ଫୁରସତ |

କିମ୍‌ଙ୍କ ଅଜବ କାର୍ଯ୍ୟ: ଟ୍ରମ୍ପଙ୍କୁ ଭେଟିବା ପାଇଁ ସାଙ୍ଗରେ ଶୌଚାଳୟ ଧରି ସିଙ୍ଗାପୁର ପହଞ୍ଚିଲେ

କିମ୍‌ଙ୍କ ଅଜବ କାର୍ଯ୍ୟ: ଟ୍ରମ୍ପଙ୍କୁ ଭେଟିବା ପାଇଁ ସାଙ୍ଗରେ ଶୌଚାଳୟ ଧରି ସିଙ୍ଗାପୁର ପହଞ୍ଚିଲେ

ଉତ୍ତରକୋରିଆ ଶାସକ ନାନାଶାହ କିମ୍‌ ଜୋଙ୍ଗ ସର୍ବଦା ଆମେରିକା ପ୍ରତି ନିଜର ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଅନେକ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ସହ ପରମାଣୁ ବୋମାର ଧମକ ମଧ୍ୟ ଦେଇଥିବା ଚର୍ଚ୍ଚାର ଶିରୋନାମା ପାଲଟିଛି। ଏସବୁ ମଧ୍ୟରେ ସିଙ୍ଗାପୁରଠାରେ ମଙ୍ଗଳବାର ଟ୍ରମ୍ପ-ଉନ୍‌ଙ୍କ ମଧ୍ୟରେ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ତେବେ ନିଜର ସୁରକ୍ଷାକୁ ନେଇ ବେଶ ସଚେତନ ରହୁଥିବା ଉନ୍‌ଙ୍କ ଏକ ଜୀବନ ଶୈଳୀକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ଦେଖାଯାଇଛି। ତାହା ହେଲା ଶୌଚାଳୟ। କିମ୍‌ ଯେଉଁଠିକୁ ବି ଯାଆନ୍ତି ସାଙ୍ଗରେ ନିଜର ଶୌଚାଳୟକୁ ନେଇ ଯିବାକୁ ପସନ୍ଦ କରନ୍ତି। ଏହି ଭେଟ ନିମନ୍ତେ ସେ ରବିବାର ସିଙ୍ଗାପୁରରେ ପହଞ୍ଚିଥିବା ବେଳେ ସେ ସାଙ୍ଗରେ ଶୌଚାଳୟ(ଟୟଲେଟ୍‌) ନେଇ ଆସିବାକୁ ଅନେକ କୌତୂହଳ ଦୃଷ୍ଟିରେ ଦେଖୁଛନ୍ତି। ଦକ୍ଷିଣ କୋରିଆର ଏକ ଖବର ସଂସ୍ଥା ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେଥିରେ ଲେଖାଯାଇଛି ଯେ, କିମ୍‌ ବୁଲେଟ୍‌ ପ୍ରୁଫ୍‌ କାର ସହ ନିଜସ୍ବ ଶୌଚାଳୟ ନେଇ ହୋଟେଲରେ ପହଞ୍ଚିଛନ୍ତି। ଉତ୍ତରକୋରିଆ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। ଏହାକୁ ଗୋଟିଏ ଜାଗାରୁ ଅନ୍ୟସ୍ଥାନକୁ ନେବା ସହଜ। କିମ୍‌ଙ୍କୁ ଅନ୍ୟମାନଙ୍କ ଶୌଚାଳୟ ବ୍ୟବହାର କରିବାରେ ଅମଙ୍ଗ ହୋଇଥାନ୍ତି। ଏପରିକି କେହି ତାଙ୍କର ମଳମୂତ୍ର ପରୀକ୍ଷା କରି ତଥ୍ୟ ହାସଲ କରିପାରନ୍ତି ଭାବି ସେ ଏପରି କରିଥାନ୍ତି ବୋଲି କୁହାଯାଏ।

All Right Reserved By

ଫୁରସତ |

ପୁରାତନ ବୃକ୍ଷରାଜିର ନବକଳେବର

ପୁରାତନ ବୃକ୍ଷରାଜିର ନବକଳେବର

କାଲିଫର୍ନିଆ: ବଢୁଥିବା ତାପମାତ୍ରା ଏବଂ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି କାଲିଫର୍ନିଆର ୟୋସେମାଇଟ୍‌ ଜାତୀୟ ଉଦ୍ୟାନଠାରେ ଥିବା ହଜାର ହଜାର ବର୍ଷର ପୁରୁଣା ବୃକ୍ଷରାଜିକୁ ପୁନରୁଦ୍ଧାର କରାଯାଇ ନୂଆରୂପ ଦିଆଯାଇଛି। ୪୦ ମିଲିୟନ ଡଲାର ବିନିମୟରେ ଏହି ବୃକ୍ଷଗୁଡିକର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା।

ମନ ପସନ୍ଦର ଜୀବନ ସାଥୀ ପାଇବାରେ ସହାୟତା କରେ ‘ନିଲମ୍‌’

ମନ ପସନ୍ଦର ଜୀବନ ସାଥୀ ପାଇବାରେ ସହାୟତା କରେ ‘ନିଲମ୍‌’

ନିଲମ୍‌ ଏକ ରହସ୍ୟମୟ ରତ୍ନ। ଧାରଣ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଏହାର ପ୍ରଭାବ ଅନୁଭବ କରିହୁଏ। ଜୀବନରେ ଦେଖା ଦେଉଥିବା ଦାମ୍ପତ୍ୟ ସମସ୍ୟାର ସଫଳ ନିରାକରଣରେ ନିଲମ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମନ ପସନ୍ଦର ଜୀବନ ସାଥୀ ପାଇବା ଲାଗି ଏହାକୁ ବିଧିପୂର୍ବକ ଧାରଣ କଲେ ମିଳେ ସୁଫଳ।

ଜଳ ବିଶୋଧନ କରେ ସଜନା ମଞ୍ଜି

ଜଳ ବିଶୋଧନ କରେ ସଜନା ମଞ୍ଜି

ପୃଥିବୀରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ବିଶୁଦ୍ଧ ପାନୀୟ ଜଳ ପୃଥିବୀର ୨୧୦ କୋଟି ଲୋକଙ୍କୁ ମିଳୁନି ବୋଲି ଜାତିସଂଘ ପକ୍ଷରୁ ସୂଚିତ କରାଯାଇଛି। ତେବେ ଆମେରିକା କାରନେଗି ମେଲେନ ବିଶ୍ୱବିଦ୍ୟାଳୟର ଗବେଷକ ଦୀର୍ଘ ଦିନ ଧରି ଗବେଷଣା କରି ଜାଣିପାରିଛନ୍ତି ଯେ, ସଜନା ମଞ୍ଜିରେ ଥିବା ବିଶୋଧକ ଦ୍ୱାରା ଜଳ ବିଶୋଧନ ସମ୍ଭବ ହୋଇପାରିବ।

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ମାଲ୍ଟା ଦେଶରେ ରହିଛି ଏକ ଭିନ୍ନ ପରମ୍ପରା। ସେଠାରେ ମହିଳାଙ୍କୁ ଅପହରଣ କରିବା ଏକ ମାମୁଲି ଘଟଣା। ଅପହରଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଦଣ୍ଡବିଧାନ କରାଯାଇ ନ ଥାଏ। ସେହିପରି ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ସେଠାରେ ସମ୍ମାନ ଦୃଷ୍ଟିରେ ଦେଖାଯାଏ।

କୋବ୍ରାଠାରୁ ବି ବିଷଧର

କୋବ୍ରାଠାରୁ ବି ବିଷଧର

ପୃଥିବୀରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ବ୍ଲାକ କୋବ୍ରାର ବିଷ ସବୁଠାରୁ ମାରାତ୍ମକ ବୋଲି କୁହାଯାଏ। ହେଲେ ତା’ଠାରୁ ଅଧିକ ବିଷାକ୍ତ ହେଉଛି ‘ହଗ୍‌ଓ୍ବିଡ’ ନାମକ ଏକ ଘାସ(ବୈଜ୍ଞାନିକ ନାମ ‘ହେରକିଲମ୍‌ ମେଟାଗୋଜିଏନମ୍‌’)।

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ଶାହଜାହନ ମୁମତାଜଙ୍କ ପାଇଁ ‘ତାଜମହଲ’ ଗଢ଼ିବା ପରି ଭବ୍ୟ କାରୁକାର୍ଯ୍ୟ ନ ହେଲେ ମଧ୍ୟ ସ୍ତ୍ରୀଙ୍କ ପାଇଁ ମନ୍ଦିର ଗଢ଼ିଛନ୍ତି ଜଣେ ବ୍ୟକ୍ତି। ତେଲେଙ୍ଗାନାର ସିଦ୍ଧିପେତ ଜିଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଚନ୍ଦ୍ର ଗୌଡ଼ ସ୍ତ୍ରୀ ରାଜମଣିଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିଛନ୍ତି।

‘ଅନର କିଲିଂ’ ନୁହେଁ ଅପରାଧ

‘ଅନର କିଲିଂ’ ନୁହେଁ ଅପରାଧ

ମିଶର ଓ ସିରିଆରେ ଅନର କିଲିଂ ଅପରାଧ ପରିସର ଭୁକ୍ତ ନୁହେଁ। ଏଠାରେ ପ୍ରତିବର୍ଷ ଅନେକ ଏଭଳି ଘଟଣା ଘଟିଥାଏ।

