ଫୁରସତ |

ଯୁବକଙ୍କୁ ମିଳୁନାହାଁନ୍ତି କନିଆ

ଯୁବକଙ୍କୁ ମିଳୁନାହାଁନ୍ତି କନିଆ
ତୁର୍କୀର ଉଜମଲୁ ଗ୍ରାମରେ ପୁରୁଷମାନେ ମହିଳାଙ୍କ ବିରୋଧରେ କରିଛନ୍ତି ବିକ୍ଷୋଭ। କାରଣ ଏଠାରେ ଯୁବତୀମାନେ ସେମାନଙ୍କ ଭଲ ପାଇବା ଓ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଶେଷଥର ପାଇଁ ୧୧ ବର୍ଷତଳେ ଏହି ଗ୍ରାମରେ ବାହାଘର ଅନୁଷ୍ଠିତ ହୋଇଥିଲା। ଗ୍ରାମର ଜନସଂଖ୍ୟା ବର୍ତ୍ତମାନ ୨୭୦। ଗ୍ରାମ ବାସିନ୍ଦା କୁହନ୍ତି ଏଠାକାର ଅଧିକାଂଶ ଯୁବତୀ ସହରକୁ ରୋଜଗାର କରିବା ଲାଗି ଯିବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ସ୍ଥାନୀୟ ଯୁବକଙ୍କ ବିବାହ ପ୍ରସ୍ତାବକୁ କରୁଛନ୍ତି ପ୍ରତ୍ୟାଖାନ । ସରକାରଙ୍କ ମହିଳା ସଶକ୍ତିକରଣର ଯୋଜନା ଯୋଗୁ ଏଭଳି ହେଉଥିବା ଗ୍ରାମବାସୀ କୁହନ୍ତି। ଏହି ଘଟଣାରେ ସରକାର ହସ୍ତକ୍ଷେପ କରିବା ଆବଶ୍ୟକ। ଯୁବତୀମାନେ ନିଜ ଜିଦ୍‌ରେ ଅଟଳ ରହିଲେ ହୁଏତ ଆଗାମୀ ଦିନରେ ଗାଁଟିରେ କେବଳ ପୁରୁଷ ବାସ କରୁଥିବା ଦେଖିବାକୁ ମିଳିବ ବୋଲି ସେଠାକାର ଲୋକେ ଆଶଙ୍କା ବ୍ୟକ୍ତ କରୁଛନ୍ତି।
All Right Reserved By

ଫୁରସତ |

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ବୟସ୍କମାନେ ଝାଡୁଧରି ଘର ଓଳାଇଥାନ୍ତି। ତେବେ ବେଳେବେଳେ ଛୋଟ ଶିଶୁ ହଠାତ୍‌ ଝାଡୁ ଧରି ଘର ଓଳାଇବା ଆରମ୍ଭ କରନ୍ତି। ଏହା ଶୁଭ ସୂଚକ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘରକୁ ଅତିଥିଙ୍କ ଆଗମନ ସମ୍ପର୍କରେ ଏହା ଦେଇଥାଏ ସୂଚନା। 

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ଘର ତୁଳନାରେ ଅଧିକାଂଶ ଦମ୍ପତି ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି।  ଘରେ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରେ ରକ୍ଷଣଶୀଳତା ବୃଦ୍ଧି ପାଇଥାଏ। ମାତ୍ର ବାହାରକୁ ବୁଲି ଯାଇଥିବା ସମୟରେ ସେମାନଙ୍କ ମଧ୍ୟରେ ରୋମାଣ୍ଟିକ୍‌ ଭାବନା ଜାଗି ଉଠେ 

ବିଛା ବିଷର ମୂଲ୍ୟ ୭୬ କୋଟି

ବିଛା ବିଷର ମୂଲ୍ୟ ୭୬ କୋଟି

ଥାଇଲାଣ୍ଡର ବିଶ୍ୱ ପ୍ରସିଦ୍ଧ ଅହିରାଜ ସର୍ପର ବିଷଠାରୁ ବି ଅଧିକ ମୂଲ୍ୟବାନ କଙ୍କଡା ବିଛା ବିଷ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।

ନଣନ୍ଦ-ଭାଉଜଙ୍କ ଆପତ୍ତିଜନକ ସମ୍ପର୍କକୁ ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

ନଣନ୍ଦ-ଭାଉଜଙ୍କ ଆପତ୍ତିଜନକ ସମ୍ପର୍କକୁ ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

ଲକ୍ଷ୍ନୌ, ୧୯।୯: ଉତ୍ତରପ୍ରଦେଶର କାନପୁର ଜିଲାରେ ସମଲିଙ୍ଗୀ ସମ୍ପର୍କର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ନିଜ ଭଉଣୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆପତ୍ତି ଉଠାଇବା ସହ ଥାନାରେ ଏନେଇ ଏତଲା ଦାଏର କରିଛନ୍ତି। 

