ଫୁରସତ |

ସାଥୀଙ୍କୁ ଆକୃଷ୍ଟ କରିବାକୁ ରଙ୍ଗ ବଦଳାଏ ବେଙ୍ଗ

ସାଥୀଙ୍କୁ ଆକୃଷ୍ଟ କରିବାକୁ ରଙ୍ଗ ବଦଳାଏ ବେଙ୍ଗ
ଲଣ୍ଡନ: ମାଈ ସାଥୀକୁ ଆକୃଷ୍ଟ କରିବା ପାଇଁ ପୁରୁଷ ବେଙ୍ଗ ରଙ୍ଗ ପରିବର୍ତ୍ତନ କରିଥାଏ। ପ୍ରଜନନ ଋତୁରେ କିଭଳି ପୁରୁଷ ବେଙ୍ଗ ମାଇ ବେଙ୍ଗକୁ ନିଜ ପାଖକୁ ଆଣିଥାଏ ସେ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଗବେଷକ ଏହା ଜାଣିପାରିଛନ୍ତି। ବିଭିନ୍ନ ପ୍ରଜାତିର ବେଙ୍ଗ ନାନା ପ୍ରକାର ରଙ୍ଗ ପରିବର୍ତ୍ତନ କରିଥାନ୍ତି। କିଛି ପୁରୁଷ ବେଙ୍ଗ ସେମାନଙ୍କର ଶରୀରକୁ ଲାଳୁଆ ପଦାର୍ଥରେ ଆଛାଦିତ କରି ମାଈ ବେଙ୍ଗକୁ ପ୍ରଲୋଭିତ କରିବାକୁ ପ୍ରୟାସ କରନ୍ତି। ଅନ୍ୟ କେତେକ ଶରୀର ରଙ୍ଗକୁ ପରିବର୍ତ୍ତନ କରି ମାଟିଆ ଓ ଗାଢ଼ ସବୁଜ କରନ୍ତି। ସେଥିପାଇଁ ସେମାନଙ୍କ ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପଦାର୍ଥର ସଂରଚନାରେ ପରିବର୍ତ୍ତନ ହୋଇଥାଏ। ରଙ୍ଗ ପରିବର୍ତ୍ତନ ଦ୍ୱାରା ପୁରୁଷ ବେଙ୍ଗ ଶରୀରରୁ ଏକ ପ୍ରକାର ଯୌଗିକ ପଦାର୍ଥର ବାସ୍ନା ବାହାରିଥାଏ। ଯାହାକି ମାଈ ବେଙ୍ଗକୁ ପ୍ରଜନନ ପାଇଁ ଆକର୍ଷିତ କରିଥାଏ। ପୃଥିବୀର ପ୍ରାୟ ସମସ୍ତ ପ୍ରଜାତି ବେଙ୍ଗଙ୍କ ଠାରେ ଏପ୍ରକାର ପ୍ରବୃତ୍ତି ରହିଥାଏ ବୋଲି ବ୍ରିଟେନ୍‌ର ପ୍ରାଣୀତତ୍ତ୍ୱ ପ୍ରଫେସର ରାୟନା ବେଲ୍‌ କହିଛନ୍ତି। ଗବେଷକ ୨,୧୪୬ ପ୍ରଜାତିର ବେଙ୍ଗ ଉପରେ ଅଧ୍ୟୟନ କରି ଜାଣିଛନ୍ତି ଯେ, ୧୭୯ ପ୍ରଜାତିର ପୁରୁଷ ବେଙ୍ଗ ପ୍ରଜନନ ଋତୁରେ ସାଥୀକୁ ଆକର୍ଷିତ କରିବା ପାଇଁ ଏଭଳି କରିଥାନ୍ତି। ଏହି ଋତୁରେ ପୁରୁଷ ବେଙ୍ଗଙ୍କ ଶରୀରରେ କେତେକ ବାୟୋଲୋଜିକାଲ ପରିବର୍ତ୍ତନ ହୋଇଥାଏ। ମାଈ ସାଥୀଙ୍କ ଉଦ୍ଦେଶ୍ୟରେ ସେମାନେ ଶରୀରରୁ ପ୍ରାକୃତିକ ଆରୋମେଟିକ୍‌ ଉଦବାୟୀ ପଦାର୍ଥ ଛାଡିଥାନ୍ତି। ଏହାକୁ ଆଘ୍ରାଣ କରି ମାଈ ବେଙ୍ଗ ପୁରୁଷ ପାଖକୁ ଚାଲିଆସିଥାଏ ବୋଲି ଗବେଷକ କହିଛନ୍ତି। ବେଙ୍ଗଙ୍କ କ୍ଷେତ୍ରରେ ବାହ୍ୟ ପ୍ରଜନନ ପ୍ରକିୟା ହୋଇଥାଏ। ଏଥିପାଇଁ ମାଈ ବେଙ୍ଗର ଅଣ୍ଡା ଉପରେ ପୁରୁଷ ବେଙ୍ଗର ସ୍ପର୍ମାଟୋଜୋଆ ପଡିଥାଏ। ପରେ ବେଙ୍ଗଫୁଲାଙ୍‌ ଓ ଟ୍ୟାଡ୍‌ପୋଲ ଅବସ୍ଥା ଦେଇ ପୂର୍ଣ୍ଣାଙ୍ଗ ବେଙ୍ଗ ସୃଷ୍ଟି ହୋଇଥାଏ।
All Right Reserved By

