ଫୁରସତ |

ଜୁରାସିକ୍‌ ଯୁଗର ଉଡନ୍ତା ସ୍ତନ୍ୟପାୟୀ ଜୀବାଶ୍ମ ମିଳିଲା

ଜୁରାସିକ୍‌ ଯୁଗର ଉଡନ୍ତା ସ୍ତନ୍ୟପାୟୀ ଜୀବାଶ୍ମ ମିଳିଲା

ଓ୍ବାଶିଂଟନ: ଜୁରାସିକ୍‌ ଯୁଗରେ ପୃଥିବୀରେ ବାସ କରୁଥିବା ସବୁଠାରୁ ପୁରାତନ ଉଡନ୍ତା ସ୍ତନ୍ୟପାୟୀ ଜୀବର ଜୀବାଶ୍ମ ମିଳିଛି। ଏହି ସ୍ତନ୍ୟପାୟୀ ୧୬୦ ନିୟୁତ ବର୍ଷ ତଳେ ପୃଥିବୀରେ ବାସ କରୁଥିଲେ ବୋଲି ଚାଇନାର ବେଜିଂ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ତିଆଓଜିସାନ୍‌ଠାରୁ ମିଳିଥିବା ଦୁଇଟି ଜୀବାଶ୍ମରୁ ବୈଜ୍ଞାନିକମାନେ ଜାଣିପାରିଛନ୍ତି।  ଆଧୁନିକ ଉଡନ୍ତା ସ୍ତନ୍ୟପାୟୀଙ୍କ ୧୦୦ ନିୟୁତ ବର୍ଷ ପୂର୍ବରୁ ସେମାନେ ପୃଥିବୀରେ ବାସ କରୁଥିଲେ। ସେମାନଙ୍କର ଲମ୍ବା ଡେଣା ତାଙ୍କୁ ଉଡି ବୁଲିବାରେ ସହାୟତା କରୁଥିଲା।
ମିଳିଥିବା ଜୀବାଶ୍ମ ମଲୋପଟାଜିଓମ୍‌ ଫରକୁଲିଫେରମ୍‌ ଏବଂ ଭିଲିଭୋଲଡୋନପ୍ଳୋମିଲୋସ୍‌ର ବୋଲି ଚିକାଗୋ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଜି-ହି ଲୁ କହିଛନ୍ତି।  ଡାଇନୋସର ଯୁଗରେ ବାସ କରୁଥିବା ବିଭିନ୍ନ ସ୍ତନ୍ୟପାୟୀଙ୍କ ମଧ୍ୟରୁ ଏହି ପୁରାତନ ସ୍ତନ୍ୟପାୟୀର ଜୀବନଶୈଳୀ ଗବେଷକଙ୍କୁ ଚକିତ କରିଛି। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ସ୍ତନ୍ୟପାୟୀଙ୍କ ଜୈବ ବିବର୍ତ୍ତନ ପ୍ରକ୍ରିୟା ସମ୍ଭବତଃ ଜୁରାସିକ୍‌ ଯୁଗର ଏହି ଉଡନ୍ତା ପ୍ରାଣୀଠାରୁ ଆରମ୍ଭ ହୋଇଥିବା ଗବେଷକ ଆକଳନ କରୁଛନ୍ତି। ଭୂମିରେ ବାସ କରୁଥିବା ସ୍ତନ୍ୟପାୟୀ ତୁଳନାରେ ଏହି ପ୍ରଜାତିଙ୍କର ଉଡନ୍ତା ଗୁଣ୍ଡୁଚି ଓ ବାଦୁଡି ଭଳି ଡେଣା ଥିଲା। ଉତ୍ତରଆମେରିକା ଏବଂ ଏସିଆରେ ଦେଖାଯାଉଥିବା ଉଡନ୍ତା ଗୁଣ୍ଡୁଚି, ଆଫ୍ରିକାର ସ୍କେଲି ଟେଲଡ୍‌ ଗ୍ଲାଇଡର୍‌, ଅଷ୍ଟ୍ରେଲିଆର