ଜୀବନଚର୍ଯ୍ୟା |

ମାନସିକତାକୁ ସକାରାତ୍ମକ କରାଏ ସ୍ମାର୍ଟଫୋନ୍‌

ମାନସିକତାକୁ ସକାରାତ୍ମକ କରାଏ ସ୍ମାର୍ଟଫୋନ୍‌
ଆଜିକାଲି ସ୍ମାର୍ଟଫୋନ୍‌ର ବ୍ୟବହାର ବହୁଳ ଭାବରେ କରାଯାଉଛି। କିନ୍ତୁ ଉପଯୁକ୍ତ ଭାବରେ ଏହାକୁ ବ୍ୟବହାର କଲେ ମାନସିକତା ଅଧିକାଂଶ ସମୟ ସକାରାତ୍ମକ ରହିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ସକାରାତ୍ମକ ମାନସିକତା ଓ ସ୍ମାର୍ଟଫୋନ୍‌’ ବିଷୟ ଉପରେ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ କରିଥିବା ଗବେଷଣାରୁ ଏଭଳି ତଥ୍ୟ ଲୋକଲୋଚନକୁ ଆସିଛି। ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରି ଏଭଳି ସର୍ଭେ କରାଯାଇଥିଲା। ଯେଉଁମାନେ ଆବଶ୍ୟକ ମୁତାବକ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିଲେ ସେମାନଙ୍କର ମାନସିକତା ଅନ୍ୟମାନଙ୍କ ତୁଳନାରେ ଅଧିକ ସକ୍ରିୟ ରହୁଥିବାର ସେମାନେ ଜାଣିବାକୁ ପାଇଥିଲେ। ହେଲେ ଏହାର ଅନାବଶ୍ୟକ ବ୍ୟବହାର ସଂପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟଦକ୍ଷତାକୁ ଅନେକାଂଶରେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣି : କିଛି କଥା

ଉଷୁମ ଲେମ୍ବୁପାଣିରେ ଅନେକ ଉପକାରୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ...

ସ୍ବାସ୍ଥ୍ୟୋପୋକାରୀ  ପିଆଜ

ସ୍ବାସ୍ଥ୍ୟୋପୋକାରୀ ପିଆଜ

ବିଶେଷ ଭାବରେ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ପିଆଜର ଆବଶ୍ୟକତା ପଡିଥାଏ। ଅନେକ ଖାଦ୍ୟର  ସ୍ବାଦକୁ ଏହା ବଢ଼ାଇ ଦେଇଥାଏ। ଏଥିରେ ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ ଭରି ରହିଛି।  ସେ ସମ୍ପର୍କରେ ଟିପ୍ସ...

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

କରନ୍ତୁ ଏହି ୫ଟି କାମ, ଯଦି ଚାହାନ୍ତି କମାଇବାକୁ ଓଜନ

ଆଧୁନିକ ଜୀବନଶୈଳୀ ଓ ଖାଦ୍ୟ ପଦାର୍ଥ ତଥା ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଅନେକ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାନ୍ତି। ଏହି  ସବୁ ସମସ୍ୟା ବିଶେଷକରି ଯୁବପିଢିଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଇଥାଏ। ଏହି ସମସ୍ୟା ଠାରୁ ମୁକ୍ତି ପାଇବା ନିମନ୍ତେ ଅନେକ ଚେଷ୍ଟାକରି ମଧ୍ୟ କୌଣସି ସୁଫଳ ମିଳି ନ ଥାଏ। ଯଦି ଆପଣ ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି, ତେବେ ସକାଳୁ ଉଠି ଏହି ୫ଟି କାମ କରି ଦେଖନ୍ତୁ ଯାହା ଆପଣକୁ ଦେବ ଏପରି ସମସ୍ୟାରୁ ମୁକ୍ତି।

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା ପାଇବାର ସହଜ ଉପାୟ

ମ୍ୟାଲେରିଆ ସଂକ୍ରମଣଜନିତ ସମସ୍ୟାରୁ ରକ୍ଷା ପାଇବାର ସହଜ ଉପାୟ ହାତ ପାଅନ୍ତାରେ ରହିଛି। ଏଭଳି ଏକ ଉପାୟ ସଦ୍ୟତମ ଗବେଷଣାରୁ ଜଣାପଡିଛି।

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଫ୍ରଏଡାୟ ଧାରାରେ ମାନସିକ ସ୍ବାସ୍ଥ୍ୟ

ଆମତ୍ୀୟତାକୁ ସୃଜନଶୀଳ ଓ ଘୃଣାଭାବକୁ ଧ୍ୱଂସାମତ୍କ ଶକ୍ତି ଭାବରେ ଫ୍ରଏଡ ବର୍ଣ୍ଣନା କରିଛନ୍ତି । ଆମ ଦୈନନ୍ଦିନ ଜୀବନ ସଂଗ୍ରାମ ପାଇଁ ଉଭୟ ସୃଜନଶୀଳ ଓ ଧ୍ୱଂସାମତ୍କ ଶକ୍ତିର ସମନ୍ବୟ ଆବଶ୍ୟକ । ଚାକିରି, ବ୍ୟବସାୟ ବା ଅନ୍ୟ କୌଣସି ବୃତ୍ତି ଅଥବା କୌଣସି ସାମାଜିକ ସମସ୍ୟାର ସମାଧାନ ପାଇଁ ଆମେ ଯେଉଁ ଉସତ୍ାହ ଓ ଆକ୍ରମଣାମତ୍କ ପଦକ୍ଷେପ ନେଉ, ତାହା ସୃଜନଶୀଳ ଶକ୍ତିର ପ୍ରଭାବ । ଏକ ଶକ୍ତିର ସଦ୍‌ବିନିଯୋଗ ନ ହୋଇ ଅବାସ୍ତବ ବ୍ୟବହାର ହେଲେ, ଏହା ମାନସିକ ସ୍ବାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଏ।

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ...

ପ୍ରତିଦିନ ସକାଳେ ଗାଧୋଇ ସାରି ଚାମୁଚେ ତୁଳସୀ ରସ ପିଇଲେ ମିଳିଥାଏ ଅନେକ ଉପକାର। 

ହୃଦ୍‌ଜନିତ ଆଶଙ୍କା ଦୂର କରେ ଦୁଗ୍ଧଜାତୀୟ ଖାଦ୍ୟ

ହୃଦ୍‌ଜନିତ ଆଶଙ୍କା ଦୂର କରେ ଦୁଗ୍ଧଜାତୀୟ ଖାଦ୍ୟ

ହୃଦ୍‌ରୋଗଜନିତ ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଏହାର ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଦୁଗ୍ଧଜନିତ ଖାଦ୍ୟ ଖାଆନ୍ତି ତେବେ ତାହା ହୃତପିଣ୍ଡ (ହାର୍ଟ)କୁ ସୁସ୍ଥ ରଖିଥାଏ। 

ଯୁବାବସ୍ଥାରେ ହୃଦ୍‌ରୋଗ

ଯୁବାବସ୍ଥାରେ ହୃଦ୍‌ରୋଗ

ହୃଦ୍‌ରୋଗ ଏଭଳି ଏକ ମାରାତ୍ମକ ରୋଗ ଯାହା ଦେଖେନି ବୟସ। ଏହି ରୋଗରେ ଆକ୍ରାନ୍ତ ହେଲେ ଅସମୟରେ ରୋଗୀ ଟାଣି ହୋଇଯାଏ ମୃତ୍ୟୁମୁଖକୁ। ତେବେ ଯୁବାବସ୍ଥାରେ ବଢୁଥିବା ହୃଦ୍‌ରୋଗ ସମସ୍ୟାକୁ ଏଡାଇବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ସହ କେତୋଟି ଦିଗପ୍ରତି ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ...

ସକାଳେ ମୁହଁ ନ ଧୋଇ କରନ୍ତୁ ଏପରି, ବହୁ ରୋଗଠୁ ନିଜକୁ ରଖିବେ ଦୂରେଇ...

ସକାଳେ ମୁହଁ ନ ଧୋଇ କରନ୍ତୁ ଏପରି, ବହୁ ରୋଗଠୁ ନିଜକୁ ରଖିବେ ଦୂରେଇ...

ପ୍ରତିଦିନ ସକାଳେ ମୁହଁ  ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ଏସିଡିଟି ସମସ୍ୟାରୁ ମିଳିଥାଏ ମୁକ୍ତି। 

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ବଜାରରେ ଏବେ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ ଏକ ନୂଆ ଟେଣ୍ଡ୍‌ ଭାବେ ଉଭା ହୋଇଛି। ଅନେକ ପ୍ରକାରର ଫେବ୍ରିକରୁ ପ୍ରସ୍ତୁତ ଶାର୍ଟ ବଜାରରେ ଉପଲବ୍ଧ ହେଉଛି। 

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ...

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ...

ତୁଳସୀ ପତ୍ର ବା ରସ ନିୟମିତ ସେବନ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ରୁହନ୍ତି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ। ତେବେ ଆର୍ଥ୍ରାଇଟିସ୍‌ ପାଇଁ ଏହା ଖୁବ୍‌ ଉପକାରୀ। 

ଚିନ୍ତା ବଢ଼ାଏ ମେଦବହୁଳତା..

ଚିନ୍ତା ବଢ଼ାଏ ମେଦବହୁଳତା..

କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ। ମାତ୍ର ଆଜିକାଲିର ଯୁବପିଢ଼ୀ କର୍ମଜଞ୍ଜାଳ ମଧ୍ୟରେ ନିଜର ଉପରେ ଧ୍ୟାନ ଦେବାକୁ ସମୟ ପାଉନାହିଁ। ଫଳରେ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ  ଶାରିରିକ ଗଠନ ଯେପରିକି ମେଦବହୁଳତା ଏକ ସମସ୍ୟା ପାଲଟିଛି। ତେବେ ଏହା କେବଳ ଯେ ଆପଣଙ୍କ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ ତାହା ନୁହେଁ, ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ।