ଜୀବନଚର୍ଯ୍ୟା |

ମନସୁନ୍‌ କେୟାର

ମନସୁନ୍‌  କେୟାର
ପ୍ରତ୍ୟେକ ଋତୁ ଅନୁଯାୟୀ ଆମକୁ ଆମ ତ୍ୱଚାର ଯତ୍ନ ନେବାକୁ ପଡିଥାଏ। ଏବେ ଆସିଯାଇଛି ବର୍ଷା ଋତୁ। ଏହି ସମୟରେ ନିଜ ତ୍ୱଚାକୁ କିପରି ଘରୋଇ ଉପଚାର ମାଧ୍ୟମରେ ମୁଲାୟମ ରଖିବେ ଜାଣନ୍ତୁ ସେ ସମ୍ପର୍କରେ... ଷ୍ଟ୍ରବେରୀ ଫେସ୍‌ ମାସ୍କ: ଅଧାକପ ଫ୍ରୋଜନ୍‌ କିମ୍ବା ତାଜା ଷ୍ଟ୍ରବେରୀକୁ ଗ୍ରାଇଣ୍ଡ କରି ସେଥିରେ ଏକ କପ୍‌ ଦହି, ଦୁଇଚାମଚ ମହୁ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ନିୟମିତ ଲଗାଇବା ଦ୍ୱାରା ତ୍ୱଚା ମୁଲାୟମ୍‌ ରହିବା ସହ ସେଥିରେ ଚମକ୍‌ ଆସିଥାଏ। କ୍ଷୀର ଏବଂ ଫଳର ଫେସିଆଲ: ଗୋଟିଏ ସେଓକୁ କାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେହି ପେଷ୍ଟରେ ଚିନି,ଅଧାକପ କ୍ଷୀର ମିଶାଇ ମୁହଁରେ ଲଗାନ୍ତୁ। ଏହା ଫଳରେ ତ୍ୱଚା ନମନୀୟ ରହିଥାଏ। ଟ୍ୟାନିଂ: ଦିନରେ ଦୁଇଥର ନନ୍‌ଆଲକୋହଲିକ୍‌ ଟୋନରରେ ତ୍ୱଚାକୁ ଟୋନିଂ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାର ପିଏଚ୍‌ ଲେଭଲ୍‌ ସନ୍ତୁଳିତ ରହିଥାଏ। ଆଣ୍ଟିଫଙ୍ଗାଲ କ୍ରିମ୍‌: ରିଙ୍ଗଓ୍ବର୍ମ ଭଳି ସଂକ୍ରମଣଠୁ ଦୂରେଇ ରହିବାକୁ ହେଲେ ତ୍ୱଚାକୁ ଓଦା ହେବାଠୁ ଦୂରେଇ ରଖନ୍ତୁ। ହାଲୁକା ନଖ ଉଷୁମ ପାଣିରେ ଗାଧାନ୍ତୁ। ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍‌ଠୁ ଦୂରେଇ ରହିବାକୁ ହେଲେ ଆଣ୍ଟିଫଙ୍ଗାଲ କ୍ରିମ୍‌ ଲଗାନ୍ତୁ। ଗାଧୋଇବା ପରେ ପଙ୍ଖା ପାଖରେ ବସନ୍ତୁ । ଶରୀରରେ ଯେଉଁ ସ୍ଥାନରେ ଭାଙ୍ଗ ପଡୁଛି ସେ ସ୍ଥାନକୁ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ। ସଫାସୁତୁରା: ନିଜ ମୁହଁକୁ ନନ୍‌ସୋପ୍‌ ଫେସ୍‌ଓ୍ବାଶ୍‌ ସାହାଯ୍ୟରେ ଦିନକୁ ୩ରୁ ୪ଥର ଧୁଅନ୍ତୁ। ଫଳରେ ତ୍ୱଚା ଏବଂ ରୋମଛିଦ୍ରରେ ଜମା ହୋଇଥିବା ଧୂଳି ଏବଂ ତେଲ ଭଲ ଭାବେ ସଫା ହୋଇଯିବ। ସ୍କ୍ରବିଙ୍ଗ: ତ୍ୱଚାର ଚମକ ବଜାୟ ରଖିବାକୁ ହେଲେ ମଝିରେ ମଝିରେ ସ୍କ୍ରବ୍‌ କରନ୍ତୁ।
All Right Reserved By

ଜୀବନଚର୍ଯ୍ୟା |

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ଫ୍ୟାଶନ ଦୁନିଆରେ ସବୁ କିଛି ସମ୍ଭବ। କିଛି ବି ନୂଆ ଫ୍ୟାଶନ ଟ୍ରେଣ୍ଡ ମାର୍କେଟକୁ ଆସିଲେ ଏହା ଧିରେ ଧିରେ ଯୁବପିଢ଼ୀଙ୍କ ମଧ୍ୟରେ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ ହୋଇଯାଏ।  ବର୍ତ୍ତମାନ ମାର୍କେଟକୁ  ଏପରି ଏକ ଜିନ୍ସପ୍ୟାଣ୍ଟ ଆସିଛି। ଯାହାକୁ ପିନ୍ଧିବା ମାତ୍ରେ ଦେଖୁଥିବା ଲୋକ ଆପଣଙ୍କୁ ଦେଖି ଭାବି ନେଇପାରେ ଯେ ଆପଣ ଭୁଲବସତଃ ଏହି ପ୍ୟାଣ୍ଟଟିକୁ ଓଲଟା ପିନ୍ଧି ଦେଇଛନ୍ତି।

ରୋଗ ସମ୍ପର୍କରେ ବି ସୂଚନା ଦିଏ ନଖ...

ରୋଗ ସମ୍ପର୍କରେ ବି ସୂଚନା ଦିଏ ନଖ...

ରୋଗ ସହିତ ନଖର ସମ୍ପର୍କ ରହିଛି। ରୋଗ ଅନୁସାରେ ନଖର ରଙ୍ଗରେ ଆସିଥାଏ ପରିବର୍ତ୍ତନ। ନିକଟରେ ଏକ ଗବେଷଣା ରିପୋର୍ଟରୁ ଏହା ଜଣାପଡିଛି। 

କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। ଏହା କର୍କଟ ରୋଗ  ଆଶଙ୍କା ଦୂର କରେ। 

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଆଜିର  ଯୁଗରେ ମୋଟା ହେବାକୁ କିଏ ବା ଚାହେଁ! ଏଣୁ ଦୈନଦିନ ଜୀବନଚର୍ଯ୍ୟାରେ  ଯେତେ ସମ୍ଭବ ଫ୍ୟାଟ୍‌ ଥିବା ଖାଦ୍ୟ ସାମିଲ ନ କରିବାକୁ ଅନେକେ ଚେଷ୍ଟା କରିଥାନ୍ତି। ମାତ୍ର ଫ୍ୟାଟ୍‌ ଥିବା ଅନେକ ଖାଦ୍ୟପଦାର୍ଥ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।  ବିଟ୍‌ ଜୁସ୍‌ ଦ୍ୱାରା ଶରୀରରେ କୋଲେଷ୍ଟରସ୍ତର ନିୟନ୍ତ୍ରିତ ହୋଇ ଉଚ୍ଚ ରକ୍ତଚାପରୁ ମିଳିଥାଏ ମୁକ୍ତି। 

ବୋଝ ନ ପାଲଟୁ ପାଠ ପଢ଼ା...

ବୋଝ ନ ପାଲଟୁ ପାଠ ପଢ଼ା...

ପିଲାର ସ୍ମରଣ ଶକ୍ତି ବଢ଼ାଇବାକୁ ହେଲେ ତାକୁ ଏକ ଶାନ୍ତ ପରିବେଶ ଦେବାକୁ ଚେଷ୍ଟା କରନ୍ତୁ। ଏପରି ଏକ ସକାରାମତ୍କ ପରିବେଶ ପାଇଲେ ସବୁବେଳେ ଖୁସି ରହିବା ସହ ପାଠ ପ୍ରତି ଅଧିକ ଧ୍ୟାନ ଦେବାରେ ସକ୍ଷମ ହୋଇପାରିବ ବୋଲି ଆମେରିକା ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। 

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତଦିନେ ଥଣ୍ଡା ଯୋଗୁ କେତେକ ଗରମ ପାଣିରେ ଗାଧୋଇଥାନ୍ତି।  ତେବେ ଗରମ ପାଣିରେ ଗାଧୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଗାଧୋଇବା ପାଣିର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍‌ ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ଭଲ।

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମିଳିଥାଏ ମୁକ୍ତି। 

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ଦିନକୁ ୩ ଥର ଗ୍ରୀନ୍‌ ଟି ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦୂର ହୋଇଥାଏ। 

ଆଜ୍‌ମାରୁ ଦୂରେଇ ରଖେ ସଜନାଛୁଇଁ...

ଆଜ୍‌ମାରୁ ଦୂରେଇ ରଖେ ସଜନାଛୁଇଁ...

ସଜନାଛୁଇଁ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରକୁ ରଖିଥାଏ ସୁସ୍ଥ। ସଜନାଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି। 

୫ ରୋଗର ମହୌଷଧି ରାମବାଣ କଦଳୀ

୫ ରୋଗର ମହୌଷଧି ରାମବାଣ କଦଳୀ

ପାଚିଲା କଦଳୀ ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲ ଲାଗିଥାଏ। ସେହିପରି କଞ୍ଚା କଦଳୀ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ଏହା ଖୁବ୍‌ କମ୍‌ ଲୋକେ ଜାଣିଥିବେ। ତେବେ କଞ୍ଚା କଦଳୀରେ ଫାଇବର ଏବଂ ଶ୍ୱେତସାର ଭରପୂର ରହିଥାଏ। ଏହା ଆମ ଶରୀରରେ କୌଣସି ପ୍ରକାର ହାନିକାରକ ତତ୍ତ୍ୱକୁ ଜନ୍ମ ଦେଇ ନ ଥାଏ। କୋଷ୍ଠକାଠିନ୍ୟ ପରି ସମସ୍ୟା ରହିଥିଲେ ପ୍ରତିଦିନ ଗୋଟିଏ ଲେଖାଏ କଞ୍ଚା କଦଳୀ ଖାଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ।

ଶୀତରେ ପାଦ ଫାଟୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ଶୀତରେ ପାଦ ଫାଟୁଥିଲେ ଆପଣାନ୍ତୁ ଏହି ସହଜ ଉପାୟ...

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ଏହାର ମୁଖ୍ୟ କାରଣ।