ବାଲେଶ୍ୱର

ନକଲି ଆଇଏଏସ ଗିରଫ ଘଟଣା

ବାରିପଦା ଅଫିସ,୭ା୬-ନିଜକୁ ଜଣେ ଆଇଏଏସ ଅଧିକାରୀ ଭାବେ ପରିଚୟ ଦେଇ ବେକାର ଯୁବତୀଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଠକି ଥିବା ରଜତ କୁମାର ପଣ୍ଡାଙ୍କୁ ଝାରପୋଖରିଆ ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଥିଲା। ଏଥିରେ ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ପୋଲିସ ଅବିନାଶ ପ୍ରହରାଜ ନାମକ ଯୁବକଙ୍କୁ ଗିରଫ କରିଛି। ଝାରପୋଖରିଆ ଥାନାରେ ରଜତଙ୍କ ନାମରେ ୩ଟି ମାମଲା ରୁଜୁ ହୋଇଛି। ବେକାର ଯୁବତୀଯୁବକଙ୍କୁ ନକଲି ନିଯୁକ୍ତିପତ୍ର ଦେଉଥିବା ଅଭିଯୋଗରେ ପୋଲିସ ଅବିନାଶଙ୍କ ଘରୁ ୩ ନିଯୁକ୍ତିପତ୍ର ଜବତ କରିଛି। ଭଦ୍ରକ ଜିଲା ତିହିଡି ଅଞ୍ଚଳର ରଜତ ସୋସିଆଲ ମିଡିଆରେ ନିଜକୁ ମାଲାକାନାଗିରି ଉପଜିଲାପାଳ ଲିଙ୍ଗରାଜ ପଣ୍ଡା ବୋଲି ଏକ ଫେକ ଆଇଡି ଖୋଲିଥିଲେ। ଚାକିରିର ପ୍ରଲୋଭନ ଦେଖାଇ ସେ ବେକାର ଯୁବତୀଯୁବକଙ୍କଠାରୁ ଟଙ୍କା ଲୁଟୁଥିଲେ। ତେବେ ଏନେଇ ମାଲାକାନାଗିରି ଉପଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଭିଯୋଗକ୍ରମେ ରଜତଙ୍କ ନାମରେ ମାଲାକାନାଗିରି ଥାନାରେ ଏକ ମାମଲା (ନଂ୪୩/୧୮) ରୁଜୁ ହୋଇଥିଲା। ରଜତ ପୁର୍ବରୁ ଭୁବନେଶ୍ୱରରେ ବିବାହ କରିଥିବା ବେଳେ ମେ’ ମାସରେ ଖୁଣ୍ଟା ଥାନା ଅଧୀନ ଦାମୋଦରପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରି ସେଠାରେ ରହୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୁଣ୍ଟା ପୋଲିସ ତାଙ୍କୁ ଗତ ସେମାବାର ବିଳମ୍ବିତ ରାତିରେ ଥାନାକୁ ଆଣିଥିଲା। ଏହାପରେ ଝାରପୋଖରିଆ ପୋଲିସ ପହଞ୍ଚତ୍ ନେବା ପରେ ସେଠାରେ ତାଙ୍କ ନାମରେ ୩ଟି ପୃଥକ ପୃଥକ ଭାବେ ମାମଲା ରୁଜୁ ହୋଇଛି। ପ୍ରଥମ ମାମଲାଟି ଝାରପୋଖରିଆ ଅଞ୍ଚଳର ହାତୀବାରୀ ଅଞ୍ଚଳର ସନ୍ତୋଷ କୁମାର ମହାନ୍ତଙ୍କୁ ଚାକିରି କରାଇ ଦେବାକୁ କହି ଦେଢ଼ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏନେଇ ପୋଲିସ ମାମଲା (ନଂ ୪୭/୧୮) ରୁଜୁ କରିଛି। ସ୍ଥାନୀୟ ସାରସକଣା ତହସିଲଦାରଙ୍କୁ ଫୋନରେ ଧମକ ଦେବା ସହ ତାଙ୍କୁ ଅନ୍ୟତ୍ର ବଦଳି କରିଦେବା ନେଇ ୨ୟ ଅଭିଯୋଗରେ ମାମଲା (ନଂ ୪୮/୧୮) ରୁଜୁ ହୋଇଛି। ଝାରପୋଖରିଆ ଥାନା ନୂଆଗାଁ ଅଞ୍ଚଳର ଗୋବର୍ଦ୍ଧନ ମହାନ୍ତଙ୍କୁ ଚାକିରି କରାଇ ଦେବାକୁ କହି ଅଢେଇ ଲକ୍ଷ ଟଙ୍କା ଠକେଇ କରିଥିବା ସଂକ୍ରାନ୍ତରେ ମାମଲା (ନଂ ୪୯/୧୮) ରୁଜୁ ହୋଇଛି। ନକଲି ନିଯୁକ୍ତିପତ୍ର ରଖିବା ଘଟଣାରେ ପୋଲିସ ଅବିନାଶଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରୁଥିବା ଥାନା ଅଧିକାରୀ ଶରତ କୁମାର ମହାଳିକ ସୂଚନା ଦେଇଛନ୍ତି।
All Right Reserved By

ବାଲେଶ୍ୱର

ଖୋଲିଲା ଖଣି, ମିଳୁନି ନିଯୁକ୍ତି

କେନ୍ଦୁଝର, ୧୨ା୧୨(ସ୍ବ.ପ୍ର.): ଯୋଡ଼ା ବ୍ଲକ ଗୁଆଲି ଲୁହା ଖଣି ଦ୍ୱାରା କ୍ଷତିଗ୍ରସ୍ତ ସ୍ଥାନୀୟ ଲୋକେ ନିଯୁକ୍ତି ଦାବିରେ ଜିଲାପାଳଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତି। ପୂର୍ବରୁ ଏଭଳି ଅଭିଯୋଗ କରି ଆସୁଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭଙ୍ଗା ଘରେ ଡାକସେବା

ଭଙ୍ଗା ଘରେ ଡାକସେବା

ହାଟଡ଼ିହୀ, ୧୨ା୧୨(ଡି.ଏନ.ଏ.): ଅସୁରକ୍ଷିତ ମଧ୍ୟରେ ହାଟଡ଼ିହୀ ବ୍ଲକ ବଉଳା ଉପଡାକ ଘର ରହିଛି। ସେହି ଭଙ୍ଗା ଘରେ ଲୋକଙ୍କୁ ଡାକସେବା ଯୋଗା ଯାଉଛି। ଏହି ଉପଡାକଘର ପ୍ରତି ପ୍ରଶାସନର ଦୃଷ୍ଟି ଦେଉନି। ଡାକସେବା ପ୍ରତି ଗ୍ରାହକଙ୍କ ବିଶ୍ୱାସ ତୁଟି ଯିବାକୁ ବସିଛି। 

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ୍‌,୧୨ା୧୨- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ଅମିତ ବିଶ୍ୱାଳ ଏକ ଚାରିଚକିଆ ଗାଡି (ହ୍ୟୁଣ୍ଡାଇ ଆଇ -୨୦ ) ରେ ୭୩, ୫୦୦ ଟଙ୍କା ନେଇ ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଅଞ୍ଚଳର ନିଜ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ପୋଲିସ ତାଙ୍କୁ ଧରି ଅଟକ ରଖି ପଚରାଉଚୁରା କରିଛି। ଗାଡି ଚଳାଉଥିବା ହୋମଗାର୍ଡ ଦିପ୍ତିରଞ୍ଜନ ସାହୁଙ୍କୁ ମଧ୍ୟ ଅଟକ ରଖାଯାଇଛି। 

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଭଦ୍ରକ ଅଫିସ,୧୨ା୧୨-ମଙ୍ଗଳବାର ଥିଲା ‘ଭଦ୍ରାୟନୀ’ର ୩ୟ ସନ୍ଧ୍ୟା। ନେହେରୁ ଷ୍ଟାଡିୟମ ପରିସର ବେଶ ଲୋକାରଣ୍ୟ ରହିିଥିଲା। ଭଦ୍ରକ  ଜିଲା ସଂସ୍କୃତି ପରିଷଦ, ଓରମାସ୍‌ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଲୋକକଳା ମହୋସତ୍ବ ଓ ପଲ୍ଲିଶ୍ରୀ ମେଳାରେ ଦିଲ୍ଲୀରୁ ଆସିଥିବା କବିତା ଦ୍ୱିବେଦୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

‘ବଡ ସିଂହାର’ ବେଶ ପାଇଁ ମିଳୁନି ଚନ୍ଦନ କାଠ

‘ବଡ ସିଂହାର’ ବେଶ ପାଇଁ ମିଳୁନି ଚନ୍ଦନ କାଠ

ଆରଡି, ୧୨ା୧୨, (ଡି.ଏନ.ଏ.)-ଓଡ଼ିଶା ତଥା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ  ବଡ଼ ସିଂହାର ବେଶର ସ୍ବତନ୍ତ୍ର ଆକର୍ଷଣ ରହିଛି। ଏହି  ଅନିନ୍ଦ୍ୟ ବେଶ ଦର୍ଶନ ଲାଗି ଭକ୍ତଙ୍କ ଗହଳି ଲାଗିଥାଏ। 

କୁଳେଇପଦାରେ ହେବ ଜିଲାସ୍ତରୀୟ ସାଇନ୍ସ ପାର୍କ

କୁଳେଇପଦାରେ ହେବ ଜିଲାସ୍ତରୀୟ ସାଇନ୍ସ ପାର୍କ

ଭଦ୍ରକ ଅଫିସ,୧୨ା୧୨- ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ କୁଳେଇପଦାଠାରେ ଜିଲାସ୍ତରୀୟ ସାଇନ୍ସପାର୍କ ସ୍ଥାପନ କରାଯିବ ବୋଲି ରାଜ୍ୟ ସରକାର ମୋହର ଲଗାଇଛନ୍ତି। 

ବିଷାକ୍ତ ଫଳ ଖାଇ ୧୫ ଛାତ୍ର ଅସୁସ୍ଥ

ବିଷାକ୍ତ ଫଳ ଖାଇ ୧୫ ଛାତ୍ର ଅସୁସ୍ଥ

ଭଦ୍ରକ ଅଫିସ, ୧୨ା୧୨-ଭଦ୍ରକ ଜିଲା ତିହିଡି ବ୍ଲକ କୋରକୋରା ପଞ୍ଚାୟତ ରାଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିବା  ୧୫ ଜଣ ଛାତ୍ର ବିଷାକ୍ତ ଫଳ ଖାଇ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି।

 କ୍ରିକେଟ ଟୁର୍ନାମେଣ୍ଟ : ବାଲେଶ୍ୱର ଏକାଦଶ ବିଜୟୀ

କ୍ରିକେଟ ଟୁର୍ନାମେଣ୍ଟ : ବାଲେଶ୍ୱର ଏକାଦଶ ବିଜୟୀ

ବାରିପଦା ଅଫିସ,୧୨।୧୨- ବାରିପଦା ଲେଟକଟ କ୍ଲବ ଦ୍ୱାରା ଆୟୋଜିତ ୨୮ ତମ ସର୍ବଭାରତୀୟ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

୨୧୦ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

୨୧୦ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ବାରିପଦା,୧୨।୧୨-ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଳକ ଅନ୍ତର୍ଗତ ପଶୁଦା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ବିନିତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। 

ବଜ୍ରକାପ୍ତା ଚାଲାଣର ଫିଟୁଛି ଗୁମର: ଆଉ ୬ ଅଭିଯୁକ୍ତ ଗିରଫ

ବଜ୍ରକାପ୍ତା ଚାଲାଣର ଫିଟୁଛି ଗୁମର: ଆଉ ୬ ଅଭିଯୁକ୍ତ ଗିରଫ

ବାରିପଦା ଅଫିସ/ଉଦଳା(ଡି.ଏନ.ଏ.)୧୨।୧୨- ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ ବଜ୍ରକାପ୍ତା ଶିକାର ଓ ଚୋରାଚାଲାଣ ଘଟଣାର ଗୁମର ଫିଟିବାରେ ଲାଗିଛି। ବଜ୍ରକାପ୍ତା ଶିକାର କରି ଏହାର ଚମଡା, କାତି ଓ ମାଂସ ବିଦେଶକୁ ଚାଲାଣ ହେଉଥିଲା। 

ବାଇକ୍‌କୁ ପିଟିଲା ଡ଼ମ୍ପର, ୨ ମୃତ

ବାଇକ୍‌କୁ ପିଟିଲା ଡ଼ମ୍ପର, ୨ ମୃତ

ସୋର, ୧୨ା୧୨(ଡି.ଏନ.ଏ.)-ସୋର ଥାନା ଅଧୀନ ସୋର-ମଙ୍ଗଳପୁର ରାସ୍ତା ଆଙ୍ଗୁଳା ଛକଠାରେ ମଙ୍ଗଳବାର ଏକ ପଥର ବୋଝେଇ ଡମ୍ପର ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଶାନ୍ତ ପରିଡ଼ା ଓ ଅରୁଣ ରାଉତ। 

ଆଦେଶ ଅବମାନନା କରି ଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର ଅଫିସ,୧୨।୧୨-ବିଭାଗୀୟ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟାଦେଶ ଅବମାନନା ଅଭିଯୋଗରେ ବାଲେଶ୍ୱର ମ୍ୟୁନିସିପାଲିଟିର ସହଦେବଖୁଣ୍ଟାସ୍ଥିତ ବାଳାଶ୍ରମ ନୋଡ଼ାଲ ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଜ୍ୟୋତ୍ସ୍ନାରାଣୀ ସ୍ବାଇଁଙ୍କୁ ମଙ୍ଗଳବାର ସଦର ବ୍ଲକ ଶିକ୍ଷାଧିକାରୀ ପ୍ରଶାନ୍ତ ମହାନ୍ତି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।