ମାରସୁପିଆଲ ସୁଗାର ଗ୍ଲାଇଡର୍‌ ଏବଂ ଦକ୍ଷିଣ-ପୂର୍ବ ଏସିଆର କୋଲୁଗସ୍‌ ଆଦିଙ୍କ ସହିତ ଜୁରାସିକ୍‌ ଯୁଗର ସ୍ତନ୍ୟପାୟୀର ଅନେକ ସାମଞ୍ଜସ୍ୟ ରହିଛି ବୋଲି ଲୁ କହିଛନ୍ତି। ଏହି ବୃହତକାୟ ସ୍ତନ୍ୟପାୟୀ ତୃଣଭୋଜି ଥିଲେ। ସେମାନଙ୍କର ଡେଣା ବେକର ନିମ୍ନ ଅଂଶରେ ସଂଯୋଗ ହୋଇଥିଲା।  ଜୁରାସିକ ଯୁଗରେ ଫର୍ଣ୍ଣ, ସାଇକାଡସ୍‌, ଗିଙ୍ଗକୋସ୍‌ ଏବଂ ଉଚ୍ଚ କର୍ନିଫରସ୍‌ ପ୍ରଜାତିର ଗଛର ଉତ୍ପତ୍ତି ହୋଇଥିଲା। ଏହି ବୃହତ ସ୍ତନ୍ୟପାୟୀ ଏସବୁ ଗଛକୁ ଖାଦ୍ୟ ରୂପେ ବ୍ୟବହାର  କରୁଥିଲେ। ଜୁରାସିକ୍‌ ଯୁଗର ଏହି ଉଡନ୍ତା ସ୍ତନ୍ୟପାୟୀର ଜୀବନଶୈଳୀ ରୋଚକ ଥିଲା। ଏହାର ଖାଦ୍ୟ ଗ୍ରହଣ ପ୍ରକ୍ରିୟା ଓ ଚଳପ୍ରଚଳ ଶୈଳୀ ଗବେଷକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି ବୋଲି ଚିକାଗୋ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ଡେଭିଡ୍‌ ଗ୍ରୋସିନିକେଲ କହିଛନ୍ତି।
ଓ୍ବାଶିଂଟନ: ଜୁରାସିକ୍‌ ଯୁଗରେ ପୃଥିବୀରେ ବାସ କରୁଥିବା ସବୁଠାରୁ ପୁରାତନ ଉଡନ୍ତା ସ୍ତନ୍ୟପାୟୀ ଜୀବର ଜୀବାଶ୍ମ ମିଳିଛି। ଏହି ସ୍ତନ୍ୟପାୟୀ ୧୬୦ ନିୟୁତ ବର୍ଷ ତଳେ ପୃଥିବୀରେ ବାସ କରୁଥିଲେ ବୋଲି ଚାଇନାର ବେଜିଂ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ତିଆଓଜିସାନ୍‌ଠାରୁ ମିଳିଥିବା ଦୁଇଟି ଜୀବାଶ୍ମରୁ ବୈଜ୍ଞାନିକମାନେ ଜାଣିପାରିଛନ୍ତି।  ଆଧୁନିକ ଉଡନ୍ତା ସ୍ତନ୍ୟପାୟୀଙ୍କ ୧୦୦ ନିୟୁତ ବର୍ଷ ପୂର୍ବରୁ ସେମାନେ ପୃଥିବୀରେ ବାସ କରୁଥିଲେ। ସେମାନଙ୍କର ଲମ୍ବା ଡେଣା ତାଙ୍କୁ ଉଡି ବୁଲିବାରେ ସହାୟତା କରୁଥିଲା। ମିଳିଥିବା ଜୀବାଶ୍ମ ମଲୋପଟାଜିଓମ୍‌ ଫରକୁଲିଫେରମ୍‌ ଏବଂ ଭିଲିଭୋଲଡୋନପ୍ଳୋମିଲୋସ୍‌ର ବୋଲି ଚିକାଗୋ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଜି-ହି ଲୁ କହିଛନ୍ତି।  ଡାଇନୋସର ଯୁଗରେ ବାସ କରୁଥିବା ବିଭିନ୍ନ ସ୍ତନ୍ୟପାୟୀଙ୍କ ମଧ୍ୟରୁ ଏହି ପୁରାତନ ସ୍ତନ୍ୟପାୟୀର ଜୀବନଶୈଳୀ ଗବେଷକଙ୍କୁ ଚକିତ କରିଛି। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ସ୍ତନ୍ୟପାୟୀଙ୍କ ଜୈବ ବିବର୍ତ୍ତନ ପ୍ରକ୍ରିୟା ସମ୍ଭବତଃ ଜୁରାସିକ୍‌ ଯୁଗର ଏହି ଉଡନ୍ତା ପ୍ରାଣୀଠାରୁ ଆରମ୍ଭ ହୋଇଥିବା ଗବେଷକ ଆକଳନ କରୁଛନ୍ତି। ଭୂମିରେ ବାସ କରୁଥିବା ସ୍ତନ୍ୟପାୟୀ ତୁଳନାରେ ଏହି ପ୍ରଜାତିଙ୍କର ଉଡନ୍ତା ଗୁଣ୍ଡୁଚି ଓ ବାଦୁଡି ଭଳି ଡେଣା ଥିଲା। ଉତ୍ତରଆମେରିକା ଏବଂ ଏସିଆରେ ଦେଖାଯାଉଥିବା ଉଡନ୍ତା ଗୁଣ୍ଡୁଚି, ଆଫ୍ରିକାର ସ୍କେଲି ଟେଲଡ୍‌ ଗ୍ଲାଇଡର୍‌, ଅଷ୍ଟ୍ରେଲିଆର ମାରସୁପିଆଲ ସୁଗାର ଗ୍ଲାଇଡର୍‌ ଏବଂ ଦକ୍ଷିଣ-ପୂର୍ବ ଏସିଆର କୋଲୁଗସ୍‌ ଆଦିଙ୍କ ସହିତ ଜୁରାସିକ୍‌ ଯୁଗର ସ୍ତନ୍ୟପାୟୀର ଅନେକ ସାମଞ୍ଜସ୍ୟ ରହିଛି ବୋଲି ଲୁ କହିଛନ୍ତି। ଏହି ବୃହତକାୟ ସ୍ତନ୍ୟପାୟୀ ତୃଣଭୋଜି ଥିଲେ। ସେମାନଙ୍କର ଡେଣା ବେକର ନିମ୍ନ ଅଂଶରେ ସଂଯୋଗ ହୋଇଥିଲା।  ଜୁରାସିକ ଯୁଗରେ ଫର୍ଣ୍ଣ, ସାଇକାଡସ୍‌, ଗିଙ୍ଗକୋସ୍‌ ଏବଂ ଉଚ୍ଚ କର୍ନିଫରସ୍‌ ପ୍ରଜାତିର ଗଛର ଉତ୍ପତ୍ତି ହୋଇଥିଲା। ଏହି ବୃହତ ସ୍ତନ୍ୟପାୟୀ ଏସବୁ ଗଛକୁ ଖାଦ୍ୟ ରୂପେ ବ୍ୟବହାର  କରୁଥିଲେ। ଜୁରାସିକ୍‌ ଯୁଗର ଏହି ଉଡନ୍ତା ସ୍ତନ୍ୟପାୟୀର ଜୀବନଶୈଳୀ ରୋଚକ ଥିଲା। ଏହାର ଖାଦ୍ୟ ଗ୍ରହଣ ପ୍ରକ୍ରିୟା ଓ ଚଳପ୍ରଚଳ ଶୈଳୀ ଗବେଷକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି ବୋଲି ଚିକାଗୋ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ଡେଭିଡ୍‌ ଗ୍ରୋସିନିକେଲ କହିଛନ୍ତି।

All Right Reserved By

ଫୁରସତ |

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ କି ? ଏହାକୁ କିପରି ସମାଧାନ କରିବେ ବାଟ ପାଉ ନାହାନ୍ତି? ତେବେ ଏ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏପରି କ୍ଷେତ୍ରରେ ଆପଣଙ୍କୁ ସହଯୋଗର ହାତ ବଢ଼ାଇବ ସ୍ମାର୍ଟ ରୋବୋ। ହେଲେ କିପରି ?

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣ ଯେତିକି ସାପ ଦେଖାଯାନ୍ତି ତନ୍ମଧ୍ୟରୁ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା(ରସଲ ଭାଇପର), ଧୂଳିଆ ବୋଡ଼ା(ସ’ ସ୍କେଲ୍‌ଡ ଭାଇପର), ଡାଳୁଆ ବୋଡ଼ା(ବାମ୍ବୋ ପିଟ୍‌ ଭାଇପର), ଅହିରାଜ(କିଙ୍ଗ୍‌ କୋବ୍ରା) ଆଦି ବିଷଧର ଅଟନ୍ତି।

ଫର୍ମାଲିନ ଆତଙ୍କ

ଫର୍ମାଲିନ ଆତଙ୍କ

ଫର୍ମାଲଡିହାଇଡ୍‌ ଏକ ଜୈବିକ ରାସାୟନିକ ଦ୍ରବ୍ୟ ଯାହା ପ୍ରକୃତିରେ ଉପଲବ୍ଧ ଥାଏ। ସର୍ବପ୍ରଥମେ ରୁଷିଆ ବୈଜ୍ଞାନିକ ଆଲେକଜାଣ୍ଡର ବଟଲେର ୧୮୫୯ରେ ଏହାକୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଭନ୍‌ ହଫମ୍ୟାନ୍‌ ଏହାକୁ ଚିହ୍ନିତ କରିଥିଲେ। ୪୦ ଭାଗ ଫର୍ମାଲଡିହାଇଡ୍‌ ଜଳରେ ମିଶାଇଲେ ତାହାକୁ ଫର୍ମାଲିନ୍‌ କୁହାଯାଏ।

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ କରିଛନ୍ତି। ଆଫ୍ରିକାର ଭ୍ମାସୀ ଗାଁରେ ଘଟିଛି ଏପରି ଏକ ଘଟଣା। ୩୩ ବର୍ଷ ବୟସ୍କା ହେଉଛନ୍ତି ନୋମବେଲିସୋ ନୋମାସନ୍ତୋ ଦ୍ମୋୟୀ।

ପୁରୁଣା ବହି ବଜାର

ପୁରୁଣା ବହି ବଜାର

ବିଦ୍ୟାର୍ଥୀଙ୍କ ଇଏ ହେଉଛି ପ୍ରିୟ ବଜାର। ଏଠାରେ ପାଠପଢ଼ା ହେଉ ବା ଚାକିରି ସମ୍ପର୍କିତ ଯେକୌଣସି ବହି ମିଳେ। ପୂରା-ଅଧାଦାମରେ। ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାରର ବିଦ୍ୟାର୍ଥୀମାନେ ବେଶୀ ନିର୍ଭର କରନ୍ତି ଏହି ବଜାର ଉପରେ। ଇଏ ହେଲା ଭୁବନେଶ୍ୱରର ପୁରୁଣା ବହି ବଜାର।

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ସିନିୟର ରେସିଡେନ୍ସ (ମେଡିସିନ) ଭାବେ କାର୍ଯ୍ୟରତ ଡା. ଶଙ୍କର ରାମଚନ୍ଦାନୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ମଣିଷର ଚାଲିଚଳନ, ବ୍ୟବହାରରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ। ତେବେ ମନୋବିଜ୍ଞାନୀଙ୍କ ଅନୁଯାୟୀ ଆପଣଙ୍କ ବସିବାର ଶୈଳୀରୁ ମଧ୍ୟ ଜାଣିହେବ ଆପଣ କେଉଁ ପ୍ରକାରର ବ୍ୟକ୍ତି।

କୁକୁରଙ୍କ ପାଇଁ ମହଲ

କୁକୁରଙ୍କ ପାଇଁ ମହଲ

ଅନେକ କୁକୁର ପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ଆରାମ ଏବଂ ସୁବିଧା ସୁଯୋଗ ପାଇଁ ବେଶ୍‌ ଯତ୍ନବାନ ଥା’ନ୍ତି। କିନ୍ତୁ ପୃଥିବୀରେ ଏଭଳି ମଧ୍ୟ କିଛି କୁକରପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ପାଇଁ ନିର୍ମାଣ କରିଛନ୍ତି ବିଳାସପୂର୍ଣ୍ଣ ମହଲ।