ତଥାପି ଚାଲିଛି ସଂଘର୍ଷ: ସଫଳ ଚାଷୀ ଦାମୋଦର ସାହୁ

ତଥାପି ଚାଲିଛି ସଂଘର୍ଷ: ସଫଳ ଚାଷୀ ଦାମୋଦର ସାହୁ

ବଡ ହେବେ, ନିଜେ ରୋଜଗାର କରିବେ ଆଉ ଅନେକଙ୍କୁ ରୋଜଗାରର ବାଟ ଦେଖାଇବେ। ଏଇ ସ୍ବପ୍ନ ତାଙ୍କର ପିଲାଟି ବେଳୁ। ମାତ୍ର ମାଟ୍ରିକ୍‌ରୁ ହିଁ ତାଙ୍କର ପାଠପଢାରେ ଡୋରି ବନ୍ଧା ହୋଇଗଲା। ପରିବାରର ଆର୍ଥିକ ଅବସ୍ଥା ସୁଧାରିବାକୁ ସେ ଅଣ୍ଟା ଭିଡ଼ିଲେ।

୫ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମୃତ୍ୟୁହାର ହ୍ରାସ ପାଇଛି: ଜାତିସଂଘ ରିପୋର୍ଟ

୫ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମୃତ୍ୟୁହାର ହ୍ରାସ ପାଇଛି: ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ୫ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁହାର ହ୍ରାସ କରିବାରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। 

ମହାତ୍ମାଙ୍କ ୧୫୦ତମ ଜନ୍ମବାର୍ଷିକୀ ଲୋଗୋ ଉନ୍ମୋଚିତ

ମହାତ୍ମାଙ୍କ ୧୫୦ତମ ଜନ୍ମବାର୍ଷିକୀ ଲୋଗୋ ଉନ୍ମୋଚିତ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବ ପାଳନର ସ୍ମାରକୀ ସ୍ବରୂପ ସ୍ବତନ୍ତ୍ର ଲୋଗୋ ଏବଂ ଓ୍ବେବ୍‌ ପୋର୍ଟାଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଅନାବରଣ କରିଛନ୍ତି। ଉକ୍ତ ଲୋଗୋ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମହେଶ ଶର୍ମାଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। 

ଯେଉଁଠି ହୁଏ ମୃତକଙ୍କ ସହ ସେଲଫି ନେବା ପ୍ରତିଯୋଗିତା

ଯେଉଁଠି ହୁଏ ମୃତକଙ୍କ ସହ ସେଲଫି ନେବା ପ୍ରତିଯୋଗିତା

ଏବେ ଯୁବପିଢ଼ିଙ୍କ ଉପରେ ସେଲଫି ମାନିଆ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆରେ ଆରମ୍ଭ ହୋଇଛି ଏକ ପ୍ରତିଯୋଗିତା। ଏଥିରେ ମୃତ ଲୋକଙ୍କ ସହିତ ସେଲଫି ଉଠାଇଲେ ଦିଆଯାଉଛି ପୁରସ୍କାର।

ଯେଉଁଠି ଜଣିଏ ପିଲାକୁ ନେବାକୁ ଆସେ ଟ୍ରେନ୍‌

ଯେଉଁଠି ଜଣିଏ ପିଲାକୁ ନେବାକୁ ଆସେ ଟ୍ରେନ୍‌

ଜାପାନରେ କେବଳ ଜଣେ ବାଳିକାକୁ ସ୍କୁଲ ନେବା ଏବଂ ଘରେ ଛାଡ଼ିବା ପାଇଁ ସପ୍ତାହରେ ୫ ଦିନ ଆସିଥାଏ ଟ୍ରେନ୍‌ । ସେହି ଟ୍ରେନ୍‌ରେ ସେହି ବାଳିକାକୁ ଛାଡି ଅନ୍ୟ କେହି ଯାଆନ୍ତି ନାହିଁ।

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଅନେକ ଗୁଡ଼ିଏ କାରଣ ରହିଛି। ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୀଘ୍ର ପ୍ରେମର ପରିପ୍ରକାଶ କରିବା। ଏହାଦ୍ୱାରା ମାନସିକସ୍ତରରେ ଉଭୟ ପରସ୍ପରର ନିକଟବର୍ତ୍ତୀ ହୋଇ ପାରିଥାନ୍ତି 

ଶୋଇଲେ ମିଳିବ ୧୦ଲକ୍ଷ

ଶୋଇଲେ ମିଳିବ ୧୦ଲକ୍ଷ

ନାସା ପକ୍ଷରୁ ନିକଟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା ଏଭଳି ବ୍ୟକ୍ତିଙ୍କୁ  ୧୨ ହଜାର ୟୁରୋ ଅର୍ଥାତ୍‌ ୧୦ ଲକ୍ଷ ୧୬ ହଜାର ଟଙ୍କା ଦେବ। ମହାକାଶରେ ଯାତ୍ରା ସମୟରେ ମାନବ ଶରୀର ଉପରେ

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ପଶ୍ଚିମବଙ୍ଗ କୋଲକତା ନିକଟରେ ଥିବା ସୋନାଗାଛି ଏସିଆର ସର୍ବ ବୃହତ୍‌ ରେଡ୍‌ ଲାଇଟ୍‌ ଏରିଆର ମାନ୍ୟତା ହାସଲ କରିଛି। ଏଠାରେ ପ୍ରାୟ ୧୨ ହଜାରରୁ ଅଧିକ ମହିଳା ଦେହବେପାର କରିଥାନ୍ତି। ପ୍ରତିବର୍ଷ ଏକ ହଜାରରୁ ଅଧିକ ମହିଳା ଆସିଥାନ୍ତି ଏଠାକୁ