ଅନ୍ତର୍ଜାତୀୟ |

ସୁମାତ୍ରାରେ ଭୂକମ୍ପ

ସୁମାତ୍ରାରେ ଭୂକମ୍ପ
ଜାକର୍ତ୍ତା, ୧୩।୬: ଇଣ୍ଡୋନେସିଆ ସୁମାତ୍ରା ଦ୍ୱୀପଠାରୁ ୨୪୬ କିଲୋମିଟର ଦୂର ପାଦାଙ୍ଗରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରହିଥିବା ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପ ଯୋଗୁ ସ୍ଥାନୀୟ ଅଞ୍ଚଳରେ ସୁନାମୀ ଆସିବାର ଆଶଙ୍କା ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ। ଭୂକମ୍ପରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
All Right Reserved By

ଅନ୍ତର୍ଜାତୀୟ |

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଗୁରୁବାର ଜନ୍ମଦିନ ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆସିଥିଲା ଅନେକ ଶୁଭେଚ୍ଛା ବାର୍ତ୍ତା। 

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଲଣ୍ଡନ,୧୮।୧: ବ୍ରିଟେନରେ ଏବେ ଅପସ୍କ୍ରିଟିଂକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଛି। ଗୁରୁବାର ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସରେ ଅପସ୍କ୍ରିଟିଂକୁ ନେଇ ବିଲ୍‌ ପାସ୍‌ କରାଯାଇଛି।

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ଜାକର୍ତ୍ତା,୧୮।୧: ଏବେ ଲୋକଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍‌ ମାନିଆ ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ୍‌ ପାଇଁ ଘଟୁଛି ଅନକ ଅଭାବନୀୟ ଘଟଣା। ଇଣ୍ଡୋନେସିଆରେ ଇହ୍ଲାନ ଅୟାନୀ ନାମକ ଜଣେ ୨୫ ବର୍ଷ ବୟସ୍କା ମହିଳା ତାଙ୍କ ସ୍ବାମୀ ଡେଡି ପୁରନାମାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। 

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି। 

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଓ୍ବାଶିଂଟନ,୧୮-୧: ଏଚ୍‌-୧ବି ଭିଜା ମାଧ୍ୟମରେ ଆମେରିକାରେ କାମ କରିବା ଲାଗି ସ୍ବପ୍ନ ଦେଖୁଥିବା ଯୁବତୀଯୁବକମାନେ ଆମେରିକାର ଥିଙ୍କଟ୍ୟାଙ୍କ ସାଉଥ ଏସିଆ ସେଣ୍ଟର ଅଫ୍‌ ଦ ଆଟ୍‌ଲାଣ୍ଟିକ କାଉନସିଲ୍‌ର ରିପୋର୍ଟ ଥରେ ପଢ଼ି ନେବା ଉଚିତ୍‌ ହେବ। 

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ବେଜିଂ,୧୭।୧: ଚାଇନାର ଏକ କମ୍ପାନୀ ତା’ର କର୍ମଚାରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ କର୍ମଚାରୀମାନେ କମ୍ପାନୀ ଦେଇଥିବା ଟାର୍ଗେଟ ପୂରଣ ନ କରିବାରୁ ଏମିତି ଦଣ୍ଡ ମିଳିଛି। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ଚାକିରି ହରାଇଲେ ୧୨୩ ରୋବର୍ଟ

ଚାକିରି ହରାଇଲେ ୧୨୩ ରୋବର୍ଟ

ଟୋକିଓ,୧୭।୧: ଜାପାନର ହେନ ନା ବିଶ୍ୱର ପ୍ରଥମ ହୋଟେଲ ଯେଉଁଠି ଲୋକଙ୍କ ସୁବିଧା ପାଇଁ ପ୍ରାୟ ୨୪୩ଟି ରୋବର୍ଟ ରଖା ଯାଇଥିଲା। ସେଥିପାଇଁ ଏହି ହୋଟେଲର ନା ଗିନିଜ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା।

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ଓ୍ବାଶିଂଟନ,୧୭।୧: ଆମେରିକାର ଜର୍ଜିଆ ନିବାସୀ ଜଣେ ଯୁବକ ହ୍ବାଇଟ୍‌ ହାଉସ୍‌ ଓ ଓ୍ବାଶିଂଟନର ଅନ୍ୟ କେତେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ସନ୍ଦେହ କରି ଗିରଫ କରାଯାଇଛି।

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏନେଇ ଓ୍ବାଶିଂଟନ ପୋଷ୍ଟର ନକଲି ଖବର କାଗଜ ହ୍ବାଇଟ୍‌ ହାଉସ୍‌ ବାହାରେ ବଣ୍ଟା ହୋଇଛି।

ଆତଙ୍କବାଦୀ ଆକ୍ରମଣ: ୧୫ ନିହତ

ଆତଙ୍କବାଦୀ ଆକ୍ରମଣ: ୧୫ ନିହତ

ନାଇରୋବି,୧୭।୧(ଏଏଫ୍‌ପି): କେନିଆ ରାଜଧାନୀ ନାଇରୋବିରେ ଥିବା ଏକ ହୋଟେଲ୍‌ କମ୍ପ୍ଲେକ୍ସ ଉପରେ ଇସ୍‌ଲାମିକ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆମେରିକୀୟ ଥିବା ଜଣାପଡିଛି। 

ଆମେରିକାରୁ ୧୮ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ

ଆମେରିକାରୁ ୧୮ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ

ଓ୍ବାଶିଂଟନ,୧୭।୧:ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିପାଉଛି। ଭାରତ ସେଠାରୁ ୧୮ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ସହିତ ବାର୍ଷିକ ୫ ବିଲିୟନ ଡଲାର ମୂଲ୍ୟର ତୈଳ ଓ ଗ୍ୟାସ୍‌ କ୍ରୟ କରିବ ବୋଲି ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତିି।