ମେଟ୍ରୋ |

ଖବରକାଗଜ ମୋର ଅନ୍ନଦାତା

ଖବରକାଗଜ ମୋର ଅନ୍ନଦାତା
ବାଲିପାଟଣା,୧୩।୬(ଡି.ଏନ୍‌.ଏ): ଦିନ ଥିଲା, ପରିବାର ପ୍ରତିପୋଷଣ ଲାଗି ରୋଜଗାର କରିବା ଚିନ୍ତା ତାଙ୍କୁ ଅଥୟ କରୁଥିଲା। ଯୁକ୍ତ ୨ ପାଠ ପଢୁଥିବା ବେଳେ ଘରର ଆର୍ଥିକ ଅନଟନ ଯୋଗୁ ସେ ପାଠପଢ଼ା ଛାଡି ଚାଷ କାମ ସହ ଖବରକାଗଜ ବିତରଣ ବୃତ୍ତିକୁ ଆପଣାଇ ନେଇଥିଲେ। ସେବେଠାରୁ ଦୀର୍ଘ ୨୮ ବର୍ଷ ଧରି ଗ୍ରାହକଙ୍କୁ ନିୟମିତ ସେବା ଯୋଗାଇ ଆସୁଛନ୍ତି। ମନରେ ନିଷ୍ଠା ଓ ପରିଶ୍ରମ କରିବାର ସଙ୍କଳ୍ପ ନେଇ କାର୍ଯ୍ୟ କରିଥିବାରୁ ସେ ବୃତ୍ତିରେ ସଫଳତା ପାଇପାରିଛନ୍ତି। ଏହି ବୃତ୍ତିକୁ ବଢ଼ାଇ ଗଢି ପାରିଛନ୍ତି ଜନସମ୍ପର୍କ। ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ମଧ୍ୟ ସେ ଯୋଡି ହୋଇପାରିଛନ୍ତି। ଦୈନନ୍ଦିନ ଲୋକଙ୍କୁ ଠିକ୍‌ ସମୟରେ ତାଜା ଖବର ଯୋଗାଇ ସେ ଅଧିକ ଖୁସି ଅନୁଭବ କରିଥାନ୍ତି। ଏହି ଖବରକାଗଜ ବିତରକ ହେଲେ ବାଲିପାଟଣା ଅଞ୍ଚଳର ଦରଡ଼ା ଗ୍ରାମର କବିରାଜ ଭୋଇ(୪୮)। ୧୯୯୦ ମସିହାରୁ ବାଲିପାଟଣା, ଅଠାନ୍ତର, ପଚିଖଣ୍ଡ, ରଘୁଆ ଗରଡା, ପୁବାଗଡ, ମଝିହରା, ଗୁଆପୁର, ଆଇତଳଙ୍ଗ, ନୂଆଗଁା ଆଦି ଅଞ୍ଚଳରେ ଖବରକାଗଜ ବାଣ୍ଟି ଆସୁଛନ୍ତି। ପ୍ରତିଦିନ ସକାଳେ ଅଞ୍ଚଳର ଲୋକେ ଖବରକାଗଜ ପଢିବା ଲାଗି ତାଙ୍କୁ ସମସ୍ତେ ଅପେକ୍ଷା କରିିଥାନ୍ତି। ଏଥିଲାଗି ତାଙ୍କୁ ସମୟାନୁବର୍ତ୍ତିତା ହୋଇ କାମ କରିବାକୁ ପଡିଥାଏ। ରାତି ପାହିଲେ ବୃତ୍ତି ଦେଖାଏ ତାଙ୍କୁ ବାଟ। ସକାଳ ୫ଟା ୩୦ରୁ କବିରାଜ ଖବରକାଗଜ ବିତରଣ କରିବା ପାଇଁ ଘରୁ ଆସିଥାନ୍ତି। ବାଲିପାଟଣା ଛକରୁ ପ୍ରଥମେ ଧରିତ୍ରୀ କାଉଣ୍ଟରରୁ ଧରିତ୍ରୀ ଖବରକାଗଜ ସଂଗ୍ରହ କରିବାପରେ ଏହାପରେ ଅନ୍ୟାନ୍ୟ ଓଡ଼ିଆ ଓ ଇଂରାଜୀ ଖବରକାଗଜ ନେଇ ବାଣ୍ଟିବା ଆରମ୍ଭ କରିଥାନ୍ତି। ଏହି କାର୍ଯ୍ୟ ତାଙ୍କୁ କରିଛି କର୍ମଠ। କି ଖରା, କି ବର୍ଷା ସେଥିପ୍ରତି ତାଙ୍କର ନଜର ନ ଥାଏ। ଦିନକୁ ପ୍ରାୟ ୪୦ କିଲୋମିଟର ପେପର ବାଣ୍ଟି ସାରିବା ପରେ ଦ୍ୱିପ୍ରହରରେ ଘରକୁ ଫେରିଥାନ୍ତି। ଖାଇଦେଇ ପୁଣି କଲେକ୍ସନରେ ବାହାରିଯାଇଥାନ୍ତି। ଯଦି କୌଣସି ଦିନ କଲେକ୍ସନ ନ ଥାଏ ତାହା ହେଲେ ଖେତରେ ଚାଷ କରିଥାନ୍ତି। ଏହିପରି ଦୈନନ୍ଦିନ ଜୀବନ ଭିତରେ ଲୋକଙ୍କ ସହ ସମ୍ପର୍କ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି। ସନ୍ଧ୍ୟା ବେଳେ ପିଲାଙ୍କ ସହ ସମୟ ବିତାଇବାକୁ ଭଲ ପାଇଥାନ୍ତି। ପରିବାର କହିଲେ ସ୍ତ୍ରୀ ରଞ୍ଜନା ଭୋଇ ଓ ୩ ପୁଅ। ବଡ ପୁଅ କରୁଣାକର ଭୋଇ ଗୋଟିଏ ଘରୋଇ ଡାକ୍ତରଖାନାରେ କାମ କରୁଥିବା ବେଳେ ମଝିଆ ପୁଅ ସର୍ବେଶ୍ୱର ଭୋଇ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ଆଉ ସାନପୁଅ କିଶୋର ଭୋଇ ଆଇଟିଆଇରେ ଅଧ୍ୟୟନ କରୁଛନ୍ତି। ସ୍ତ୍ରୀ ରଞ୍ଜନା ଜଣେ ଗୃହିଣୀ। ପରିବାର ଚଳାଇବାରେ ବେଶ ଦକ୍ଷ। ରଞ୍ଜନାଙ୍କ ସହଯୋଗ ତାଙ୍କୁ କର୍ମପ୍ରବଣ ରଖିବାରେ ପ୍ରେରଣା ଯୋଗାଇ ଆସିଛି। କବିରାଜ କୁହନ୍ତି, ଖବରକାଗଜ ଦେବା ପାଇଁ ସାଇକେଲ ଘଣ୍ଟି ବାଜିବା ମାତ୍ରେ କବାଟ ଖୋଲି ଅନେକ ପାଠିକାପାଠକ ଖବରକାଗଜ ନେଇ ପାଠ କରିଥାନ୍ତି। ଯେମିତି ପେପର ପାଇଁ ପାଠିକାପାଠକମାନେ ଚାତକ ପରି ଚାହିଁଥାନ୍ତି। ଖବରକାଗଜ ହିଁ ତାଙ୍କୁ ଅନ୍ନ ଯୋଗାଇଛି। ପ୍ରଥମେ ୭ଶହ ଟଙ୍କା ଦରମାରେ ପେପର ପକାଉଥିଲେ। ମାତ୍ର ଏବେ କିଣିକି ନେଇ ପକାଉଛନ୍ତି। ପେପର ବିକ୍ରି କରି ପରିବାର ପ୍ରତିପୋଷଣ କରିବା ସହ ମାସିକ ୧୦ହଜାର ଟଙ୍କା ରୋଜଗାର କରିବାର ସକ୍ଷମ ହୋଇପାରିଛନ୍ତି। ସେ କର୍ମକୁ ସବୁବେଳେ ବିଶ୍ୱାସ କରିଆସିଛନ୍ତି। ପରିଶ୍ରମ କଲେ ନିଶ୍ଚିତ ଫଳ ମିଳିବ ବୋଲି ଏହା ନିଃସନ୍ଦେହ ବୋଲି କୁହନ୍ତି କବିରାଜ।
All Right Reserved By

ମେଟ୍ରୋ |

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। 

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ବିରୁବାସା ବସ୍ତିରେ କୁକୁଡ଼ା ପୋଡ଼ୁଥିବାବେଳେ ମାନି ପ୍ରଧାନ ନାମ୍ନୀ ମହିଳା ନିଅଁାରେ ପୋଡ଼ିଯାଇ ପ୍ରାଣ ହରାଇଥିଲେ।

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ସପ୍ତମ ପର୍ଯ୍ୟାୟରେ ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ ହୋଇଛନ୍ତି।

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

ଭୁବନେଶ୍ୱର,୧୮।୧(ବ୍ୟୁରୋ): କଂଗ୍ରେସ ଦଳ ଭିତରେ କନ୍ଦଳ ବଢ଼ିବାରେ ଲାଗିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟରେ ବିବାଦ ଥମିବାର ନା’ ନେଉନାହିଁ। ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ଲାଗି ଆସନ୍ତା ନିର୍ବାଚନରେ ସଗରିଆଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ବୋଲି ନିରଞ୍ଜନ କହିବା ପରେ ସଗରିଆ ଶୁକ୍ରବାର ନିଜର ମତ ରଖିଛନ୍ତି। 

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ପିପିଲି ଗଣବଳାତ୍କାର ମାମଲା ଓ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନାକୁ ବିରୋଧ କରିଆସୁଛି ଭାଜପା। ଏହି କ୍ରମରେ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ଉପାୟରେ ବିରୋଧ କରାଯାଇଛି।

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ,୧୮।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ଛତିଶଗଡ଼ କବିର ଜିଲାର ଜଣେ ପର୍ଯ୍ୟଟକ ମନ୍ଦିର ହାତୀ ଦ୍ୱାରରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭାଗେଲାରାମ।

ଗୋପିନାଥ କଲ୍ୟାଣମଣ୍ଡପ ଉଦ୍‌ଘାଟିତ

ଗୋପିନାଥ କଲ୍ୟାଣମଣ୍ଡପ ଉଦ୍‌ଘାଟିତ

ବାଲିଅନ୍ତା, ୧୮।୧(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ଗୋପିନାଥ କଲ୍ୟାଣ ମଣ୍ଡପ ଶୁକ୍ରବାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ପୁରୀ ଅଫିସ, ୧୮।୧: ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବା ଲାଗି ମନ୍ଦିର ପ୍ରଶାସନ ତିନି ଥାକିଆ ତଦାରଖ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। 

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ତାଙ୍କୁ ଏଆଇସିସି ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା।

ଦେବୋତ୍ତର ଅଧିକାରୀଙ୍କ ମଧ୍ୟରେ ମତଭେଦ: ପରମହଂସ ମନ୍ଦିରରେ ୨ ଟ୍ରଷ୍ଟ ବୋର୍ଡ

କଟକ ସଦର,୧୮।୧(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ଶ୍ରୀ  ପରମହଂସନାଥ ଦେବଙ୍କ ନୀତିକାନ୍ତି ପରିଚାଳନା ନିମନ୍ତେ ୨ଟି ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। 

ଓଡ଼ିଆ ଆଇପିଏସ୍‌ ଅଫିସର ଏନ୍‌ଡିଆର୍‌ଏଫ୍‌ ଡିଜି

ଓଡ଼ିଆ ଆଇପିଏସ୍‌ ଅଫିସର ଏନ୍‌ଡିଆର୍‌ଏଫ୍‌ ଡିଜି

ଭୁବନେଶ୍ୱର,୧୮ା୧ (ବ୍ୟୁରୋ): ଓଡିଆ ଆଇପିଏସ ଅଫିସର ସତ୍ୟ ନାରାୟଣ ପ୍ରଧାନଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର ନୂତନ ଡିଜି ଭାବେ ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ ଅଫିସର ପ୍ରଧାନ ଗତ ଅଗଷ୍ଟ ୧୫ରୁ ଭାରତ ସରକାରଙ୍କ ଅଧୀନରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପାହ୍ୟାରେ ଅବସ୍ଥାପିତ ଥିଲେ। 

କଂଗ୍ରେସରୁ ନିଲମ୍ବିତ ହେଲେ ଯୋଗେଶ

କଂଗ୍ରେସରୁ ନିଲମ୍ବିତ ହେଲେ ଯୋଗେଶ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ଗୁରୁବାର ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ କହିଛନ୍ତି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅନୁମୋଦନକ୍ରମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଅନନ୍ତ କହିଛନ୍ତି। ଅପରପକ୍ଷରେ ଦଳର ଏଭଳି ନିଷ୍ପତ୍ତିକୁ ଯୋଗେଶ ସ୍ବାଗତକରିବା ସାଙ୍ଗକୁ ବିଧାୟକ ପଦ ଛାଡ଼ିବା ନେଇ ମତ ରଖିଛନ୍ତି।