ଜାତୀୟ |

ମାର୍ଚ୍ଚ ୨୦୧୮ ସୁଦ୍ଧା ସାଗରମାଳାରେ ୧.୮୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ

ମାର୍ଚ୍ଚ ୨୦୧୮ ସୁଦ୍ଧା ସାଗରମାଳାରେ ୧.୮୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ
ନୂଆଦିଲ୍ଲୀ,୧୩-୬(ପି.ଟି):୨୦୧୮ ମାର୍ଚ୍ଚ ସୁଦ୍ଧା ସରକାରଙ୍କ ବନ୍ଦର ଉନ୍ନତୀକରଣ ପ୍ରକଳ୍ପ ସାଗରମାଳାରେ ୧.୮୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟଭାର ପ୍ରଦାନ କରାଯାଇଛି। ଏ ନେଇ ସରକାର ସୂଚନା ଦେଇଛନ୍ତି। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଉକ୍ତ ପ୍ରକଳ୍ପଗୁଡିକୁ ନୀତିଗତ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହା ୨୦୧୬ରେ ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାରେ ମୋଟ ୨୨୪ ପ୍ରକଳ୍ପ ଲାଗି ୧.୮୫ ଲକ୍ଷ କୋଟି ନିବେଶ ଯୋଜନା କରାଯାଇଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ୧୯୬ ପ୍ରକଳ୍ପ ଲାଗି ୭୧,୮୬୮ କୋଟି ଟଙ୍କା ପ୍ରଦାନ କରାଯାଇ ପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ୨୦୧୮-୧୯ରେ ୩୧,୦୪୬ କୋଟି ଟଙ୍କାର ୯୮ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧୧,୨୯୯ କୋଟି ଟଙ୍କାର ୫୯ ପ୍ରକଳ୍ପ ଶେଷ ହୋଇଥିବା ଜଣାଯାଇଛି।
All Right Reserved By

ଜାତୀୟ |

ବଳାତ୍କାର ପୀଡ଼ିତାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ମନା

ବଳାତ୍କାର ପୀଡ଼ିତାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ମନା

ଡେରାଡୁନ୍‌,୧୮।୧୦: ଉତ୍ତରାଞ୍ଚଳ ଡେରାଡୁନ୍‌ରେ ଜଣେ ବଳାତ୍କାର ପୀଡିତାଙ୍କୁ ନାମ ଲେଖାଇବାକୁ ଏକ ସ୍କୁଲ ପକ୍ଷରୁ ମନା କରାଯାଇଛି। ସେ ପୂର୍ବରୁ ଭାଉଓ୍ବାଲାସ୍ଥିତ ଜିଆର୍‌ଡି ଓ୍ବାଲର୍‌ଡ ବୋର୍ଡିଂ ସ୍କୁଲରେ ପଢୁଥିଲେ।

ପୁଅକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତି

ପୁଅକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତି

ପାଟନା,୧୮।୧୦: ବିହାରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଙ୍କା ଜିଲାରେ ତାନ୍ତ୍ରିକ ଦମ୍ପତି ମାତା ଦୁର୍ଗାଙ୍କ ସାଧନାରେ ସେମାନଙ୍କର ୪ ବର୍ଷର ପୁଅ ଗୁଲିଆ କୁମାରଙ୍କୁ ବଳି ଦେଇଛନ୍ତି। 

ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣନ୍ତୁ ସରକାର: ମୋହନ ଭାଗବତ

ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣନ୍ତୁ ସରକାର: ମୋହନ ଭାଗବତ

ନାଗପୁର, ୧୮।୧୦: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ସ୍ବତନ୍ତ୍ର ଆଇନ ଆଣନ୍ତୁ ବୋଲି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି।

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ଗୁୁରୁବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେ ତେହରିକ୍‌-ଉଲ୍‌-ମୁଜାହିଦ୍ଦିନ୍‌ର ସଦସ୍ୟ।

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ଥିରୁଭାନନ୍ତପୁରମ୍‌, ୧୮।୧୦: ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ନେଇ ସୁପ୍ରିମକୋର୍ଟ ଗ୍ରିନ୍‌ ସିଗନାଲ ଦେବା ପରେ ଅଶାନ୍ତ ହୋଇପଡିଛି କେରଳ।  ମନ୍ଦିରକୁ ମହିଳା ପ୍ରବେଶ ନେଇ ଗୁରୁବାର ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ କେରଳ ବନ୍ଦ ଡାକରା ଦିଆଯାଇଛି।

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୮।୧୦: ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଗୁରୁବାର ସକାଳ ୬ଟା ୪୪ରେ ମଧ୍ୟପ୍ରଦେଶର ଥଣ୍ଡଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

ଅହମ୍ମଦାବାଦ୍‌/ଇସଲାମାବାଦ୍‌, ୧୮।୧୦: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ପାକିସ୍ତାନ ୧୧ ଭାରତୀୟ ଧୀବରଙ୍କୁ ଗିରଫ କରିଛି। 

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

ନୂଆଦିଲ୍ଲୀ,୧୮।୧୦: ଦେଶର ୫୦ କୋଟି ମୋବାଇଲ ନମ୍ବର ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି। କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ  ସୂଚିତ କରିଥିଲେ ଯେ, ମୋବାଇଲ୍‌ କମ୍ପାନୀ ଗ୍ରାହକଙ୍କଠାରୁ  ଆଧାର କାର୍ଡକୁ ଏକ ପରିଚୟ ତଥ୍ୟ ଭାବରେ ଗ୍ରହଣ କରିପାରିବେ ନାହିଁ। 

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

ରାୟପୁର, ୧୭।୧୦: ଅନ୍ଧ ବିଶ୍ୱାସର ଏକ ଚରମ ରୂପ ଦେଖିବାକୁ ମିଳିିଛି ଛତିଶଗଡର ରଜନାନ୍ଦ ଗ୍ରାମରେ। ଏଠାରେ ଅନ୍ଧବିଶ୍ୱାସ କାରଣରୁ ଜଣେ ୫ ମାସ ଶିଶୁର ଜୀବନ ଚାଲିଯାଇଛି।

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ଥିରୁଭନନ୍ତପୁରମ୍‌, ୧୭।୧୦: କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର କବାଟ ବୁଧବାର ମହିଳାଙ୍କ ପାଇଁ ଖୋଲିଛି। ଅପରାହ୍ନ ୫ଟାରେ ପ୍ରଥମଥର ପାଇଁ ସବୁ ବୟସର ମହିଳା ମନ୍ଦିରକୁ ପ୍ରବେଶ କରିଛନ୍ତି। 

ଇସ୍ତଫା ଦେଲେ ଏମ.ଜେ ଆକବର

ଇସ୍ତଫା ଦେଲେ ଏମ.ଜେ ଆକବର

ନୂଆଦିଲ୍ଲୀ, ୧୭।୧୦: ମିଟୂ ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ଥିରୁଭନନ୍ତପୁରମ୍‌, ୧୭।୧୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିବାକୁ ଯାଉଛି।