ଖେଳ |

୨୯୧ରେ ଅଟକିଲା ଶ୍ରୀଲଙ୍କା

୨୯୧ରେ ଅଟକିଲା ଶ୍ରୀଲଙ୍କା

ଗାଲେ, ୨୮।୭:  ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଗାଲେଠାରେ ଚାଲିଥିବା ପ୍ରଥମ ଟେଷ୍ଟମ୍ୟାଚର ତୃତୀୟ ଦିନରେ ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ ୨୯୧ ରନ୍ କରିଛି। ଫଳରେ ଭାରତ ପ୍ରଥମ ପାଳିରେ ଶ୍ରୀଲଙ୍କା ଅପେକ୍ଷା ଅଧିକ ୩୯୯ ରନ୍ ହାସଲ କରିଛି। ଭାରତ ଏହାର ଦ୍ବିତୀୟ ଇନିଂସ୍ ଆରମ୍ଭ କରି ତୃତୀୟ ଦିନର ୱିକେଟ ଅପସାରଣ ସୁଦ୍ଧା ୩ ୱିକେଟ ହରାଇ ୧୮୯ ରନ୍ ସଂଗ୍ରହ କରିଛି। ତୃତୀୟ ଦିନ ଶେଷ ବେଳକୁ ଭାରତ ମୋଟ ୪୯୮ ରନ୍ ଅଗ୍ରଣୀ ରହିଥିଲା।

All Right Reserved By

ଖେଳ |

ଫିଫା ବିଶ୍ୱକପ: ଫ୍ରାନ୍ସ ଚାମ୍ପିୟନ

ଫିଫା ବିଶ୍ୱକପ: ଫ୍ରାନ୍ସ ଚାମ୍ପିୟନ

ମସ୍କୋ, ୧୫।୭- ଭାଗ୍ୟ ସାଥ୍‌ ଦେଲାନି। ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ଲଢ଼ୁଆ ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ରହିଥିବା କ୍ରୋଏସିଆ ଶେଷରେ ଫାଇନାଲରେ ଫ୍ରାନ୍ସଠାରୁ ୨-୪ ଗୋଲରେ ହାରି ଫିଫା ବିଶ୍ୱକପ-୨୦୧୮ରେ ରନର୍ସଅପ୍‌ ହୋଇଛି। ଅନ୍ୟପକ୍ଷରେ ୧୯୯୮ ଚାମ୍ପିୟନ ଫ୍ରାନ୍ସ ୨୦ ବର୍ଷ ବ୍ୟବଧାନରେ ଦ୍ୱିତୀୟଥରପାଇଁ ଟାଇଟଲ ହାସଲ କରିଛି। ୨୦୦୬ରେ ଏହି ଦଳ ଫାଇନାଲକୁ ଯାଇଥିଲେ ହେଁ ଇଟାଲିଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ପ୍ରତିଯୋଗିତାରେ ସର୍ବାଧିକ ୬ ଗୋଲ ଦେଇ ଇଂଲଣ୍ଡର ହ୍ୟାରି କେନ୍‌ ଗୋଲ୍ଡେନ ବୁଟ୍‌ ବିଜେତା ହୋଇଛନ୍ତି।

ଇଂଲଣ୍ଡ ଦିନିକିଆ ଦଳରେ ପରିବର୍ତ୍ତନ

ଇଂଲଣ୍ଡ ଦିନିକିଆ ଦଳରେ ପରିବର୍ତ୍ତନ

ଲଣ୍ଡନ, ୧୫ା୭ (ପି.ଟି.)- ଭାରତ ବିପକ୍ଷ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଇଂଲଣ୍ଡ ଦଳରୁ ଦୁଇଜଣ ଖେଳାଳିଙ୍କୁ ରିଲିଜ କରାଯାଇଛି। ଅନ୍ୟପକ୍ଷରେ ଫର୍ମରେ ଥିବା ୨୭ ବର୍ଷୀୟ ବ୍ୟାଟ୍ସମ୍ୟାନ ଜେମ୍ସ ଭିନ୍‌ସେଙ୍କୁ ଦଳରେ ସାମିଲ କରାଯାଇଛି।

ରାଜ୍ୟ ସଫ୍ଟ ବେସ୍‌ବଲ୍‌ ସଂଘର କର୍ମକର୍ତ୍ତା ନିର୍ବାଚନ: ପ୍ରେମାନନ୍ଦ ସଭାପତି, ଜିତେନ୍ଦ୍ର ସମ୍ପାଦକ

ରାଜ୍ୟ ସଫ୍ଟ ବେସ୍‌ବଲ୍‌ ସଂଘର କର୍ମକର୍ତ୍ତା ନିର୍ବାଚନ: ପ୍ରେମାନନ୍ଦ ସଭାପତି, ଜିତେନ୍ଦ୍ର ସମ୍ପାଦକ

ଭୁବନେଶ୍ୱର, ୧୫।୭(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟ ସଫ୍ଟ ବେସ୍‌ବଲ୍‌ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ପ୍ରେମାନନ୍ଦ ବେହେରା ସଭାପତି ଓ ଜିତେନ୍ଦ୍ର ଦାସ ସମ୍ପାଦକ ଭାବେ ମନୋନିତ ହୋଇଛନ୍ତି। ରବିବାର ଏଠାରେ କ୍ରୀଡ଼ା ସଂଗଠକ ଯଶୋବନ୍ତ ପରମଗୁରୁଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଥିଲା।

ଏସିଆନ୍‌ ଗେମ୍ସ ମଶାଲ ରିଲେ ଆରମ୍ଭ

ଏସିଆନ୍‌ ଗେମ୍ସ ମଶାଲ ରିଲେ ଆରମ୍ଭ

ନୂଆଦିଲ୍ଲୀ,୧୫।୭(ପି.ଟି.)- ଜାକର୍ତ୍ତାଠାରେ ଅଗଷ୍ଟ ୧୮ରୁ ହେବାକୁ ଥିବା ୨୦୧୮ ଏସିଆନ୍‌ ଗେମ୍ସର ମଶାଲ ରିଲେ ରବିବାର ନୂଆଦିଲ୍ଲୀଠାରୁ ଆରମ୍ଭ ହୋଇଛି। ଏଥିରେ ଦେଶର ଜଣାଶୁଣା ଆଥ୍‌ଲେଟ୍‌ ଏମ.ସି.ମେରୀକମ୍‌, ପି. ଆର. ଶ୍ରୀଜେଶ, ସର୍ଦ୍ଦାର ସିଂ, ଜିତୁ ରୟ ଓ ଶରଥ କମଲ ଯୋଗଦେଇ ଥିଲେ।

ପୋଗବାଙ୍କୁ ବାର୍ସିଲୋନା ପକ୍ଷରୁ ପ୍ରସ୍ତାବ

ପୋଗବାଙ୍କୁ ବାର୍ସିଲୋନା ପକ୍ଷରୁ ପ୍ରସ୍ତାବ

ସୋଚୀ,୧୫।୭- ଫ୍ରାନ୍ସ ଖେଳାଳି ପଲ ପୋଗ୍‌ବାଙ୍କୁ ବାର୍ସିଲୋନା କ୍ଲବ ଏଜେଣ୍ଟ ମିନୋ ରାଇଲୋ ପ୍ରସ୍ତାବ ଦେଇଛନ୍ତି। ପୋଗ୍‌ବା ଚଳିତ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ଲାଗି ଖେଳୁଥିବା ମିଡ୍‌ ଫିଲ୍ଡର ଏବେ କ୍ଲବକୁ ଛାଡ଼ିବାକୁ ଚାହୁଁଛନ୍ତି।

ଥାଇଲାଣ୍ଡ ଓପନ: ସିନ୍ଧୁ ରନର୍ସଅପ୍‌

ଥାଇଲାଣ୍ଡ ଓପନ: ସିନ୍ଧୁ ରନର୍ସଅପ୍‌

ବ୍ୟାଙ୍କକ୍‌,୧୫।୭- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ଭାରତୀୟ ଶଟଲର ପି. ଭି. ସିନ୍ଧୁ ଚଳିତ ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ପ୍ରତିଯୋଗିତାର ଫାଇନାଲରେ ସିନ୍ଧୁ ୧୫-୨୧, ୧୮-୨୧ ଗେମ୍‌ରେ ଜାପାନର ନୋଜୋମି ଓକୁହାରାଙ୍କଠାରୁ ହାରି ଯାଇଛନ୍ତି।

ଟେଷ୍ଟରୁ ଟସ୍‌ ପ୍ରତ୍ୟାହାର ସପକ୍ଷରେ ଡୁପ୍ଲେସି

ଟେଷ୍ଟରୁ ଟସ୍‌ ପ୍ରତ୍ୟାହାର ସପକ୍ଷରେ ଡୁପ୍ଲେସି

ଗାଲେ,୧୫।୭(ପି.ଟି.)- ନିକଟରେ ଟେଷ୍ଟରୁ ଟସ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ଆଇସିସି ଗଭର୍ନିଂ ବଡି ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁପ୍ଲେସି ଏହି ପ୍ରସ୍ତାବ ସପକ୍ଷରେ ରହିଛନ୍ତି। ଟେଷ୍ଟରୁ ଟସ୍‌ ପ୍ରତ୍ୟାହୃତ ହେବା ଦ୍ୱାରା ଘରୋଇ ଦଳ ପିଚ୍‌ର ଫାଇଦା ଉଠାଇ ପାରିବ ନାହିଁ।

‘ଭାରତ ପକ୍ଷରୁ ଆଉ ଖେଳିପାରିଥାନ୍ତେ କୈଫ’

