ରାଜ୍ୟ |

୨୦୧୩ ମିଳିତ ପୋଲିସ ସେବା ପରୀକ୍ଷା: ପରବର୍ତ୍ତୀ ର଼୍ୟାଙ୍କ୍‌ଧାରୀଙ୍କୁ ମିଳୁନି ନିଯୁକ୍ତି

୨୦୧୩ ମିଳିତ ପୋଲିସ ସେବା ପରୀକ୍ଷା: ପରବର୍ତ୍ତୀ ର଼୍ୟାଙ୍କ୍‌ଧାରୀଙ୍କୁ ମିଳୁନି ନିଯୁକ୍ତି

ଭୁବନେଶ୍ୱର,୧୨।୬(ବ୍ୟୁରୋ) - ୨୦୧୩ କମ୍ବାଇଣ୍ଡ୍‌ ପୋଲିସ ସର୍ଭିସ ଏକ୍‌ଜାମିନେଶନ (ସିପିଏସ୍‌ଇ)ରେ କୃତକାର୍ଯ୍ୟ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଛି। ଖାଲିଥିବା ପଦବୀ ଲାଗି ସପ୍ଲାମେଣ୍ଟାରୀ ତାଲିକା ଆଜି ପର୍ଯ୍ୟନ୍ତ ପ୍ରକାଶ କରାଯାଉନି। ପରବର୍ତ୍ତୀ ର଼୍ୟାଙ୍କ୍‌ଧାରୀଙ୍କ ନିଯୁକ୍ତି ସଂକ୍ରାନ୍ତ ନିୟମକୁ ପାଳନ କରାଯାଉନି। ନିଯୁକ୍ତି ପରେ ଖାଲି ପଡ଼ିଥିବା ପଦବୀରେ ସମ୍ପୃକ୍ତ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉନି। ଏପରିକି କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରାଯାଇଛି। ଏପରି ଅଭିଯୋଗ ଆଣିବା ସହ ତୁରନ୍ତ ନ୍ୟାୟ ଦାବି କରି ୫୦ରୁ ଊର୍ଦ୍ଧ୍ୱ ଆଶାୟୀ ପ୍ରାର୍ଥୀ ସୋମବାର ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସଏସସି) କର୍ତ୍ତୃପକ୍ଷଙ୍କୁ ଭେଟି ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ ଜାଣିବାକୁ ଚାହିଁଥିଲେ। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ।
ସୂଚନାଯୋଗ୍ୟ, ଓଏସ୍‌ଏସ୍‌ସି ପକ୍ଷରୁ କମ୍ବାଇଣ୍ଡ୍‌ ପୋଲିସ ସର୍ଭିସ ପରୀକ୍ଷା ପରିଚାଳନା କରାଯାଉଛି। ୨୦୧୩ରେ ରାଜ୍ୟର ୮୪୪ ପୋଲିସ ଏଏସ୍‌ଆଇ ଓ ସୁବେଦାର ପଦବୀ ପାଇଁ ପରୀକ୍ଷା କରାଯାଇଥିଲା। ବିଜ୍ଞାପନ ପ୍ରକାଶନର ୪ବର୍ଷ ପରେ ଅର୍ଥାତ୍‌ ୨୦୧୭ରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଆବଶ୍ୟକ ୮୪୪ ଜଣଙ୍କ ନିକଟକୁ ନିଯୁକ୍ତିପତ୍ର ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ବହୁ ପ୍ରାର୍ଥୀ ଚାକିରିରେ ଯୋଗଦେଇ ନାହାନ୍ତି। ଆଉ କେତେଜଣ ଚାକିରିରେ ଯୋଗଦେବା ପରେ ଛାଡ଼ିଥିବା ଜଣାପଡ଼ିଛି। ନିୟମ ଅନୁସାରେ ଯେଉଁ ପ୍ରାର୍ଥୀମାନେ ଯୋଗ ନ ଦେବେ ବା ଚାକିରି ଛାଡ଼ିଥିବେ ନିର୍ଦ୍ଧାରିତ ସମୟ ଅବଧି ପରେ ସେମାନଙ୍କ ସ୍ଥାନରେ ତାଲିକାର ପରବର୍ତ୍ତୀ ର଼୍ୟାଙ୍କ୍‌ରେ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା କଥା। ମାତ୍ର ଏଯାଏ ଏହି ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉ ନ ଥିବା ଓ ନୂତନ ପଦବୀ ନିମନ୍ତେ ପରୀକ୍ଷା ଦେବାକୁ ଇଣ୍ଟିମେଶନ ଲେଟର ପଠାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଆର୍‌ଟିଆଇ ତଥ୍ୟ ମାଗିଲେ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଥିବା ଦର୍ଶାଯାଉଛି। ବାରମ୍ବାର ବିଭାଗୀୟ ଅଫିସ୍‌ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡୁଛି। ଶେଷରେ ଆଶାୟୀ ପ୍ରାର୍ଥୀ ରାଧେଶ୍ୟାମ ବାରିକ ଓ ଅନ୍ୟ କେତେଜଣ ନ୍ୟାୟ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଯୋଗ୍ୟ ଆଶାୟୀଙ୍କ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ଆଶାୟୀଙ୍କ ମଧ୍ୟରେ ଚାକିରି ପାଇଁ ଆଶା ଦୃଢ଼ିଭୂତ ହୋଇଥିଲା। ହେଲେ ଏବେ ବିଭାଗ ପକ୍ଷରୁ ନା ସେମାନଙ୍କୁ ନିଯୁକ୍ତି ଦିଆଯାଉଛି, ଅବା ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ମିଳୁଛି। ଫଳରେ ସେମାନେ ଏବେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁସାରେ, ଗୃହ ବିଭାଗର ରିଜୋଲ୍ୟୁଶନ-୨୦୦୮ରେ ସପ୍ଲିମେଣ୍ଟାରୀ ଲିଷ୍ଟ ବାହାର କରିବା ପାଇଁ ସ୍ପଷ୍ଟ ଉଲ୍ଲେଖ ରହିଛି। ଏହାପରେ ୨୦୧୧ ମଧ୍ୟରେ ପୋଲିସ ବିଭାଗରେ ୪ଥର ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ଚାକିରିରେ ଯୋଗଦେଉ ନ ଥିବା ପ୍ରାର୍ଥୀଙ୍କ ସ୍ଥାନରେ ପରବର୍ତ୍ତୀ ର଼୍ୟାଙ୍କ୍‌ର ପିଲାଙ୍କୁ ନିଯୁକ୍ତି ଦିଆଯାଇଛି। ପୋଲିସ ବିଭାଗ ଏ କ୍ଷେତ୍ରରେ ନିଷ୍କ୍ରିୟ ରହୁଛି। ଏବେ ଓଏସ୍‌ଏସ୍‌ସି ସିଧାସଳଖ ମନା କରୁଛି ଆଉ ନିଯୁକ୍ତି ଦେଇ ହେବ ନାହିଁ। କିନ୍ତୁ ଅଧିକାରୀମାନେ ଯଥାର୍ଥ କାରଣ ଦର୍ଶାଇ ପାରୁନାହାନ୍ତି ବୋଲି ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରି ଆଗାମୀ ଦିନରେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି।

All Right Reserved By

ରାଜ୍ୟ |

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର ପୁଣି ସୁନା ଜବତ ହୋଇଛି। ଏଥର ୧ କି.ଗ୍ରା.ରୁ ଊର୍ଦ୍ଧ୍ୱ ସୁନା ଜବତ କରାଯାଇଥିବା ବେଳେ ୩ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ। ଜବତ ସୁନାର ମୂଲ୍ୟ ୩୧,୫୪,୬୨୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାକୁ ଲଗାଇ ଗତ ୧୦ ଦିନ ମଧ୍ୟରେ ୩ ଥର ସୁନା ଜବତ ହୋଇଛି।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ମାମଲା ରୁଜୁ, ୩ ଅଟକ

ଚାନ୍ଦବାଲି,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ନାଲଗଣ୍ଡା ପଞ୍ଚାୟତ ପ୍ରତାପପୁର ଗ୍ରାମରେ ଶନିବାର ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥିରେ ୧୩ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ରବିବାର ୩ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି।

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

ପୁରୀ ଅଫିସ,୨୪।୬: ପୁରୀ ସମୁଦ୍ରକୂଳଠାରୁ ୩ଶହ ମିଟର ଦୂରରେ ରହିଥିବା ୫୭ଟି ହୋଟେଲକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ବେନିୟମ ଭାବେ ଭୂତଳ ଜଳ ଉତ୍ତୋଳନ କରୁଥିବାରୁ ହୋଟେଲରେ ଥିବା ବୋରଓ୍ବେଲଗୁଡ଼ିକ ୭ ଦିନ ମଧ୍ୟରେ ସିଲ୍‌ କରିବାପାଇଁ ନୋଟିସ୍‌ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରବିବାର ପୁରୀ ହୋଟେଲ ମାଲିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘର ସମ୍ପାଦକ ରାଜ କିଶୋର ପାତ୍ରଙ୍କ ନେତୃତ୍ୱରେ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି।

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

ବାସୁଦେବପୁର,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କନ୍‌ଫରେନ୍ସ ହଲ୍‌ ପରିସରରେ ରବିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ବୀରକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଯାଜପୁର ଅଫିସ,୨୪।୬: ଯାଜପୁର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଳିଡିହ ଗ୍ରାମରେ ରବିବାର ଭୋର ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶଚନ୍ଦ୍ର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ସାକ୍ଷୀଗୋପାଳ, ୨୪।୬(ଡି.ଏନ୍‌.ଏ.): ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ ଠାକୁରଙ୍କ ସେନାପଟ ଓ ବାହୁଟ ସେବା ହୋଇଥାଏ। ଶ୍ରୀମନ୍ଦିରର ଗୁପ୍ତ ସେବା ମଧ୍ୟରେ ଏହିସେବା ଅନ୍ତର୍ଭୁକ୍ତ। ଏହି ସେବା ପାଇଁ ଦରକାର ପଡ଼ୁଥିବା ବଉଳକାଠ ଶନିବାର ରାତିରେ ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଛି।

ବଳାତ୍କାର ଉଦ୍ୟମ ବିରୋଧ କରିବାରୁ ପିଲା ଚୋର କହି ମହିଳାଙ୍କୁ ମାଡ଼ ଘଟଣା: ୩ ଗିରଫ

ରାଉରକେଲା ଅଫିସ, ୨୪।୬-ରାଉରକେଲା ଇନ୍ଦିରାନଗରରେ ଜନୈକା ମହିଳାଙ୍କୁ ପିଲା ଚୋର କହି ପିଟିବା ଘଟଣା ନୂଆମୋଡ଼ ନେଇଛି। ରବିବାର ଘଟଣାର ସତ୍ୟତା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି। ଗତ ୧୭ ତାରିଖ ରାତିର ଘଟଣା।

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଠାକୁରମୁଣ୍ଡା,୨୪।୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ରାଣୀଶକ୍ତି ମନ୍ଦିର ସଭାଗୃହରେ ଶନିବାର ସନ୍ଧ୍ୟାରେ ଭାଜପା ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୋଦି ସରକାରଙ୍କ ୪୮ମାସ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ମହାନ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଭାଜପା ଉପସଭାପତି ରାଜକିଶୋର ଦାସ, ସାଧାରଣ ସମ୍ପାଦକ ଅନନ୍ତ କୁମାର ନାୟକ, ଜିଲା ସଭାପତି ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟକର କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଧାରଣା

ବାଣିଜ୍ୟକର କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଧାରଣା

ତାଳଚେର,୨୪।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବାଇପାସଠାରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅତି ତରବରିଆ ଭାବେ ଅନୁଗୋଳକୁ ସ୍ଥାନାନ୍ତର କରାଯିବା ନେଇ ବିଭିନ୍ନ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁଗୋଳ ଜିଲା ବଣିକ ସଂଘର ସଦସ୍ୟ, ଯୁବସମାଜସେବୀ ସଙ୍ଗଠନ ଏବଂ ଭାଜପା ପକ୍ଷରୁ ଏହାର ବିରୋଧ କରାଯାଇ ରବିବାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ,  ଶବ ହୋଇ ଫେରିଲେ

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ରିଷିଡ଼ା,୨୪।୬(ଡି.ଏନ.ଏ.) ପୁଅ ସାନ ହୋଇଥିବାବେଳେ ବାପା ମୃତ୍ୟୁବରଣ କରିଥିଲେ। ତେଣୁ ପିଲା ଦିନରୁ ସ୍ବପ୍ନ ଥିଲା ଯେ, ବାପାଙ୍କ ଅସ୍ଥିକୁ ପ୍ରୟାଗଠାରେ ବିସର୍ଜନ କରିବେ। ହେଲେ ପୁଅ ବଡ଼ ହେଲା ପରେ ବାପାଙ୍କ ଅସ୍ଥି ପ୍ରୟାଗରେ ବିସର୍ଜନ କରିବାକୁ ଆହ୍ଲାବାଦ ଯାଇଥିଲେ। କିନ୍ତ ଶବ ହୋଇ ଫେରିଲେ। ଭାଗ୍ୟର ବିଡମ୍ବନା, ଘରକୁ ଫେରୁଥିବାବେଳେ ଷ୍ଟେଶନରେ ଘଟିଲା ଅଘଟଣ। ଟ୍ରେନ ଚଢୁଥିବା ବେଳେ ଖସିପଡି ଜୀବନ ହାରିଲେ। ସେ ହେଉଛନ୍ତି, ସୀତାରାମ ବାରିକ(୩୨)। ତାଙ୍କ ଘର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ।

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ବୀରମହାରାଜପୁର, ୨୪।୬(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେଶଲଗା ଗ୍ରାମରେ ୬ବର୍ଷ ତଳେ ସଂଘଟିତ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସୋନପୁର ଜିଲା ଅତିରିକ୍ତ ଦୌରାଜଜ୍‌ ଉକ୍ତ ମାମଲାରେ ଅଭିଯୁକ୍ତ ସୁରେଶ ଠେଲା(୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ପୋଲିସ ପକ୍ଷରୁ ୩୦୨ ଦଫା ଆଇପିସିରେ ଚାର୍ଜଶିଟ୍‌ ଦାଖଲ କରିଥିଲେ ହେଁ ବିଚାର ପ୍ରକ୍ରିୟା ଶେଷରେ ଦୋଷୀ ସାବ୍ୟସ୍ତ ସୁରେଶଙ୍କୁ ୩୦୪ (୨) ଦଫାରେ ୭ବର୍ଷ ସଶ୍ରମ କାରଦଣ୍ଡ ଶୁଣାଇଛନ୍ତି ।

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨୪ା୬- ଗୋପାଳପୁର ସମବାୟ ପରିଚାଳନା ପ୍ରତିଷ୍ଠାନକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି।

Model This Week

ଆହାନା