ବାଣିଜ୍ୟ |

ସୁନା ମୂଲ୍ୟରେ ହ୍ରାସ

ସୁନା ମୂଲ୍ୟରେ ହ୍ରାସ

ନୂଆଦିଲ୍ଲୀ, ୨୮।୭:  ସୁନା ମୂଲ୍ୟ ଶୁକ୍ରବାର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇ ୨୯,୩୦୦ ଟଙ୍କା ହୋଇଛି। ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୨୨୫ ଟଙ୍କା ହ୍ରାସ ପାଇ ୩୯,୧୫୦ ଟଙ୍କା ହୋଇଛି। ଅନ୍ତର୍ଜାତୀୟ ବଜାର ଏବଂ ଘରୋଇ ଗ୍ରାହକଙ୍କ ଚାହିଦା କମିବାଯୋଗୁ ଏପରି ହୋଇଥିବା ଅଳଙ୍କାର ନିର୍ମାତା ସଂଘ ପକ୍ଷରୁ କୁହାଯାଇଛି।

All Right Reserved By

ବାଣିଜ୍ୟ |

ଜିଏସ୍‌ଟି ପରିସରକୁ ଆସିପାରେ ପ୍ରାକୃତିକ ବାଷ୍ପ, ଏଟିଟିଏଫ

ଜିଏସ୍‌ଟି ପରିସରକୁ ଆସିପାରେ ପ୍ରାକୃତିକ ବାଷ୍ପ, ଏଟିଟିଏଫ

ନୂଆଦିଲ୍ଲୀ, ୧୬-୭(ପି.ଟି) ପ୍ରାକୃତିକ ବାଷ୍ପ ଏବଂ ବିମାନ ଇନ୍ଧନ(ଏଟିଏଫ୍‌)ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରକୁ ଆସିପାରେ। ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଏମ୍‌ଏସ୍‌ପି ବୃଦ୍ଧିକୁ ବିରୋଧ କରିବେ କୃଷକ ସଂଘ

ଏମ୍‌ଏସ୍‌ପି ବୃଦ୍ଧିକୁ ବିରୋଧ କରିବେ କୃଷକ ସଂଘ

ନୂଆଦିଲ୍ଲୀ, ୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷ ସରକାର ଖରିଫ ଋତୁ ଲାଗି ଧାନ ସମେତ ବିଭିନ୍ନ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ କୃଷକ ସଂଘଗୁଡିକ ପକ୍ଷରୁ ବିରୋଧ କରାଯିବ ବୋଲି ଜଣାଯାଇଛି।

ପିଏନ୍‌ବିର ଏନ୍‌ପିଏ ଅସୁଲିରେ ଉନ୍ନତି

ପିଏନ୍‌ବିର ଏନ୍‌ପିଏ ଅସୁଲିରେ ଉନ୍ନତି

ନୂଆଦିଲ୍ଲୀ, ୧୬-୭: ୧୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ସାମ୍ନା କରିଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପକ୍ଷରୁ ଅନାଦାୟ ଋଣ (ଏନ୍‌ପିଏ) ଅସୁଲି ପ୍ରକ୍ରିୟା ଜୋରଦାର ହୋଇଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କ ଅସୁଲି କ୍ଷେତ୍ରରେ ରେକର୍ଡ କରିଛି।

ବେଡ୍‌ରୋଲ୍‌ ଚାର୍ଜ ବଢାଇବ ରେଲଓ୍ବେ

ବେଡ୍‌ରୋଲ୍‌ ଚାର୍ଜ ବଢାଇବ ରେଲଓ୍ବେ

ନୂଆଦିଲ୍ଲୀ, ୧୬-୭: ଗରିବ ରଥ ଏକ୍ସପ୍ରେସରେ ଭଡା ବଢିବ। ବେଡ୍‌ରୋଲ୍‌ କିଟ୍‌ ବାବଦରେ ରେଲଓ୍ବେ ଧାର୍ଯ୍ୟ ଚାର୍ଜରେ ବୃଦ୍ଧି କରିବାକୁ ନିଷ୍ପତ୍ତି ଉପରେ ବିଚାର କରୁଛି। ଏହା ଫଳରେ ଟିକେଟ ମୂଲ୍ୟ ବୃଦ୍ଧି ଘଟିବ। ବେଡ୍‌ରୋଲ୍‌ ଲାଗି ଧାର୍ଯ୍ୟ ହେଉଥିବା ଦେୟ ଗୋଟିଏ ଦଶନ୍ଧି ତଳେ ନିର୍ଦ୍ଧାରଣ ହୋଇଥିଲା।

ଆମ୍ବି ଭ୍ୟାଲି ପରିଚାଳନା କରିପାରିବ ସାହାରା:ସୁପ୍ରିମକୋର୍ଟ

ଆମ୍ବି ଭ୍ୟାଲି ପରିଚାଳନା କରିପାରିବ ସାହାରା:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬-୭: ମହାରାଷ୍ଟ୍ରର ଆମ୍ବି ଭ୍ୟାଲି ପ୍ରକଳ୍ପକୁ ପୁଣି ଥରେ ସାହାରା ଗ୍ରୁପ ପରିଚାଳନା କରି ପାରିବ। ଆମ୍ବି ଭ୍ୟାଲି ପ୍ରକଳ୍ପ ନିଲାମ ଲାଗି ନିୟୋଜିତ ହୋଇଥିବା ଲିକ୍ୟୁଡେଟର ଏବଂ ରିସିଭର ହଟାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସାହାରା ଓକିଲ ବିକାଶ ସିଂ ସୂଚନା ଦେଇଛନ୍ତି।

ତନିଷ୍କ ପକ୍ଷରୁ ନୂଆ ଗୁଲନାଜ କଲେକ୍ସନ

ତନିଷ୍କ ପକ୍ଷରୁ ନୂଆ ଗୁଲନାଜ କଲେକ୍ସନ

ଭୁବନେଶ୍ୱର, ୧୬-୭: ପ୍ରମୁଖ ଗହଣା ବ୍ରାଣ୍ଡ ତନିଷ୍କ ପକ୍ଷରୁ ନୂଆ ଗୁଲନାଜ କଲେକ୍ସନ ବଜାରକୁ ଆସିଛି। ଏହି ନୂଆ କଲେକ୍ସନ ମଧ୍ୟରେ ଆକର୍ଷଣୀୟ ଡିଜାଇନ ରହିଛି। ଗୁଲନାଜ କଲେକ୍ସନରେ ଆକର୍ଷଣୀୟ ହୀରା ଗହଣା ରହିଥିବା ବେଳେ ଉନ୍ମୁକ୍ତ ପୋଲକିର କିଛି ଗହଣା ମଧ୍ୟ ରହିଛି।

ଏସ୍‌ଏମ୍‌ଇ ପାଇଁ ନାଲକୋର ମୋବାଇଲ ଆପ୍‌

ଏସ୍‌ଏମ୍‌ଇ ପାଇଁ ନାଲକୋର ମୋବାଇଲ ଆପ୍‌

ଭୁବନେଶ୍ୱର, ୧୫-୭: ନାଲକୋ ସିଏମ୍‌ଡି ତପନ କୁମାର ଚାନ୍ଦଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଆଲୁମିିନିୟମ: ଦି ଫ୍ୟୁଚର ମେଟାଲ’କୁ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉନ୍ମୋଚନ କରିଛନ୍ତି। ଖଣି ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଖଣି ଓ ଖଣିଜ ଧାତୁ ଶୀର୍ଷକ ଜାତୀୟ ସମ୍ମିଳନୀ ଅବସରରେ ସିଂ ଉକ୍ତ ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ସୁନା ଆମଦାନୀରେ ହ୍ରାସ

ସୁନା ଆମଦାନୀରେ ହ୍ରାସ

ନୂଆଦିଲ୍ଲୀ,୧୫।୭-ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଘରୋଇ ବଜାରରେ ସୁନା ଆମଦାନୀ ହ୍ରାସ ପାଇଛି। ଧାତୁ ମୂଲ୍ୟରେ ଲଗାତାର ହ୍ରାସ ଯୋଗୁ ସୁନା ଆମଦାନୀ ୨୫% କମ୍‌ ହୋଇ ୮.୪୩ ଡଲାର ରହିଛି।

ସେବା କ୍ଷେତ୍ର  ଏଫ୍‌ଡିଆଇ ୨୩% ହ୍ରାସ

ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ

ନୂଆଦିଲ୍ଲୀ,୧୫।୭- ୨୦୧୭-୧୮ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ ପାଇଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୨୩% ହ୍ରାସ ହୋଇ ୬.୭ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ(ଡିଆଇପିପି) ପକ୍ଷରୁ ସୂଚନା ଦିଆଯାଇଛି।

 ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ସାନ୍‌ ଫ୍ରାନ୍‌ସିସ୍କୋ,୧୫।୭- ପ୍ରମୁଖ ଡିଜିଟାଲ୍‌ ଡିଜାଇନ୍‌ ପ୍ରୋଗ୍ରାମ୍‌ର ନିର୍ମାତା ଆଡୋବ୍‌ ସିଷ୍ଟମ୍‌ ଇନ୍‌କର୍ପୋରେଶନ୍‌ ଆପଲ୍‌ ଆଇପଡ୍‌ ପାଇଁ ଏକ ଫଟୋଶପ୍‌ ଆପ୍‌ ପ୍ରସ୍ତୁତ କରିବ। ବିକ୍ରିରେ ବୃଦ୍ଧି ଆଣିବା ପାଇଁ ଆଡୋବ୍‌ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା କମ୍ପାନୀର ବାର୍ଷିକ ମାକ୍ସ କ୍ରିଏଟିଭ୍‌ କନ୍‌ଫରେନ୍ସରେ ସଫ୍ଟଓ୍ବେର ଡେଭେଲପର୍‌ ଆଡୋବ୍‌ ଏହି ଆପ୍‌କୁ ଲଞ୍ଚ କରିବ। ସେହିଭଳି ୨୦୧୯ ସୁଦ୍ଧା ଏହା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଯେତେ ଶୀଘ୍ର ସମ୍ଭବ ଏହି ଆପ୍‌ ବଜାରକୁ ଆସିବ ବୋଲି ଆଡୋବ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର୍‌ ସ୍କଟ୍‌ ବେଲସ୍କି ସୂଚନା ଦେଇଛନ୍ତି।

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୫।୭- ଜର୍ମାନ୍‌ ଭିତ୍ତିକ କାର୍‌ ନିର୍ମାତା ବିଏମ୍‌ଡବ୍ଲ୍ୟୁ ପକ୍ଷରୁ ବଜାରକୁ ଆସିଛି ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ। ଏହି ସ୍ପୋର୍ଟ୍‌ ୟୁଟିଲିଟି ଭେଇକଲ୍‌(ଏସ୍‌ୟୁଭି)ର ବଜାର ଦର ୫୬.୯ଲକ୍ଷ ଟଙ୍କା ରହିଛି। ରିଫାଇନ୍ଡ ପେଟ୍ରୋଲ୍‌ ଇଞ୍ଜିନ୍‌ ଅପ୍‌ସନ୍‌ ଦ୍ୱାରା ଗ୍ରାହକମାନେ ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ପାଇପାରିବେ। ଏଥିରେ ୨୫୨ ହର୍ସ୍‌ପାଓ୍ବାର କ୍ଷମତାସମ୍ପନ୍ନ ୨ଲିଟର ବିଶିଷ୍ଟ ୪ସିଲିଣ୍ଡର ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି। ୬.୩ ସେକେଣ୍ଡରେ ଘଣ୍ଟାପ୍ରତି ଶୂନରୁ ଶହେ କିଲୋମିଟର ପର୍ଯ୍ୟନ୍ତ ଆକ୍ସିଲେରେଟିଂ କ୍ଷମତା ରହିଛି।

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ନୂଆଦିଲ୍ଲୀ,୧୫।୭- ବ୍ୟାଙ୍କିଙ୍ଗ ଓ ଇନ୍‌ସ୍ୟୁରାନ୍ସ କ୍ଷେତ୍ରରେ ହେଉଥିବା ସୁଧାରକୁ ବିରୋଧ କରୁଛନ୍ତି ବ୍ୟାଙ୍କ ଏବଂ ଇନ୍‌ସ୍ୟୁରାନ୍ସ କର୍ମଚାରୀ। ଏହାର ଫଳ ସ୍ବରୂପ ଦେଶରେ ସମସ୍ତ ରାଜ୍ୟର ରାଜଧାନୀଗୁଡିକରେ କର୍ମଚାରୀଙ୍କ ଧାରଣା ଦେଖାଦେଇଛି।

Model This Week

ରୂପେଶ