ପାର୍କ ନୁହେଁ ଇଏ ଘର

ପାର୍କ ନୁହେଁ ଇଏ ଘର

ଛୋଟ ପିଲାଙ୍କୁ ସ୍ଲାଇଡ୍‌ ବା ଖସଡ଼ାରେ ଖସିବାକୁ କେତେ ଭଲ ଲାଗେ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ସବୁ ପାର୍କରେ ଥାଏ ସ୍ଲାଇଡ୍‌। ତେବେ ଜାପାନର ଷ୍ଟୁଡିଓ ଲେଭଲ୍‌ ଆର୍କିଟେକ୍ଟ ଏମିତି ଏକ ତିନି ମହଲା ଘର ତିଆରି କରିଛନ୍ତି, ଯେଉଁ ଘରକୁ ଦେଖିଲେ ସମସ୍ତଙ୍କ ପିଲାଦିନ କଥା ମନେ ପଡ଼ିଯିବ।

ଲେଗୋର କଳାକୃତି

ଲେଗୋର କଳାକୃତି

କିଏ ରଙ୍ଗ ତୂଳୀରେ ତ କିଏ ମାଟି, ବ୍ରୋଞ୍ଜ ଓ ଅନ୍ୟାନ୍ୟ ଧାତୁରେ ଗଢନ୍ତି କଳାକୃତି। ତେବେ ନ୍ୟୁୟର୍କର ନାଥନ ସଓ୍ବାୟଙ୍କ କଳାକୃତି ତିଆରି ଛୋଟ ପିଲାମାନେ ଖେଳୁଥିବା ଲେଗୋ ବ୍ରିକ୍ସରେ। ନାଥନ ଜଣେ ଓକିଲ ଥିଲେ କିନ୍ତୁ ଏହି କଳାରେ ସମ୍ପୂର୍ଣ୍ଣ ମନୋନିବେଶ କରି ପୃଥିବୀର ଏକ ନାମକରା ଲେଗୋ ଆର୍ଟିଷ୍ଟ ହେବା ପାଇଁ ସେ ଓକିଲାତି ଛାଡିଦେଲେ।

ଛେଳିଙ୍କ ସ୍ବୟଂବର

ଛେଳିଙ୍କ ସ୍ବୟଂବର

ପୌରାଣିକ ଯୁଗରେ ସୁନ୍ଦରୀ ସର୍ବଗୁଣସମ୍ପନ୍ନା ରାଜକୁମାରୀଙ୍କ ସ୍ବୟଂବର ହେଉଥିଲା। ବହୁ ରାଜ୍ୟର ପ୍ରବଳ ପ୍ରତାପୀ ରାଜା ମହାରାଜା ଏଥିରେ ଯୋଗ ଦେଉଥିଲେ। ଆଉ ରାଜକୁମାରୀ ସେମାନଙ୍କ ଭିତରୁ, ଯାହାକୁ ନିଜ ଜୀବନସାଥୀ ଭାବେ ଚୟନ କରୁଥିଲେ ତାଙ୍କ ସହ ତାଙ୍କର ବିବାହ ହେଉଥିଲା। ଏବେ ଆଉ ଏହି ପରମ୍ପରା ନାହିଁ।

ରଙ୍ଗିନ୍‌ ଏକ୍ସ-ରେ ଉଦ୍ଭାବନ

ରଙ୍ଗିନ୍‌ ଏକ୍ସ-ରେ ଉଦ୍ଭାବନ

ଓ୍ବେଲିଂଟନ୍‌: ଉଭୟ ଡାକ୍ତର ଏବଂ ରୋଗୀଙ୍କ ପାଇଁ ଖୁସି ଖବର। ନିକଟରେ ନ୍ୟୁଜିଲାଣ୍ଡର ବୈଜ୍ଞାନିକମାନେ ପ୍ରଥମ କରି ୩-ଡି, କଲର୍‌ ଏକ୍ସ-ରେ ଦ୍ୱାରା ମଣିଷର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗର ରଙ୍ଗିନ୍‌ ଫଟୋଚିତ୍ର ଉତ୍ତୋଳନ କରିବାକୁ ସକ୍ଷମ ହୋଇଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ଏକ ଐତିହାସିକ ଉଦ୍ଭାବନ ଭାବେ ଦେଖାଯାଉଛି।

Model This Week

ରୂପେଶ