ଫୁରସତ |

ବିବାହରେ ଯୌତୁକ ମିଳେ ଖଜୁରୀ ଗଛ

ବିବାହରେ ଯୌତୁକ ମିଳେ ଖଜୁରୀ ଗଛ
ଛତିଶଗଡର ବସ୍ତର ଅଞ୍ଚଳରେ ରହୁଥିବା ଗରିବ ଆଦିବାସୀମାନେ ବିବାହ ଉତ୍ସବରେ ଝିଅକୁ ଯୌତୁକ ବାବଦରେ ଦେଇଥାନ୍ତି ଦେଶୀମଦ। ଖଜୁରୀ ତାଡିରୁ ଏହା ପ୍ରସ୍ତୁତ ହୋଇଥାଏ। ଦେଶୀମଦ ସହିତ କନ୍ୟାପିତା ଏକ ଖଜୁରୀ ଗଛ ମଧ୍ୟ ପ୍ରଦାନ କରିଥାନ୍ତି। ଏଠାରେ ଏହି ଗଛର ବିଶେଷ ମାନ୍ୟତା ରହିଛି। ଗୋଟିଏ ଗଛକୁ ଏକ ଏକର ଜମି ସହିତ ତୁଳନା କରାଯାଏ। ଏଠାରେ ଆଦିବାସୀଙ୍କ ଜୀବନ ଜୀବିକାରେ ଖଜୁରୀ ଗଛ ରଖିଥାଏ ବେଶ୍‌ ମହତ୍ତ୍ୱ। ଲୋକେ ଦୈନିକ ଦୁଇଥର ଗଛରୁ ରସ ସଂଗ୍ରହ କରି ବିକ୍ରି କରନ୍ତି। ବିବାହରେ ଖଜୁରୀ ଗଛ ଯୌତୁକ ଆଣି ଥିବା ବୋହୂକୁ ଶାଶୁଘରେ ଲକ୍ଷ୍ମୀ ଭାବେ ବିବେଚନା କରାଯାଇଥାଏ।
All Right Reserved By

ଫୁରସତ |

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି। ସବୁଦିନ ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ତେବେ ସବୁଦିନ ଗାଧୋଇବାକୁ ଏହି ଗବେଷଣା ରିପୋର୍ଟରେ ମନା କରାଯାଇଛି।

ଉପହାରରେ କେବେ ବି  ଦିଅନ୍ତୁନି ରୁମାଲ୍‌...

ଉପହାରରେ କେବେ ବି ଦିଅନ୍ତୁନି ରୁମାଲ୍‌...

ଉପହାର ଦେବା ସମୟରେ ସର୍ତକ ରହିବା ଆବଶ୍ୟକ। କାରଣ ଏଭଳି ଉପହାର ଅଛି ଯାହାକୁ ଉପହାର ଦେଉଥିବା ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଉପହାର ଦେବା ସମୟରେ ସତର୍କ ହେବା ଜରୁରୀ। ତେବେ ଏହି ଉପହାର ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ପ୍ରକୃତ ବୟସର ଛାପ ଲୁଚାଇବା ଲାଗି ଆଜିକାଲିର ଯୁବତୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ପ୍ରସାଧନ ସାମଗ୍ରୀ କିଣିବା ହେଉ ଅଥବା ପାର୍ଲର ଯାଇ କିଛି ଚିକିତ୍ସା ଗ୍ରହଣ କରିବା, ଏହା ଏବେ ମାମୁଲି ଘଟଣା ପାଲଟିଲାଣି। 

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଶୀତଦିନେ କମ୍ବଳ ଘୋଡ଼ାଇ ହୋଇ ଶୋଇବାକୁ କିଏ ବା ଭଲ ନ ପାଏ। ଶୀତଦିନ ଆରମ୍ଭ ହେବା ପୂର୍ବରୁ ଅନେକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ଶୀତବସ୍ତ୍ର ସହ ଭଲ କମ୍ବଳ କିଣାଯାଇଥାଏ। ବଜାରରେ ମଧ୍ୟ ବିଭିନ୍ନ ଦାମ୍‌ର କମ୍ବଳ ଉପଲବ୍ଧ ହୁଏ।

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ୱର ୧୦୦୦କୋଟି ଲୋକଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହେବ। ମାନବ ଜଗତ ପାଇଁ ଏହା ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହାର ସମାଧାନ ପାଇଁ ବୈଜ୍ଞାନିକମାନେ ଏକ ସମାଧାନର ବାଟ ପାଇଥିବା ଦାବି କରନ୍ତି। ସେମାନଙ୍କ କହିବାନୁଯାୟୀ, ଖାଦ୍ୟ ଉତ୍ପାଦନ ପାଇଁ ପୃଥିବୀର ପରିସର ସୀମିତ।

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନ୍ୟାଶନାଲ ମ୍ୟୁଜିୟମ ଅଫ୍‌ ଇଣ୍ଡିଆନ ସିନେମା (ଏନ୍‌ଏମ୍‌ଆଇସି) ଉଦ୍‌ଘାଟନ କରିବେ। ଦେଶର ଫିଲ୍ମ ରାଜଧାନୀରେ ପ୍ରତିଷ୍ଠିତ ଊନବିଂଶ ଶତାବ୍ଦୀର ଐତିହାସିକ ବଙ୍ଗଳା ଏବଂ ଆଧୁନିକ ଭବନ ଉଦ୍‌ଘାଟିତ ହେବ। ଉଦ୍‌ଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ୍‌ ଖାନ୍‌, ଏ.ଆର. ରହମନ୍‌, ଡାଭିଡ ଧାଓ୍ବନ, ରୋହିତ ଶେଟ୍ଟୀ, ଓ୍ବାହିଦା ରହମନ୍‌, ଜିତେନ୍ଦ୍ର କପୁର, ଆଶା ପରେଖ, ରବିନା ଟଣ୍ଡନ, ପଙ୍କଜ କପୁର, ରାକେଶ ମେହରା ଏବଂ ଅନ୍ୟମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଅନେକ କମ୍‌ ପରିଶ୍ରମରେ ଧନ ଲାଭ କରୁଥିବାବେଳେ କେତେକଙ୍କୁ ଏଥିଲାଗି ଦିନରାତି ପରିଶ୍ରମ କରିବାକୁ ପଡ଼ିଥାଏ। ଧନ ପ୍ରତି ସମସ୍ତଙ୍କର ରହିଥାଏ ଲୋଭ। ତେବେ ଜ୍ୟୋତିଷ ଶାସ୍ତ୍ରରେ କେତେକ ନିଦ୍ଦିଷ୍ଟ ରାଶିର ଲୋକ ସୌଭାଗ୍ୟଶାଳୀ ହୋଇଥାନ୍ତି ବୋଲି ଉଲ୍ଲେଖ ଅଛି।

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଏକାଠି ରହିବାରେ ରହିଛି ଅନେକ କାଇଦା କଟକଣା। ଏମାନଙ୍କ ଉପରେ ଥାଏ ପୋଲିସର କଡା ନଜର। ହେଲେ ଏବେ ଏହି ପ୍ରେମୀ ଯୁଗଳଙ୍କୁ  ସୁରକ୍ଷିତ ରୁମ୍‌ ଯୋଗାଇ ଦେଉଛି Stay uncle ନାମକ ଏକ ଓ୍ବେବ ସାଇଟ୍‌।

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଜାପାନର ଲୋକେ ବିଲେଇକୁ ଅଧିକ ପସନ୍ଦ କରନ୍ତି। ଏଠାରେ ପ୍ରାୟ ପ୍ରତ୍ୟେକ ଲୋକଙ୍କ ପାଖରେ ବିଲେଇ ରଖିଥାଆନ୍ତି। ନିକଟରେ ଏହି ବିଲେଇଙ୍କ ପାଇଁ ଚାଲିଥିଲା ଏକ ସ୍ବତନ୍ତ୍ର ଟ୍ରେନ୍‌। ଏହାର ଉଦ୍ଦେଶ୍ୟ ଥିଲା ଏମାନଙ୍କୁ ସୁରକ୍ଷା ଦେବା ଓ ଏମାନଙ୍କର ବଂଶ ବୃଦ୍ଧି କରିବା।

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଜୀବନର ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ମନରେ ବିପରୀତ ଲିଙ୍ଗଙ୍କ ପ୍ରତି ସୃଷ୍ଟି ହୋଇଥାଏ ଆକର୍ଷଣ। ସେହି ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ କିମ୍ବା ପରେ ବିପରୀତ ଲିଙ୍ଗଙ୍କ ସହିତ ମିଳନ ପାଇଁ ସେତେଟା ଉନ୍ମାଦନା ମନରେ ଆସି ନ ଥାଏ । ସାମାଜିକ ଶାସ୍ତ୍ରରେ ଉଲ୍ଲେଖ ଅଛି ୧୪ ବର୍ଷଠାରୁ କିଶୋରୀ କିଶୋର ଖୋଜି ବସିଥାନ୍ତି ସାଥୀକୁ।

ସୌଭାଗ୍ୟ ଆଣେ କାନଫୁଲ...

ସୌଭାଗ୍ୟ ଆଣେ କାନଫୁଲ...

କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ସୌଭାଗ୍ୟ ଆଣିଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି। ଏହା ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। କାନଫୁଲ ଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। 

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

୨୦୦୫ର କଥା। ଭାରତର ୨୫ଜଣ ଡାକ୍ତର ଏକ କନଫରେନ୍ସରେ ଯୋଗଦେବା ପାଇଁ ମାଳଦ୍ୱୀପ ଯାଇଥାଉ। ସମୁଦ୍ର ଭିତରେ ନୌକାବିହାର କରିବାକୁ ଇଚ୍ଛା ହେଲା। ଏକ ଛୋଟ ଜଳ ଜାହାଜରେ ଆମେ ସମସ୍ତେ ସମୁଦ୍ର ଭିତରକୁ ଯାଇଥିଲୁ। ଅନେକ ବାଟ ଯିବା ପରେ ହଠାତ୍‌ ଆମ ଜାହାଜଟି ଢେଉରେ ଭୟଙ୍କରଭାବେ ଦୋହଲିବାକୁ ଲାଗିଲା।