ଫୁରସତ |

ଓସ୍କାର ଦୌଡ଼ରେ ‘ନ୍ୟୁଟନ୍‌’

ଓସ୍କାର ଦୌଡ଼ରେ ‘ନ୍ୟୁଟନ୍‌’
ବମ୍ବେ: ଅମିତ୍‌ ମସୁର୍‌କରଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ନ୍ୟୁଟନ୍‌’ ଭରତୀୟ ଫିଲ୍ମ ଭାବେ ଓସ୍କାର ଆଓ୍ବାର୍ଡ ୨୦୧୮ ଲାଗି ମନୋନୀତ ହୋଇଛି। ଫିଲ୍ମ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଆଇ) ଚୟନ କମିଟି ସଦସ୍ୟମାନେ ଏହାକୁ ଏକାଡେମୀ ଆଓ୍ବାର୍ଡ ଲାଗି ଚୟନ କରିଛନ୍ତି। ଏ ସମ୍ପର୍କରେ ଏଫ୍‌ଏଫ୍‌ଆଇ ମହାସଚିବ ସୁପ୍ରାଣ ସେନ୍‌ ଶୁକ୍ରବାର ସୂଚନା ଦେଇଛନ୍ତି। ଫିଲ୍ମର ମୁକ୍ତିଲାଭ ଦିନ ହିଁ ଏହାକୁ ଓସ୍କାର ଲାଗି ମନୋନୀତ କରାଯିବା ସୌଭାଗ୍ୟର ବିଷୟ। ‘ନ୍ୟୁଟନ୍‌’ ଏକ ବାସ୍ତବଧର୍ମୀ ଚଳଚ୍ଚିତ୍ର ଏବଂ ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ବେଶ୍‌ ଭଲ ରହିଛି। ଏହି ଖବର ଶୁଣି ସେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଅନୁଭବ କରିପାରୁଛନ୍ତି। ଫିଲ୍ମକୁ ଆଗକୁ ନେବା ଲାଗି ଆମେ ସବୁ ପ୍ରକାର ଉଦ୍ୟମ ଜାରିରଖିବୁ ବୋଲି ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ରାଜକୁମାର ରାଓ ପ୍ରକାଶ କରିଛନ୍ତି। ଏହାସହ ଫିଲ୍ମଟି ତାଙ୍କ କ୍ୟାରିୟର୍‌ର ସବୁଠାରୁ ଶ୍ରେଷ୍ଠ ଫିଲ୍ମ ବୋଲି ୩୩ ବର୍ଷୀୟ ରାଜକୁମାର ପ୍ରକାଶ କରିଛନ୍ତି। ମୁକ୍ତିଲାଭ ଦିନ ଦିଁ ‘ନ୍ୟୁଟନ୍‌’ ଓସ୍କାର ଦୌଡ଼ରେ ସାମିଲ ହେବା ବାସ୍ତବରେ ଦୁଇଗୁଣା ଖୁସିର ବିଷୟ ବୋଲି ନିର୍ଦ୍ଦେଶକ ମସୁର୍‌କର କହିଛନ୍ତି। ‘ନ୍ୟୁଟନ୍‌’ ହେଉଛି ଏକ ରାଜନୈତିକ ବ୍ୟଙ୍ଗାତ୍ମକ ଫିଲ୍ମ। ଛତିଶଗଡ଼ର ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ଜଣେ ନିର୍ବାଚନ ଅଧିକାରୀ ନିରପେକ୍ଷ ଏବଂ ସ୍ପଚ୍ଛ ମତଦାନ ପ୍ରକ୍ରିୟା କରିବା ଲାଗି ଯେଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହାକୁ ନେଇ କାହାଣୀଟି ଗତିଶୀଳ।
All Right Reserved By

ଫୁରସତ |

ପ୍ରେମ ପ୍ରତି ଆକର୍ଷିତ କରେ ପ୍ରେମିକା ପ୍ରେମିକଙ୍କ ମୁହଁର ଗଠନ

ପ୍ରେମ ପ୍ରତି ଆକର୍ଷିତ କରେ ପ୍ରେମିକା ପ୍ରେମିକଙ୍କ ମୁହଁର ଗଠନ

ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ଦେଖାଚାହାଁରୁ ଚିହ୍ନା। ସେଥିରୁ ପରିଚୟ ପରେ ମନରେ ଜାଗେ ପରସ୍ପର ପ୍ରତି ପ୍ରେମ ଭାବନା। ଏହା କାହିଁକି ହୁଏ? ଏନେଇ କାନାଡ଼ା  ନିପିସିଙ୍ଗ୍‌ ବିଶ୍ୱବିଦ୍ୟାଳୟର ଗବେଷକ ପ୍ରସ୍ତୁତ କରିଛନ୍ତି ଏକ ଗବେଷଣା ରିପୋର୍ଟ। 

