ଜାତୀୟ |

ଚିକିତ୍ସା ଆଳରେ ଡାକ୍ତର କରୁଥିଲେ ବଳାତ୍କାର: ଭିଡ଼ିଓ ଭାଇରାଲ

ଚିକିତ୍ସା ଆଳରେ ଡାକ୍ତର କରୁଥିଲେ ବଳାତ୍କାର: ଭିଡ଼ିଓ ଭାଇରାଲ
ଅହମ୍ମଦାବାଦ, ୧୩।୬: ଚିକିତ୍ସା କରିବା ଆଳରେ ମହିଳାଙ୍କୁ ବଳାତ୍କାର କରିବା ସହ ଏହାର ଭିଡ଼ିଓ ତିଆରି କରୁଥିବା ଅଭିଯୋଗରେ ଗୁଜରାଟରେ ପୋଲିସ ତନାଘନା ଆରମ୍ଭ କରିଛି। ଅଶ୍ଳୀଳ ଭିଡ଼ିଓ ଭାଇରାଲ ହେବା ପରେ ଅହମ୍ମଦାବାଦ୍‌ ବଡ଼ୋଦରା ନାନ୍ଦେସର ଥାନ୍ତା ଅନ୍ତର୍ଗତ ଅନଗଢ଼ ଗାଁରେ ପହଞ୍ଚିଛି ପୋଲିସ ଟିମ୍‌। ଅଭିଯୁକ୍ତ ହୋମିଓପ୍ୟାଥିକ୍‌ ଡାକ୍ତର ପ୍ରତୀକ ଯୋଶୀଙ୍କ କ୍ଲିନିକ୍‌ରେ କରାଯାଇଛି ଚଢ଼ାଉ । ଡ଼ାକ୍ତର ଫେରାର ହୋଇଯାଇଥିବାବେଳେ କମ୍ପାଉଣ୍ଡର ଦିଲ୍ଲୀପ୍‌ ଗୋହିଲଙ୍କୁ ଗିରଫ କରି ପଚରା ଉଚରା ଜାରି ରହିଛି। ଦିଲ୍ଲୀପ୍‌ଙ୍କ ମୋବାଇଲ୍‌ରେ ଡ଼ାକ୍ତରଙ୍କର ଥିବା ୩୦ଟି ଅଶ୍ଳୀଳ ଭିଡ଼ିଓକୁ ଜବତ କରାଯାଇଛି। ଏହା ସହିତ କ୍ଲିନିକ୍‌ରୁ ନିଶା ଇଞ୍ଜେକସନ୍‌, ଗର୍ଭନିରୋଧକ ଔଷଧ ଆଦି ଜବତ ହୋଇଛି। ଡ଼ାକ୍ତର ଏଭଳି ୫୦ ଜଣ ମହିଳାଙ୍କୁ ବଳାତ୍କାର କରିଥିବା ପଚରାଉଚରା ସମୟରେ ଦିଲ୍ଲୀପ କହିଛନ୍ତି। କ୍ଲିନିକ୍‌ର ପରୀକ୍ଷା ପ୍ରକୋଷ୍ଠରେ ଏକ ଗୁପ୍ତ କ୍ୟାମେରାରେ ଭିଡ଼ିଓ ରେକର୍ଡିଂ କରାଯାଉଥିଲା। ଦିନେ ଏସମ୍ପର୍କରେ କମ୍ପାଉଣ୍ଡର ଦିଲ୍ଲୀପ୍‌ ଅବଗତ ହେବାପରେ ଡ଼ାକ୍ତର ପ୍ରତୀକଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ। ଭିଡ଼ିଓ ଭାଇରାଲ ହେବାପରେ ଡ଼ାକ୍ତରଙ୍କ ବଳାତ୍କାରର ଶିକାର ହୋଇଥିବା ୬ ଜଣ ମହିଳାଙ୍କୁ ସେମାନଙ୍କର ସ୍ବାମୀ ଇତିମଧ୍ୟରେ ଛାଡ଼ପତ୍ର ଦେଇଥିବା ଗାଁ ଲୋକେ କହୁଛନ୍ତି। ଦିଲ୍ଲୀପ୍‌ ସେକ୍ସ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିବା ପରେ ଜନୈକ ମହିଳା ଏନେଇ ନାନ୍ଦେସର ଥାନାରେ ମାମଲା ଦାଏର କରିଥିଲେ।
All Right Reserved By

ଜାତୀୟ |

ଶାସକ-ବିରୋଧୀ ଏକାକାର: ବିଶ୍ୱନେତା ଅଟଳଙ୍କୁ  ଶ୍ରଦ୍ଧାଞ୍ଜଳି

ଶାସକ-ବିରୋଧୀ ଏକାକାର: ବିଶ୍ୱନେତା ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ଶାସକ-ବିରୋଧୀ ଏକାକାର ହୋଇଛନ୍ତି। ସଭିଏଁ ବିଶ୍ୱନେତାଙ୍କୁ ଶେଷଦର୍ଶନ କରି ଅର୍ପଣ କରିଛନ୍ତି ଭାବପୂର୍ଣ୍ଣ ଗଭୀର ଶ୍ରଦ୍ଧାଞ୍ଜଳି।

ବିଦେଶରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ବିଦେଶରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ/ଓ୍ବାଶିଂଟନ/ ବେଜିଂ/ଇସଲାମାବାଦ୍‌,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଅନେକ ବିଦେଶୀ ରାଷ୍ଟ୍ର ଶୋକ ସନ୍ଦେଶ ପଠାଇଛନ୍ତି। 

ପବିତ୍ର ନଦୀରେ ବିସର୍ଜନ କରାଯିବ ଅଟଳଙ୍କ ଅସ୍ଥି

ପବିତ୍ର ନଦୀରେ ବିସର୍ଜନ କରାଯିବ ଅଟଳଙ୍କ ଅସ୍ଥି

ଲକ୍ଷ୍ନୌ, ୧୭।୮: ଉତ୍ତରପ୍ରଦେଶର ସମସ୍ତ ନଦୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। 

ଅଟଳଙ୍କ ଚିକିତ୍ସା କରାଇଥିଲେ ରାଜୀବ ଗାନ୍ଧୀ

ଅଟଳଙ୍କ ଚିକିତ୍ସା କରାଇଥିଲେ ରାଜୀବ ଗାନ୍ଧୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜି ନାହାଁନ୍ତି। ମାତ୍ର ତାଙ୍କର ମାନବିକତାର ଗାଥା ପୃଥିବୀ ରହିଥିବା ପର୍ଯ୍ୟନ୍ତ ରହିବ। ବିଭିନ୍ନ ରାଜନେତାଙ୍କ ମଧ୍ୟରେ ତାଙ୍କର ହୁଏତ ମତଭେଦ ଥିଲା କିନ୍ତୁ ନ ଥିଲା ଶତ୍ରୁତା। ତେଣୁ ସଭିଏଁ ତାଙ୍କୁ କରୁଥିଲେ ପସନ୍ଦ। 

ସ୍ମୃତିସ୍ଥଳ ଅଟଳଙ୍କ ଶେଷ ଆଶ୍ରୟ: ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର

ସ୍ମୃତିସ୍ଥଳ ଅଟଳଙ୍କ ଶେଷ ଆଶ୍ରୟ: ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ, ୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ପ୍ରାଣ ପ୍ରତିଷ୍ଠାତା, ଭାରତ ରତ୍ନ ତଥା ମହାନ୍‌ ଜନନେତା ଅଟଳ ବିହାରୀ ବାଜପେୟୀଙ୍କ ଶେଷ ଆଶ୍ରୟ ସ୍ଥଳ ପାଲଟିବ ସ୍ମୃତିସ୍ଥଳ। 

କର୍ମରେ ରାଜନେତା, ହୃଦୟରେ କବି :କାଳର କପାଳରେ ଲେଖୁଛି...

କର୍ମରେ ରାଜନେତା, ହୃଦୟରେ କବି :କାଳର କପାଳରେ ଲେଖୁଛି...

ନୂଆଦିଲ୍ଲୀ,୧୭ା୮:୧୯୭୦ ଦଶକରେ କବି ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ରଚିତ ଏହି ଚର୍ଚ୍ଚିତ କବିତା କୋଟି କୋଟି ଭାରତୀୟଙ୍କ ହୃଦୟକୁ ଆଜି ବି ଆନ୍ଦୋଳିତ କରେ। ରାଜନେତା ବାଜପେୟୀଙ୍କ ଭାଷଣରେ ଆମତ୍ପ୍ରକାଶ କରୁଥିଲା ତାଙ୍କର କାବ୍ୟଗୁଚ୍ଛ। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ

ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। ଭାରତବାସୀଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇଥିଲେ ସେ। କେତେବେଳେ ଶାନ୍ତିର କପୋତ ସାଜି ସୀମାନ୍ତରେ ବନ୍ଧୁତାର ଦ୍ୱାର ଖୋଲି ଦେଇଥିଲେ ତ ଆଉ କେତେବେଳେ ପଡ଼ୋଶୀର ଔଦ୍ଧତ୍ୟର ଜବାବ ଦେଇଥିଲେ ଯୁଦ୍ଧକ୍ଷେତ୍ରରେ। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ। 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ନୂଆଦିଲୀ, ୧୬।୮:  ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ। 

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

ଥିରୁଭାନନ୍ତପୁରମ୍‌,୧୬।୮: ଲଗାତର ବର୍ଷାରେ ବେହାଲ ହୋଇଛି କେରଳ। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣରେ ବର୍ଷା ଦେଖି ନ ଥିବା କହିଛନ୍ତି କେରଳବାସୀ। ଗୁରୁବାର ସୁଦ୍ଧା ହୋଇଥିବା ବର୍ଷା ଓ ବନ୍ୟାରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ନିଖୋଜ ଥିବା ଜଣାପଡିଛି।