ଅପରାଧ | ଉପକୂଳ ଓଡିଶା

୪ ଜୁଆଡି ଗିରଫ, ୫୦ ହଜାର ଜବତ

୪ ଜୁଆଡି ଗିରଫ, ୫୦ ହଜାର ଜବତ
ଯାଜପୁର ରୋଡ, ୧୨ା୬ (ନି.ପ୍ର): ଯାଜପୁରରୋଡ ପୋଲିସ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ ଉପରେ ଚଢ଼ାଉକରି ୪ ଜୁଆଡିଙ୍କୁ ଗିରଫ କରିଛି। ସେମାନେ ହେଲେ ମାନସ ସାହୁ, ପ୍ରଦୀପ କୁମାର ସାହୁ, ଚନ୍ଦନ ବେହେରା ଓ ମୋହନ ମହାରଣା। ସେମାନଙ୍କ ନିକଟରୁ ୫୦ ହଜାର ୮ଶହ ଟଙ୍କା, ୭ ମୋବାଇଲ ଫୋନ ଓ ୩ ମୋଟରସାଇକେଲ ଜବତ କରାଯାଇଛି।
All Right Reserved By

ଅପରାଧ | ଉପକୂଳ ଓଡିଶା

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱରରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତି ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛନ୍ତି।

୨୦ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍‌ଏସ୍‌ ଗିରଫ

୨୦ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍‌ଏସ୍‌ ଗିରଫ

କଟକ ଅଫିସ/ ଗୋପ, ୧୭।୮(ଡି.ଏନ୍‌.ଏ.) - ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ଇସାନପୁର ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ପ୍ରଭାସ କୁମାର ସାହୁ। 

ରେଭେନ୍‌ଶାରେ ଛାତ୍ରଙ୍କୁ ର଼୍ୟାଗିଂ

ରେଭେନ୍‌ଶାରେ ଛାତ୍ରଙ୍କୁ ର଼୍ୟାଗିଂ

କଟକ ଅଫିସ, ୧୭ା୮- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ର଼୍ୟାଗିଂର ଶିକାର ହୋଇଛନ୍ତି। ସେ ହେଲେ ସ୍ନାତକ ସଂସ୍କୃତ ବିଭାଗ ଦ୍ୱିତୀୟବର୍ଷର ଛାତ୍ର ତଥା ନ୍ୟୁ ହଷ୍ଟେଲର ଅନ୍ତେବାସୀ ସୂର୍ଯ୍ୟଭାନୁ ମହାପାତ୍ର। ଘଟଣା ସମ୍ପର୍କରେ ସୂର୍ଯ୍ୟଭାନୁ ୟୁଜିସିର ଆଣ୍ଟି ର଼୍ୟାଗିଂ ସେଲ୍‌କୁ ଫୋନ୍‌ କରି ଅଭିଯୋଗ କରିବା ପରେ ଏବେ ଘଟଣାକୁ ନେଇ ତନାଘନା ଚାଲିଛି।

୧୦ ହଜାର ଲାଞ୍ଚ ନେଇ ପୋଲିସ ଏସ୍‌ଆଇ ଗିରଫ

୧୦ ହଜାର ଲାଞ୍ଚ ନେଇ ପୋଲିସ ଏସ୍‌ଆଇ ଗିରଫ

କଟକ ଅଫିସ, ୧୭।୮- ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କନ୍ଧମାଳ ଜିଲା ଚକାପାଦ ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ସବ୍‌ଇନ୍ସପେକ୍ଟର ହାଡିବନ୍ଧୁ ପରିଡ଼ା। ଗୁରୁବାର ସେ ସ୍ଥାନୀୟ ବେଲୋବନ୍‌ଜାରା ଗ୍ରାମର ଜେନା ମଲିକଙ୍କଠାରୁ ଏହି ଲାଞ୍ଚ ଗ୍ରହଣ କରୁଥିବାବେଳେ ଧରାପଡିଥିଲେ। 

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଭୁବନେଶ୍ୱର, ୧୭।୮(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ନହରକଣ୍ଟା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ନାବାଳିକାଙ୍କ ଘରେ କେହି ନ ଥିବାବେଳେ ଅଭିଯୁକ୍ତ ଏହି କାଣ୍ଡ ଘଟାଇଛନ୍ତି। 

ଚୋରା ମଦ ବେପାରୀ ଗିରଫ

ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୬।୮-ବାଲେଶ୍ୱର ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗୁରୁବାର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଖାନ୍‌ନଗର ଛକ ନିକଟରେ ଚଢ଼ାଉ କରି ଏକ ଟେମ୍ପୋରୁ ୪୨୦ ଲିଟର ମଦ ଜବତ କରିବା ସହ ଡ୍ରାଇଭର ଚିତ୍ତରଞ୍ଜନ ଦାସଙ୍କୁ ଗିରଫ କରିଛନ୍ତି। 

ଗୋଟିଏ ରାତିରେ ମନ୍ଦିର ସମେତ ୩ ସ୍ଥାନରୁ ଚୋରି

ଗୋଟିଏ ରାତିରେ ମନ୍ଦିର ସମେତ ୩ ସ୍ଥାନରୁ ଚୋରି

ବନ୍ତ,୧୬।୮(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ବୁଧବାର ଗୋଟିଏ ରାତିରେ ୩ଟି ଚୋରି ଘଟଣା ଘଟିଥିବା ଥାନାରେ ଅଭିଯୋଗ ହୋଇଛି। ନିମାପଡ଼ା କପାଳୀକ୍ଷେତ୍ରସ୍ଥିତ ଜଗନ୍ନାଥ ମନ୍ଦିରରୁ ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। 

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଶିକାରୀଙ୍କୁ ଗିରଫ ପ୍ରତିବାଦରେ ବିଟ୍‌ ହାଉସ୍‌ ଭାଙ୍ଗିଲେ ସହଯୋଗୀ

ଶିକାରୀଙ୍କୁ ଗିରଫ ପ୍ରତିବାଦରେ ବିଟ୍‌ ହାଉସ୍‌ ଭାଙ୍ଗିଲେ ସହଯୋଗୀ

ନୀଳଗିରି, ୧୫।୮, (ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡସ୍ଥ କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ ହାଉସ୍‌ରେ  ଗିରଫ ଶିକାରୀଙ୍କ ସହଯୋଗୀ ଓ ତାଙ୍କ ସଂପର୍କୀୟମାନେ ପଶି ଭଙ୍ଗାରୁଜା କରିଥିବା  ଅଭିଯୋଗ ହୋଇଛି।