ଫୁରସତ |

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ମଧ୍ୟପ୍ରଦେଶ ଶିବପୁରୀ ଦେଶର ସବୁଠାରୁ ବଡ଼ ରେଡ ଲାଇଟ୍‌ ଏରିଆ ଭାବେ ପରିଚିତି ହାସଲ କରିଛି। ଏଠାରେ ଘରେ ଘରେ ଯୁବତୀଙ୍କୁ ପରିବାର ଲୋକେ ଦେହବେପାର ପାଇଁ ଶିକ୍ଷା ଦିଅନ୍ତି। 

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। 

ସର୍ବସ୍ବାନ୍ତ କରିଛି କୋହୀନୂର...

ସର୍ବସ୍ବାନ୍ତ କରିଛି କୋହୀନୂର...

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ କରେ ଆକର୍ଷିତ। ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। 

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଇଟାଲୀରେ  ରହିଛି ଏପରି ଏକ ଦ୍ୱୀପ। ଏଠାକୁ ଯାଉଥିବା କୌଣସି ପ୍ରାଣୀ ଫେରି ଆସି ନ ଥାନ୍ତି। ଏହାକୁ ଆଇଲ୍ୟାଣ୍ଡ ଅଫ୍‌ ଡେଡ୍‌ ବା ମୃତ୍ୟୁର ଦ୍ୱୀପ କୁହାଯାଏ । 

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଓଡ଼ିଶାରେ ସର୍ବତ୍ର ଶକ୍ତି ପୀଠମାନ ରହିଛି। ପ୍ରତ୍ୟେକ ଶକ୍ତିପୀଠର ସ୍ବତନ୍ତ୍ରତା ଭିନ୍ନ। ସ୍ବତନ୍ତ୍ର ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ହେଲେ ମା’ ଓ ପୁଅଙ୍କ ପୂଜାର୍ଚ୍ଚନା ଶକ୍ତିପୀଠ ହୁଏତ ବିରଳ। ଗଞ୍ଜାମ ଜିଲା କଙ୍କୋରଡାରେ ରହିଛି ମା’ନାରାୟଣୀ ଶକ୍ତିପୀଠ, ଯେଉଁଠି ମାତା ଅମ୍ବିକା ଏବଂ ପୁତ୍ର ଗଣେଶ ରହିଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

୧୯୮୮-୮୯ ମସିହା ଘଟଣା। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜକୁ ଯାଇଥାଏ। ସେଠାରୁ ଫେରିଲା ବେଳକୁ ରାତି ୩ଟା ବାଜିଯାଇଥାଏ। 

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। 

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ସାଧାରଣତଃ ଚାକିରି ଖଣ୍ଡେ ପାଇଁ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ବିବାହ ପୂର୍ବରୁ ମନପସନ୍ଦର କନ୍ୟା ପାଇବା ପାଇଁ କେବେ ବର ପରୀକ୍ଷା ଦେବା କଥା ଶୁଣିଛନ୍ତି କି?

୪ ବୃହତ୍‌ ଗ୍ରହ ଆବିଷ୍କାର

୪ ବୃହତ୍‌ ଗ୍ରହ ଆବିଷ୍କାର

ଲଣ୍ଡନ: ବୈଜ୍ଞାନିକମାନେ ଏକ ନୂଆ ନକ୍ଷତ୍ରମଣ୍ଡଳରେ ୪ଟି ବୃହତ୍‌ ଗ୍ରହ ଆବିଷ୍କାର କରିଛନ୍ତି। ଏଗୁଡିକର ଆକୃତି ବୃହସ୍ପତି ଓ ଶନିଗ୍ରହ ସହିତ ସମାନ। ଉକ୍ତ ନକ୍ଷତ୍ର ‘ସିଆଇ ଟାଉ’ ୫୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ଏହା ଗାଲାକ୍ସିର ‘ନର୍ସରି’ ରିଜିୟନ୍‌ ମଧ୍ୟରେ ରହିଥିବା କେମ୍ବ୍ରିଜ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି।