ଫୁରସତ |

ଛେପ ପକାଇ ଯେଉଁଠି ଅତିଥିଙ୍କୁ କରାଯାଏ ସ୍ବାଗତ

ଛେପ ପକାଇ ଯେଉଁଠି ଅତିଥିଙ୍କୁ କରାଯାଏ ସ୍ବାଗତ
ଭାରତରେ ଅତିଥିଙ୍କୁ ଭଗବାନ ଭାବେ ଗ୍ରହଣ କରାଯାଏ। ଘରକୁ ଅତିଥି ଆସିଲେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥାଏ। ସେମାନଙ୍କ ପାଇଁ ଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ। ହେଲେ ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନେ ଅତିଥିମାନଙ୍କୁ ଛେପ ପକାଇ ସ୍ବାଗତ କରିଥାନ୍ତି। କେନିଆ ଏବଂ ତାଞ୍ଜାନିଆରେ ମାସାଇ ନାମକ ଏକ ଜନଜାତି ବାସ କରନ୍ତି। ସେମାନଙ୍କର ସ୍ବାଗତ କରିବାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ। ଘରକୁ ଆସୁଥିବା ଅତିଥିଙ୍କୁ ଛେପ ପକାଇ କରାଯାଏ ସ୍ବାଗତ। କୌଣସି ଚିହ୍ନା ପରିଚିତ ଲୋକଙ୍କୁ ଦେଖିଲେ ସେମାନେ ପ୍ରଥମେ ହାତରେ ଛେପ ପକାଇ ପରେ ହାତ ମିଳାଇଥାନ୍ତି। ଏହି ଜନଜାତିଙ୍କ ମତାନୁସାରେ ଏପରି ସ୍ବାଗତ ସମ୍ମାନର ପ୍ରତୀକ। ସେହିପରି ନୂଆ ବୋହୂ ଆସିଲେ ଶାଶୁଘର ଲୋକେ ତାଙ୍କୁ ଛେପ ପକାଇ ଅଭିନନ୍ଦନ ଜଣାଇଥାନ୍ତି।
All Right Reserved By

ଫୁରସତ |

ଯେଉଁ ଦ୍ୱୀପକୁ ମନୋରଞ୍ଜନ ପାଇଁ ଆସନ୍ତି ମହିଳା...

ଯେଉଁ ଦ୍ୱୀପକୁ ମନୋରଞ୍ଜନ ପାଇଁ ଆସନ୍ତି ମହିଳା...

ଫିନଲାଣ୍ଡରେ ରହିଛି ଏକ ଦ୍ୱୀପ। ଏଠାକୁ ପୁରୁଷମାନେ ପ୍ରବେଶ କରିବା ମନା। ଏଠାକୁ କେବଳ ମହିଳାମାନେ ମନୋରଞ୍ଜନ ପାଇଁ ଆସିଥାନ୍ତି। 

ଏପରି ଗଛ ଯାହାକୁ ଆଉଁସିଲେ ହସେ...

ଏପରି ଗଛ ଯାହାକୁ ଆଉଁସିଲେ ହସେ...

ସାରାଦୁନିଆରେ ରହସ୍ୟ ଭରିହୋଇ ରହିଛି। ପୃଥିବୀର ଯେକୌଣସି ସ୍ଥାନକୁ ଗଲେ କିଛି ରହସ୍ୟଭରା ବସ୍ତୁ ଦେଖିବାକୁ ମିଳିଥାଏ। ଉତ୍ତରାଖଣ୍ଡ କାଳାଢୁଙ୍ଗୀ ଜଙ୍ଗଲରେ ରହିଛି ମଣିଷଭଳି ହସୁଥିବା ଗଛ।

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ନୂଆଦିଲ୍ଲୀ/ସିଡନୀ, ୧୪।୧୧: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି। 

ଯେଉଁଠି ଆତ୍ମହତ୍ୟାକାରୀଙ୍କୁ ଦିଆଯାଏ ‘ବୀର’ର ମାନ୍ୟତା...

ଯେଉଁଠି ଆତ୍ମହତ୍ୟାକାରୀଙ୍କୁ ଦିଆଯାଏ ‘ବୀର’ର ମାନ୍ୟତା...

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ ।

ଲୋଟାଏ ପାଣି  ନକାରାତ୍ମକ ପ୍ରଭାବରୁ ଘରକୁ ରଖେ ଦୂରେଇ...

ଲୋଟାଏ ପାଣି ନକାରାତ୍ମକ ପ୍ରଭାବରୁ ଘରକୁ ରଖେ ଦୂରେଇ...

ଦେଖାଯାଉଥିବା କେତେକ ସମସ୍ୟାକୁ ସହଜରେ ସାଧାରଣ ଉପାୟ ଦ୍ୱାରା ଦୂର କରିହୋଇଥାଏ। ଏନେଇ ବାସ୍ତୁ ତଥା ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଏଠି ସ୍ତ୍ରୀଙ୍କ ପାଇଁ ଗରାଖ ଯୋଗାଡ଼ କରନ୍ତି ସ୍ବାମୀ

ଏଠି ସ୍ତ୍ରୀଙ୍କ ପାଇଁ ଗରାଖ ଯୋଗାଡ଼ କରନ୍ତି ସ୍ବାମୀ

ଦିଲ୍ଲୀର ନଜଫଗଡ଼ରେ ବାସ କରନ୍ତି  ପେରନା ସମ୍ପ୍ରଦାୟ। ସେମାନଙ୍କ ସମାଜରେ ଏକ ପରମ୍ପରା ପ୍ରାୟ ୫୦ରୁ ଅଧିକ ବର୍ଷ ଧରି ପ୍ରଚଳିତ। ପେରନା ସମ୍ପ୍ରଦାୟରେ ସ୍ତ୍ରୀଙ୍କୁ ଦେହବେପାରରେ ଲଗାନ୍ତି ତାଙ୍କ ସ୍ବାମୀ।

ଯେଉଁଠି ବିବାହରେ ବାଧକ ସାଜୁଛନ୍ତି ମାଙ୍କଡ଼...

