ଫୁରସତ |

ଜୀବନ ନେଇପାରେ ସେଲ୍‌ଫି

ଜୀବନ ନେଇପାରେ ସେଲ୍‌ଫି

ଓ୍ବାଶିଂଟନ୍‌: ଆପଣ ମୋବାଇଲ୍‌ ଯୋଗେ ସେଲ୍‌ଫି ଫଟୋ ଉଠାଇବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ, ଏଥିପ୍ରତି ସାବଧାନ ହେବା ଉଚିତ। କାରଣ ସେଲ୍‌ଫି ବର୍ତ୍ତମାନ ଲୋକଙ୍କ ପାଇଁ ଏକ ଭୟଙ୍କର ରୋଗରେ ପରିଣତ ହେଲାଣି। ଏହି ରୋଗର ଚିକିତ୍ସା ମଧ୍ୟ କଷ୍ଟକର। ବାସ୍ତବିକ୍‌ ସେଲ୍‌ଫି ପାଇଁ ଆଜିର ଯୁବ ସମାଜ ସ୍ଥାନ, କାଳ, ପାତ୍ର ଏପରି କି ନିଜକୁ ମଧ୍ୟ ଭୁଲିଯାଉଛନ୍ତି। କ୍ୟାମେରା ଯୋଗେ ନିଜର ଅବସ୍ଥିତିକୁ ଧରିରଖିବା ପାଇଁ କେତେକ ଚଳନ୍ତା ଟ୍ରେନ୍‌, ଉଚ୍ଚପର୍ବତ ଶିଖର, ଉଚ୍ଚତମ କୋଠା ଏବଂ ଅନ୍ୟାନ୍ୟ ବିପଜ୍ଜନକ ସ୍ଥଳକୁ ପସନ୍ଦ କରୁଛନ୍ତି।
ଏହାଦ୍ୱାରା ଜୀବନ ପ୍ରତି ବିପଦ ଆଶଙ୍କା ଥିବା ସେମାନେ ଭୁଲି ଯାଉଛନ୍ତି। ଏଥିପାଇଁ ଅନେକଙ୍କ ଜୀବନ ଚାଲିଯିବା ଖବର ଜାଣିବାକୁ ମିଳୁଛି। ଏହା ନିଜ ହାତରେ ନିଜ ଜୀବନ ନେବା ଭଳି। ସେଲ୍‌ଫି ଫଟୋ ଉଠାଇବାର ଅଭ୍ୟାସ ସ୍ବାର୍ଥପରତା ସୃଷ୍ଟି କରିଥାଏ। ପୂର୍ବରୁ ଜଣେ ଅନ୍ୟ ଜଣଙ୍କର ମନ, ହୃଦୟ ଏବଂ ଚିନ୍ତାଧାରା ବୁଝିପାରି ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ମୁହଁକୁ ମୁହଁ, ମୁଣ୍ଡକୁ ମୁଣ୍ଡ ଓ କାନ୍ଧକୁ କାନ୍ଧ ଯୋଡ଼ି ସେଲ୍‌ଫି ଉଠାଇଦେଲେ କଥା ସରିଲା। ନା ଏଥିରେ ଥାଏ ମନ ଦିଆନିଆ କି ଭାବ ଦିଆନିଆର ନିବିଡ଼ତା।
ଏଥିରେ କେବଳ ସୁନ୍ଦର ଦେଖାଯିବା ପାଇଁ ଓଠ ଧାରରେ କୃତ୍ରିମ ହସ ଖେଳାଇବାକୁ ହୁଏ। ଆମେରିକୀୟ ମନରୋଗ ବିଶେଷଜ୍ଞ ସଂଘର କହିବାନୁଯାୟୀ, ଦୈନିକ ୩ଟି ସେଲ୍‌ଫିରୁ ଅଧିକ ନେଲେ ଏହା ମାନସିକ ଦୁର୍ବଳତାର ସଂକେତ ଦିଏ। ଏହାକୁ ସେଲ୍‌ଫିଜ୍‌ ରୋଗ ବୋଲି ନୂଆ ନାମକରଣ କରାଯାଇଛି।
ସେଲ୍‌ଫି ଫଟୋ ଉଠାଇ ତୁରନ୍ତ ଏହାକୁ ସୋସିଆଲ୍‌ ମିଡିଆରେ ପକାଇବାକୁ ପାଗଳାମି କୁହାଯାଏ। ଏହା ବାରମ୍ବାର କରିବା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିର ଆମତ୍ବିଶ୍ୱାସ ହ୍ରାସ ପାଏ। ଏଭଳି  ପାଗଳାମିର ଚିକିତ୍ସା କଷ୍ଟକର ବୋଲି ଡାକ୍ତରମାନେ କହିଛନ୍ତି। ସେଲ୍‌ଫି ଉଠାଇବା ପରେ କେତେକ ନିଜକୁ ଅସୁନ୍ଦର ମନେକରନ୍ତି। ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ କସ୍‌ମେଟିକ୍‌ ସର୍ଜରୀ ବୃଦ୍ଧିପାଇବା ଉଦ୍‌ବେଗଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

All Right Reserved By

ଫୁରସତ |

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ଇସ୍ରାଏଲର ‘ଡେଡ୍‌ ସି’ ବା ମୃତ ସାଗର ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଖୁବ୍‌କମ୍‌ ସ୍ଥାନରେ ବ୍ୟାପ୍ତ ହୋଇଥିବା ଏହି ସମୁଦ୍ରର ବୈଚିତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ଲମ୍ବା ପୋଷାକ ପିନ୍ଧିବା ମନା

ଲମ୍ବା ପୋଷାକ ପିନ୍ଧିବା ମନା

ସଧାରଣତଃ ମୁସଲମାନ୍‌ ମହିଳାମାନେ ଅଧିକାଂଶ ସମୟରେ ଲମ୍ବା ପୋଷାକ ପିନ୍ଧିବାର ଦେଖାଯାଇଥାଏ। ହେଲେ ଚାଇନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ଚାଇନାର ଶିନଜିଆଙ୍ଗ ଅଞ୍ଚଳରେ ରହୁଥିବା ମୁସଲମାନ ମହିଳାଙ୍କ ପାଇଁ ରହିଛି କିଛି ଭିନ୍ନ ନିୟମ।

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ଓ୍ବାରଶ: ପୋଲାଣ୍ଡର ନାମୀଦାମୀ ପର୍ନଷ୍ଟାର ନାଟାଲିଆ ଷ୍ଟାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ଦେଖି ଏବେ ପାଗଳ ଯୁବପିଢି। ୨୦୧୮ର ଟପ୍‌ ପର୍ନଷ୍ଟାର ତାଲିକାରେ ନାଟାଲିଆ ସ୍ଥାନ ପାଇଛନ୍ତି।

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ କି ? ଏହାକୁ କିପରି ସମାଧାନ କରିବେ ବାଟ ପାଉ ନାହାନ୍ତି? ତେବେ ଏ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏପରି କ୍ଷେତ୍ରରେ ଆପଣଙ୍କୁ ସହଯୋଗର ହାତ ବଢ଼ାଇବ ସ୍ମାର୍ଟ ରୋବୋ। ହେଲେ କିପରି ?

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣ ଯେତିକି ସାପ ଦେଖାଯାନ୍ତି ତନ୍ମଧ୍ୟରୁ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା(ରସଲ ଭାଇପର), ଧୂଳିଆ ବୋଡ଼ା(ସ’ ସ୍କେଲ୍‌ଡ ଭାଇପର), ଡାଳୁଆ ବୋଡ଼ା(ବାମ୍ବୋ ପିଟ୍‌ ଭାଇପର), ଅହିରାଜ(କିଙ୍ଗ୍‌ କୋବ୍ରା) ଆଦି ବିଷଧର ଅଟନ୍ତି।

ଫର୍ମାଲିନ ଆତଙ୍କ

ଫର୍ମାଲିନ ଆତଙ୍କ

ଫର୍ମାଲଡିହାଇଡ୍‌ ଏକ ଜୈବିକ ରାସାୟନିକ ଦ୍ରବ୍ୟ ଯାହା ପ୍ରକୃତିରେ ଉପଲବ୍ଧ ଥାଏ। ସର୍ବପ୍ରଥମେ ରୁଷିଆ ବୈଜ୍ଞାନିକ ଆଲେକଜାଣ୍ଡର ବଟଲେର ୧୮୫୯ରେ ଏହାକୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଭନ୍‌ ହଫମ୍ୟାନ୍‌ ଏହାକୁ ଚିହ୍ନିତ କରିଥିଲେ। ୪୦ ଭାଗ ଫର୍ମାଲଡିହାଇଡ୍‌ ଜଳରେ ମିଶାଇଲେ ତାହାକୁ ଫର୍ମାଲିନ୍‌ କୁହାଯାଏ।

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ କରିଛନ୍ତି। ଆଫ୍ରିକାର ଭ୍ମାସୀ ଗାଁରେ ଘଟିଛି ଏପରି ଏକ ଘଟଣା। ୩୩ ବର୍ଷ ବୟସ୍କା ହେଉଛନ୍ତି ନୋମବେଲିସୋ ନୋମାସନ୍ତୋ ଦ୍ମୋୟୀ।

ପୁରୁଣା ବହି ବଜାର

ପୁରୁଣା ବହି ବଜାର

ବିଦ୍ୟାର୍ଥୀଙ୍କ ଇଏ ହେଉଛି ପ୍ରିୟ ବଜାର। ଏଠାରେ ପାଠପଢ଼ା ହେଉ ବା ଚାକିରି ସମ୍ପର୍କିତ ଯେକୌଣସି ବହି ମିଳେ। ପୂରା-ଅଧାଦାମରେ। ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାରର ବିଦ୍ୟାର୍ଥୀମାନେ ବେଶୀ ନିର୍ଭର କରନ୍ତି ଏହି ବଜାର ଉପରେ। ଇଏ ହେଲା ଭୁବନେଶ୍ୱରର ପୁରୁଣା ବହି ବଜାର।

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ସିନିୟର ରେସିଡେନ୍ସ (ମେଡିସିନ) ଭାବେ କାର୍ଯ୍ୟରତ ଡା. ଶଙ୍କର ରାମଚନ୍ଦାନୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ମଣିଷର ଚାଲିଚଳନ, ବ୍ୟବହାରରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ। ତେବେ ମନୋବିଜ୍ଞାନୀଙ୍କ ଅନୁଯାୟୀ ଆପଣଙ୍କ ବସିବାର ଶୈଳୀରୁ ମଧ୍ୟ ଜାଣିହେବ ଆପଣ କେଉଁ ପ୍ରକାରର ବ୍ୟକ୍ତି।

କୁକୁରଙ୍କ ପାଇଁ ମହଲ

କୁକୁରଙ୍କ ପାଇଁ ମହଲ

ଅନେକ କୁକୁର ପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ଆରାମ ଏବଂ ସୁବିଧା ସୁଯୋଗ ପାଇଁ ବେଶ୍‌ ଯତ୍ନବାନ ଥା’ନ୍ତି। କିନ୍ତୁ ପୃଥିବୀରେ ଏଭଳି ମଧ୍ୟ କିଛି କୁକରପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ପାଇଁ ନିର୍ମାଣ କରିଛନ୍ତି ବିଳାସପୂର୍ଣ୍ଣ ମହଲ।

ପାର୍କ ନୁହେଁ ଇଏ ଘର

ପାର୍କ ନୁହେଁ ଇଏ ଘର

ଛୋଟ ପିଲାଙ୍କୁ ସ୍ଲାଇଡ୍‌ ବା ଖସଡ଼ାରେ ଖସିବାକୁ କେତେ ଭଲ ଲାଗେ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ସବୁ ପାର୍କରେ ଥାଏ ସ୍ଲାଇଡ୍‌। ତେବେ ଜାପାନର ଷ୍ଟୁଡିଓ ଲେଭଲ୍‌ ଆର୍କିଟେକ୍ଟ ଏମିତି ଏକ ତିନି ମହଲା ଘର ତିଆରି କରିଛନ୍ତି, ଯେଉଁ ଘରକୁ ଦେଖିଲେ ସମସ୍ତଙ୍କ ପିଲାଦିନ କଥା ମନେ ପଡ଼ିଯିବ।

Model This Week

ରୂପେଶ