାତ୍ରାରେ ଡଲାର ବିକ୍ରି କରିବା ସତ୍ତ୍ୱେ ଟଙ୍କାର ମୂଲ୍ୟକୁ ସ୍ଥିର କରାଯାଇ ପାରି ନ ଥିଲା। ମଙ୍ଗଳବାର ସକାଳେ ରପ୍ତାନିକାରୀ ଓ ବ୍ୟାଙ୍କଗୁଡିକ ପକ୍ଷରୁ ଭାରି ମାତ୍ରାରେ ଡଲାର ବିକ୍ରି କରାଯିବାରୁ ଟଙ୍କା ମୂଲ୍ୟରେ ୧୦ ପଇସା ଉନ୍ନତି ଦେଖାଯାଇଥିଲା ଓ ଏହା ୭୨.୪୧ରେ ପହଞ୍ଚତ୍ୟାଇଥିଲା।

ଜିଏସ୍‌ଟି କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସିଭିସିଙ୍କ ସୁପାରିସ୍‌

ଜିଏସ୍‌ଟି କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସିଭିସିଙ୍କ ସୁପାରିସ୍‌

ନୂଆଦିଲ୍ଲୀ,୧୯-୯: ଲାଞ୍ଚ ନେଇ ଧରାପଡିଥିବା କାନପୁର ରେଞ୍ଜର ଜିଏସ୍‌ଟି କମିଶନର ସଂସାରଚାନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର(ସିଭିସି) କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ୧୯୮୬ ବ୍ୟାଚ୍‌ର ଏହି ଆଇଆର୍‌ଏସ୍‌ଙ୍କୁ ସିବିଆଇ ଚଳିତ ବର୍ଷ ଫେବୃୟାରୀରେ ଲାଞ୍ଚ ନେବା ବେଳେ ଧରିଥିଲା। ଚାନ୍ଦ କାନପୁରରେ ଜିଏସ୍‌ଟି କମିଶନର ଭାବେ ଅବସ୍ଥାପିତ ରହିଥିବାବେଳେ  ରିମଝିମ ଇସ୍ପାତ ଲିମିଟେଡ, ସାର୍‌ ପାନ ମସଲା, ସୁଗନ୍ଧି ପ୍ରାଇଭେଟ ଲିମିଟେଡ ଆଦିଙ୍କଠାରୁ ବହୁ କୋଟି ଟଙ୍କା ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ନୀରବଙ୍କୁ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ଅମଙ୍ଗ

ନୀରବଙ୍କୁ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ଅମଙ୍ଗ

ନୂଆଦିଲ୍ଲୀ,୧୯-୯: ହୀରା ବ୍ୟବସାୟୀ ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଦୁର୍ନୀତି କରି ଏବେ ବ୍ରିଟେନରେ ଲୁଚିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ ସରକାର ନିଜ ଦେଶର ଆଇନର ଦ୍ୱାହି ଦେଇ ଏବେ ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ନୀରବଙ୍କୁ ପ୍ରତ୍ୟର୍ପଣ ଲାଗି ଭାରତ ଅନୁରୋଧ କରିସାରିଥିଲେ ହେଁ ଏଥିପ୍ରତି ଇଂଲଣ୍ଡ ଆଗ୍ରହୀ ଥିବା ମନେ ହେଉ ନାହିଁ। କୋର୍ଟରେ ପ୍ରତ୍ୟର୍ପଣ ମାମଲା ଆସିବା ପୂର୍ବରୁ ଭାରତ ପଠାଇଥିବା ଯାଞ୍ଚ ରିପୋର୍ଟ(ଯେଉଁଥିରେ ପିଏନ୍‌ବି ଯାଞ୍ଚର ସମସ୍ତ କାଗଜପତ୍ର ଯୋଡାଯାଇଛି)କୁ ନୀରବଙ୍କୁ  ଦେଖାଇବାକୁ ବ୍ରିଟେନ ସରକାର ଇଚ୍ଛୁକ। ସେଠା ସରକାରଙ୍କ ଏଭଳି ଉଦ୍ୟମରେ ଭାରତ ହତବାକ୍‌।