ରାଜ୍ୟ | ବାଲେଶ୍ୱର

ପରେଡ ପଡ଼ିଆରେ ଇଫତାର ପାର୍ଟି

ପରେଡ ପଡ଼ିଆରେ ଇଫତାର ପାର୍ଟି
ବାରିପଦା ଅଫିସ,୭।୬- ପବିତ୍ର ରମଜାନ ମାସ ଉପଲକ୍ଷେ ବୁଧବାର ସ୍ଥାନୀୟ ପରେଡ ପଡିଆ ମସ୍‌ଜିଦ ପକ୍ଷରୁ ବୁଧବାର ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ ବୋଲି ଏଥିରେ ସାମିଲ ମୁସଲମାନ ସମ୍ପ୍ରଦାୟର ପୁରୁଖା ଲୋକେ କହିଥିଲେ । ମସଜିଦ କମିଟି ପକ୍ଷରୁ ଆୟୋଜିତ ଏହି ପାର୍ଟିରେ ପ୍ରାୟ ୨ଶହ ଜଣ ଯୋଗଦେଇଥିଲେ। କମିଟିର ସମସ୍ତ ସଦସ୍ୟ ଏହାର ଆୟୋଜନରେ ସାମିଲ ହୋଇଥିଲେ।
All Right Reserved By

ରାଜ୍ୟ | ବାଲେଶ୍ୱର

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା:  ୭ ଅଭିଯୁକ୍ତ ଗିରଫ, ଜେଲ ଗଲେ

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା: ୭ ଅଭିଯୁକ୍ତ ଗିରଫ, ଜେଲ ଗଲେ

ଭୁବନେଶ୍ୱର,୨୭|୩  (ବ୍ୟୁରୋ)- କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ଘଟଣାରେ ପୋଲିସ ମଙ୍ଗଳବାର ୭ଜଣଙ୍କୁ ଗିରଫ କରିଛି। 

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ:  ମେ ୧୩ ମଧ୍ୟରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କର

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ମେ ୧୩ ମଧ୍ୟରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କର

କଟକ ଅଫିସ, ୨୭|୩  ଆସନ୍ତା ମେ ୧୩ ତାରିଖ ମଧ୍ୟରେ ରାଜ୍ୟରେ ଥିବା ସମସ୍ତ ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ଉଚ୍ଛେଦ ହେବ। ଏ ସମ୍ପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଯକ୍ଷ୍ମା ସଚେତନତା ପାଇଁ ୧୧,୦୦୦ କିମି ସାଇକେଲ ଯାତ୍ରା

ଯକ୍ଷ୍ମା ସଚେତନତା ପାଇଁ ୧୧,୦୦୦ କିମି ସାଇକେଲ ଯାତ୍ରା

କଟକ ଅଫିସ/ଭୁବନେଶ୍ୱର,୨୭।୩(ବ୍ୟୁରୋ)- ଯକ୍ଷ୍ମାମୁକ୍ତ ଭାରତ ଏବଂ ଯକ୍ଷ୍ମା ସଚେତନତା ସୃଷ୍ଟି ନିମନ୍ତେ ରୋଟାରି କ୍ଲବ, ଭଦ୍ରକ ମିଡ୍‌ଟାଉନ୍‌ର ସଭ୍ୟ ରୋଟାରିଆନ୍‌ ତ୍ରିଲୋଚନ ମହାଲିକ ୧୧,୦୦୦ କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି।

କାର୍ଯ୍ୟକାରୀ ହୋଇପାରୁନି ଶୁଳିଆ-କାବେତୀ କ୍ଷୁଦ୍ର ଜଳସେଚନ ଯୋଜନା 

କାର୍ଯ୍ୟକାରୀ ହୋଇପାରୁନି ଶୁଳିଆ-କାବେତୀ କ୍ଷୁଦ୍ର ଜଳସେଚନ ଯୋଜନା 

ଖଣ୍ଡପଡ଼ା,୨୭ା୩(ସ୍ବ.ପ୍ର.)-କଣ୍ଟିଲୋ, ବାଣପୁର ଓ ବେଣାଗାଡିଆ ପଞ୍ଚାୟତସ୍ଥ ବିଭିନ୍ନ ଅଞ୍ଚଳର କୃଷିକାର୍ଯ୍ୟରେ ଉନ୍ନତି ପାଇଁ ବାଣପୁର ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟପୁର ଗ୍ରାମ ନିକଟସ୍ଥ ଶୁଳିଆ ଓ କାବେତୀ ପାହାଡକୁ ସଂଯୋଗ କରି ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆବଶ୍ୟକ। 

ସଂସ୍କୃତି ଅଧିକାରୀଙ୍କ ଜବରଦଖଲରେ ବ୍ରହ୍ମପୁର ସଂଗ୍ରହାଳୟ

ସଂସ୍କୃତି ଅଧିକାରୀଙ୍କ ଜବରଦଖଲରେ ବ୍ରହ୍ମପୁର ସଂଗ୍ରହାଳୟ

ବ୍ରହ୍ମପୁର ଅଫିସ,୨୭ା୩- ବହୁ ବର୍ଷର ପୁରୁଣା ଏବଂ ବିଲୁପ୍ତ ପ୍ରାୟ ସାମଗ୍ରୀକୁ ସାଇତି ରଖିଥିବା ବ୍ରହ୍ମପୁର ସଂଗ୍ରହାଳୟ ଏବେ ସରକାରୀ ଅବହେଳାର ଶିକାର ହେବାରେ ଲାଗିଛି। ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଗ୍ରହାଳୟ ଏବେ ଜବରଦଖଲରେ। 

ସଙ୍କଟରେ ନାଟ୍ୟ ଅନୁଷ୍ଠାନ, ଦୁର୍ଦ୍ଦିନରେ କଳାକାର

ସଙ୍କଟରେ ନାଟ୍ୟ ଅନୁଷ୍ଠାନ, ଦୁର୍ଦ୍ଦିନରେ କଳାକାର

ଭଦ୍ରକ ଅଫିସ, ୨୭ା୩ - ଆଜି ବିଶ୍ୱ ନାଟକ ଦିବସ। ଭଦ୍ରକ ଜିଲା ଏକଦା ନାଟ୍ୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।| ଏବେ  ଆଗଭଳି ଆଉ ନାଟ୍ୟାନୁଷ୍ଠାନ ନାହିଁ କି  ମଞ୍ଚ ନାଟକ ପରିବେଷଣ ହେଉନାହିଁ। କଳାକାର ଥିଲେ ବି  ସେମାନଙ୍କୁ କଳା ପ୍ରଦର୍ଶନ ଲାଗି ଉପଯୁକ୍ତ ମଞ୍ଚ ମିଳୁ ନାହିଁ। 

ଘାଟି ତଳକୁ  ଓଲଟିଲା କାର

ଘାଟି ତଳକୁ ଓଲଟିଲା କାର

ଗୋବିନ୍ଦପାଲି,୨୬ା୩(ଡି.ଏନ.ଏ.): ମାଲକାନଗିରି ଜିଲା  ଗୋବିନ୍ଦାପଲି  ଘାଟିରେ ମଙ୍ଗଳବାର ଏକ କାର ଦୁର୍ଘଟଣା ଘଟି ୨ଜଣ ଆହତ ହୋଇଛନ୍ତି। 

୨ଜଣଙ୍କ ନାମାଙ୍କନପତ୍ର ନାକଚ ହେଲା

୨ଜଣଙ୍କ ନାମାଙ୍କନପତ୍ର ନାକଚ ହେଲା

ରାୟଗଡା ଅଫିସ୍‌, ୨୬ା୩: ସାଧାରଣ ନିର୍ବାଚନ ପାଇଁ  ସୋମବାର ଶେଷ ଦିବସରେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି  ୬ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ।

ଜାତମୁଣ୍ଡିଆ ପାହାଡ଼ର ସୁରକ୍ଷା ପାଇଁ ତହସିଲଦାରଙ୍କୁ ଦାବିପତ୍ର

ଜାତମୁଣ୍ଡିଆ ପାହାଡ଼ର ସୁରକ୍ଷା ପାଇଁ ତହସିଲଦାରଙ୍କୁ ଦାବିପତ୍ର

ବାଙ୍କୀ,୨୬ା୩(ସ୍ବ.ପ୍ର.): ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଘାସିପୁଟସ୍ଥ ଜାତମୁଣ୍ଡିଆ ପାହଡ଼ ଏବେ ଅସୁରକ୍ଷିତ ହୋଇପଡ଼ିଛି। ତେଣୁ ଏହାର ସୁରକ୍ଷା ପାଇଁ ସୋମବାର ସାମାଜିକ କର୍ମୀ ଗୌତମ ମିଶ୍ର ସ୍ଥାନୀୟ ତହସିଲଦାର ଇନ୍ଦିରା ସାହୁଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। 

ମହିଳାଙ୍କୁ ଅସଦାଚରଣ କରି ଜଣେ ଗିରଫ

ମହିଳାଙ୍କୁ ଅସଦାଚରଣ କରି ଜଣେ ଗିରଫ

ବାଳକାଟୀ,୨୬ା୩(ଡି.ଏନ୍‌.ଏ.): ବାଳକାଟୀ ଫାଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମଙ୍ଗଳବାର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଭଦ୍ରକ ଜିଲା ଅଞ୍ଚଳର ଦେବ ସାହୁ। 

ରୂପ୍‌ସା ଷ୍ଟେଶନରେ ଟିକେଟ କାଉଣ୍ଟର ବନ୍ଦ: ବଢୁଛି ଅସନ୍ତୋଷ, ଟିକେଟ ନ ପାଇ ଫେରିଗଲେ ଯାତ୍ରୀ

ରୂପ୍‌ସା ଷ୍ଟେଶନରେ ଟିକେଟ କାଉଣ୍ଟର ବନ୍ଦ: ବଢୁଛି ଅସନ୍ତୋଷ, ଟିକେଟ ନ ପାଇ ଫେରିଗଲେ ଯାତ୍ରୀ

ରୂପ୍‌ସା, ୨୬।୩(ଡି.ଏନ.ଏ.): ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ ଅନ୍ତର୍ଗତ ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଷ୍ଟେଶନରେ ଥିବା ୨ଟି ବୁକିଂ କାଉଣ୍ଟର ମଧ୍ୟରୁ ଗୋଟିଏ ବନ୍ଦ ରଖାଯିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଠାକୁରମୁଣ୍ଡା,୨୬ା୩(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ପତରପଡ଼ା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ତାଙ୍କ ଘରପଛ ପଟ କୂଅରୁ ଉଦ୍ଧାର ହୋଇଛି। 


Model This Week

ରଶ୍ମି
Why Dharitri