ଜୀବନଚର୍ଯ୍ୟା |

ସକାଳୁ କରନ୍ତୁ ବ୍ରିଜ୍‌ ଏକ୍ସରସାଇଜ୍‌

ସକାଳୁ କରନ୍ତୁ ବ୍ରିଜ୍‌ ଏକ୍ସରସାଇଜ୍‌

ଅଧିକାଂଶ ଯୁବପିଢି ଏକ୍ସରସାଇଜ୍‌ ବେଳେ ସିକ୍ସ ପ୍ୟାକ୍‌ ଆବସ୍‌, ବାଇସେପ୍‌ , ଟ୍ରାଇସେପ୍‌ ଓ ନିଜର ଛାତି ଅଂଶର ବିକାଶ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ଏପରିକି ଝିଅମାନେ ନିଜକୁ ସ୍ଲିମ ରଖିବା ପାଇଁ‌ ମଧ୍ୟ ରହିଥାନ୍ତି ବେଶ୍‌ ସଚେତନ । ସେଥି ଲାଗି ବ୍ରିଜ୍‌ ଏକ୍ସରସାଇଜ୍‌ ଉପଯୋଗୀ ସାବ୍ୟସ୍ତ ହେଇଥାଏ। ଏବେ ସମସ୍ତଙ୍କ ମଧ୍ୟରେ ବ୍ରିଜ୍‌ ଏକ୍ସରସାଇଜ୍‌ କରିବାର ଆଗ୍ରହ ବଢିବାରେ ଲାଗିଛି। ଏହା ଦ୍ୱାରା ମାସଂପେଶୀ ମଜବୁତ ହୋଇଥାଏ। ତେଣୁ ଯୁବବର୍ଗ ଏହାପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ପ୍ରତିଦିନ ବ୍ରିଜ୍‌ ଏକ୍ସରସାଇଜ୍‌ କଲେ ମିଳିଥାଏ ଅନେକ ଉପକାର। କାମର ଚାପରେ ଅନେକ କର୍ମକ୍ଷେତ୍ରରେ ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସି ରହିବା ଦ୍ୱାରା ଅଣ୍ଟା ଓ ଆଣ୍ଠୁରେ କଷ୍ଟ ଅନୁଭବ କରିଥାନ୍ତି। ଏପରି ସମସ୍ୟା ବ୍ରିଜ୍‌ ଏକ୍ସରସାଇଜ୍‌ ଦ୍ୱାରା ଦୂର ହୋଇପାରିଥାଏ। ଆଥ୍‌ଲେଟମାନେ ମଧ୍ୟ ଏହି ଏକ୍ସରସାଇଜ୍‌ କରିବାକୁ ପସନ୍ଦ କରିଥାନ୍ତି। ବ୍ରିଜ୍‌ ଏକ୍ସରସାଇଜ୍‌ କରିବାକୁ ହେଲେ ତଳେ ଶୋଇ ହାତରେ ଭରା ଦେଇ ଶରୀରକୁ ଉପରକୁ ଉଠାଇବାକୁ ଚେଷ୍ଟା କରାଯାଇଥାଏ। ବିଶେଷ କରି ଗୋଇଠିକୁ ଭୂମିରେ ଭରାଦେଇ ଅଣ୍ଟାକୁ ଉପରକୁ ଉଠାଇଲେ ମିଲିଥାଏ ଅନେକ ସୁଫଳ। କିଛି ସମୟ ଭଲ ଭାବେ ନିଶ୍ୱାସ ନେଇ ପୁଣି ଏପରି କରିବାକୁ ହୋଇଥାଏ। ପ୍ରତିଦିନ ଏଭଳି ୧୦ ରୁ ୧୫ ଥର କଲେ ମାଂସପେଶୀ ମଜବୁତ ହୁଏ ବୋଲି ପ୍ରଶିକ୍ଷକ କହିଥାନ୍ତି।

All Right Reserved By

ଜୀବନଚର୍ଯ୍ୟା |

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି।

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ନିତ୍ୟକର୍ମ ପରେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି।

ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ଯୁବତୀମାନେ ସମବୟସ୍କ ଯୁବକଙ୍କ ତୁଳନାରେ ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି। ଆମେରିକା ନିୟୁ ଜର୍ସି ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛିି। ବିବାହିତ ପୁରୁଷଙ୍କ ସହିତ ବୁଝାମଣା କରିବା ସହଜ।

ଖରାରେ ବି ରହିବ ମେକ୍‌ଅପ୍‌

ଖରାରେ ବି ରହିବ ମେକ୍‌ଅପ୍‌

ବର୍ତ୍ତମାନ କିଛିଦିନ ହେବ ପ୍ରବଳ ଖରା ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ଏମିତିରେ ଅଧିକାଂଶ ମହିଳାଙ୍କର ଚିନ୍ତା ରହିଥାଏ ନିଜ ମେକ୍‌ଅପ୍‌କୁ ନେଇ। କାରଣ ଏଭଳି ପାଗରେ କିଛି ସମୟ ମଧ୍ୟରେ ଏହା ଝାଳରେ ଧୋଇଯାଇଥାଏ। ତେଣୁ ଏ ଦିନେ କିପରି ମେକ୍‌ଅପ୍‌କୁ ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ...

