ବାଲେଶ୍ୱର

ଜଳେଶ୍ୱରରେ ସିବିଆଇ ଟିମ୍‌

ଜଳେଶ୍ୱର,୭।୬(ଡି.ଏନ.ଏ.)-ଭୁବନେଶ୍ୱରରୁ ଆସିଥିବା ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ବୁଧବାର ବାଲେଶ୍ୱର ଜିଲା ଜଳେଶ୍ୱର ସହର ଅଧୀନ ୭ ନମ୍ବର ଓ୍ବାର୍ଡ ଶାସନବାଡ୍‌ ଗ୍ରାମରେ ପହଞ୍ଚି ଚିଟ୍‌ଫଣ୍ଡ ସଂସ୍ଥା ଗ୍ରୀନ-ରେ କମ୍ପାନୀର ଫେରାର ଥିବା ୨ ନିର୍ଦ୍ଦେଶକଙ୍କ ଘର ଉପରେ ଚଢ଼ାଉ କରିଥିଲେ। ସିବିଆଇ ସ୍ପେଶାଲ କୋର୍ଟରୁ ଆଣିଥିବା ଓ୍ବାରେଣ୍ଟ ବଳରେ ୨ ନିର୍ଦ୍ଦେଶକ ମିର ତହିରୁଦ୍ଦିନ ଓରଫ ବାରକତି ଓ ଖାଲିକ ଶାହାଙ୍କୁ ଗିରଫ କରିବାକୁ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଟିମ ଏଠାରେ କାହାକୁ ନ ପାଇ ଖାଲି ହାତରେ ଫେରିଛନ୍ତି। ପୂର୍ବରୁ ଗ୍ରୀନ-ରେର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ଜଣେ ନିର୍ଦ୍ଦେଶକ ଗିରଫ ହୋଇ ଝାରପଡ଼ା ଜେଲରେ ରହିଛନ୍ତି।
All Right Reserved By

ବାଲେଶ୍ୱର

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତିହିଡ଼ି,୨୦।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତ ବିଲଣା ବାସନ୍ତୀନଗର ଗ୍ରାମ ନିକଟସ୍ଥ ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ତିହିଡ଼ି ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ବିଲଣା ବାସନ୍ତୀନଗରର ବିମଳ ବାରିକ(୪୦)। 

ଦିନ ଦ୍ୱିପ୍ରହରେ ଶାଳଗଛ କଟା ଚାଲିଛି

ଦିନ ଦ୍ୱିପ୍ରହରେ ଶାଳଗଛ କଟା ଚାଲିଛି

ରାଇସୁଆଁ,୨୦।୧୦(ଡି.ଏନ.ଏ.) - ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲ ସୃଷ୍ଟି ପାଇଁ ବନବିଭାଗ କର୍ମଚାରୀଙ୍କୁ ନିଯୁକ୍ତି କରାଯାଉଛି। ମାତ୍ର ବନବିଭାଗର ମାନସିକତାର ଅଭାବ ଏବଂ ଦୁର୍ନୀତିଗ୍ରସ୍ତ ଯୋଗୁ ସଦର ଅଞ୍ଚଳରେ ଦିନଦିପ୍ରହରରେ ଶହଶହ ଶାଳଗଛ କଟା ଚାଲିଛି। 

ରୂପ୍‌ସାରେ ରାବଣ ପୋଡ଼ି

ରୂପ୍‌ସାରେ ରାବଣ ପୋଡ଼ି

ରୂପ୍‌ସା, ୨୦।୧୦(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ପଦ୍ମକିଶୋର ମହାଦେବ ମନ୍ଦିରଠାରେ ଶୁକ୍ରବାର ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ଆଙ୍କୋ ଶତାବ୍ଦୀ ଯୁବ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ।

 ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା, ରାବଣପୋଡ଼ି ଅନୁଷ୍ଠିତ

ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା, ରାବଣପୋଡ଼ି ଅନୁଷ୍ଠିତ

ବଡବିଲ:୨୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ-ଯୋଡାରେ ଶାନ୍ତି ଶୃଙ୍ଖଳାର ସହ ପବିତ୍ର ଦୁର୍ଗାପୂଜା ଓ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗତିନାଶିନୀ ମା’ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ର ସହ ପାଳନହୋଇଥିବା ବେଳେ ରାବଣ ପୋଡି ଉତ୍ସବ ଦେଖିବାକୁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା। 

ନବରାତ୍ରିରେ ପାରମ୍ପରିକ ଓ ଆଧୁନିକ ଦାଣ୍ଡିଆ ନୃତ୍ୟ, ଗୁଜରାଟୀ ପରମ୍ପରାରେ ସାମିଲ ହେଲେ ଅନ୍ୟ ସମ୍ପ୍ରଦାୟର ଲୋକେ

ନବରାତ୍ରିରେ ପାରମ୍ପରିକ ଓ ଆଧୁନିକ ଦାଣ୍ଡିଆ ନୃତ୍ୟ, ଗୁଜରାଟୀ ପରମ୍ପରାରେ ସାମିଲ ହେଲେ ଅନ୍ୟ ସମ୍ପ୍ରଦାୟର ଲୋକେ

ବଡବିଲ:୨୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଗୁଜରାଟୀ ସନାତନ ସମାଜରେ ଦାଣ୍ଡିଆ ନୃତ୍ୟରେ ଦର୍ଶକ ବିମୋହିତ ହୋଇଛନ୍ତି। ‘ନବରାତ୍ରି’ ଉତ୍ସବକୁ ଗୁଜରାଟୀ ସମ୍ପ୍ରଦାୟର ଲୋକେ ସପରିବାର ଏକତ୍ର ହୋଇ ଆନନ୍ଦ ଓ ଉଦ୍ଦୀପନା ମଧ୍ୟରେ ପାଳନ କରିଛନ୍ତି। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଏହି ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। 

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ


ଭଦ୍ରକ ଅଫିସ୍‌,୧୯ା୧୦- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସାବରଙ୍ଗ ବଜାରରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଗୁରୁବାର ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। 

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ବାହାନଗା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପାଳପୁର ଓ ପଣ୍ଡାଶୁଣି ପଞ୍ଚାୟତର ମିଳିତ ଆନୁକୂଲ୍ୟରେ କେର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

ଭସାଣି ପରେ ତୀରବିନ୍ଧା

ଭସାଣି ପରେ ତୀରବିନ୍ଧା

ଆରଡି,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଗଁାରେ ଶୁକ୍ରବାର ଅପରାହ୍ନରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ଆନନ୍ଦପୁର,୧୯।୧୦(ଡି.ଏନ.ଏ.)-ରାଜରାଜୁଡ଼ା ଅମଳରୁ ରାଜପୁତ ଜାତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜବଂଶ ଓ ରାଜ୍ୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରୁଥିବା ଏହି ରାଜପୁତ ଜାତିର ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ପବିତ୍ର ବିଜୟାଦଶମୀରେ ଛଡ଼ିବାଡ଼ି ଖେଳର ନିଆରା ପର୍ବ ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ଜିଲା ଆନନ୍ଦପୁର ରାଜପୁତ ସାହିର ବୟୋଜ୍ୟଷ୍ଠଠାରୁ ଆରମ୍ଭ କରି ଯୁବକ ଓ ଛୋଟଛୁଆ ନିଜ ନିଜ ଘରେ ପୂଜା ପାଇ ଆସୁଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର ତଥା ଖଣ୍ଡା, ବାନାପାଟା, ମୁଦଗର, ବର୍ଚ୍ଛା, କଟାରୀ, ଛୁରି ଆଦିକୁ ସାହିର ମଧ୍ୟସ୍ଥଳରେ ରଖି ଯଥାରୀତି ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ହୋମଯଜ୍ଞ କାର୍ଯ୍ୟ କରାଯାଇଛି। 

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

ବାହାନଗା,୧୯।୧୦(ଡି.ଏନ.ଏ.)-ମା’ ଦୁର୍ଗାଙ୍କ ଦଶମୀ ପୂଜା ଅବସରରେ ଶୁକ୍ରବାର ବିଭିନ୍ନ ମଣ୍ଡପରେ ଧୁମ୍‌ଧାମ୍‌ରେ ପୂଜା ଅନୁଷ୍ଠିତ ହୋଇଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକର ୧୫ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। 

ଦୁର୍ଘଟଣାରେ ଯୁବକ ଗୁରୁତର

ଦୁର୍ଘଟଣାରେ ଯୁବକ ଗୁରୁତର

ବାରିପଦା ଅଫିସ,୧୯।୧୦-ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ କଇଁଫୁଲିଆ ଛକ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତେଲକୋଇ,୧୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଧନୁର୍ଯୟପୁର ଜୁଆଙ୍ଗ ବସ୍ତିରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀ ସୁକୁରା ଜୁଆଙ୍ଗ(୩୮)ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁବାରୀ(୩୫)ଙ୍କ ମୃତ୍ୟୁ ଘଟିଛି।