ଖେଳ |

ଡୋପ ଟେଷ୍ଟରେ ବିଫଳ ହେବା ଅପରାଧ

ଓ୍ବାଶିଂଟନ,୧୩।୬(ଏପି)- ନିଷିଦ୍ଧ ଔଷଧ ଦ୍ୱାରା କ୍ରୀଡ଼ାବିତ୍‌ମାନେ ନିଜର ଦକ୍ଷତା ବୃଦ୍ଧି କରିବା କିଛି ନୂଆ କଥା ନୁହେଁ। ଏହାକୁ ରୋକିବା ପାଇଁ ଆମେରିକା ସଂସଦରେ ମଙ୍ଗଳବାର ଏକ ପ୍ରସ୍ତାବ ଦିଆଯାଇଛି। ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟରେ ନିଷିଧ ଔଷଧ ବ୍ୟବହାର କରିବା କିମ୍ବା ପ୍ରତିଯୋଗିତା ବେଳେ ଔଷଧ ବଣ୍ଟନ କରିବା ଏକ ଅପରାଧ ବୋଲି ଏଥିରେ ଦର୍ଶାଯାଇଛି। ଏହି ପ୍ରସ୍ତାବର ନାମ ଗ୍ରିଗୋରୀ ରୋଡଚେଙ୍କୋଭଙ୍କ ନାମରେ ରଖାଯାଇଛି। ଗ୍ରିଗୋରୀ ରୁଷିଆରେ ଅନୁଷ୍ଠିତ ସୁଚି ଓ୍ବିଣ୍ଟର ଅଲିମ୍ପିକ୍ସରେ ପ୍ରବଳ ମାତ୍ରରେ ନିଷିଧ ଔଷଧ ବ୍ୟବହାର ହୋଇଥିବା ସୂଚନା ଦେଇ ଚର୍ଚ୍ଚାକୁ ଆସିଥିଲେ। ଯେଉଁ ଖେଳାଳିମାନେ ଅଲିମ୍ପିକ୍ସ ଇଭେଣ୍ଟ ଭଳି ଅନ୍ୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଡୋପ ଟେଷ୍ଟରେ ବିଫଳ ହେବେ ସେମାନଙ୍କୁ ୨ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ଅର୍ଥି ଦେବାକୁ ପଡ଼ିବ। ଏଥିସହ ପ୍ରାୟ ୧୦ ବର୍ଷ ପାଇଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଆଇନ ଆମେରିକୀୟ ଆଥ୍‌ଲେଟଙ୍କ ସମେତ ବିଦେଶୀ ଖେଳାଳିଙ୍କ ଉପରେ ମଧ୍ୟ ଲାଘୁ ହେବ। ଯେଉଁ ଇଭେଣ୍ଟରେ ୪ କିମ୍ବା ତତ୍‌ଊର୍ଦ୍ଧ୍ୱ ଆମେରିକୀୟ ଆଥ୍‌ଲେଟଙ୍କ ସହ ୩ରୁ ୪ଟି ଦେଶର ଆଥ୍‌ଲେଟ ଅଂଶଗ୍ରହଣ କରିଥିବେ, ଉକ୍ତ ପ୍ରତିଯୋଗିତା ପାଇଁ ଏହି ନିୟମ ଲାଘୁ ହେବ। ଏପରି କି ଆମେରିକାରେ ଇଭେଣ୍ଟ ଆୟୋଜନ ହେଉ ନ ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେବ। ସମାନ ଆଇନ ଜର୍ମାନୀ, ଇଟାଲି ଓ କେନିୟାରେ କାର୍ଯ୍ୟକାରୀ ହେଉଛି।
All Right Reserved By

ଖେଳ |

ସୌରଭଙ୍କୁ ୩ୟ ଟାଇଟଲ

ସୌରଭଙ୍କୁ ୩ୟ ଟାଇଟଲ

ଗୁଆହାଟୀ,୧୬।୨(ପିଟି)- ଏଠାରେ ଚାଲିଥିବା ୮୩ତମ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ  ସୌରଭ ବର୍ମା ଟାଇଟଲ ଜିତିଛନ୍ତି। 

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୨(ପିଟି)- ପୁଲଓ୍ବାନା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ। 

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ନାଗପୁର,୧୬।୨- ବିଦର୍ଭ ବୋଲର ଅକ୍ଷୟ ଓ୍ବାଖରେ ବର୍ତ୍ତମାନ ଭାରତୀୟ କ୍ରିକେଟରେ ସଫଳତାର ଶୀର୍ଷକୁ ସ୍ପର୍ଶ କରୁଛନ୍ତି। ଅସାଧାରଣତଃ ବୋଲିଂ ଷ୍ଟାଇଲ ଯୋଗୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅକ୍ଷୟ। 

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆରପି-ଏସ୍‌ଜି ଇଣ୍ଡିଆନ ସ୍ପୋଟର୍‌ସ ସମ୍ମାନକୁ ବାତିଲ କରିଛନ୍ତି।

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଷ୍ଟଚର୍ଚ୍ଚ,୧୬।୨- ବିସ୍ଫୋରକ ଓପନର ମାର୍ଟିନ ଗୁପଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ବାଂଲାଦେଶ ବିପକ୍ଷରେ ଏଠାରେ ଖଳାଯାଇଥିବା ୨ୟ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ୮ ଉଇକେଟରେ ବିଜୟ ହାସଲ କରିଛି। 

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ଚଣ୍ଡିଗଡ଼,୧୬।୨- କୋଚ୍‌ ପରାମର୍ଶ ଦେଇ ନ ଥିଲେ ସମ୍ଭବତଃ ମୟଙ୍କ ମାର୍କଣ୍ଡେ ଲେଗ୍‌ ସ୍ପିନ ଓ ରଙ୍ଗ ଓ୍ବାନ୍‌ସ ବୋଲିଂ କରି ନ ଥାନ୍ତେ। 

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ୍‌ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଦ୍ୱିମୁକୁଟ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ସାଥୀ ଖେଳାଳି ଚିନ୍ମୟ ପ୍ରଧାନଙ୍କୁ ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। 

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଭାରତୀୟ ସିନିୟର ମହିଳା ଫୁଟ୍‌ବଲ ଦଳ ତୁର୍କୀରେ ଏକ ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବ। ଏଥିରେ ରୋମାନିଆ, ଉଜ୍‌ବେକିସ୍ତାନ ଓ ତୁର୍କମେନିସ୍ତାନ ସହ ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି।  ଗ୍ରୁପ୍‌ ବି’ରେ ଫ୍ରାନ୍ସ (ବି), ଜୋର୍ଡାନ, ନର୍ଦର୍ନ ଆୟର୍ଲାଣ୍ଡ ଏବଂ ଆୟୋଜକ ତୁର୍କୀ ରହିଛନ୍ତି। ଭାରତ ଫେବୃୟାରୀ ୨୦ରେ ଦେଶ ଛାଡ଼ିବ। 

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ, ୧୬।୨-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହେବାକୁ ଥିବା ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଶୁକ୍ରବାର ରାଜ୍ୟ ଦଳ ଘୋଷଣା କରାଯାଇଛି। 

ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ଼

ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ଼

ଡର୍ବାନ,୧୬।୨- ସ୍ଥାନୀୟ କିଙ୍ଗ୍ସ ମେଡ ଗ୍ରାଉଣ୍ଡରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୩୫ ରନ କରି ଅଲଆଉଟ ହୋଇଥିଲା। 

ଇରାନୀ ଟ୍ରଫି: ବିହାରୀଙ୍କ ଅପରାଜିତ ଶତକ: ବିଦର୍ଭର ଟାର୍ଗେଟ ୨୮୦

ଇରାନୀ ଟ୍ରଫି: ବିହାରୀଙ୍କ ଅପରାଜିତ ଶତକ: ବିଦର୍ଭର ଟାର୍ଗେଟ ୨୮୦

ନାଗପୁର, ୧୬।୨(ପି.ଟି.)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କ କ୍ରମାଗତ ଶତକ ସହାୟତାରେ ଅବଶିଷ୍ଟ ଭାରତ ରଣଜୀ ଚାମ୍ପିୟନ ବିଦର୍ଭ ବିପକ୍ଷ ଇରାନୀ ଟ୍ରଫି ମ୍ୟାଚ୍‌ରେ ସ୍ଥିତି ଦୃଢ କରିଛି। 

ମାର୍କଣ୍ଡେଙ୍କୁ ୫ ଉଇକେଟ:  ଭାରତ ଏ’ର ଇନିଂସ ବିଜୟ

ମାର୍କଣ୍ଡେଙ୍କୁ ୫ ଉଇକେଟ: ଭାରତ ଏ’ର ଇନିଂସ ବିଜୟ

ମହୀଶୂର, ୧୬।୨(ପି.ଟି.)- ୨୧ ବର୍ଷୀୟ ଯୁବ ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କ ୫ ଉଇକେଟ ସଫଳତା ବଳରେ  ଏଠାରେ ଖେଳାଯାଇଥିବା ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ  ଶୁକ୍ରବାର ଭାରତ ଏ’ ଏକ ଇନିଂସ ଓ ୬୮ ରନରେ ବିଜୟ ହାସଲ କରିଛି।