ଫୁରସତ |

ଫୁକୁଶିମା ଆଣବିକ କେନ୍ଦ୍ର ନିକଟରୁ ମିଳିଲା ବିଶ୍ୱଯୁଦ୍ଧ ବେଳର ବୋମା

ଫୁକୁଶିମା ଆଣବିକ କେନ୍ଦ୍ର ନିକଟରୁ ମିଳିଲା ବିଶ୍ୱଯୁଦ୍ଧ ବେଳର ବୋମା

ଟୋକିଓ, ୧୧।୮(ଏ.ଏଫ.ପି.):ଜାପାନର ଅଚଳ ହୋଇପଡିଥିବା ଫୁକୁଶିମା ପରମାଣୁ କେନ୍ଦ୍ର ପରିସରରୁ ଗୁରୁବାର ମିଳିଛି ଏକ ବୋମା। ଏହି ବୋମାଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହାର ତଦନ୍ତ ପାଇଁ ପୋଲିସକୁ କୁହାଯାଇଛି।  ସୂଚନା ଅନୁଯାୟୀ ମିଳିଥିବା ବୋମାଟିର ଲମ୍ବ ୮୫ ସେଣ୍ଟିମିଟର(୨.୯ଫୁଟ)। ବିଶ୍ୱଯୁଦ୍ଧ ସମୟରେ ଆମେରିକା ଏହାକୁ ଜାପାନ ଉପରେ ନିକ୍ଷେପ କରିଥିବା ବିଶ୍ୱାସ କରାଯାଉଛି। ଫୁକୁଶିମା ପରମାଣୁ କେନ୍ଦ୍ର ରିଆକ୍ଟରଗୁଡିକ ନିକଟରେ ଏକ ପାର୍କିଂସ୍ଥଳ ନିର୍ମାଣରେ ନିୟୋଜିତ ଶ୍ରମିକମାନେ ଏହି ବୋମାଟିକୁ ପାଇଛନ୍ତି। ଫୁକୁଶିମା ଅପରେଟର ଟୋକିଓ ଇଲେକଟ୍ରିକ ପାଓ୍ବାର କର୍ପୋରେର୍ଶନ (ଟିଇପିସିଓ)ର ଜଣେ ମୁଖପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି।
ତୁରନ୍ତ ପୋଲିସକୁ ଖବର ଦିଆଯିବା ସହ ସେଠାରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ସେଠାରୁ ପ୍ରାୟ ଏକ କିଲୋମିଟର ଅଞ୍ଚଳକୁ ଘେରାଓ କରି ରଖାଯାଇଛି। ପ୍ରକାଶ ଯେ, ୨୦୧୧ ମାର୍ଚ୍ଚରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟି ସୁନାମି ଆସିବା ଯୋଗୁ ଫୁକୁଶିମା ପରମାଣୁ କେନ୍ଦ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ଜାପାନ ଏବେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସକାଶେ ଉଦ୍ୟମ କରୁଛି। ସେହି କେନ୍ଦ୍ର ପରିସରରୁ ଉକ୍ତ ଅଫୁଟା ବୋମା ମିଳିବା ଘଟଣା ପୁନଃ କାର୍ଯ୍ୟକ୍ଷମ କାର୍ଯ୍ୟକୁ ପ୍ରଭାବିତ କରିବ ନାହିଁ ବୋଲି ଟିଇପିସିଓ ପକ୍ଷରୁ କୁହାଯାଇଛି। ବୋମାଟିକୁ ପରୀକ୍ଷା ନିରୀକ୍ଷା କରିବା ସକାଶେ ପୋଲିସ ଦେଶର ସାମରିକ ବାହିନୀରୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌କୁ ଡାକିଛି। ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାର ୭୨ ବର୍ଷ ବିତିଗଲାଣି। ଏହାସତ୍ତ୍ୱେ ଜାପାନର ବିଭିନ୍ନ ଅଞ୍ଚଳରୁ ବେଳେ ବେଳେ ଆମେରିକାର ଅଫୁଟା ବୋମା ମିଳୁଛି। ବିଶେଷ କରି ଜାପାନର ଦକ୍ଷିଣାଞ୍ଚଳରେ ଥିବା ଦ୍ୱୀପ ଓକିନାଓ୍ବାରୁ ଏଭଳି ଅଫୁଟା ବୋମା ମିଳୁଛି। ବିଶ୍ୱଯୁଦ୍ଧ ଶେଷ ବେଳକୁ ଏହି ଦ୍ୱୀପାଞ୍ଚଳରେ ଅତ୍ୟନ୍ତ ଲୋମହର୍ଷଣକାରୀ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ସେତେବେଳେ ଉତ୍ତରପୂର୍ବ ଜାପାନର ଫୁକୁଶିମା କେନ୍ଦ୍ର ଆଖପାଖ ଅଞ୍ଚଳରେ ଜାପାନର ଏକ ସାମରିକ ବିମାନବନ୍ଦର ଥିଲା। ତେଣୁ ଆମେରିକା ଯୁଦ୍ଧବିମାନଗୁଡିକ ଏହି ସ୍ଥାନକୁ ଟାର୍ଗେଟ କରି ପ୍ରଚୁର ବୋମା ନିକ୍ଷେପ କରିଥିଲା। 

All Right Reserved By

ଫୁରସତ |

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ବିବାହ ଉତ୍ସବ ହେଉ ଅବା ପୂଜା ପାର୍ବଣ ଏଥିପାଇଁ ଦରକାର ପୂଜା ସାମଗ୍ରୀ ଏବଂ ପଣ୍ଡିତ। ଅନେକ ସମୟରେ ବିଶେଷ କରି ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ସମୟରେ ପଣ୍ଡିତ ଜଣେ ମିଳିବା କାଠିକର ପାଠ ହୋଇଥାଏ।

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ଜାପାନରେ ଏକ ରେଷ୍ଟୁରାଣ୍ଟରେ ଚନ୍ଦା ଗ୍ରାହକଙ୍କୁ ସ୍ବତନ୍ତ୍ର ପ୍ରକାର ରିହାତି ଦିଆଯାଇଥାଏ। ରେଷ୍ଟୁରାଣ୍ଟରେ ଚନ୍ଦା ଲୋକଙ୍କ ପାଇଁ ରହିଛି ବିଶେଷ ସୁବିଧା। ଏଠାକୁ ଆସି ଚନ୍ଦା ବ୍ୟକ୍ତି ନିଜକୁ ଭାଗ୍ୟବାନ ମନେ କରିବା ସହିତ ସେମାନଙ୍କ ମନୋବଳ ଦୃଢ଼ ହୋଇଥାଏ ବୋଲି କୁହନ୍ତି ରେଷ୍ଟୁରାଣ୍ଟ ମାଲିକ। ରେଷ୍ଟୁରାଣ୍ଟର ମାଲିକାଣୀ ଯୋଶିକା ଟୋୟୋଡୋଙ୍କ କହିବା ଅନୁଯାୟୀ ଜାପାନରେ ବୟସ ବଢ଼ିବା ସହିତ ଚନ୍ଦା ହେବା ଏକ ମାମୁଲି କଥା।

ଗଛ କାଟିଲେ ବାହାରୁଛି ରକ୍ତ

ଗଛ କାଟିଲେ ବାହାରୁଛି ରକ୍ତ

ମଧ୍ୟପ୍ରଦେଶ: ଗଛ କାଟିଲେ ସାଧାରଣତଃ ଅଠା ବା ଗଛର କ୍ଷୀର ବାହାରିଥାଏ। ହେଲେ ମଧ୍ୟପ୍ରଦେଶର ଏକ ଗାଁରେ ଥିବା ଗଛକୁ କାଟିଲେ ରକ୍ତ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ କଥାଟା ସତ ବୋଲି ଗ୍ରାମବାସୀ ମତ ଦିଅନ୍ତି। ଜାଳେଣି ଉଦ୍ଦେଶ୍ୟରେ ଜଣେ ଯୁବକ ଏକ ଗଛ କାଟିବାରୁ ଏଥିରୁ ଲାଲ ରଙ୍ଗର ଅଠାଳିଆ ଅଂଶ ବାହାରିବାରୁ ସେ ଚମକି ପଡିଥିଲେ। ଏକଥା ଗ୍ରାମବାସୀ ମିଛ ଭାବି ଗଛ ନିକଟକୁ ଯାଇ ଦେଖିବା ବେଳକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି  ଆକର୍ଷିତ ହୁଅନ୍ତି ପୁରୁଷ

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ପୁରୁଷ

ପୂର୍ବରୁ ବିବାହ ପାଇଁ ଜଣେ ପୁରୁଷ ନିଜ ବୟସଠାରୁ କମ୍‌ ବୟସର ନାରୀଙ୍କୁ ପସନ୍ଦ କରୁଥିଲେ। ଲୋକକଥା ଅନୁଯାୟୀ ମହିଳାମାନଙ୍କର ଆୟୁଷ କମ୍‌ ହୋଇଥିବାରୁ ଏପରି କଥାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ସମୟର ପରିବର୍ତ୍ତନ ସହ ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି।

କଥା ଛୋଟ, ହେଲେ..

କଥା ଛୋଟ, ହେଲେ..

ନିମ୍ନୋକ୍ତ କେତୋଟି ବିଷୟରେ ଆମେ ହୁଏତ ଅଳ୍ପ ବହୁତ ଅବଗତ ହୋଇଥାଇପାରୁ, ହେଲେ ଠିକ୍‌ ସମୟରେ ଅନେକେ ଏହାକୁ ଉପଯୋଗ କରିବାରେ ସଫଳ ହୋଇ ନ ଥାନ୍ତି । ଏକ ସୁସ୍ଥ ଜୀବନ ପାଇଁ ଏଭଳି ଟିପ୍ସ ଆପଣେଇ ପାରନ୍ତି...

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ସୋସିଆଲ ସାଇଟ୍‌ର ବ୍ୟବହାର ଆଜିକାଲି କେତେ ବଢ଼ିଯାଇଛି, ତାହା କହିବା ବାହୁଲ୍ୟ। ଅନେକେ ଏହା ସହ ଓତଃପ୍ରୋତ ଭାବରେ ଜଡ଼ିତ ରହୁଛନ୍ତି। ପୁଣି କେତେକେ ଅଧିକାଂଶ ସମୟ ସୋସିଆଲ ସାଇଟ୍‌ ସହ ସମୟ ବିତାଉଛନ୍ତି। ହେଲେ ଏହାର ବହୁଳ ବ୍ୟବହାର ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ।

ହାଇଟେକ୍‌ ଶାର୍ଟ

ହାଇଟେକ୍‌ ଶାର୍ଟ

ଆଜିକାଲି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କାରିଗରି ବିଦ୍ୟା ବଳରେ ଅନେକ କାମ କମ୍‌ ସମୟ ମଧ୍ୟରେ ସମ୍ପାଦନ କରିହେଉଛି। ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯାଇ ସଫଳତା ମିଳିବାର ନଜିର ମଧ୍ୟ ଅନେକ ରହିଛି। ନିକଟରେ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏଭଳି ଏକ ସ୍ମାର୍ଟ ଶାର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ବିଭିନ୍ନ କାର୍ଯ୍ୟରେ ଲଗାଯାଇପାରିବ।

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଇସିଜି ସୁଦର୍ଶନ

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଇସିଜି ସୁଦର୍ଶନ

“ସୁଦର୍ଶନ ୧୯୬୩ ମସିହାରେ କ୍ୱାଣ୍ଟମ୍‌ ଆଲୋକ ବିଜ୍ଞାନ ଉପରେ ଗବେଷଣା କରିଥିଲେ। ଏହା ଭଲଭାବେ ଜଣା ଯେ ଆଲୋକର କ୍ୱାଣ୍ଟମ୍‌ ପ୍ରକୃତି ଅଛି। ମାତ୍ର ଏହି ପ୍ରକୃତି ସବୁଠାରେ ଦେଖାଯାଏ ନାହିଁ। ଉଦାହରଣ ସ୍ବରୂପ, ଗୋଟିଏ ବିଜୁଳିବତିରେ ଆଲୋକ କଣିକା ବା ଫୋଟନକୁ ସାଧାରଣ ଭାବେ ବୁଝାଇହେବ। ଆଲୋକର କେଉଁ ପରିସ୍ଥିତିରେ କ୍ୱାଣ୍ଟମ୍‌ ପ୍ରକୃତି ଦେଖାଦେବ ଏବଂ ଅନ୍ୟ କେଉଁ ପରିସ୍ଥିତିରେ ଏହାର ରୀତିସିଦ୍ଧ ପ୍ରକୃତି ଦେଖାଦେବ, ତାହାକୁ ସୁଦର୍ଶନ ଗାଣିତିକ ଭାବେ ଉପସ୍ଥାପନ କରିଥିଲେ।”

ବିଚିତ୍ର ବ୍ରହ୍ମାଣ୍ଡ

ବିଚିତ୍ର ବ୍ରହ୍ମାଣ୍ଡ

ବିଶ୍ୱାସ କରାଯାଏ ଯେ, ଆଗକୁ ପ୍ରାୟ ୧୪ରୁ ୧୫ ହଜାର ନିୟୁତ ବର୍ଷ ପୂର୍ବେ ଏକ ପ୍ରଚଣ୍ଡ ବିସ୍ଫୋରଣ ଫଳରେ ବ୍ରହ୍ମାଣ୍ଡର ଉତ୍ପତ୍ତି ଘଟିଲା। ବିଶ୍ୱତତ୍ତ୍ୱବିତ୍‌ମାନେ ଏହାକୁ ନାମିତ କରିଛନ୍ତି ବ୍ରହ୍ମ ବିସ୍ଫୋଟ ବା ବିଗ୍‌ବ୍ୟାଙ୍ଗ୍‌ ରୂପେ। ଏହାର ବହିର୍ଗାମୀ ବଳ ହେତୁ ଏଥିରୁ ଉତ୍ପନ୍ନ ଶକ୍ତି ପ୍ରସାରିତ ହେବାକୁ ଆରମ୍ଭ କଲା ଏବଂ ବସ୍ତୁ ସୃଷ୍ଟି କଲେ।

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଜିସାଟ୍‌-୧୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)। ମହାକାଶ ସଂସ୍ଥାନ ରବିବାର ଏହି ପ୍ରୋଜେକ୍ଟକୁ ଅନୁମତି ଦେଇଛି। ୫,୭୦୦ କି.ଗ୍ରା. ଓଜନ ବିଶିଷ୍ଟ ଜିସାଟ୍‌-୧୧କୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ୍‌ ଗାଏନା ଅନ୍ତର୍ଗତ କୌରୁଠାରୁ ମେ ୨୬ରେ ଉତ୍‌କ୍ଷେପଣ କରିବା ଲାଗି ନିର୍ଦ୍ଧାରଣ କରାଯାଇଥିଲା।

ଏଭରେଷ୍ଟ ପାଲଟିଲାଣି ଅଳିଆଗଦା

ଏଭରେଷ୍ଟ ପାଲଟିଲାଣି ଅଳିଆଗଦା

କାଠମାଣ୍ଡୁ: ଦୀର୍ଘ ଦଶନ୍ଧି ଧରି ବ୍ୟବସାୟିକ ଧର୍ମୀ ପର୍ବତାରୋହଣ ଯୋଗୁ ମାଉଣ୍ଟ ଏଭରେଷ୍ଟ ବିଶ୍ୱର ଉଚ୍ଚତମ ଅଳିଆ ଗଦାରେ ପରିଣତ ହୋଇଯାଇଛି। ଦିନକୁ ଦିନ ପ୍ରତିଯୋଗିତାମୂଳକ ଭାବେ ବିଶ୍ୱର ଉଚ୍ଚତମ ଶୃଙ୍ଗରେ ଗୋଟିଏ ପରେ ଗୋଟିଏ ଇତିହାସ ଲେଖାଯାଉଛି। କିନ୍ତୁ ରେକର୍ଡ ସହ ପର୍ବତାରୋହୀ ପଛରେ ଛାଡ଼ି ଆସୁଥିବା ମଣିଷର ପଦଚିହ୍ନ ପରିବେଶ ସୁରକ୍ଷା କର୍ମୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ଦୀର୍ଘାୟୁ ହେବାପାଇଁ...

ଦୀର୍ଘାୟୁ ହେବାପାଇଁ...

ମର୍ନିଂଓ୍ବାକ୍‌ରେ ଯାଉଥିବା ଲୋକଙ୍କ ମନରେ ଧାରଣା ଥାଏ ଯେ ଶୀଘ୍ର ଚାଲିଲେ ବା ଦୌଡିଲେ ଶରୀର ବେଶି ଦିନ ସୁସ୍ଥ ରୁହେ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଦୀର୍ଘାୟୁ ଲାଗି ସପ୍ତାହକୁ ଏକ ଘଣ୍ଟା ଧୀରେ ଧୀରେ ଦୌଡିବା ଭଲ। ଡେନମାର୍କର କୋପେନହାଗେନ୍‌ସ୍ଥିତ ପ୍ରେଡରିକ୍ସବର୍ଗ ହସ୍ପିଟାଲର ଗବେଷକମାନେ ଏହି ମତ ଦେଇଛନ୍ତି।

Model This Week

ପ୍ରଭାତ