ଖେଳ |

ପିଫା ବିଶ୍ୱକପ୍‌ ସ୍ପେନ, ଜର୍ମାନୀ, ଫ୍ରାନ୍ସ, ବ୍ରାଜିଲ ଛେତ୍ରୀଙ୍କ ଶ୍ରେଷ୍ଠ-୪ ଫେଭରାଇଟ ଦଳ

ପିଫା ବିଶ୍ୱକପ୍‌ ସ୍ପେନ, ଜର୍ମାନୀ, ଫ୍ରାନ୍ସ, ବ୍ରାଜିଲ ଛେତ୍ରୀଙ୍କ ଶ୍ରେଷ୍ଠ-୪ ଫେଭରାଇଟ ଦଳ
କଲିକାତ, ୧୩।୬(ପି.ଟି.)- ଆଉ ଗୋଟିଏ ଦିନ ପରେ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ କିଏ ଚାମ୍ପିୟନ ହେବ ଏ ନେଇ ଆକଳନ ପ୍ରକାଶ ପାଇଛି। ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ ମଧ୍ୟ ନିଜର ମତ ରଖିଛନ୍ତି। ଗତଥରର ଚାମ୍ପିୟନ ଜର୍ମାନୀ ସମେତ ବ୍ରାଜିଲ, ଫ୍ରାନ୍ସ ଓ ସ୍ପେନ୍‌ ଏଥର ଟାଇଟଲ ଦୌଡରେ ରହିଛନ୍ତି ଓ ଏହି ୪ ଦଳ ବିଶ୍ୱକପ୍‌ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଲିଓନେଲ ମେସି ଶ୍ରେଷ୍ଠ ଫୁଟବଲର ହୋଇଥିଲେ ମଧ୍ୟ ତାଙ୍କ ଦଳ ଆର୍ଜେଣ୍ଟିନା ମୋର ଫେଭରାଇଟ ନୁହଁ ବୋଲି ଛେତ୍ରୀ କହିଛନ୍ତି। ସେହିପରି ଇଂଲଣ୍ଡକୁ ମଧ୍ୟ ଅଣଦେଖା କରିହେବ ନାହିଁ। ଇଂଲଣ୍ଡ ଡାର୍କ ହର୍ସ ବୋଲି ସେ କହିଛନ୍ତି। ସେହିପରି ବେଲଜିୟମ ମଧ୍ୟ ଏକ ଭଲ ତଥା କ୍ୱାଲିଟି ଦଳ ବୋଲି ଛେତ୍ରୀ କହିଛନ୍ତି। ମେସି ହେଉଛନ୍ତି ସର୍ବାକାଳୀନ ଫୁଟବଲରଙ୍କ ମଧ୍ୟରୁ ଅନ୍ୟତମ। ମେସିଙ୍କ ପ୍ରଶଂସକ ଚାହଁାନ୍ତି ଆର୍ଜେଣ୍ଟିନା ବିଶ୍ୱକପ୍‌ ହାସଲ କରୁ। ମୁଁ ମଧ୍ୟ ମେସଙ୍କର ଜଣେ ବଡ଼ ପ୍ରଶଂସକ। ମେସି ଅଧିକରୁ ଅଧିକ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଚାମ୍ପିୟନ କରାନ୍ତୁ ବୋଲି ମୁଁ ଚାହେଁ। ତେବେ ଆର୍ଜେଣ୍ଟିନା ଛେତ୍ରୀଙ୍କ ଫେଭରାଇଟ ତାଲିକାରେ ନାହିଁ। ସ୍ପେନ୍‌ ହେଉଛି ଛେତ୍ରୀଙ୍କ ପସନ୍ଦର ଦଳ। ସ୍ପେନ ଯେଉଁଭଳି ଫୁଟବଲ ଖେଳୁଛି ତାହା ଦେଖିବା ଯୋଗ୍ୟ ବୋଲି ଛେତ୍ରୀ କୁହନ୍ତି। ୬୪ଟି ଗୋଲ ସ୍କୋର କରି ଛେତ୍ରୀ ମେସିଙ୍କ ସମକକ୍ଷ ହୋଇଛନ୍ତି। ତେବେ ମେସିଙ୍କ ସହ ତାଙ୍କୁ ତୁଳନା କରିବା କଥାକୁ ସେ ନାପସନ୍ଦ କରିଛନ୍ତି। ମେସି ଓ ରୋନାଲ୍ଡୋ ହେଉଛନ୍ତି ବିଶ୍ୱର ଦୁଇ ଶ୍ରେଷ୍ଠ ଫୁଟବଲର। ତେଣୁ ଏମାନଙ୍କ ସହ ତୁଳନା କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଫୁଣି ଫିଟ୍‌ ରହିଲେ ମେସି ଓ ରୋନାଲ୍ଡୋ ୨୦୨୨ ବିଶ୍ୱକପ୍‌ ଖେଳିପାରନ୍ତି ବୋଲି ଛେତ୍ରୀ ପୂର୍ବାନୁମାନ କରିଛନ୍ତି। ତେଣୁ ମେସି ଓ ରୋନାଲ୍ଡୋଙ୍କ ପାଇଁ ଏହି ବିଶ୍ୱକପ ଅନ୍ତିମ ନୁହଁ ବୋଲି ଛେତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ସ୍ପେନ ଅଭିଜ୍ଞ ଫୁଟବଲର ଆଣ୍ଡ୍ରେସ ଇନିଏଷ୍ଟାଙ୍କ ପାଇଁ ଏହି ବିଶ୍ୱକପ୍‌ ହେଉଛି ଅନ୍ତିମ। ତେଣୁ ଇନିଏଷ୍ଟାଙ୍କ ଖେଳ ଦେଖିବାକୁ ସାରା ବିଶ୍ୱ ଅପେକ୍ଷା କରିଛି ବୋଲି ଛେତ୍ରୀ କହିଛନ୍ତି।
All Right Reserved By

ଖେଳ |

ସୌରଭଙ୍କୁ ୩ୟ ଟାଇଟଲ

ସୌରଭଙ୍କୁ ୩ୟ ଟାଇଟଲ

ଗୁଆହାଟୀ,୧୬।୨(ପିଟି)- ଏଠାରେ ଚାଲିଥିବା ୮୩ତମ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ  ସୌରଭ ବର୍ମା ଟାଇଟଲ ଜିତିଛନ୍ତି। 

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୨(ପିଟି)- ପୁଲଓ୍ବାନା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ। 

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ନାଗପୁର,୧୬।୨- ବିଦର୍ଭ ବୋଲର ଅକ୍ଷୟ କାର୍ନଓ୍ବୋର ବର୍ତ୍ତମାନ ଭାରତୀୟ କ୍ରିକେଟରେ ସଫଳତାର ଶୀର୍ଷକୁ ସ୍ପର୍ଶ କରୁଛନ୍ତି। ଅସାଧାରଣତଃ ବୋଲିଂ ଷ୍ଟାଇଲ ଯୋଗୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅକ୍ଷୟ।

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆରପି-ଏସ୍‌ଜି ଇଣ୍ଡିଆନ ସ୍ପୋଟର୍‌ସ ସମ୍ମାନକୁ ବାତିଲ କରିଛନ୍ତି।

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଷ୍ଟଚର୍ଚ୍ଚ,୧୬।୨- ବିସ୍ଫୋରକ ଓପନର ମାର୍ଟିନ ଗୁପଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ବାଂଲାଦେଶ ବିପକ୍ଷରେ ଏଠାରେ ଖଳାଯାଇଥିବା ୨ୟ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ୮ ଉଇକେଟରେ ବିଜୟ ହାସଲ କରିଛି। 

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ଚଣ୍ଡିଗଡ଼,୧୬।୨- କୋଚ୍‌ ପରାମର୍ଶ ଦେଇ ନ ଥିଲେ ସମ୍ଭବତଃ ମୟଙ୍କ ମାର୍କଣ୍ଡେ ଲେଗ୍‌ ସ୍ପିନ ଓ ରଙ୍ଗ ଓ୍ବାନ୍‌ସ ବୋଲିଂ କରି ନ ଥାନ୍ତେ। 

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ୍‌ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଦ୍ୱିମୁକୁଟ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ସାଥୀ ଖେଳାଳି ଚିନ୍ମୟ ପ୍ରଧାନଙ୍କୁ ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। 

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଭାରତୀୟ ସିନିୟର ମହିଳା ଫୁଟ୍‌ବଲ ଦଳ ତୁର୍କୀରେ ଏକ ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବ। ଏଥିରେ ରୋମାନିଆ, ଉଜ୍‌ବେକିସ୍ତାନ ଓ ତୁର୍କମେନିସ୍ତାନ ସହ ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି।  ଗ୍ରୁପ୍‌ ବି’ରେ ଫ୍ରାନ୍ସ (ବି), ଜୋର୍ଡାନ, ନର୍ଦର୍ନ ଆୟର୍ଲାଣ୍ଡ ଏବଂ ଆୟୋଜକ ତୁର୍କୀ ରହିଛନ୍ତି। ଭାରତ ଫେବୃୟାରୀ ୨୦ରେ ଦେଶ ଛାଡ଼ିବ। 

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ, ୧୬।୨-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହେବାକୁ ଥିବା ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଶୁକ୍ରବାର ରାଜ୍ୟ ଦଳ ଘୋଷଣା କରାଯାଇଛି। 

ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ଼

ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ଼

ଡର୍ବାନ,୧୬।୨- ସ୍ଥାନୀୟ କିଙ୍ଗ୍ସ ମେଡ ଗ୍ରାଉଣ୍ଡରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୩୫ ରନ କରି ଅଲଆଉଟ ହୋଇଥିଲା। 

ଇରାନୀ ଟ୍ରଫି: ବିହାରୀଙ୍କ ଅପରାଜିତ ଶତକ: ବିଦର୍ଭର ଟାର୍ଗେଟ ୨୮୦

ଇରାନୀ ଟ୍ରଫି: ବିହାରୀଙ୍କ ଅପରାଜିତ ଶତକ: ବିଦର୍ଭର ଟାର୍ଗେଟ ୨୮୦

ନାଗପୁର, ୧୬।୨(ପି.ଟି.)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କ କ୍ରମାଗତ ଶତକ ସହାୟତାରେ ଅବଶିଷ୍ଟ ଭାରତ ରଣଜୀ ଚାମ୍ପିୟନ ବିଦର୍ଭ ବିପକ୍ଷ ଇରାନୀ ଟ୍ରଫି ମ୍ୟାଚ୍‌ରେ ସ୍ଥିତି ଦୃଢ କରିଛି। 

ମାର୍କଣ୍ଡେଙ୍କୁ ୫ ଉଇକେଟ:  ଭାରତ ଏ’ର ଇନିଂସ ବିଜୟ

ମାର୍କଣ୍ଡେଙ୍କୁ ୫ ଉଇକେଟ: ଭାରତ ଏ’ର ଇନିଂସ ବିଜୟ

ମହୀଶୂର, ୧୬।୨(ପି.ଟି.)- ୨୧ ବର୍ଷୀୟ ଯୁବ ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କ ୫ ଉଇକେଟ ସଫଳତା ବଳରେ  ଏଠାରେ ଖେଳାଯାଇଥିବା ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ  ଶୁକ୍ରବାର ଭାରତ ଏ’ ଏକ ଇନିଂସ ଓ ୬୮ ରନରେ ବିଜୟ ହାସଲ କରିଛି।