ଖେଳ |

ଏସିଆନ ଚେସ୍‌ ଇଭେଣ୍ଟରୁ ଓହରିଲେ ସୌମ୍ୟା

ଏସିଆନ ଚେସ୍‌ ଇଭେଣ୍ଟରୁ ଓହରିଲେ ସୌମ୍ୟା

ପୁଣେ,୧୩।୬(ପି.ଟି.)- ମହିଳା ଗ୍ରାଣ୍ଡମାଷ୍ଟର ତଥା ପୂର୍ବତନ ବିଶ୍ୱ ଜୁନିୟର ବାଳିକା ଚାମ୍ପିୟନ ସୌମ୍ୟା ସ୍ବାମିନାଥନ ଏସିଆନ ଦଳଗତ ଚେସ୍‌ ଚାମ୍ପିୟନଶିପ୍‌ରୁ ଓହରି ଯାଇଛନ୍ତି। ଏହି ଇଭେଣ୍ଟ ଇରାନର ହାମାଦାନଠାରେ ଜୁଲାଇ ୨୬ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର ନିୟମ ଅନୁଯାୟୀ ପ୍ରତ୍ୟେକ ମହିଳା ମୁଣ୍ଡରେ ସ୍କାର୍ଫ ପରିଧାନ କରିବାକୁ ବାଧ୍ୟ। ଏଣୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସ୍କାର୍ଫ ପରିଧାନ କରିବାକୁ ପଡ଼ିବ। ଏହା ଦ୍ୱାରା ତାଙ୍କ ବ୍ୟକ୍ତିଗତ ଅଧିକାର ଛିନ୍ନ ହେଉଥିବାରୁ ସେ ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବେ ନାହିଁ। ”ମୋତେ ବୁର୍ଖା କିମ୍ବା ସ୍କାର୍ଫ ପରିଧାନ କରିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଇରାନ ଆଇନ ଅନୁଯାୟୀ ମୁଣ୍ଡରେ ସ୍କାର୍ଫ ପରିଧାନ କରିବା ମହିଳାଙ୍କ ପାଇଁ ବାଧ୍ୟତାମୂଳକ। କିନ୍ତୁ ଏହା ମୋ ପ୍ରକାଶ କରିବାର ଅଧିକାର ଓ ମୋ ଧାର୍ମିକ ମନଭାବକୁ ହାନୀ ପହଞ୍ଚାଉଛି। ଏଣୁ ବର୍ତ୍ତମାନ ପରିସ୍ଥିତିରେ ମୋ ଅଧିକାରକୁ ବଞ୍ଚାଇବା ପାଇଁ ଇରାନରେ ହେବାକୁ ଥିବା ଇଭେଣ୍ଟରୁ ଓହରିବା ହିଁ ଏକମାତ୍ର ବାଟ“ ବୋଲି ୨୯ ବର୍ଷୀୟ ଚେସ୍‌ ଖେଳାଳି କହିଛନ୍ତି। ପୂର୍ବରୁ ୨୦୧୬ରେ ସମାନ କାରଣ ଯୋଗୁ ଭାରତୀୟ ଶୁଟର ହୀନା ସିନ୍ଧୁ ଏସିଆନ ଏୟାରଗନ ପ୍ରତିଯୋଗିତାରୁ ଓହରି ଯାଇଥିଲେ।

All Right Reserved By

ଖେଳ |

କେନ୍‌ଙ୍କ ହ୍ୟାଟ୍ରିକ: ପ୍ରି-କ୍ୱାର୍ଟରରେ ଇଂଲଣ୍ଡ

କେନ୍‌ଙ୍କ ହ୍ୟାଟ୍ରିକ: ପ୍ରି-କ୍ୱାର୍ଟରରେ ଇଂଲଣ୍ଡ

ନିଝନୀ ନୋଭୋଗୋରୋଡ, ୨୪।୬- ଅଧିନାୟକ ହ୍ୟାରୀ କେନ୍‌ଙ୍କ ହ୍ୟାଟ୍ରିକ ସହାୟତାରେ ଇଂଲଣ୍ଡ ଏହାର ବିଶ୍ୱକପ ଫୁଟବଲ ଇତିହାସରେ ସର୍ବବୃହତ୍‌ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଗ୍ରୁପ ‘ଜି’ ମ୍ୟାଚରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୫-୦ ଗୋଲରେ ଅଗ୍ରଣୀ ରହିଥିବା ଇଂଲଣ୍ଡ ୬-୧ ଗୋଲରେ ପାନାମାକୁ ହରାଇ ଦେଇଛି।

