ବାଣିଜ୍ୟ |

ହୋଣ୍ଡା ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ର ଡେଲିଭରୀ ଆରମ୍ଭ

ହୋଣ୍ଡା ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ର ଡେଲିଭରୀ ଆରମ୍ଭ
ଜୟପୁର,୧୩-୬ ହୋଣ୍ଡା ମୋଟର୍‌ସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ର ଡେଲିଭରୀ ବୁଧବାର ଆରମ୍ଭ କରିଛି। ରାଜସ୍ଥାନର ଜୟପୁରଠାରେ ଏକ ମେଗା କାର୍ଯ୍ୟକ୍ରମରେ ଏହାର ପ୍ରଥମ ଡେଲିଭରୀ କରାଯାଇଛି। ୨୦୧୮ ଅଟୋ ଏକ୍ସପୋରେ ଏହାର ଉନ୍ମୋଚନ କରାଯାଇଥିଲା। ଏହା ଏକ ହାଲୁକା ଏବଂ ଅତ୍ୟନ୍ତ ଶକ୍ତିଶାଳୀ ବାଇକ୍‌ । ଅତ୍ୟାଧୁନିକ ୭-ସ୍ପିଡ୍‌ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିଶନ୍‌(ଡିସିଟି), ଥ୍ରୋଟଲ୍‌ ବାଇ ଓ୍ବେର୍‌(ଟିବିଡବ୍ଲ୍ୟୁ) ଜରିଆରେ କ୍ରୁଜ୍‌ କଣ୍ଟ୍ରୋଲ, ଆଙ୍ଗେଲ୍‌ ଏବଂ ହାଇଟ୍‌ ପାଇଁ ଇଲେକ୍ଟ୍ରିକ୍‌ ଉଇଣ୍ଡ୍‌ସ୍କ୍ରିନ୍‌ ଆଡ୍‌ଜଷ୍ଟେବଲ୍‌ ଆଦି ବୈଶିଷ୍ଟ୍ୟ ଏଥିରେ ରହିଛି। ଏଥିରେ ଆପଲ୍‌ କାର୍‌ପ୍ଲେ ଇଣ୍ଟିଗ୍ରେଶନ୍‌ ରହିଛି, ଯାହାଦ୍ୱାରା ଆଇଫୋନ୍‌ ୟୁଜରମାନେ ସେମାନଙ୍କ ସ୍ମାର୍ଟଫୋନ୍‌କୁ ଗୋଲ୍‌ଡ ଓ୍ବିଙ୍ଗ୍‌ ସହ କନେକ୍ଟ କରିପାରିବେ। ୭ ଇଞ୍ଚ ଟିଏଫ୍‌ଟି କଲର୍‌ ଡିସ୍‌ପ୍ଲେ, ଫୁଲ୍‌ ଏଲ୍‌ଇଡି ଲାଇଟିଂ ଏବଂ ଅଟୋ କ୍ୟାନ୍‌ସେଲିଂ ଇଣ୍ଡିକେଟର ଓ ସ୍ମାର୍ଟ କି’ କଣ୍ଟ୍ରୋଲ ଆଦି ବୈଶିଷ୍ଟ୍ୟ ଏଥିରେ ରହିଛି। କ୍ୟାଣ୍ଡି ଆର୍ଡେଣ୍ଟ୍‌ ରେଡ୍‌ କଲର୍‌ରେ ଏହା ଉପଲବ୍ଧ। ଏହାର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୨୬.୮୫ ଲକ୍ଷ ଟଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ହୋଣ୍ଡା ମୋଟର୍‌ସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି(ବିକ୍ରି ଏବଂ ମାର୍କେଟିଂ) ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି ଯେ, ହୋଣ୍ଡା ୨ହ୍ବିଲର୍ସ ଇଣ୍ଡିଆ ଅଟୋ ଏକ୍ସପୋ ପାଭିଲିଅନ୍‌ରେ ୨୦୧୮ ଗୋଲ୍‌ଡ ଓ୍ବିଙ୍ଗ୍‌ ଶୋ’ଷ୍ଟପର୍‌ ଥିଲା। ଉତ୍ତମ ରେସ୍‌ପନ୍ସ ଏବଂ ୩୫ରୁ ଊର୍ଦ୍ଧ୍ୱ ବୁକିଂ ଗ୍ରହଣ କରିବା ପରେ ଆମେ ଏହାର ଡେଲିଭରି ଆରମ୍ଭ କରିଛୁ। ଏହାକୁ କିଙ୍ଗ୍‌ ଅଫ୍‌ ଟୁରର୍ସ କୁହାଯାଉଛି।
All Right Reserved By

ବାଣିଜ୍ୟ |

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

ଭୁବନେଶ୍ୱର,୧୪-୧୧: ଦେଶର ଅନ୍ୟତମ ନବରନତ୍ କମ୍ପାନୀ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିିମିଟେଡ(ନାଲ୍‌କୋ) ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। 

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪-୧୧: ରିଏଲ ଇଷ୍ଟେଟ କମ୍ପାନୀ ଆମ୍ରପାଲି ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ତାଙ୍କ ଅନ୍ତରୀଣ ରୁଲିଂରେ ଉକ୍ତ ଗ୍ରୁପ୍‌ର ହସ୍ପିଟାଲ ଓ ଅନ୍ୟ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ନୂଆଦିଲ୍ଲୀ,୧୪-୧୧: ଦେବାଳିଆ ଆଇନ  ଅଧୀନରେ ଋଣ ସମାଧାନ ପ୍ରକ୍ରିୟାର ସମ୍ମୁଖୀନ ହୋଇଥିବା ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରିବା ଲାଗି ଆର୍ସେଲର ମିତ୍ତଲର ସ୍ବପ୍ନ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ନୂଆଦିଲ୍ଲୀ,୧୪-୧୧: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ ଉଦ୍ୟମ କରୁଛି। ଏହି କ୍ରମରେ ଗ୍ରୁପ୍‌ ପକ୍ଷରୁ ଜେଟ୍‌ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। 

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ବେଜିଂ,୧୪-୧୧: ନଗଦ ସଙ୍କଟ ଯୋଗୁ ଦେଶର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ମଏମ୍‌ଇ) ଗୁଡିକ ପାଣ୍ଠି ଅଭାବରେ ଆଗେଇ ପାରୁନାହାନ୍ତି। ସେମାନଙ୍କୁ ପାଣ୍ଠି ଦେବା ଲାଗି ଏବେ ଚାଇନାର ସର୍ବବୃହତ ବ୍ୟାଙ୍କ ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା(ଆଇସିବିସି) ୨୦ କୋଟି ଡଲାରର ଏକ ପାଣ୍ଠି ଗଠନ କରିଛି।

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୪-୧୧: ଦେଶର ଶୀର୍ଷ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ଗ୍ରୁପ୍‌  ସିଇଓ ବିନ୍ନି ବଂଶଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓ୍ବାଲମାର୍ଟ ଅଧିଗ୍ରହଣ କରିବାର ମାତ୍ର ୬ ମାସ ପରେ କମ୍ପାନୀରେ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। 

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ନୂଆଦିଲ୍ଲୀ,୧୪-୧୧: ନିଯୁକ୍ତି କ୍ଷେତ୍ରକୁ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଥିବା କେନ୍ଦ୍ର ସରକାର ଆସନ୍ତା ବର୍ଷର ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ନୂଆଦିଲ୍ଲୀ,୧୪-୧୧: ୟୁନିୟନ ବ୍ୟାଙ୍‌କ ଅଫ୍‌ ଇଣ୍ଡିଆ ବୋର୍ଡ କର୍ମଚାରୀଙ୍କୁ ବ୍ୟାଙ୍କର ଶେୟାର ଜାରି କରିବାକୁ ଅନୁମତି ପ୍ରଦାନ କରିଛି। ଏହାକୁ ବିକ୍ରି କରି ବ୍ୟାଙ୍କ ବ୍ୟାଙ୍କ ୬୦୦ କୋଟି ଟଙ୍କା ଯୋଗାଡ କରିବ।

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ,୧୩ା୧୧ ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌. ଶ୍ରୀନିବାସନ(୮୫ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ଉଦାରବାଦୀ ଅର୍ଥନୀତିର ଦୃଢ଼ ସମର୍ଥକ କୁହାଯାଉଥିବା ଶ୍ରୀନିବାସନ ଗତ କିଛି ଦିନ ରୋଗଶଯ୍ୟାରେ ଥିଲେ। ନ୍ୟୁମୋନିଆରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। 

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ମୁମ୍ବାଇ,୧୩-୧୧: ଆମେରିକାର ରିଟେଲ ଚେନ୍‌ ଓ୍ବାଲମାର୍ଟ ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟକୁ କିଣିବାକୁ ନେଇ ଆଗତ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଛି। 

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ମୁମ୍ବାଇ,୧୩-୧୧: କର୍ନାଟକର ପାଦୁରଠାରେ ଥିବା ଭୂମିତଳ ତୈଳ ଭଣ୍ଡାରକୁ ଭଡ଼ାରେ ଦେବା ଲାଗି ଭାରତ ସୋମବାର ଆବୁଧାବୀ ନ୍ୟାଶନାଲ ଅଏଲ କୋଃ(ଆଡ୍‌ନକ୍‌) ସହ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷର କରିଛି। 

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

ନୂଆଦିଲ୍ଲୀ,୧୩-୧୧: ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ  ତୀର୍ଥଯାତ୍ରା ଟ୍ରେନ ଶ୍ରୀରାମାୟଣ ଏକ୍ସପ୍ରେସକୁ ଆସନ୍ତା ୧୪ରୁ ପ୍ରଚଳନ କରାଯିବ। ଭାରତ ଓ ଶ୍ରୀଲଙ୍କାରେ ଥିବା ଶ୍ରୀରାମଙ୍କ ଜୀବନୀ ସମ୍ପର୍କିତ ୪ଟି ସ୍ଥାନକୁ ଏହି ଟ୍ରେନ ଯିବ। ଏହା ଏକ ୧୬ ଦିନିଆ ଟୁର୍‌ ପ୍ୟାକେଜ  ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି।