ରାଜ୍ୟ | ଉପକୂଳ ଓଡିଶା

ବନବିଭାଗ, ପୋଲିସର ମିଳିତ ଚଢ଼ାଉ: ଦୁଇ ଲକ୍ଷ ଟଙ୍କାର ଶାଳ ଗଣ୍ଡି, ଦୁଇଟି ଗାଡି ଜବତ

ବନବିଭାଗ, ପୋଲିସର ମିଳିତ ଚଢ଼ାଉ: ଦୁଇ ଲକ୍ଷ ଟଙ୍କାର ଶାଳ ଗଣ୍ଡି, ଦୁଇଟି ଗାଡି ଜବତ
ଓଡ଼ଗାଁ, ୧୩ା୬(ସ୍ବ.ପ୍ର.): ଦୀର୍ଘଦିନର ନୀରବତା ପରେ ସ୍ଥାନୀୟ ବନ ବିଭାଗ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ାଉ କରି ପ୍ରାୟ ୨ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଳଗଣ୍ଡି ଜବତ କରଛନ୍ତି । ଓଡ଼ଗାଁ ଓ ମହୀପୁର ସୀମାନ୍ତ ଗୁମୀ ଜଙ୍ଗଲରୁ ଶାଳ ଗଣ୍ଡି ବୋଝେଇ ଗାଡି ଆସୁଥିବା ନେଇ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା ସୂଚନା ପାଇଥିଲେ। ପରେ ସେ ନୟାଗଡ ବନଖଣ୍ଡ ଅଧିକାରୀ ଗୋଦାବରୀଶ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସଦଳବେଳେ ବାହାଡ଼ାଝୋଲା ନିକଟସ୍ଥ ଘଡେଇବନ୍ଧ ନିକଟରେ ପାଲଟଣା ଦୁୁଇଟି ଗାଡିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ଗାଡି ଦୁଇଟି ଅଟକିବା ପରିବର୍ତ୍ତେ ଦୃତ ଗତିରେ ବାହାଡ଼ାଝୋଲା ଓ କୈବଲ୍ୟପୁର ଛକରୁ ଗୁଣ୍ଠାସାହି ଅତିକ୍ରମ କରି ଦରପଦା ରାସ୍ତାରେ ଗତି କରିଥିଲା। ବନାଞ୍ଚଳ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ପିଛା କରି ବିଫଳ ହୋଇଥିଲେ। ଶେଷରେ ବନାଞ୍ଚଳ ଅଧିକାରୀ ଶରଣକୂଳ ଓ ଓଡ଼ଗାଁ ପୋଲିସକୁ ସୂଚନା ଦେବା ସହ ସେମାନଙ୍କ ସହାୟତା ଲୋଡିଥିଲେ। ଓଡ଼ଗାଁ ଆଇଆଇସି ଅନିଲ କୁମାର ପ୍ରଧାନ ଓ ଶରଣକୂଳ ଆଇଆଇସି ମନୋଜ କୁମାର ଶତପଥି ପୋଲିସ ଫୋର୍ସ ସହ ସବୁ ଦିଗରୁ ଘେରିଯାଇଥିଲେ। ଉଭୟ ଗାଡି ଚାଳକ ପ୍ରାୟ ଦେଢ ଘଣ୍ଟା ପରେ ପଂଚରିଡା ଛକ ନିକଟରେ ଗାଡିକୁ ଛାଡି ଫେରାର ହୋଇଯାଇଥିଲେ। ଗାଡିଗୁଡିକର ପାଲ ଖୋଲିବାପରେ ସେଥିରେ ୧୧ଟି ଶାଳଗଣ୍ଡି ଥିବା ଜଣାଯାଇଥିଲା। ଜବତ ଗାଡି ମଧ୍ୟରେ ଟାଟା ୪୦୭ ଗାଡିର ରେଜଷ୍ଟ୍ରି ନମ୍ବର ଓଆର ୦୨ଜି୩୪୨୭ ଥିବା ବେଳେ ବୋଲେରୋ ପିକ୍‌ଅପ ଭ୍ୟାନରେ କୌଣସି ନମ୍ବର ନ ଥିବା ଜଣାଯାଇଛି। ଜବତ ଶାଳ ଗଣ୍ଡିର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ ସୁଚନା ଦେଇଛନ୍ତି।
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। 