‘ଭାରତ ପକ୍ଷରୁ ଆଉ ଖେଳିପାରିଥାନ୍ତେ କୈଫ’

ନୂଆଦିଲ୍ଲୀ,୧୫।୭(ପି.ଟି.)- ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ ଏକ ସ୍ବତନ୍ତ୍ର ଅବସରରେ କ୍ରିକେଟର ଅବସର ନେଇଛନ୍ତି। ୨୦୦୨ ଜୁଲାଇ ୧୩ରେ ନାଟଓ୍ବେଷ୍ଟ ସିରିଜ୍‌ ଫାଇନାଲ ଜିତିବାର ଠିକ୍‌ ୧୬ ବର୍ଷ ପରେ କୈଫ କ୍ରିକେଟ କ୍ୟାରିୟର ଅନ୍ତ କରିଛନ୍ତି। ସେ ଅନ୍ତିମ ଥର ୨୦୦୬ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।ମାତ୍ର ସେ ଦେଶ ଲାଗି ଆହୁରି ଖେଳି ପାରିଥାନ୍ତେ ବୋଲି କହିଛନ୍ତି ବରିଷ୍ଠ ସ୍ପିନର ହରଭଜନ ସିଂ।

ଯୁବ ବକ୍ସିଂ: ଫାଇନାଲରେ ୧୩ ଭାରତୀୟ

ନୂଆଦିଲ୍ଲୀ,୧୫।୭(ପି.ଟି.)- ସର୍ବିଆର ସୁବୋଟିକାଠାରେ ଚାଲିଥିବା ୩୬ତମ ଗୋଲ୍ଡେନ ଗ୍ଲୋବ ଅଫ୍‌ ଭୋଜଭୋଡିନେ ଯୁବ ଟୁର୍ନାମେଣ୍ଟରେ ୧୩ ଜଣ ଭାରତୀୟ ବକ୍ସରମାନେ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସ୍ଥାନ ପାଇଥିବା ପ୍ରତ୍ୟେକ ବକ୍ସର ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି।

ଭାଇଙ୍କ ବିନା ମାଇକ ବ୍ରାୟନ ଜିତିଲେ ପ୍ରଥମ ଗ୍ରାଣ୍ଡସ୍ଲାମ

ଭାଇଙ୍କ ବିନା ମାଇକ ବ୍ରାୟନ ଜିତିଲେ ପ୍ରଥମ ଗ୍ରାଣ୍ଡସ୍ଲାମ

ଲଣ୍ଡନ,୧୫।୭(ଏପି)- ଆମେରିକାର ପୁରୁଷ ଡବଲ୍ସ ଟେନିସ୍‌ ସ୍ପେଶାଲିଷ୍ଟ ମାଇକ ବ୍ରାୟନ ପ୍ରଥମ ଥର ଲାଗି ଭାଇ ବବ୍‌ ବ୍ରାୟନଙ୍କ ବିନା କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ଚଳିତ ଓ୍ବିମ୍ବେଲଡନ ଓପନରେ ସେ ଜ୍ୟାକସକଙ୍କୁ ସାଥୀ କରି ଚାମ୍ପିୟନ ହୋଇଛନ୍ତି।

ହିମା ଦାସଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ  ରାଶି

ହିମା ଦାସଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି

ନୂଆଦିଲ୍ଲୀ,୧୫।୭- ଭାରତୀୟ ଆଥ୍‌ଲେଟ୍‌ ନୂଆ ସେନସେଶନ ହିମା ଦାସଙ୍କୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ପ୍ରସ୍ତୁତ ହେବା ଲାଗି ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ଯୋଜନା (ଟପ୍ସ) ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯାଇଛି।

ଫିଫା ବିଶ୍ୱକପ: ଫ୍ରାନ୍ସ-କ୍ରୋଏସିଆ ଫାଇନାଲ ଆଜି

ଫିଫା ବିଶ୍ୱକପ: ଫ୍ରାନ୍ସ-କ୍ରୋଏସିଆ ଫାଇନାଲ ଆଜି

ସେଣ୍ଟ ପିଟର୍ସବର୍ଗ,୧୫।୭: ଆଉ ଗୋଟିଏ ମ୍ୟାଚ ପରେ ଉଦ୍‌ଯାପିତ ହେବ ଫିଫା ବିଶ୍ୱକପର ୨୧ତମ ସଂସ୍କରଣ। ରବିବାର ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ଫାଇନାଲ। ଫ୍ରାନ୍ସ ଦ୍ୱିତୀୟଥର ଟାଇଟଲ ଜିତିବା ଆଶାରେ ରହିଥିବାବେଳେ ଇତିହାସ ରଚିବା କ୍ରୋଏସିଆର ଲକ୍ଷ୍ୟ।

Model This Week

ରୂପେଶ