ଫୁରସତ |

ଅକ୍ଟୋପସ୍‌ଙ୍କ ଜଳନଗରୀ

ଅକ୍ଟୋପସ୍‌ଙ୍କ ଜଳନଗରୀ

ବୈଜ୍ଞାନିକମାନେ ଅକ୍ଟୋପସ୍‌ଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ନିର୍ମିତ ଏକ ଜଳନଗରୀ ଅକ୍ଟଲାଣ୍ଟିସ୍‌ ଆବିଷ୍କାର କରିଛନ୍ତି। ସେହି ନଗରୀରେ ସେମାନେ ଭାବଭଙ୍ଗୀ ପ୍ରଦର୍ଶନ କରିବା ସହିତ ଦଳବାନ୍ଧି ଯାତାୟାତ କରନ୍ତି ଏବଂ ରଙ୍ଗ ପରିବର୍ତ୍ତନ କରନ୍ତି। ଆମେରିକାର ଇଲିନୟ ୟୁନିଭର୍ସିଟିର ଗବେଷକମାନେ ଅଷ୍ଟ୍ରେଲିଆର ପୂର୍ବ ଉପକୂଳଠାରୁ କିଛି ଦୂରରେ ପାଣି ଭିତରେ ଏଭଳି ଏକ ସ୍ଥଳ ଦେଖିବାକୁ ପାଇଛନ୍ତି। ୧୫ଟି ଅକ୍ଟୋପସ୍‌ ସେଠାରେ ବାସକରନ୍ତି। ଏହା ହେଉଛି ଅକ୍ଟୋପସ ବାସକରୁଥିବା ଦ୍ୱିତୀୟ ଆବାସସ୍ଥଳ। ଏହି ଆବିଷ୍କାରରୁ ଜଣାପଡୁଛି ଯେ, ଅକ୍ଟୋପସ୍‌ଗୁଡ଼ିକ ଆଦୌ ଏକୁଟିଆ ନୁହଁନ୍ତି ବରଂ ଦଳବାନ୍ଧି ରହିବାକୁ ପସନ୍ଦ କରନ୍ତି। ପ୍ରଥମ ଅକ୍ଟୋପସ୍‌ ଜଳନଗରୀ ୨୦୦୯ରେ ଅଷ୍ଟ୍ରେଲିଆର ପୂର୍ବ ଉପକୂଳଠାରୁ କିଛି ଦୂରରେ ଜେର୍ଭିସ୍‌ ବେ’ ଠାରେ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ନୂଆ ଆବାସିକସ୍ଥଳଟି ପ୍ରଥମ ସ୍ଥଳଠାରୁ ମାତ୍ର କେତେ ଶହ ମିଟର ଦୂରରେ ଅବସ୍ଥିତ। ଏହାକୁ ଗବେଷକମାନେ ଅକ୍ଟଲାଣ୍ଟିସ୍‌ ନାମ ଦେଇଛନ୍ତି। ଏହି ସ୍ଥାନଟି ଜଳପୃଷ୍ଠଠାରୁ ୧୦ରୁ ୧୫ମିଟର ଗଭୀରତାରେ ରହିଛି। ଏହି ସ୍ଥାନର ଦୈର୍ଘ୍ୟ ୧୮ମିଟର ଏବଂ ପ୍ରସ୍ଥ ୪ମିଟର। ଏହି ସ୍ଥଳ କେତେ ପରସ୍ତ ପଥର, ମୃତ ସାମୁଦ୍ରିକ ଜୀବର ଖୋଳପାରେ ପରିପୂର୍ଣ୍ଣ। ଏଠିକା ବାଲି ଓ ଖୋଳପା ଦ୍ୱାରା ତିଆରି ୨୩ଟି ଗର୍ତ୍ତ ମଧ୍ୟରୁ ୧୩ଟିରେ ଅକ୍ଟୋପସ୍‌ ରହୁଥିବା ବେଳେ ଅନ୍ୟ ୧୦ଟି ଖାଲି ପଡିଛି। ଏ ସମ୍ପର୍କରେ ଇଲିନୟ ୟୁନିଭର୍ସିଟି ଗବେଷକ ପିଏଚ.ଡି. ଛାତ୍ର ଷ୍ଟେଫାନି ଚାନ୍‌ସେଲର କହନ୍ତି, ଉଭୟ ସ୍ଥଳରେ ପ୍ରାକୃତିକ ଶୋଭାରାଜି ଭରି ରହିଛି। ଏଠାରେ ବାସକରୁଥିବା ଅକ୍ଟୋପସ୍‌ଗୁଡିକ ସାମୁଦ୍ରିକ ପ୍ରାଣୀଗୁଡିକୁ ଖାଇ ସେଗୁଡିକର ଖୋଳପା ଓ କଣ୍ଟାଦ୍ୱାରା ଏହି ସ୍ଥାନକୁ ସଜେଇ ରଖିଛନ୍ତି। ଅକ୍ଟୋପସ୍‌ଗୁଡିକ ଉଚ୍ଚକୋଟୀର ସ୍ଥପତି ଭଳି ଏଠିକାର ପରିବେଶକୁ ସୁନ୍ଦର ଭାବରେ ସଜେଇପାରିଛନ୍ତି ବୋଲି ଚାନ୍‌ସେଲର କହିଛନ୍ତି। ଗବେଷକମାନେ ଚାରିଟି କ୍ୟାମେରା ଖଞ୍ଜି ୧୦ଘଣ୍ଟା ଧରି ଏହି ପ୍ରାକୃତିକ ଦୃଶ୍ୟର ଭିଡିଓ ଶୁଟିଂ କରିଥିଲେ। ସେଠାରେ ରହୁଥିବା ବାସିନ୍ଦାମାନେ ପରସ୍ପର ମଧ୍ୟରେ କିପରି ସମ୍ପର୍କ ସ୍ଥାପନ କରନ୍ତି ତାହାର ଫୁଟେଜ୍‌ ପ୍ରସ୍ତୁତ କରାଯାଇଥିଲା। ଏଠାରେ ୧୦ରୁ ୧୫ଟି ମଧ୍ୟରେ ଅକ୍ଟୋପସ୍‌ ରହୁଥିବା ଜଣାପଡ଼ିଛି। କେତେକ ଅକ୍ଟୋପସ୍‌ ସେମାନଙ୍କ ରହଣିସ୍ଥଳରୁ ଅନ୍ୟମାନଙ୍କୁ ତଡ଼ିଦେଉଥିବା ଦେଖାଯାଇଥିଲା। ଆଉ କେତେକ ସାମୁଦ୍ରିକ ଜୀବ ଏସବୁ ନିରୀକ୍ଷଣ କରିବା ପରେ ତୁରନ୍ତ ସେଠାରୁ ପଳାୟନ କରିଥିଲେ।

All Right Reserved By

ଫୁରସତ |

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ଇସ୍ରାଏଲର ‘ଡେଡ୍‌ ସି’ ବା ମୃତ ସାଗର ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଖୁବ୍‌କମ୍‌ ସ୍ଥାନରେ ବ୍ୟାପ୍ତ ହୋଇଥିବା ଏହି ସମୁଦ୍ରର ବୈଚିତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ଲମ୍ବା ପୋଷାକ ପିନ୍ଧିବା ମନା

ଲମ୍ବା ପୋଷାକ ପିନ୍ଧିବା ମନା

ସଧାରଣତଃ ମୁସଲମାନ୍‌ ମହିଳାମାନେ ଅଧିକାଂଶ ସମୟରେ ଲମ୍ବା ପୋଷାକ ପିନ୍ଧିବାର ଦେଖାଯାଇଥାଏ। ହେଲେ ଚାଇନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ଚାଇନାର ଶିନଜିଆଙ୍ଗ ଅଞ୍ଚଳରେ ରହୁଥିବା ମୁସଲମାନ ମହିଳାଙ୍କ ପାଇଁ ରହିଛି କିଛି ଭିନ୍ନ ନିୟମ।

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ଓ୍ବାରଶ: ପୋଲାଣ୍ଡର ନାମୀଦାମୀ ପର୍ନଷ୍ଟାର ନାଟାଲିଆ ଷ୍ଟାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ଦେଖି ଏବେ ପାଗଳ ଯୁବପିଢି। ୨୦୧୮ର ଟପ୍‌ ପର୍ନଷ୍ଟାର ତାଲିକାରେ ନାଟାଲିଆ ସ୍ଥାନ ପାଇଛନ୍ତି।

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ କି ? ଏହାକୁ କିପରି ସମାଧାନ କରିବେ ବାଟ ପାଉ ନାହାନ୍ତି? ତେବେ ଏ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏପରି କ୍ଷେତ୍ରରେ ଆପଣଙ୍କୁ ସହଯୋଗର ହାତ ବଢ଼ାଇବ ସ୍ମାର୍ଟ ରୋବୋ। ହେଲେ କିପରି ?

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣ ଯେତିକି ସାପ ଦେଖାଯାନ୍ତି ତନ୍ମଧ୍ୟରୁ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା(ରସଲ ଭାଇପର), ଧୂଳିଆ ବୋଡ଼ା(ସ’ ସ୍କେଲ୍‌ଡ ଭାଇପର), ଡାଳୁଆ ବୋଡ଼ା(ବାମ୍ବୋ ପିଟ୍‌ ଭାଇପର), ଅହିରାଜ(କିଙ୍ଗ୍‌ କୋବ୍ରା) ଆଦି ବିଷଧର ଅଟନ୍ତି।

ଫର୍ମାଲିନ ଆତଙ୍କ

ଫର୍ମାଲିନ ଆତଙ୍କ

ଫର୍ମାଲଡିହାଇଡ୍‌ ଏକ ଜୈବିକ ରାସାୟନିକ ଦ୍ରବ୍ୟ ଯାହା ପ୍ରକୃତିରେ ଉପଲବ୍ଧ ଥାଏ। ସର୍ବପ୍ରଥମେ ରୁଷିଆ ବୈଜ୍ଞାନିକ ଆଲେକଜାଣ୍ଡର ବଟଲେର ୧୮୫୯ରେ ଏହାକୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଭନ୍‌ ହଫମ୍ୟାନ୍‌ ଏହାକୁ ଚିହ୍ନିତ କରିଥିଲେ। ୪୦ ଭାଗ ଫର୍ମାଲଡିହାଇଡ୍‌ ଜଳରେ ମିଶାଇଲେ ତାହାକୁ ଫର୍ମାଲିନ୍‌ କୁହାଯାଏ।

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ କରିଛନ୍ତି। ଆଫ୍ରିକାର ଭ୍ମାସୀ ଗାଁରେ ଘଟିଛି ଏପରି ଏକ ଘଟଣା। ୩୩ ବର୍ଷ ବୟସ୍କା ହେଉଛନ୍ତି ନୋମବେଲିସୋ ନୋମାସନ୍ତୋ ଦ୍ମୋୟୀ।

ପୁରୁଣା ବହି ବଜାର

ପୁରୁଣା ବହି ବଜାର

ବିଦ୍ୟାର୍ଥୀଙ୍କ ଇଏ ହେଉଛି ପ୍ରିୟ ବଜାର। ଏଠାରେ ପାଠପଢ଼ା ହେଉ ବା ଚାକିରି ସମ୍ପର୍କିତ ଯେକୌଣସି ବହି ମିଳେ। ପୂରା-ଅଧାଦାମରେ। ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାରର ବିଦ୍ୟାର୍ଥୀମାନେ ବେଶୀ ନିର୍ଭର କରନ୍ତି ଏହି ବଜାର ଉପରେ। ଇଏ ହେଲା ଭୁବନେଶ୍ୱରର ପୁରୁଣା ବହି ବଜାର।

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ସିନିୟର ରେସିଡେନ୍ସ (ମେଡିସିନ) ଭାବେ କାର୍ଯ୍ୟରତ ଡା. ଶଙ୍କର ରାମଚନ୍ଦାନୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ମଣିଷର ଚାଲିଚଳନ, ବ୍ୟବହାରରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ। ତେବେ ମନୋବିଜ୍ଞାନୀଙ୍କ ଅନୁଯାୟୀ ଆପଣଙ୍କ ବସିବାର ଶୈଳୀରୁ ମଧ୍ୟ ଜାଣିହେବ ଆପଣ କେଉଁ ପ୍ରକାରର ବ୍ୟକ୍ତି।

କୁକୁରଙ୍କ ପାଇଁ ମହଲ

କୁକୁରଙ୍କ ପାଇଁ ମହଲ

ଅନେକ କୁକୁର ପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ଆରାମ ଏବଂ ସୁବିଧା ସୁଯୋଗ ପାଇଁ ବେଶ୍‌ ଯତ୍ନବାନ ଥା’ନ୍ତି। କିନ୍ତୁ ପୃଥିବୀରେ ଏଭଳି ମଧ୍ୟ କିଛି କୁକରପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ପାଇଁ ନିର୍ମାଣ କରିଛନ୍ତି ବିଳାସପୂର୍ଣ୍ଣ ମହଲ।

ପାର୍କ ନୁହେଁ ଇଏ ଘର

ପାର୍କ ନୁହେଁ ଇଏ ଘର

ଛୋଟ ପିଲାଙ୍କୁ ସ୍ଲାଇଡ୍‌ ବା ଖସଡ଼ାରେ ଖସିବାକୁ କେତେ ଭଲ ଲାଗେ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ସବୁ ପାର୍କରେ ଥାଏ ସ୍ଲାଇଡ୍‌। ତେବେ ଜାପାନର ଷ୍ଟୁଡିଓ ଲେଭଲ୍‌ ଆର୍କିଟେକ୍ଟ ଏମିତି ଏକ ତିନି ମହଲା ଘର ତିଆରି କରିଛନ୍ତି, ଯେଉଁ ଘରକୁ ଦେଖିଲେ ସମସ୍ତଙ୍କ ପିଲାଦିନ କଥା ମନେ ପଡ଼ିଯିବ।

Model This Week

ରୂପେଶ