ଆପଣ କଫି ପିଉଛନ୍ତି କି  ?

ଆପଣ କଫି ପିଉଛନ୍ତି କି ?

ଏଭଳି ଅନେକେ ଅଛନ୍ତି, ଯେଉଁମାନଙ୍କ ସକାଳ ନିଦ ଭାଙ୍ଗେ ଏକ କପ୍‌ କଫି ସହିତ । କେହି କେହି ଦିନରେ ଏକାଧିକ ବାର କଫି ମଧ୍ୟ ପିଇଥାନ୍ତି । ଯଦିଓ ଏହା ସ୍ବାଦିଷ୍ଟ ଏବଂ ମୁଡ୍‌ଫ୍ରେଶ୍‌ କରିଥାଏ, ତଥାପି ଆବଶ୍ୟକରୁ ଅଧିକ କଫି ପିଇବା ମଧ୍ୟ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଜାଣିରଖନ୍ତୁ ସେ ସମ୍ପର୍କରେ...

ଜୀବନ ଲାଗି ଅମୃତ ରଙ୍ଗୀନ ପନିପରିବା

ଜୀବନ ଲାଗି ଅମୃତ ରଙ୍ଗୀନ ପନିପରିବା

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ସମ୍ପର୍କରେ ନେଦରଲାଣ୍ଡର ଲେଇଦେନ୍‌ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ବିଭାଗର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି।

ଡାଳିମ୍ବ ରସ ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ

ଡାଳିମ୍ବ ରସ ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ

ଶରୀରକୁ ଫିଟ୍‌ ଓ ହେଲଦି ରଖିବା ପାଇଁ ସବୁ ପ୍ରକାର ଫଳ ଖାଇବା ଆବଶ୍ୟକ। ତେବେ ଡାଳିମ୍ବର ରସ ବିଶେଷ ଭାବରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ବୋଲି କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି।

ସକାଳୁ ମିଶ୍ରି ପାଣି ପିଇଲେ କ’ଣ ମିଳେ...

ସକାଳୁ ମିଶ୍ରି ପାଣି ପିଇଲେ କ’ଣ ମିଳେ...

ସକାଳୁ ନିତ୍ୟକର୍ମ ପରେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନ ହୀନତା ଓ କାଶରୁ ମିଳିଥାଏ ମୁକ୍ତି।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି। ଏହା ଖୁବ୍‌ ମାରାତ୍ମକ ହୋଇଥିବାରୁ ଅନେକ ଲୋକ ଏହାର ନାଁ ଶୁଣି ଡରିଯାଆନ୍ତି। । ହେଲେ ଏଭଳି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଡେଙ୍ଗୁଠାରୁ ଦୂରେଇ ରହିପାରିବା।

ସ୍ବାସ୍ଥ୍ୟ ସୂଚନା

ସ୍ବାସ୍ଥ୍ୟ ସୂଚନା

* ଯେତେ ସମ୍ଭବ ରାତି ୮ଟା ପୂର୍ବରୁ ରାତ୍ରି ଭୋଜନ ଶେଷ କରନ୍ତୁ। ଏହାଦ୍ୱାରା ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ। କେବଳ ସେତିକି ନୁହେଁ ଏହାଦ୍ୱାରା ଭଲ ନିଦ ମଧ୍ୟ ହୁଏ। ରାତ୍ରି ଭୋଜନରେ ହାଲୁକା ଖାଦ୍ୟ ସାମିଲ କରନ୍ତୁ।

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା

ଅନେକଙ୍କୁ ରାତିରେ ନିଦ ନ ହେବା ଅତି ସାଧାରଣ କଥା ହୋଇଯାଇଛି। ସେଥିପାଇଁ କେହି କେହି ରାତିରେ ନିଦ ବଟିକା ଖାଉଥିବାବେଳେ ଅନ୍ୟ କେହି ନିଦ ଆସିବାର ନାନା ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଯୋଗାସନରେ ରହିଛି ଏହାର ସମାଧାନ ।

ସକାଳୁ କାହିଁକି ପିଇବେ ତ୍ରିଫଳା ପାଣି...

ସକାଳୁ କାହିଁକି ପିଇବେ ତ୍ରିଫଳା ପାଣି...

ସକାଳୁ ନିତ୍ୟକର୍ମ ପରେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ଏକ ଗ୍ଲାସ୍‌ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ଡାଇବେଟିସ୍‌ ଓ ହୃଦ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି।

Model This Week

ପ୍ରଭାତ