ଜାତୀୟ |

ଜୟନଗର ନିର୍ବାଚନ ଫଳାଫଳ: କଂଗ୍ରେସ ପ୍ରାର୍ଥୀ ସୌମ୍ୟା ବିଜୟୀ

ଜୟନଗର ନିର୍ବାଚନ ଫଳାଫଳ: କଂଗ୍ରେସ ପ୍ରାର୍ଥୀ ସୌମ୍ୟା ବିଜୟୀ

ବାଙ୍ଗାଲୋର,୧୩।୬: କର୍ନାଟକ ଜୟନଗର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ୍ଡି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ବି. ଏନ୍‌. ପ୍ରହଲ୍ଲାଦଙ୍କୁ ୨,୮୮୯ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ କଂଗ୍ରେସ କର୍ନାଟକ ବିଧାନସଭାର ୮୦ ଆସନ ହାତେଇଛି। ସୂଚନାଯୋଗ୍ୟ, ଗତ ମେ ୧୨ରେ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଜୟନଗରରେ ନିର୍ବାଚନକୁ ଜୁନ୍‌ ୧୧ ଯାଏ ଘୁଞ୍ଚାଇ ଦିଆଯାଇଥିଲା। ଉକ୍ତ ଆସନର ପୂର୍ବତନ ବିଧାୟକ ତଥା ଚଳିତବର୍ଷ ବିଧାନସଭା ନିର୍ବାଚନରେ ଭାଜପାର ପ୍ରାର୍ଥୀ ହୋଇଥିବା ବି. ଏନ୍‌. ବିଜୟକୁମାରଙ୍କ ମୃତ୍ୟୁ ଯୋଗୁ ଏଭଳି କରାଯାଇଥିଲା। ପରେ ଭାଜପା ପକ୍ଷରୁ ବିଜୟକୁମାରଙ୍କ ଭାଇ ବି.ଏନ୍‌. ପ୍ରହଲ୍ଲାଦ ଜୟନଗର ଅସନର ପ୍ରାର୍ଥୀ ହୋଇଥିଲେ।

All Right Reserved By

ଜାତୀୟ |

ଚା’ବାଲାଙ୍କ ଝିଅ ଉଡାଇବେ ଲଢୁଆ ଯୁଦ୍ଧ ବିମାନ

ଚା’ବାଲାଙ୍କ ଝିଅ ଉଡାଇବେ ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୪।୬: ମଧ୍ୟପ୍ରଦେଶ ନିମଚ ଜିଲାର ଚା’ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଝିଅ ଏବେ ଲଢୁଆ ଯୁଦ୍ଧ ବିମାନ ଉଡାଇବା ଲାଗି ମନୋନୀତ ହୋଇଛନ୍ତି। ଆଞ୍ଚଲ ଗଙ୍ଗଓ୍ବାଲ ନାମକ ଏହି ଯୁବତୀଙ୍କୁ ଭାରତୀୟ ବାୟୁସେନାର ଫ୍ଲାଇଂ ବ୍ରାଞ୍ଚ ଲାଗି ଚୟନ କରାଯାଇଛି।

ପାଟ୍ରୋଲିଂ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ

ପାଟ୍ରୋଲିଂ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ

କୁଲଗାମ,୨୪।୬: ଜମ୍ମୁ-କଶ୍ମୀର କୁଲଗାମ ଚାଦର ଭାନ ଅଞ୍ଚଳରେ ସୁରକ୍ଷାକର୍ମୀ ପାଟ୍ରୋଲିଂ କରୁଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

କୋଦାଳ ଧରି ରାସ୍ତା ନିର୍ମାଣ କଲେ କ୍ୟାବିନେଟ ମନ୍ତ୍ରୀ

କୋଦାଳ ଧରି ରାସ୍ତା ନିର୍ମାଣ କଲେ କ୍ୟାବିନେଟ ମନ୍ତ୍ରୀ

ବାରାଣସୀ,୨୪।୬: ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଓମ୍‌ପ୍ରକାଶ ରାଜଭର ନିଜ ଘର ସାମ୍ନାରେ କୋଦାଳ ଧରି ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଦେଖି ତାଙ୍କ ସହ କେତେଜଣ ପରିବାର ସଦସ୍ୟ ଓ ଗାଁ ଲୋକେ ମିଶି ରାସ୍ତା ନିର୍ମାଣରେ ସହଯୋଗ କରିଛନ୍ତି।

ଗିରଫ ହେଲେ ମେଜରଙ୍କ ପତ୍ନୀଙ୍କ ହତ୍ୟାକାରୀ

ଗିରଫ ହେଲେ ମେଜରଙ୍କ ପତ୍ନୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଷ୍ଟେଶନ ନିକଟରେ ଶନିବାର ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସକ୍ଷମ ହୋଇଛି।

ଲୋନ୍‌ ଲାଗି ଶାରୀରିକ ସମ୍ପର୍କ ପ୍ରସ୍ତାବ ଦେଲେ ବ୍ୟାଙ୍କ ମ୍ୟାନେଜର

ଲୋନ୍‌ ଲାଗି ଶାରୀରିକ ସମ୍ପର୍କ ପ୍ରସ୍ତାବ ଦେଲେ ବ୍ୟାଙ୍କ ମ୍ୟାନେଜର

ବମ୍ବେ,୨୪।୬: ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଉଗ୍ରରୂପ ନେଇଛି। ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଚାଷୀ ବ୍ୟାଙ୍କରୁ ଲୋନ୍‌ ନେବାକୁ ଚାହୁଁଛନ୍ତି। ତେବେ ଲୋନ୍‌ ନେବାକୁ ଆସିଥିବା ଜଣେ ଚାଷୀଙ୍କ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ ଲାଗି ପ୍ରସ୍ତାବ ଦେଇଛନ୍ତି ଜନୈକ ବ୍ୟାଙ୍କ ମ୍ୟାନେଜର।

ବିବାହ ବେଦୀରେ ସ୍ବାମୀଙ୍କୁ ଗିରଫ କରାଇଲେ ସ୍ତ୍ରୀ

ବିବାହ ବେଦୀରେ ସ୍ବାମୀଙ୍କୁ ଗିରଫ କରାଇଲେ ସ୍ତ୍ରୀ

ପାଟନା,୨୪।୬: ବିହାର ଆରା ଅର୍ନ୍ତଗତ ନବାଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦ୍ୱିତୀୟ ବିବାହ କରୁଥିବା ସମୟରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଚନ୍ଦନ କୁମାର ପାଶଓ୍ବାନ ନାମକ ଜନୈକ ବ୍ୟକ୍ତିଙ୍କର ପୂର୍ବରୁ ୨୦୧୫ ମେ ୩ରେ ବିବାହ ହୋଇଥିଲା।

ରାମଦେବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଗିରଫ

ରାମଦେବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଗିରଫ

ନଏଡା,୨୪।୬: ସୋସିଆଲ ମିଡିଆ ହ୍ବାଟସ୍‌ ଆପ୍‌ରେ ବାବା ରାମଦେବଙ୍କର ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ନଏଡା ପୋଲିସ ଗିରଫ କରିଛି।

ଟ୍ରେନ୍‌ ମାଡ଼ିଗଲା, ତଥାପି ହେଲାନି ଆତ୍ମହତ୍ୟା

ଟ୍ରେନ୍‌ ମାଡ଼ିଗଲା, ତଥାପି ହେଲାନି ଆତ୍ମହତ୍ୟା

ନେପାନଗର,୨୪।୬: ମଧ୍ୟପ୍ରଦେଶ ନେପାନଗର ରେଲଓ୍ବେ ଷ୍ଟେଶନରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ମହିଳା ସୁପରଫାଷ୍ଟ ପୁଷ୍ପକ ଏକ୍ସପ୍ରେସ୍‌ ଆସୁଥିବା ଲାଇନ୍‌ନ୍ନେିଜର ଏକମାସ ପୁଅ ସହିତ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।

ଶାରୀରିକ ସମ୍ପର୍କ ଲାଗି ପ୍ରସ୍ତାବ ଦେଇ ଫିଲ୍ମ ନିର୍ମାତା ଗିରଫ

ଶାରୀରିକ ସମ୍ପର୍କ ଲାଗି ପ୍ରସ୍ତାବ ଦେଇ ଫିଲ୍ମ ନିର୍ମାତା ଗିରଫ

କଲିକତା,୨୪।୬: ଫିଲ୍ମରେ ଅଭିନୟ କରିବା ଲାଗି ଜଣେ ମହିଳାଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେବା ଅଭିଯୋଗରେ ଜଣେ ଫିଲ୍ମ ନିର୍ମାତାଙ୍କୁ ଗିରଫ କରାଯାଇଛି।

ସାବଧାନ: ୪୮ ଘଣ୍ଟା ମଧ୍ୟରେ ହେବ ପ୍ରବଳ ବର୍ଷା

ସାବଧାନ: ୪୮ ଘଣ୍ଟା ମଧ୍ୟରେ ହେବ ପ୍ରବଳ ବର୍ଷା

ପାଟନା,୨୪।୬: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିହାରରେ ପ୍ରବଳ ବର୍ଷାହେବାର ସମ୍ଭାବନା ଥିବା ପ୍ରକାଶ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି।

ଅପରେଶନ ଅଲଆଉଟ୍‌-୨: ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ତାଲିକାରେ ୨୧ ଆତଙ୍କବାଦୀ

ଅପରେଶନ ଅଲଆଉଟ୍‌-୨: ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ତାଲିକାରେ ୨୧ ଆତଙ୍କବାଦୀ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଇଦ୍‌ ପରେ ଆରମ୍ଭ ହୋଇଛି ଅପରେଶନ ଅଲଆଉଟ୍‌-୨। ଏଥିରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ କେତେକ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।

ମେଜରଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା

ମେଜରଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୨୪।୬: ରାଜଧାନୀ ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ଜଣେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ହୋଇଥିବା ଏହି ହତ୍ୟାକାଣ୍ଡ ଏକ ପ୍ରକାର ପୋଲିସର ମୁଣ୍ଡ ବିଗାଡି ଦେଇଛି।

Model This Week

ଆହାନା