କୂଅକୁ ଡେଇଁଲା ପୁଅ ଆଉ ବାହାରିଲା ବେଳକୁ ହୋଇଗଲା ଝିଅ

କୂଅକୁ ଡେଇଁଲା ପୁଅ ଆଉ ବାହାରିଲା ବେଳକୁ ହୋଇଗଲା ଝିଅ

ରାଜସ୍ଥାନ,୨୫।୯:   ଯୁବକଟିଏ କୂଅକୁ ଡେଇଁପଡିଲେ, କିନ୍ତୁ କୂଅରୁ ଉଠି ଆସିଲାବେଳକୁ ସେ ଯୁବତୀ ହୋଇଯାଇଥିଲେ। ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରାଜସ୍ଥାନର ରାଜପୁରା ଗାଁରେ। 

ବିବାହିତ ମହିଳା ଅଧିକ ରୋମାଣ୍ଟିକ୍‌

ବିବାହିତ ମହିଳା ଅଧିକ ରୋମାଣ୍ଟିକ୍‌

ବ୍ରିଟେନ୍‌ ବିଶ୍ୱବିଦ୍ୟାଳୟରେ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ବିଶେଷ କରି ପୁରୁଷମାନେ ବିବାହିତାଙ୍କ ପ୍ରତି ବେଶି ଆକର୍ଷିତ ହୁଅନ୍ତି। କାରଣ ଯୁବତୀମାନଙ୍କ ଅପେକ୍ଷା ଏମାନେ ଅଧିକ ରୋମାଣ୍ଟିକ୍‌। ଏପରିକି ଏମାନଙ୍କ ସହ ଡେଟିଂରେ ଯିବାକୁ ମଧ୍ୟ ପସନ୍ଦ କରନ୍ତି ଅନେକ ପୁରୁଷ। 

୪୯ ଦିନ ପରେ ସମୁଦ୍ରରୁ ଉଦ୍ଧାର ହେଲେ ଯୁବକ : କେବଳ ପୋଡା ମାଛ ହିଁ ଥିଲା ଆହାର

୪୯ ଦିନ ପରେ ସମୁଦ୍ରରୁ ଉଦ୍ଧାର ହେଲେ ଯୁବକ : କେବଳ ପୋଡା ମାଛ ହିଁ ଥିଲା ଆହାର

ଜାକର୍ତ୍ତା, ୨୬।୯: ଦୀର୍ଘ ୪୯ ଦିନ ଧରି ସମୁଦ୍ର ଭିତରେ ରହି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଇଣ୍ଡୋନେସିଆର ଜଣେ ଯୁବକ।

୪୦୦ରୁ ଉର୍ଦ୍ଧ୍ୱ ଜୀବଜନ୍ତୁଙ୍କ ସହ ରହୁଛନ୍ତି ଜଣେ ବ୍ୟକ୍ତି

୪୦୦ରୁ ଉର୍ଦ୍ଧ୍ୱ ଜୀବଜନ୍ତୁଙ୍କ ସହ ରହୁଛନ୍ତି ଜଣେ ବ୍ୟକ୍ତି

ବିଶ୍ୱରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଅଜବ ସଉକ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଫ୍ରାନ୍ସର ନାଟେନ୍ସ ସହରରେ ରହୁଥିବା ୬୭ ବର୍ଷୀୟ ଫିଲିପ ଗିଲେଟ।

 ଜୋତାର  ମୂଲ୍ୟ ୧୨୩ କୋଟି

ଜୋତାର ମୂଲ୍ୟ ୧୨୩ କୋଟି

ଆବୁଧାବି: ଦୁନିଆର ସବୁଠୁ ମୂଲ୍ୟବାନ ଜୋତା ବୁଧବାର ଏଠାରେ ଲଞ୍ଚ୍‌ ହେବାକୁ ଯାଉଛି। ହୀରା ଏବଂ ଖାଣ୍ଟି ସୁନା ଖଚିତ ଏହି ବିଳାସମୟ ଫୁଟଓ୍ବିୟର୍‌ର ଡିଜାଇନ୍‌ ଓ ପ୍ରସ୍ତୁତି ଦୀର୍ଘ ୯ମାସ ଧରି ଚାଲିଥିଲା। ଦି ପାସନ୍‌ ଡାଇମଣ୍ଡ ସୁଜ୍‌ର ମୂଲ୍ୟ ୬୨.୪ ନିୟୁତ ଦିରହାମ୍‌ (୧୭ ନିୟୁତ ଆମେରିକୀୟ ଡଲାର ବା ୧୨୩ କୋଟି ଟଙ୍କା)। ଏହି ଜୋତା ଦୁଇଟିରେ ଶହ ଶହ ହୀରା ଖଚିତ ହୋଇଛି।

ଚା ପ୍ରିୟ ସହର ବେଙ୍ଗାଲୁରୁ

ଚା ପ୍ରିୟ ସହର ବେଙ୍ଗାଲୁରୁ

ଚେନ୍ନାଇ: ଭାରତୀୟମାନେ ଡେଲିଭରି କମ୍ପାନିରୁ କେବଳ ଖାଦ୍ୟ ମଗାନ୍ତି ନାହିଁ ସେମାନେ ଚା ଓ କଫି ଭଳି ପାନୀୟ ମଧ୍ୟ ମଗାଇ ଥାଆନ୍ତି। ‘ଉବର ଇଟ୍‌ସ’ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।

ଧାର୍ମିକ ଭାବନା ସୃଷ୍ଟି ହେବାର ରହସ୍ୟ...

ଧାର୍ମିକ ଭାବନା ସୃଷ୍ଟି ହେବାର ରହସ୍ୟ...

ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଧାର୍ମିକ ଭାବନାର ରହସ୍ୟ ଏବେ ଜଣାପଡିଛି। ଦୀର୍ଘଦିନ ଅନୁଧ୍ୟାନ କରିବା ପରେ  ବେଜିଂ ବିଶ୍ୱବିଦ୍ୟାଳୟର ଗବେଷକ ଏ ସମ୍ପର୍କରେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି। 

କୋ-ଏଜୁକେସନ ସ୍କୁଲରେ  ଭଲ ପଢ଼ନ୍ତି  ଛାତ୍ର,କାହିଁକି...

କୋ-ଏଜୁକେସନ ସ୍କୁଲରେ ଭଲ ପଢ଼ନ୍ତି ଛାତ୍ର,କାହିଁକି...

ସ୍କୁଲରେ ଛାତ୍ରୀ ଛାତ୍ରଙ୍କ ଉପସ୍ଥିତି ନେଇ ପାଠପଢ଼ାରେ ପ୍ରଭାବ ପଡିଥାଏ। ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ସ୍କୁଲ ବା କୋ-ଏଜୁକେସନ୍‌ ସ୍କୁଲରେ ଛାତ୍ରମାନେ ଭଲ ପାଠ ପଢ଼ିଥାନ୍ତି  ବୋଲି ଓହିଓ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

ଏସବୁ କାର୍ଯ୍ୟ ପ୍ରତି ମହିଳାଙ୍କ ଥାଏ ଆଗ୍ରହ...

ଏସବୁ କାର୍ଯ୍ୟ ପ୍ରତି ମହିଳାଙ୍କ ଥାଏ ଆଗ୍ରହ...

ପୁରୁଷଙ୍କ ତୁଳନାରେ ମହିଳା ସାମାଜିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରନ୍ତି। ମହିଳା ସାମାଜିକ କାର୍ଯ୍ୟକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ପୁରୁଷ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବାବେଳେ ମହିଳା ସାହି ପଡିଶାରେ ଦୁଃଖରେ ରହୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ 

ଶାରୀରିକ ସମ୍ପର୍କ ଚାହାନ୍ତିନି ଅଧିକାଂଶ ପୁରୁଷ...

ଶାରୀରିକ ସମ୍ପର୍କ ଚାହାନ୍ତିନି ଅଧିକାଂଶ ପୁରୁଷ...

ଅନେକ ଭାବନ୍ତି ଯେ, ପୁରୁଷମାନେ ଶାରୀରିକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି। ମାତ୍ର ଚାଇନା ବେଜିଂ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକାଂଶ ପୁରୁଷ ଶାରୀରିକ ସମ୍ପର୍କ ଚାହିଁ ନ ଥାନ୍ତି। ପୁରୁଷମାନେ ପ୍ରେମାଳପ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି।

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ଜର୍ମାନୀର ମ୍ୟୁନିଖ୍‌ ସହରର ବିଶ୍ୱର ସର୍ବବୃହତ୍‌ ବିୟର୍‌ ଫେଷ୍ଟିଭାଲ୍‌ ‘ଅକ୍ଟୋବର ଫେଷ୍ଟ୍‌’ ଆରମ୍ଭ ହୋଇଯାଇଛି। ଏହା ୧୭ ଦିନ ଧରି ଚାଲିବ।