ରାଜ୍ୟ | ବାଲେଶ୍ୱର

ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା: ମୟୂରଭଞ୍ଜକୁ ୩୦ ପଦକ

ବାରିପଦା ଅଫିସ,୩ା୬- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଗତ ଫେବୃଆରୀ ୯ରୁ ୧୨ତାରିଖ ପର୍ଯ୍ୟନ୍ତ ବାରିପଦାଠାରେ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ସେମାନେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲା ଖେଳାଳୀ ସମୁଦାୟ ୩୦ ପଦକ ହାସଲ କରି ଜିଲାକୁ ଗୌରବାନ୍ବିତ କରିଛନ୍ତି। ସେଥିରେ ୮ଟି ସ୍ବର୍ଣ୍ଣ , ୧୧ଟି ସିଲଭର ଏବଂ ୧୧ଟି ବ୍ରୋଞ୍ଜ ପଦକ ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲା ଫୁଟବଲ ଟିମ ମଧ୍ୟ ଚାମ୍ପିୟନ ହୋଇଛି। ସ୍ଥାନୀୟ ପୋଲିସ ପଡ଼ିଆଠାରେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ୩୦ଟି ଜିଲାର ଜନଜାତି ବର୍ଗର ୧୪ବର୍ଷରୁ କମ ବାଳକ ବାଳିକା ଏବଂ ୧୭ବର୍ଷରୁ ଅଧିକ ଓ ୩୫ବର୍ଷରୁ କମ ଯୁବତୀଯୁବକଙ୍କ ମଧ୍ୟରେ ଦଳଗତ ଭାବେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ,ମୟୂରଭଞ୍ଜ ଜିଲାରେ ଅନୁଷ୍ଠିତ ଜନଜାତି କ୍ରୀଡା ପ୍ରତିଯୋଗିତାରେ ଆଥଲେଟ ବିଭାଗରେ ବିଶେଷ କରି ଦୌଡ, ଲମ୍ବଡିଆଁ,ଉଚ୍ଚ ଡିଆଁ, ଜାଭଲିନ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ଖୋକୋ,ଫୁଟବଲ, ତୀରନ୍ଦାଜ ଆଦି ପ୍ରତିଯୋଗିତା ମଧ୍ୟ ସାମିଲ ହୋଇଥିଲା। ତେବେ ଏହି ସବୁ ବିଭାଗରେ ଜିଲାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶନିବାର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ଏହି ପଦକ ଜିତିଥିବା କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଜିଲାପାଳ ବିନିତ ଭରଦ୍ୱାଜ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ, ପିଏଲଆଇଟିଡିଏ ବିଜନ କୁମାର ଥମ୍ବ, ଜିଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକ ବିବେକାନନ୍ଦ ସାହୁ, ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଜିଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଣ୍ଣ ଜିତିଥିବା ପ୍ରତିଯୋଗୀମାନେ ହେଲେ,ସିନିୟର ବାଳିକା ବିଭାଗରେ ୪ଶହ ମିଟର ଦୌଡରେ ନନ୍ଦୀ କୋଦା, ସିନିୟର ବିଭାଗର ତୀରନ୍ଦାଜରେ ଫାଗୁ ଟୁଡୁ, ସବଜୁନିୟର ବାଳିକା ବିଭାଗର ୧୫ଶହ ମିଟର ଦୌଡରେ ଦିବ୍ୟାରାଣୀ ନାଏକ, ସବଜୁନିୟର ବାଳକ ବିଭାଗର ୪ଶହ ମିଟର ଦୌଡରେ ସୀତୁ ପରିୟାଲ,୧୫ଶହ ମିଟର ଦୌଡରେ ପଙ୍କଜ ସୋରେନ ଓ ଜୁନିୟର ବାଳକ ବିଭାଗରେ ୧୫ଶହ ମିଟର ଦୌଡରେ କିସୁ ସୋରେନ ସ୍ବର୍ଣ୍ଣପଦକ ହାସଲ କରିଛ‘ି।
All Right Reserved By

ରାଜ୍ୟ | ବାଲେଶ୍ୱର

ଆଜି ଆସୁଛନ୍ତି ମୋଦି, ୨୬ରେ ଆସିବେ ରାହୁଲ

ଭୁବନେଶ୍ୱର, ୨୩।।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ଭାଜପା ଓ କଂଗ୍ରେସର କେନ୍ଦ୍ରୀୟ ନେତା ପ୍ରଚାର ପାଇଁ ଆସିବେ। ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଆସନ ପାଇଁ ଭୋଟ୍‌ ହେବ। ଭାଜପା ଏଥର ଓଡ଼ିଶାର ଲୋକ ସଭା ଆସନ ଉପରେ ବିଶେଷ ନଜର ରଖିଛି।

ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌କୁ ମାଡ଼ ଘଟଣା: ଜେଲରୁ ଡାକ୍ତରଖାନା ଗଲେ ମହାରଥୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ/ ପିପିଲି (ଡି.ଏନ.ଏ.),୨୩।୪: ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସୋମବାର ମହାରଥୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା।

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର  ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୩ା୪(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସୋମବାର ସନ୍ଧ୍ୟା ୫ଟାରେ କାଳବୈଶାଖୀଜନିତ ବର୍ଷା, ତୋଫାନ ଜନ ସାଧାରଣଙ୍କୁ ଆତଙ୍କିତ କରିଛି ।

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ କଳାହାଣ୍ଡି ଜିଲା ନର୍ଲା ତହସିଲ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗ ଅଞ୍ଚଳରେ ଚାଲିଥିବା ଉତ୍‌ଖନନ ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଏଥିରୁ ଏଏସ୍‌ଆଇ ହାତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିଛି।

ଆଜି ବିଶ୍ୱ ପୁସ୍ତକ ଦିବସ  ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଆଜି ବିଶ୍ୱ ପୁସ୍ତକ ଦିବସ ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଭୁବନେଶ୍ୱର,୨୩।୪(ସସ୍ମିତା ପାଇକରାୟ): ପୁସ୍ତକ, କାହା ପାଇଁ ମନୋରଞ୍ଜନର ମାଧ୍ୟମ ତ କାହା ପାଇଁ ଜ୍ଞାନର ପରିଭାଷା। ଭାଷା ଓ ବିଷୟ ଯାହା ହୋଇଥାଉ ନା କାହିଁକି, ମଣିଷ ପାଇଁ ଏହା ସୁଖଦୁଃଖର ସାଥୀ। ହେଲେ ସମୟ ସହ ତାଳଦେଇ ବଦଳିଛି ପୁସ୍ତକର ପରିଭାଷା। 

ଆଜି ୭ ଜିଲାକୁ ସତର୍କ ସୂଚନା

ଆଜି ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଦୁଇଦିନ ହେବ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରହୁଥିବା ବେଳେ ସୋମବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ କରାଯାଇଛି।

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି:  ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି: ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଛି। ରବିବାର ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ମାଡ଼ ହୋଇଛି।

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ:  ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ: ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ହକି ବିଶ୍ୱକପ୍‌ ଲାଗି ଭୁବନେଶ୍ୱରକୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ବିଶ୍ୱକପ୍‌ ଆୟୋଜନ ସହ ସହରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। 

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ପାଠ୍ୟକ୍ରମ ଶେଷ ହୋଇନି। କିନ୍ତୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡ଼ିକରେ ମେ’ ୪ରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖରେ ସରିବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି।

ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା:  ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା: ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବଡବିଲ, ୨୩ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ପିଏଚ୍‌ଡି ରୋଡସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ପାନୀୟଜଳ ଅଭାବ ଦେଖାଦେଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ଯୋଗୁ ଏହି ଅଞ୍ଚଳକୁ ପମ୍ପ ଯୋଗେ ଜଳ ଯୋଗାଣ ହୋଇପାରୁନାହିଁ। ସ୍ଥାନୀୟ ବାସିନ୍ଦା ଏଥିରେ ଅତିଷ୍ଠ ହୋଇ ସୋମବାର ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ଥାନା ଆଇଆଇସି ସୁଶାନ୍ତ ଦାଶ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାଶୁଝା କରିଥିଲେ। ପିଏଚଡି ପାନୀୟ ଜଳଯୋଗାଣ ଟାଙ୍କି ପହଞ୍ଚିଥିଲା। ତଥାପି ଲୋକେ ଆନ୍ଦୋଳନରୁ ହଟି ନ ଥିଲେ। ନିରବଚ୍ଛିନ୍ନ ଭାବେ ପାନୀୟ ଜଳଯୋଗାଣ ନିମନ୍ତେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରିବାକୁ ଦାବି କରିଥିଲେ। ପୌରନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସି ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପାଣି ପମ୍ପକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଦାବି ପୂରଣ ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। 

ସଫଳ ବ୍ୟାଡ଼ମିଣ୍ଟନ ଖେଳାଳି ସମ୍ମାନିତ

ସଫଳ ବ୍ୟାଡ଼ମିଣ୍ଟନ ଖେଳାଳି ସମ୍ମାନିତ

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ବାଲେଶ୍ୱର ବ୍ୟାଡ୍‌ମିଣ୍ଟନ କ୍ଲବର ଖେଳାଳିମାନଙ୍କୁ କ୍ଲବର ବରିଷ୍ଠ ସଦସ୍ୟ ବିନୟ ଶାହା, ସିଦ୍ଧାର୍ଥ ଦାସ, ଅଜୟ ଦୋଷି, ବିଶ୍ୱଜିତ ଦାସ, ସପନ ବିଶ୍ୱାଳ ପ୍ରମୁଖ ସମ୍ମାନିତ କରିଛନ୍ତି। ବାଲେଶ୍ୱର ବ୍ୟାଡ୍‌ମିଣ୍ଟନର ପ୍ରମୁଖ ଯୋଡ଼ି ଜୟପ୍ରକାଶ ଓ ରାହୁଲ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲାରେ ଆୟୋଜିତ ୨୫ରୁ ଅଧିକ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରବୀନ୍ଦ୍ର ପାଣିଗ୍ରାହୀ, ପୀୟୁଷ ରାଉତ, ଗୌରୀଶଙ୍କର ରଥ, ଶୁଭ୍ରାଂଶୁ ଚୌଧୁରୀ, ସନ୍ତୋଷ ସାହୁ, ସାଇ ସତ୍ୟଶ୍ରୀ ନାୟକ ପ୍ରମୁଖ ୩୦ରୁ ଅଧିକ ବିଜେତା ଓ ଉପବିଜେତା ହୋଇଥିଲେ। ଖେଳାଳିଙ୍କ ଏହି କୃତିତ୍ୱ ପାଇଁ ବାଲେଶ୍ୱରର ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରଶଙ୍କର ବିଶିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ବ୍ୟାଡ଼ମିଣ୍ଟନ ଖେଳରେ ଆଗ୍ରହ ରଖୁଥିବା ଖେଳାଳିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ବାଲେଶ୍ୱର ବ୍ୟାଡ଼ମିଣ୍ଟନ କ୍ଲବର ସଭାପତି ସିଦ୍ଧାର୍ଥ ଦାସ ପ୍ରତିଶ୍ରୁତି ଦେଇଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri