ଜାତୀୟ |

ଚିକିତ୍ସା ଆଳରେ ଡାକ୍ତର କରୁଥିଲେ ବଳାତ୍କାର: ଭିଡ଼ିଓ ଭାଇରାଲ

ଚିକିତ୍ସା ଆଳରେ ଡାକ୍ତର କରୁଥିଲେ ବଳାତ୍କାର: ଭିଡ଼ିଓ ଭାଇରାଲ

ଅହମ୍ମଦାବାଦ, ୧୩।୬: ଚିକିତ୍ସା କରିବା ଆଳରେ ମହିଳାଙ୍କୁ ବଳାତ୍କାର କରିବା ସହ ଏହାର ଭିଡ଼ିଓ ତିଆରି କରୁଥିବା ଅଭିଯୋଗରେ ଗୁଜରାଟରେ ପୋଲିସ ତନାଘନା ଆରମ୍ଭ କରିଛି। ଅଶ୍ଳୀଳ ଭିଡ଼ିଓ ଭାଇରାଲ ହେବା ପରେ ଅହମ୍ମଦାବାଦ୍‌ ବଡ଼ୋଦରା ନାନ୍ଦେସର ଥାନ୍ତା ଅନ୍ତର୍ଗତ ଅନଗଢ଼ ଗାଁରେ ପହଞ୍ଚିଛି ପୋଲିସ ଟିମ୍‌। ଅଭିଯୁକ୍ତ ହୋମିଓପ୍ୟାଥିକ୍‌ ଡାକ୍ତର ପ୍ରତୀକ ଯୋଶୀଙ୍କ କ୍ଲିନିକ୍‌ରେ କରାଯାଇଛି ଚଢ଼ାଉ । ଡ଼ାକ୍ତର ଫେରାର ହୋଇଯାଇଥିବାବେଳେ କମ୍ପାଉଣ୍ଡର ଦିଲ୍ଲୀପ୍‌ ଗୋହିଲଙ୍କୁ ଗିରଫ କରି ପଚରା ଉଚରା ଜାରି ରହିଛି। ଦିଲ୍ଲୀପ୍‌ଙ୍କ ମୋବାଇଲ୍‌ରେ ଡ଼ାକ୍ତରଙ୍କର ଥିବା ୩୦ଟି ଅଶ୍ଳୀଳ ଭିଡ଼ିଓକୁ ଜବତ କରାଯାଇଛି। ଏହା ସହିତ କ୍ଲିନିକ୍‌ରୁ ନିଶା ଇଞ୍ଜେକସନ୍‌, ଗର୍ଭନିରୋଧକ ଔଷଧ ଆଦି ଜବତ ହୋଇଛି। ଡ଼ାକ୍ତର ଏଭଳି ୫୦ ଜଣ ମହିଳାଙ୍କୁ ବଳାତ୍କାର କରିଥିବା ପଚରାଉଚରା ସମୟରେ ଦିଲ୍ଲୀପ କହିଛନ୍ତି। କ୍ଲିନିକ୍‌ର ପରୀକ୍ଷା ପ୍ରକୋଷ୍ଠରେ ଏକ ଗୁପ୍ତ କ୍ୟାମେରାରେ ଭିଡ଼ିଓ ରେକର୍ଡିଂ କରାଯାଉଥିଲା। ଦିନେ ଏସମ୍ପର୍କରେ କମ୍ପାଉଣ୍ଡର ଦିଲ୍ଲୀପ୍‌ ଅବଗତ ହେବାପରେ ଡ଼ାକ୍ତର ପ୍ରତୀକଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ। ଭିଡ଼ିଓ ଭାଇରାଲ ହେବାପରେ ଡ଼ାକ୍ତରଙ୍କ ବଳାତ୍କାରର ଶିକାର ହୋଇଥିବା ୬ ଜଣ ମହିଳାଙ୍କୁ ସେମାନଙ୍କର ସ୍ବାମୀ ଇତିମଧ୍ୟରେ ଛାଡ଼ପତ୍ର ଦେଇଥିବା ଗାଁ ଲୋକେ କହୁଛନ୍ତି। ଦିଲ୍ଲୀପ୍‌ ସେକ୍ସ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିବା ପରେ ଜନୈକ ମହିଳା ଏନେଇ ନାନ୍ଦେସର ଥାନାରେ ମାମଲା ଦାଏର କରିଥିଲେ।

All Right Reserved By

ଜାତୀୟ |

ଚା’ବାଲାଙ୍କ ଝିଅ ଉଡାଇବେ ଲଢୁଆ ଯୁଦ୍ଧ ବିମାନ

ଚା’ବାଲାଙ୍କ ଝିଅ ଉଡାଇବେ ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୪।୬: ମଧ୍ୟପ୍ରଦେଶ ନିମଚ ଜିଲାର ଚା’ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଝିଅ ଏବେ ଲଢୁଆ ଯୁଦ୍ଧ ବିମାନ ଉଡାଇବା ଲାଗି ମନୋନୀତ ହୋଇଛନ୍ତି। ଆଞ୍ଚଲ ଗଙ୍ଗଓ୍ବାଲ ନାମକ ଏହି ଯୁବତୀଙ୍କୁ ଭାରତୀୟ ବାୟୁସେନାର ଫ୍ଲାଇଂ ବ୍ରାଞ୍ଚ ଲାଗି ଚୟନ କରାଯାଇଛି।

ପାଟ୍ରୋଲିଂ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ

ପାଟ୍ରୋଲିଂ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ

କୁଲଗାମ,୨୪।୬: ଜମ୍ମୁ-କଶ୍ମୀର କୁଲଗାମ ଚାଦର ଭାନ ଅଞ୍ଚଳରେ ସୁରକ୍ଷାକର୍ମୀ ପାଟ୍ରୋଲିଂ କରୁଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

କୋଦାଳ ଧରି ରାସ୍ତା ନିର୍ମାଣ କଲେ କ୍ୟାବିନେଟ ମନ୍ତ୍ରୀ

କୋଦାଳ ଧରି ରାସ୍ତା ନିର୍ମାଣ କଲେ କ୍ୟାବିନେଟ ମନ୍ତ୍ରୀ

ବାରାଣସୀ,୨୪।୬: ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଓମ୍‌ପ୍ରକାଶ ରାଜଭର ନିଜ ଘର ସାମ୍ନାରେ କୋଦାଳ ଧରି ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଦେଖି ତାଙ୍କ ସହ କେତେଜଣ ପରିବାର ସଦସ୍ୟ ଓ ଗାଁ ଲୋକେ ମିଶି ରାସ୍ତା ନିର୍ମାଣରେ ସହଯୋଗ କରିଛନ୍ତି।

ଗିରଫ ହେଲେ ମେଜରଙ୍କ ପତ୍ନୀଙ୍କ ହତ୍ୟାକାରୀ

ଗିରଫ ହେଲେ ମେଜରଙ୍କ ପତ୍ନୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଷ୍ଟେଶନ ନିକଟରେ ଶନିବାର ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସକ୍ଷମ ହୋଇଛି।

ଲୋନ୍‌ ଲାଗି ଶାରୀରିକ ସମ୍ପର୍କ ପ୍ରସ୍ତାବ ଦେଲେ ବ୍ୟାଙ୍କ ମ୍ୟାନେଜର

ଲୋନ୍‌ ଲାଗି ଶାରୀରିକ ସମ୍ପର୍କ ପ୍ରସ୍ତାବ ଦେଲେ ବ୍ୟାଙ୍କ ମ୍ୟାନେଜର

ବମ୍ବେ,୨୪।୬: ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଉଗ୍ରରୂପ ନେଇଛି। ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଚାଷୀ ବ୍ୟାଙ୍କରୁ ଲୋନ୍‌ ନେବାକୁ ଚାହୁଁଛନ୍ତି। ତେବେ ଲୋନ୍‌ ନେବାକୁ ଆସିଥିବା ଜଣେ ଚାଷୀଙ୍କ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ ଲାଗି ପ୍ରସ୍ତାବ ଦେଇଛନ୍ତି ଜନୈକ ବ୍ୟାଙ୍କ ମ୍ୟାନେଜର।

ବିବାହ ବେଦୀରେ ସ୍ବାମୀଙ୍କୁ ଗିରଫ କରାଇଲେ ସ୍ତ୍ରୀ

ବିବାହ ବେଦୀରେ ସ୍ବାମୀଙ୍କୁ ଗିରଫ କରାଇଲେ ସ୍ତ୍ରୀ

ପାଟନା,୨୪।୬: ବିହାର ଆରା ଅର୍ନ୍ତଗତ ନବାଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦ୍ୱିତୀୟ ବିବାହ କରୁଥିବା ସମୟରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଚନ୍ଦନ କୁମାର ପାଶଓ୍ବାନ ନାମକ ଜନୈକ ବ୍ୟକ୍ତିଙ୍କର ପୂର୍ବରୁ ୨୦୧୫ ମେ ୩ରେ ବିବାହ ହୋଇଥିଲା।

ରାମଦେବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଗିରଫ

ରାମଦେବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଗିରଫ

ନଏଡା,୨୪।୬: ସୋସିଆଲ ମିଡିଆ ହ୍ବାଟସ୍‌ ଆପ୍‌ରେ ବାବା ରାମଦେବଙ୍କର ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ନଏଡା ପୋଲିସ ଗିରଫ କରିଛି।

ଟ୍ରେନ୍‌ ମାଡ଼ିଗଲା, ତଥାପି ହେଲାନି ଆତ୍ମହତ୍ୟା

ଟ୍ରେନ୍‌ ମାଡ଼ିଗଲା, ତଥାପି ହେଲାନି ଆତ୍ମହତ୍ୟା

ନେପାନଗର,୨୪।୬: ମଧ୍ୟପ୍ରଦେଶ ନେପାନଗର ରେଲଓ୍ବେ ଷ୍ଟେଶନରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ମହିଳା ସୁପରଫାଷ୍ଟ ପୁଷ୍ପକ ଏକ୍ସପ୍ରେସ୍‌ ଆସୁଥିବା ଲାଇନ୍‌ନ୍ନେିଜର ଏକମାସ ପୁଅ ସହିତ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।

ଶାରୀରିକ ସମ୍ପର୍କ ଲାଗି ପ୍ରସ୍ତାବ ଦେଇ ଫିଲ୍ମ ନିର୍ମାତା ଗିରଫ

ଶାରୀରିକ ସମ୍ପର୍କ ଲାଗି ପ୍ରସ୍ତାବ ଦେଇ ଫିଲ୍ମ ନିର୍ମାତା ଗିରଫ

କଲିକତା,୨୪।୬: ଫିଲ୍ମରେ ଅଭିନୟ କରିବା ଲାଗି ଜଣେ ମହିଳାଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେବା ଅଭିଯୋଗରେ ଜଣେ ଫିଲ୍ମ ନିର୍ମାତାଙ୍କୁ ଗିରଫ କରାଯାଇଛି।

ସାବଧାନ: ୪୮ ଘଣ୍ଟା ମଧ୍ୟରେ ହେବ ପ୍ରବଳ ବର୍ଷା

ସାବଧାନ: ୪୮ ଘଣ୍ଟା ମଧ୍ୟରେ ହେବ ପ୍ରବଳ ବର୍ଷା

ପାଟନା,୨୪।୬: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିହାରରେ ପ୍ରବଳ ବର୍ଷାହେବାର ସମ୍ଭାବନା ଥିବା ପ୍ରକାଶ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି।

ଅପରେଶନ ଅଲଆଉଟ୍‌-୨: ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ତାଲିକାରେ ୨୧ ଆତଙ୍କବାଦୀ

ଅପରେଶନ ଅଲଆଉଟ୍‌-୨: ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ତାଲିକାରେ ୨୧ ଆତଙ୍କବାଦୀ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଇଦ୍‌ ପରେ ଆରମ୍ଭ ହୋଇଛି ଅପରେଶନ ଅଲଆଉଟ୍‌-୨। ଏଥିରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ କେତେକ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।

ମେଜରଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା

ମେଜରଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୨୪।୬: ରାଜଧାନୀ ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ଜଣେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ହୋଇଥିବା ଏହି ହତ୍ୟାକାଣ୍ଡ ଏକ ପ୍ରକାର ପୋଲିସର ମୁଣ୍ଡ ବିଗାଡି ଦେଇଛି।

Model This Week

ଆହାନା