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ବିରୁବାସା ବସ୍ତିରେ କୁକୁଡ଼ା ପୋଡ଼ୁଥିବାବେଳେ ମାନି ପ୍ରଧାନ ନାମ୍ନୀ ମହିଳା ନିଅଁାରେ ପୋଡ଼ିଯାଇ ପ୍ରାଣ ହରାଇଥିଲେ।

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ସପ୍ତମ ପର୍ଯ୍ୟାୟରେ ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ ହୋଇଛନ୍ତି।

‘ପିଠା’ କାର୍ଯ୍ୟକ୍ରମର ସ୍ଥାନ ନିରୂପଣକୁ ନେଇ ବିବାଦ: ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

‘ପିଠା’ କାର୍ଯ୍ୟକ୍ରମର ସ୍ଥାନ ନିରୂପଣକୁ ନେଇ ବିବାଦ: ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

ଆରଡ଼ି, ୧୮।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି। ଶୁକ୍ରବାର କାର୍ଯ୍ୟକ୍ରମରେ ବିଭ୍ରାଟ ସୃଷ୍ଟି ହୋଇଛି। 

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

ଗୁଡ଼ଭେଲା,୧୮।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ତେନ୍ତୁଲିଖୁଣ୍ଟି ଗ୍ରାମ ମକର ମେଳା ପଡ଼ିଆରେ ଗତ ଛଅ ଦିନ ଧରି ଚାଲିଥିବା  ୫୨ତମ ଗା୍ରମ ପଞ୍ଚାୟତସ୍ତରୀୟ ମକର ମେଳା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି ।

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

ଭୁବନେଶ୍ୱର,୧୮।୧(ବ୍ୟୁରୋ): କଂଗ୍ରେସ ଦଳ ଭିତରେ କନ୍ଦଳ ବଢ଼ିବାରେ ଲାଗିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟରେ ବିବାଦ ଥମିବାର ନା’ ନେଉନାହିଁ। ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ଲାଗି ଆସନ୍ତା ନିର୍ବାଚନରେ ସଗରିଆଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ବୋଲି ନିରଞ୍ଜନ କହିବା ପରେ ସଗରିଆ ଶୁକ୍ରବାର ନିଜର ମତ ରଖିଛନ୍ତି। 

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ପିପିଲି ଗଣବଳାତ୍କାର ମାମଲା ଓ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନାକୁ ବିରୋଧ କରିଆସୁଛି ଭାଜପା। ଏହି କ୍ରମରେ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ଉପାୟରେ ବିରୋଧ କରାଯାଇଛି।

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ,୧୮।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ଛତିଶଗଡ଼ କବିର ଜିଲାର ଜଣେ ପର୍ଯ୍ୟଟକ ମନ୍ଦିର ହାତୀ ଦ୍ୱାରରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭାଗେଲାରାମ।

ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ, ନଷ୍ଟକଲେ ଅମଳ ଫସଲ

ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ, ନଷ୍ଟକଲେ ଅମଳ ଫସଲ

ହିଞ୍ଜିଳିକାଟୁ,୧୮।୧(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ଶୁକ୍ରବାର ସକାଳେ ୧୨ଟି ବଣୁଆ ହାତୀ ପ୍ରବେଶ କରିଛନ୍ତି। ଦିଗପହଣ୍ଡି ରେଞ୍ଜ ବନାଞ୍ଚଳରୁ ଏହି ହାତୀପଲ ଗୁରୁବାର ରାତିରେ ପ୍ରବେଶ କରିଥିବା ବନ ବିଭାଗ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ପୁରୀ ଅଫିସ, ୧୮।୧: ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବା ଲାଗି ମନ୍ଦିର ପ୍ରଶାସନ ତିନି ଥାକିଆ ତଦାରଖ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। 

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ତାଙ୍କୁ ଏଆଇସିସି ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା।

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।