ଭାରତର ବିଜୟଧାରା ଜାରି

ଭାରତର ବିଜୟଧାରା ଜାରି

ବ୍ରେଡା (ନେଦରଲାଣ୍ଡସ୍‌), ୨୪।୬(ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ୩୭ତମ ତଥା ଅନ୍ତିମ ସଂସ୍କରଣରେ ଭାରତୀୟ ଦଳ ତା’ର ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି। ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୨-୧ ଗୋଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।

ବକ୍ସର ମନ୍‌ଦୀପଙ୍କୁ ସ୍ବର୍ଣ୍ଣ

ବକ୍ସର ମନ୍‌ଦୀପଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୪।୬(ପି.ଟି.)- ମନ୍‌ଦୀପ ଝାଙ୍ଗ୍ରା (୬୯ କିଗ୍ରା) ଏକମାତ୍ର ଭାରତୀୟ ବକ୍ସର ଭାବେ ମଙ୍ଗୋଲିଆଠାରେ ଚାଲିଥିବା ଉଲାନ୍ବାତାର କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କ ବ୍ୟତୀତ ଆଉ ୪ ଜଣ ଭାରତୀୟ ବକ୍ସର ନିଜ ନିଜ ବର୍ଗର ଫାଇନାଲରେ ଅବତୀର୍ଣ୍ଣ ହୋଇଥିଲେ ହେଁ ବିଫଳ ହୋଇଛନ୍ତି।

ଅଡୁଆରେ ଭିରୁଷ୍କା

ଅଡୁଆରେ ଭିରୁଷ୍କା

ନୂଆଦିଲ୍ଲୀ,୨୪।୬- ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବମ୍ବେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଅଳିଆ ପକାଇବା ପାଇଁ ବାରଣ କରିଥିଲେ। ଏ ନେଇ କୋହଲି ଏକ ଭିଡିଓ ଶେୟାର କରିଥିଲେ

ବିଶ୍ୱ ପାରା ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି: ଅମିତଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୪।୬(ପି.ଟି.)- ଭାରତୀୟ ପାରା ଆଥ୍‌ଲେଟ ଅମିତ କୁମାର ସାରୋହ ଟ୍ୟୁନିସିଆଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ପ୍ରତିଯୋଗିତାର ପୁରୁଷ ବିଭାଗର କ୍ଲବ ଥ୍ରୋ ଏଫ୍‌-୫୧ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି।

ମେଡିକାଲରେ ପେରୁ ଷ୍ଟ୍ରାଇକର ଫର୍ଫାନ

ମେଡିକାଲରେ ପେରୁ ଷ୍ଟ୍ରାଇକର ଫର୍ଫାନ

ମସ୍କୋ,୨୪।୬(ଏପି)- ପେରୁ ଷ୍ଟ୍ରାଇକର ଜେଫେର୍ସନ ଫର୍ଫାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦଳୀୟ ଅଭ୍ୟାସ ସେସନରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏ ନେଇ ପେରୁ ଫୁଟ୍‌ବଲ ମହାସଂଘ ପକ୍ଷରୁ ରବିବାର କୁହାଯାଇଛି।

ସର୍ଦ୍ଦାରଙ୍କ ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସର୍ଦ୍ଦାରଙ୍କ ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ନୂଆଦିଲ୍ଲୀ,୨୪।୬(ପି.ଟି.)- ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ମିଡ୍‌ଫିଲ୍ଡର ସର୍ଦ୍ଦାର ସିଂ ରବିବାର ନିଜ କ୍ୟାରିୟରରେ ଏକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଚଳିତ ହକି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟର ଆର୍ଜେଣ୍ଟିନା ବିପକ୍ଷ ମୁକାବିଲାରେ ସେ ନିଜ କ୍ୟାରିୟରର ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂରଣ କରିଛନ୍ତି।

୨୦୧୬ ଆଇପିଏଲ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲି- ମ୍ୟାକୁଲମ

୨୦୧୬ ଆଇପିଏଲ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲି- ମ୍ୟାକୁଲମ

ନୂଆଦିଲ୍ଲୀ,୨୪।୬- ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୨୦୧୬ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବେଳେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ତାଙ୍କ ମୂତ୍ର ନମୁନାରେ ନିଷିଦ୍ଧ ଔଷଧ ମିଳିଥିଲା ବୋଲି ସେ ସ୍ବୀକାର କରିଛନ୍ତି। କିନ୍ତୁ ସେ କୌଣସି ପ୍ରକାର ନିଷିଦ୍ଧ ଔଷଧ ସେବନ କରି ନ ଥିଲେ।

ବିଶ୍ୱର ଦ୍ୱିତୀୟ କନିଷ୍ଠ ଗ୍ରାଣ୍ଡମାଷ୍ଟର ପ୍ରଗଣାନନ୍ଧା

ବିଶ୍ୱର ଦ୍ୱିତୀୟ କନିଷ୍ଠ ଗ୍ରାଣ୍ଡମାଷ୍ଟର ପ୍ରଗଣାନନ୍ଧା

ମାଡ୍ରାସ,୨୪।୬(ପି.ଟି.)- ଭାରତୀୟ ଚେସ୍‌ ଖେଳାଳି ଆର. ପ୍ରଗଣାନନ୍ଧା ଦେଶର ସର୍ବକନିଷ୍ଠ ଓ ବିଶ୍ୱର ୨ୟ କନିଷ୍ଠ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ମାନ୍ୟତା ପାଇଛନ୍ତି। ଏହି ଖେଳାଳିଙ୍କ ବୟସ ୧୨ ବର୍ଷ ଓ ୧୦ ମାସ। ଇଟାଲିଠାରେ ଚାଲିଥିବା ଗ୍ରେଣ୍ଡିନେ ଓପନର ଫାଇନାଲ ରାଉଣ୍ଡରେ ସେ ପ୍ରବେଶ କରିଛନ୍ତି।

ଫିଫା ବିଶ୍ୱକପ୍‌ ପ୍ରଭାବ: ବୃଦ୍ଧି ପାଇଲା ଟିଭି ବିକ୍ରି

ନୂଆଦିଲ୍ଲୀ,୨୪।୬(ପି.ଟି.)- ରୁଷିଆରେ ଚାଲିଥିବା ଫିଫା ବିଶ୍ୱକପ୍‌ ଏବେ ନକ୍‌ଆଉଟ୍‌ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହାର ଫାଇଦା ଭାରତରେ ମାଇକ୍ରୋମ୍ୟାକ୍ସ, ସୋନି, ଏଲ୍‌ଜି, ସାମସଙ୍ଗ ଓ ଇନଟେକ୍ସ ଭଳି ଟିଭି କମ୍ପାନୀମାନେ ଉଠାଉଛନ୍ତି। ଭାରତରେ ଫୁଟ୍‌ବଲ ଫିଭର ନ ଥିଲେ ମଧ୍ୟ ପ୍ରଶଂସକମାନେ ବିଶ୍ୱକପ୍‌ର ସିଧାପ୍ରସାରଣକୁ ଉପଭୋଗ କରିବା ପାଇଁ ନୂଆ ଟିଭି କିଣୁଛନ୍ତି।

ତୀରନ୍ଦାଜୀ ବିଶ୍ୱକପ୍‌: ଅଭିଷେକଙ୍କୁ ଡବଲ ପଦକ

ତୀରନ୍ଦାଜୀ ବିଶ୍ୱକପ୍‌: ଅଭିଷେକଙ୍କୁ ଡବଲ ପଦକ

ସଲ୍ଟ ଲେକ ସିଟ(ୟୁଏସ୍‌ଏ),୨୪।୬(ପି.ଟି.)- ଭାରତୀୟ ତୀରନ୍ଦାଜ ଅଭିଷେକ ବର୍ମା ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ର ୩ୟ ପର୍ଯ୍ୟାୟରେ ଡବଲ ପଦକ ଜିତିଛନ୍ତି। ସେ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ଓ ମିକ୍ସଡ୍‌ ଦଳଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି

ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରୁ ଗିମେନେଜ ବାଦ୍‌

ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରୁ ଗିମେନେଜ ବାଦ୍‌

ନିଝନି ନୋଭଗୋର୍ଡ,୨୪।୬(ଏଏଫ୍‌ପି)- ଚଳିତ ଫିଫା ବିଶ୍ୱକପ୍‌ର ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରୁ ଉରୁଗୁଏ ଡିଫେଣ୍ଡର ଜୋସ ମାରିଆ ଗିମେନେଜ ବାଦ୍‌ ପଡ଼ିଛନ୍ତି। ଥାଇ ଜନିତ ସମସ୍ୟା ଯୋଗୁ ସେ ଆୟୋଜକ ରୁଷିଆ ବିପକ୍ଷ ମ୍ୟାଚ୍‌ରେ ଖେଳିବେ ନାହିଁ।

Model This Week

ଆହାନା