ଯେଉଁଠି ବିବାହରେ ବାଧକ ସାଜୁଛନ୍ତି ମାଙ୍କଡ଼...

ବିବାହ  ନେଇ ଯୁବତୀଙ୍କ ମନରେ ଥାଏ ଅସୁମାରୀ ସ୍ବପ୍ନ। ତେବେ ବିହାର ଭୋଜପୁରରେ ଯୁବତୀମାନେ ବିବାହ ବୟସ ହେଲେ ମଧ୍ୟ ବିବାହ କରିପାରୁ ନାହାଁନ୍ତି। ସେମାନଙ୍କର ବିବାହରେ ବାଧକ ସାଜିଛନ୍ତି ଏହି ଅଞ୍ଚଳରେ ଥିବା ମାଙ୍କଡ଼। 

ଯେଉଁଠାରେ କିନ୍ନର ହୁଅନ୍ତି ମା’

ଯେଉଁଠାରେ କିନ୍ନର ହୁଅନ୍ତି ମା’

ରାଜସ୍ଥାନର ଅଜମେରରେ ଥିବା ମହମ୍ମଦ ସରିଫ ଦରଘାରେ ଘଟେ ଅନେକ ଚମତ୍କାର ଘଟଣା। ଯାହା ବିଶ୍ୱାସ ହେଉ ନ ଥିଲେ ବି ସତ ବୋଲି କୁହନ୍ତି ସ୍ଥାନୀୟ ଲୋକେ। ଏଠାରେ ବିଶେଷ କରି ନିଃସନ୍ତାନ ଦମ୍ପତିମାନେ ମାନସିକ କଲେ ସେମାନଙ୍କ ମାନସିକ ପୂରଣ ହୋଇଥାଏ ବୋଲି କୁହାଯାଏ। 

ନିରାମିଷାଶୀ ଖାଇପାରିବେ ଏହି ମାଛ

ନିରାମିଷାଶୀ ଖାଇପାରିବେ ଏହି ମାଛ

ମାଛ ପୁଣି ଶାକାହାରୀ। କଥାଟା ବିଶ୍ୱାସ ହେଉ ନ ଥିଲେ ବି ସତ। ଏବେ ଏହି ଶାକାହାରୀ ମାଛର ଡିମାଣ୍ଡ ଖୁବ୍‌ ଅଧିକ। ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ମିଳୁଛି ଏହି ଶାକାହାରୀ ମାଛର ବ୍ୟଞ୍ଜନ। ଯାହାର ଡିମାଣ୍ଡ ନ କହିଲେ ଭଲ। 

ଏମିତି ଏକ ରେଷ୍ଟୁରାଣ୍ଟ୍‌ରେ ଯେଉଁଠି ଆକାଶରେ ଉଡ଼ି ଖାଇବାର ଆନନ୍ଦ ମିଳେ

ଏମିତି ଏକ ରେଷ୍ଟୁରାଣ୍ଟ୍‌ରେ ଯେଉଁଠି ଆକାଶରେ ଉଡ଼ି ଖାଇବାର ଆନନ୍ଦ ମିଳେ

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରେ ଭିନ୍ନ ଭିନ୍ନ ଅଫର ଉପଲବ୍ଧ ହୋଇଥାଏ। ତେବେ ବେଲଜିୟମରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକାଶରେ ଉଡ଼ି ଖାଦ୍ୟ  ଖାଇବାର ଅନୁଭୁତି ପ୍ରଦାନ କରାଯଇଥାଏ। 

ମୂଲ୍ୟହୀନ ମେସେଜ୍‌ ଦେଲେ ଯେଉଁଠି ଜରିମାନା ଦେବାକୁ ପଡ଼େ ୧୦ ଲକ୍ଷ

ମୂଲ୍ୟହୀନ ମେସେଜ୍‌ ଦେଲେ ଯେଉଁଠି ଜରିମାନା ଦେବାକୁ ପଡ଼େ ୧୦ ଲକ୍ଷ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ କାନୁନ୍‌ ରହିଛି। ଦେଶର ସମ୍ବିଧାନର ଧାରା ଅନୁଯାୟୀ ସମସ୍ତେ ଆଇନ ଦ୍ୱାରା ପରିଚାଳିତ ହୋଇଥାନ୍ତି। ପାକିସ୍ତାନରେ ରହିଛି କେତେକ ଭିନ୍ନ ଆଇନ କାନୁନ୍‌। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ।

ବାଦୁଡ଼ିଙ୍କ ପାଇଁ ହସ୍ପିଟାଲ

ବାଦୁଡ଼ିଙ୍କ ପାଇଁ ହସ୍ପିଟାଲ

ଅଷ୍ଟ୍ରେଲିଆରେ ରହିଛି ଏକ ହସ୍ପିଟାଲ। ଏଠାରେ ବାଦୁଡ଼ିଙ୍କର ଚିକିତ୍ସା କରାଯାଏ। ସ୍ଥାନୀୟ ଏଥର୍ଟନ ସହରରେ ଥିବା ଟୋଲ୍‌ଗୋ ଓ୍ବେଷ୍ଟ୍‌ ହସ୍ପିଟାଲରେ ବାଦୁଡ଼ି ବଂଶ ବଞ୍ଚାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି।