ଜୀବନଚର୍ଯ୍ୟା |

ଥଣ୍ଡା ପାଣିରେ ଗାଧାନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ଥଣ୍ଡା ପାଣିରେ ଗାଧାନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ମେଦବହୁଳତା ଏକେ ଏକ ଜଟିଳ ସମସ୍ୟାଭାବେ ଉଭା ହୋଇଛି । ଓଜନ ବୃଦ୍ଧି ଶରୀରରେ ବିଭିନ୍ନ ରୋଗର କାରଣ ହୋଇଥିବା ବେଳେ ସୌନ୍ଦର୍ଯ୍ୟହାନୀ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ସେହିପରି କେତେକ କଷ୍ଟସାଧ୍ୟ ବ୍ୟାୟାମ ମଧ୍ୟ କରିଥାନ୍ତି । କିନ୍ତୁ କୌଣସି ପ୍ରକାର ବ୍ୟାୟାମ କିମ୍ବା ଡାଏଟିଂ ନ କରି ମଧ୍ୟ ସହଜରେ ଓଜନ ହ୍ରାସ କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ମେଦବହୂଳତାରୁ ମୁକ୍ତି ମିଳିପାରିବ ବୋଲି କାନାଡ଼ା କୋନ୍‌ କୋର୍ଡିଆ ବିଶ୍ୱବିଦ୍ୟାଳୟର ଗବେଷକ ସେମାନଙ୍କର ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଏକ ବାୟୋକେମିକାଲ ପ୍ରକ୍ରିୟା। ଶରୀରରେ ଦୁଇ ପ୍ରକାରର ଫ୍ୟାଟ୍‌ ବା ଚର୍ବି ରହିଥାଏ । ତାହା ହେଉଛି ହ୍ବାଇଟ୍‌ ଫ୍ୟାଟ୍‌ ଓ ବ୍ରାଉନ୍‌ ଫ୍ୟାଟ୍‌୍‌ । ହ୍ବାଇଟ୍‌ ଫ୍ୟାଟ୍‌ର ଶରୀରରେ କୌଣସି ଆବଶ୍ୟକତା ନ ଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ଗ୍ରହଣ କଲେ ଶରୀରରେ ହ୍‌ବାଇଟ୍‌ ଫ୍ୟାଟ୍‌ ଜମା ହୋଇଥାଏ । ଏହା ଶରୀରର ଅଣ୍ଟା, ପିଠି, ପେଟ କିମ୍ବା ଗଳାରେ ଜମିଯାଇଥାଏ। ଅନ୍ୟପକ୍ଷରେ ବ୍ରାଉନ୍‌ ଫ୍ୟାଟ୍‌ ଶରୀର ପାଇଁ ଉପଯୋଗୀ। ଏହା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ। ଏହି ଫ୍ୟାଟ୍‌ ଯୋଗୁ ଶରୀର ଉଷୁମ ରହିଥାଏ । ଶୀତ ଲାଗିଲେ ବ୍ରାଉନ୍‌ ଫ୍ୟାଟ୍‌ ସକ୍ରିୟ ହୁଏ। ଥଣ୍ଡାପାଣିରେ ଗାଧୋଇଲେ ଶରୀରରେ ଜମା ହୋଇ ରହିଥିବା ହ୍‌ବାଇଟ୍‌ ଫ୍ୟାଟ୍‌ର ବିଘଟନ ଆରମ୍ଭ ହୁଏ ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଫଳରେ ଧୀରେ ଧୀରେ ମେଦବହୁଳତାରୁ ମୁକ୍ତି ମିଳିଥାଏ।

All Right Reserved By

ଜୀବନଚର୍ଯ୍ୟା |

କେମିତି ଦିଶିବେ ସ୍ଲିମ୍‌ ଟ୍ରିମ୍‌

କେମିତି ଦିଶିବେ ସ୍ଲିମ୍‌ ଟ୍ରିମ୍‌

ସ୍ଲିମ୍‌ ଟ୍ରିମ୍‌ ଲୁକ୍‌ ଆକର୍ଷଣୀୟ ଲାଗେ। ତେଣୁ ଏପରି ଦେଖାଯିବାକୁ କାହାର ବା ଇଚ୍ଛା ନୁହେଁ। ଏହି ଧରଣର ଯୁବତୀ ଅବା ମହିଳାଙ୍କୁ ସବୁ ପ୍ରକାରର ଆଉଟ୍‌ଫିଟ୍‌ ବେଶ୍‌ ଭଲ ମାନିଥାଏ। କିନ୍ତୁ ଯେଉଁମାନେ ଟିକେ ପ୍ଲସ୍‌ ସାଇଜ୍‌ର ବା ଯାହାଙ୍କର ଶରୀର ଟିକେ ମୋଟା, ସେମାନେ ଆଉଟ୍‌ଫିଟ୍‌ କିଣିବାବେଳେ ଟିକେ କସସ୍‌ ହେବା ଦରକାର। ଛୋଟ ଛୋଟ ଟିପ୍ସ ଉପରେ ଧ୍ୟାନ ଦେଲେ ପ୍ଲସ୍‌ ସାଇଜ୍‌ର ମହିଳା ବି ପାଇପାରିବେ ସ୍ଲିମ୍‌ ଲୁକ୍‌...