ପୁରୁଣା ଶାଢ଼ିର ନୂଆ ରୂପ

ପୁରୁଣା ଶାଢ଼ିର ନୂଆ ରୂପ

ଶାଢ଼ି ଯେତେ ଦାମୀ ହେଉନା କାହିଁକି, କେବେ କେବେ ନୂଆ ପରେ ନୂଆ ଶାଢ଼ି କିଣିବା ଭିତରେ ଏହା ପିନ୍ଧା ନ ହୋଇ ଦୀର୍ଘଦିନ ଧରି ଆଲମିରାରେ ରହିଯାଏ ତ କେବେ ରହି ରହି ଅପ୍‌ଡେଟ୍‌ ଫ୍ୟାଶନ୍‌ ଦୁନିଆରେ ଆଉଟ୍‌ଡେଟେଡ୍‌ ହୋଇଯାଏ। ଆଉ ପୁରୁଣା ଶାଢ଼ି ଭାବେ ଏସବୁ ପାଲଟିଯାଏ ଅଦରକାରୀ। ହେଲେ ଅନେକେ ଏହାକୁ ନଷ୍ଟ କରିବା ପରିବର୍ତ୍ତେ ନୂଆ ରୂପ ଦେଇ କରିଥାନ୍ତି ପୁନଃ ବ୍ୟବହାର ଉପଯୋଗୀ...

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ଓ୍ବାଶିଂଟନ୍‌: ଯେଉଁ ଦେଶର ସଂସଦରେ ଅଧିକ ସଂଖ୍ୟାରେ ମହିଳା ସଭ୍ୟ ଥାଆନ୍ତି ସେ ଦେଶରେ ଦୁର୍ନୀତି ଅପେକ୍ଷାକୃତ କମ୍‌ ହୋଇଥାଏ। ଜଣେ ମୂଳ ଭାରତୀୟଙ୍କ ସମେତ କେତେଜଣ ବୈଜ୍ଞାନିକ ୧୨୫ଟି ଦେଶରୁ ତଥ୍ୟ ସଂଗ୍ରହ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏ ସମ୍ପର୍କିତ ଅଧ୍ୟୟନ ଜର୍ନାଲ୍‌ ଅଫ୍‌ ଇକୋନୋମିକ୍‌ ବିହେଭିୟର ଆଣ୍ଡ ଅର୍ଗାନାଇଜେଶନ୍‌ରେ ପ୍ରକାଶ ପାଇଛି।

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ବିବାହ ଉତ୍ସବ ହେଉ ଅବା ପୂଜା ପାର୍ବଣ ଏଥିପାଇଁ ଦରକାର ପୂଜା ସାମଗ୍ରୀ ଏବଂ ପଣ୍ଡିତ। ଅନେକ ସମୟରେ ବିଶେଷ କରି ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ସମୟରେ ପଣ୍ଡିତ ଜଣେ ମିଳିବା କାଠିକର ପାଠ ହୋଇଥାଏ।

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ଜାପାନରେ ଏକ ରେଷ୍ଟୁରାଣ୍ଟରେ ଚନ୍ଦା ଗ୍ରାହକଙ୍କୁ ସ୍ବତନ୍ତ୍ର ପ୍ରକାର ରିହାତି ଦିଆଯାଇଥାଏ। ରେଷ୍ଟୁରାଣ୍ଟରେ ଚନ୍ଦା ଲୋକଙ୍କ ପାଇଁ ରହିଛି ବିଶେଷ ସୁବିଧା। ଏଠାକୁ ଆସି ଚନ୍ଦା ବ୍ୟକ୍ତି ନିଜକୁ ଭାଗ୍ୟବାନ ମନେ କରିବା ସହିତ ସେମାନଙ୍କ ମନୋବଳ ଦୃଢ଼ ହୋଇଥାଏ ବୋଲି କୁହନ୍ତି ରେଷ୍ଟୁରାଣ୍ଟ ମାଲିକ। ରେଷ୍ଟୁରାଣ୍ଟର ମାଲିକାଣୀ ଯୋଶିକା ଟୋୟୋଡୋଙ୍କ କହିବା ଅନୁଯାୟୀ ଜାପାନରେ ବୟସ ବଢ଼ିବା ସହିତ ଚନ୍ଦା ହେବା ଏକ ମାମୁଲି କଥା।

ଗଛ କାଟିଲେ ବାହାରୁଛି ରକ୍ତ

ଗଛ କାଟିଲେ ବାହାରୁଛି ରକ୍ତ

ମଧ୍ୟପ୍ରଦେଶ: ଗଛ କାଟିଲେ ସାଧାରଣତଃ ଅଠା ବା ଗଛର କ୍ଷୀର ବାହାରିଥାଏ। ହେଲେ ମଧ୍ୟପ୍ରଦେଶର ଏକ ଗାଁରେ ଥିବା ଗଛକୁ କାଟିଲେ ରକ୍ତ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ କଥାଟା ସତ ବୋଲି ଗ୍ରାମବାସୀ ମତ ଦିଅନ୍ତି। ଜାଳେଣି ଉଦ୍ଦେଶ୍ୟରେ ଜଣେ ଯୁବକ ଏକ ଗଛ କାଟିବାରୁ ଏଥିରୁ ଲାଲ ରଙ୍ଗର ଅଠାଳିଆ ଅଂଶ ବାହାରିବାରୁ ସେ ଚମକି ପଡିଥିଲେ। ଏକଥା ଗ୍ରାମବାସୀ ମିଛ ଭାବି ଗଛ ନିକଟକୁ ଯାଇ ଦେଖିବା ବେଳକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Model This Week

ପ୍ରଭାତ