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। ଏହାର ପତ୍ରକୁ ବାଟି ତାୱାରେ ଗରମ କରି ଉଷୁମ ଥିବା ଅବସ୍ଥାରେ ବାଗି ଉପରେ ଲେପନ କଲେ ଅତି ଶୀଘ୍ର ବାଗି ବସିଯାଏ।

ସକାଳେ ରେଡ୍‌ ଟି ପିଇଲେ କ’ଣ ଲାଭ ମିଳେ

ସକାଳେ ରେଡ୍‌ ଟି ପିଇଲେ କ’ଣ ଲାଭ ମିଳେ

ସକାଳେ ରେଡ୍‌ ପିିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌ ଆଦି ତତ୍ତ୍ୱ ରହିଥାଏ।

ଓଜନ କମାଇବା ଲାଗି ୫ଟି ସୂତ୍ର

ଓଜନ କମାଇବା ଲାଗି ୫ଟି ସୂତ୍ର

ମେଦବହୁଳତା ଏବେ ମଣିଷ ସମାଜ ଲାଗି ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଟେନ୍‌ସନ୍‌, ନିଦ୍ରାହୀନତା, ଅନିୟମିତ ଖାଦ୍ୟଗ୍ରହଣ, ଅତ୍ୟାଧୁନିକ ଜୀବନଶୈଳୀ ଆଦି ବିଭିନ୍ନ କାରଣରୁ ମେଦ ବହୁଳତା ହୋଇଥାଏ। ଏହା ଯେ କେବଳ ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ ବରଂ ସାମାଜିକ ଜୀବନ ଏବଂ କର୍ମ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଏଭଳି ସମସ୍ୟା ବିଭିନ୍ନ ବର୍ଗର ଲୋକଙ୍କୁ ଏବେ ଜିମ୍‌ମୁହାଁ କରାଇଛି।

ଦାନ୍ତପାଇଁ ହାନିକାରକ ହ୍ବାଇଟ୍‌ ବ୍ରେଡ୍‌

ଦାନ୍ତପାଇଁ ହାନିକାରକ ହ୍ବାଇଟ୍‌ ବ୍ରେଡ୍‌

ଦାନ୍ତ ସାଧାରଣତଃ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ତେଣୁ ଏହାର ଠିକ୍‌ ଭାବେ ଯତ୍ନ ନେବା ଆବଶ୍ୟକ। ବେଳେବେଳେ କିଛି ଖାଦ୍ୟ ଆମ ଦାନ୍ତକୁ ନଷ୍ଟ କରିଦେଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ହ୍ବାଇଟ୍‌ ବ୍ରେଡ୍‌।

ଭଙ୍ଗା ହାଡ଼କୁ ଯୋଡେ ଗୋଲମରିଚ

ଭଙ୍ଗା ହାଡ଼କୁ ଯୋଡେ ଗୋଲମରିଚ

କେବେକେବେ କେଉଁଠି ମାଡ ହୋଇ ହେଉ ଅବା ଦୁର୍ଘଟଣା ଘଟିଲେ ଶରୀରର ବିଭିନ୍ନ ଅଂଶରେ ଥିବା ହାଡ ଭାଙ୍ଗି ଯାଇଥାଏ। ଯାହାଦ୍ୱାରା ଅତ୍ୟଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଏହି ହାଡକୁ ଯୋଡିବା ସହଜ।

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସଦାବିାହାରୀ, ସଦାଫୁଲି ବା ନୟନ ତାରା ନାଁରେ ପରିଚିତ ଏହି ଫୁଲ ଦେଖିବାକୁ ଯେ ସୁନ୍ଦର ତା’ ନୁହେଁ ଏଥିରେ ରହିଛି ଔଷଧୀୟ ଗୁଣ।

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ବିନା ପୋଷାକରେ ଶୟନ ନ କରିବାକୁ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ବିନା ପୋଷାକରେ ଶୟନ କଲେ ଅନେକ ଉପକାର ମିଳିଥାଏ ବୋଲି ନେଦରଲାଣ୍ଡ ଲେଇଦେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଚକୋଲେଟ୍‌ରେ ପ୍ରଚୁର ପରିମାଣରେ ଫ୍ୟାଟ ଥାଏ। ଏହା ଶରୀରରେ ଚର୍ବି ବୃଦ୍ଧି କରେ। ନିୟମିତ ଏହାକୁ ଖାଇଲେ ମେଦବହୁଳତା ହୋଇଥାଏ। ସେଥିପାଇଁ ଚକୋଲେଟ୍‌ ବେଶି ନ ଖାଇବା ଲାଗି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର।

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ସକାଳେ ପଇଡ଼ ପାଣି ପିିଇଲେ କିଡ୍‌ନୀ ବା ବୃକ୍‌କ ଜନିତ ସମସ୍ୟାରୁ ମିଳେ ମୁକ୍ତି। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏକଥା ଜାଣିବାକୁ ମିଳିଛି। ପଇଡ଼ ପାଣିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ତନ୍ତୁଜ, ଭିଟାମିନ୍‌ ସି, ସୋଡିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ।

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ ।

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। ନିୟୁଜର୍ସି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ।

Model This Week

ଆହାନା