ଫୁରସତ |

ରାଣୀ ଏଲିଜାବେଥ୍‌ଙ୍କ ଖେଳନା କଣ୍ଢେଇ ନିଲାମ ହେବ

ରାଣୀ ଏଲିଜାବେଥ୍‌ଙ୍କ ଖେଳନା କଣ୍ଢେଇ ନିଲାମ ହେବ
ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ୯୦ବର୍ଷ ତଳେ ପିଲାଦିନେ ଯେଉଁ ମିକି ଓ ମିନି ନାମକ ଦୁଇଟି ମୂଷାକଣ୍ଢେଇ ଧରି ଖେଳୁଥିଲେ ତାହା ନିଲାମ ହେବାକୁ ଯାଉଛି। ଏହି ଖେଳନା ଦୁଇଟିକୁ ରାଜପ୍ରାସାଦର ପୂର୍ବତନ ସେବାକାରିଣୀ କ୍ଲାରା ନାଇଟଙ୍କୁ ଦିଆଯାଇଥିଲା। ରାଣୀଙ୍କ ମାଆ ବିଭିନ୍ନ ରାଜକୀୟ ଉତ୍ସବରେ ନିୟୋଜିତ ରହୁଥିଲାବେଳେ ନାଇଟ୍‌ ଏଲିଜାବେଥ୍‌ଙ୍କ ଯନତ୍ ନେଉଥିଲେ। ନାଇଟ୍‌ଙ୍କର ନିଜର ପିଲା ନ ଥିଲେ ମଧ୍ୟ ମିସ୍‌ ନାଇଟ୍‌ ଖ୍ରୀଷ୍ଟମାସ ସମୟରେ ଏହି କଣ୍ଢେଇ ଏବଂ ପିନ୍ଧାବସ୍ତ୍ରକୁ ତାଙ୍କ ପରିବାରକୁ ପଠାଇ ଦେଉଥିଲେ। ମିସ୍‌ ନାଇଟ୍‌ ୧୯୪୬ରେ ମୃତ୍ୟୁବରଣ କଲେ। କିନ୍ତୁ ସେ ସଂଗ୍ରହ କରିଥିବା ସାମଗ୍ରୀ ଦୀର୍ଘ ୭୧ବର୍ଷ ଧରି ତାଙ୍କ ପରିବାର ଲୋକେ ସାଇତିକରି ରଖିଛନ୍ତି। ଏହିସବୁ ସାମଗ୍ରୀ ମଧ୍ୟରେ ୨୦ଟି ବସ୍ତ୍ର ରହିଛି। ସେଗୁଡିକ ମଧ୍ୟରୁ କିଛି ସିଲ୍କ ଏବଂ ଲିନେନ୍‌ରେ ପ୍ରସ୍ତୁତ ହୋଇଥିବା ବେଳେ ଆଉ କିଛି ହାତ ତିଆରି ତନ୍ତୁରେ ପ୍ରସ୍ତୁତ ହୋଇଥିଲା। ଏହା ମଧ୍ୟରେ ରହିଛି ଗୋଲାପି ରଙ୍ଗର ସିଲ୍କ ଜ୍ୟାକେଟ୍‌ ଯାହାକୁ ରାଣୀଙ୍କ ମା’ ବ୍ୟବହାର କରୁଥିଲେ। ମିକି ଓ ମିନି ମାଉସ୍‌ ସମେତ ୫ଟି କଣ୍ଢେଇ ନିଲାମ ହେବାକୁ ଯାଉଛି। ଏହାକୁ ବ୍ରିଟେନ୍‌ର ପାରମ୍ପରିକ କଣ୍ଢେଇ ନିର୍ମାତା ଡିନ୍ସ ରାଗ୍‌ ବୁକ୍‌ କମ୍ପାନୀ ପ୍ରସ୍ତୁତ କରିଥିଲା। ୧୯୨୦ରେ ନିର୍ମିତ ଏହି କଣ୍ଢେଇଗୁଡିକୁ ସୁନ୍ଦର ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା। ମିସ୍‌ ନାଇଟ୍‌ଙ୍କ ୟୁନିଫର୍ମ ମଧ୍ୟ ନିଲାମରେ ସାମିଲ ହୋଇଛି। ଇଷ୍ଟ ସସେକ୍ସର ମ୍ୟାଟ୍‌ ଏଲିନ୍‌ କମ୍ପାନୀ ଏହି ସାମଗ୍ରୀ ଗୁଡ଼ିକର ନିଲାମ କରୁଛି।
All Right Reserved By

ଫୁରସତ |

ମହିଳାଙ୍କ ମେଦବହୁଳତା ବଢ଼ାଏ ବେଡ୍‌ ଲାଇଟ୍‌...

ମହିଳାଙ୍କ ମେଦବହୁଳତା ବଢ଼ାଏ ବେଡ୍‌ ଲାଇଟ୍‌...

ଶୋଇଲାବେଳେ କେତେକେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି। ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। 

ପ୍ରେମିକାପ୍ରେମିକ ପରସ୍ପରକୁ ଇମ୍ପ୍ରେସ୍‌ କରିବା ପାଇଁ କୁହନ୍ତି ଅନେକ ମିଛ...

ପ୍ରେମିକାପ୍ରେମିକ ପରସ୍ପରକୁ ଇମ୍ପ୍ରେସ୍‌ କରିବା ପାଇଁ କୁହନ୍ତି ଅନେକ ମିଛ...

ପ୍ରେମରେ ପରସ୍ପରକୁ ଇମ୍ପ୍ରେସ୍‌ କରିବା ଲାଗି ପ୍ରେମିକାପ୍ରେମିକ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେମାନେ ନିଜ ସାଥୀ ସମ୍ମୁଖରେ ଦେଖାଇଥାନ୍ତି ବାକ୍‌ଚାତୁରୀ।

୨ କେୟାରଟେକର ଆବଶ୍ୟକ: ଦରମା ମିଳିବ ୯୧ ଲକ୍ଷ

୨ କେୟାରଟେକର ଆବଶ୍ୟକ: ଦରମା ମିଳିବ ୯୧ ଲକ୍ଷ

ସାନ୍‌ ଫ୍ରାନ୍‌ସିସ୍‌କୋ: ଆମେରିକାର କାଲିଫର୍ଣ୍ଣିଆ ଦ୍ୱୀପରେ ‘ଇଷ୍ଟ ବ୍ରଦର ଲାଇଟ୍‌ ଷ୍ଟେଶନ୍‌’ ନାମକ ଏକ ଲାଇଟ୍‌ ହାଉସ୍‌ ଅବସ୍ଥିତ। ଯାହାର ରକ୍ଷଣାବେକ୍ଷଣ ପାଇଁ ୨ କେୟାରଟେକର ଆବଶ୍ୟକ। ଏଥିପାଇଁ  ବାହାରିଥିବା ବିଜ୍ଞାପନ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ ରହିଛି। ଆଶ୍ଚର୍ଯ୍ୟର କଥା ହେଲା ଏହି ୨ କେୟାରଟେକରଙ୍କୁ ୯୧ ଲକ୍ଷରୁ ଅଧିକ ଦରମା ଦିଆଯିବ।

ଦୁଇଟି ସାଇନ୍ସ ଚ୍ୟାନେଲ ଲଞ୍ଚ୍‌

ଦୁଇଟି ସାଇନ୍ସ ଚ୍ୟାନେଲ ଲଞ୍ଚ୍‌

ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ପ୍ରସାରଣକାରୀ ଦୂରଦର୍ଶନ ପକ୍ଷରୁ ମଙ୍ଗଳବାର ଡିଡି ସାଇନ୍ସ ଏବଂ ଇଣ୍ଡିଆନ୍‌ ସାଇନ୍ସ ନାମରେ ଦୁଇଟି ସାଇନ୍ସ ଚ୍ୟାନେଲ ଲଞ୍ଚ୍‌ କରାଯାଇଛି। ଫ୍ରି ଟୁ ଏୟାର ଚ୍ୟାନେଲ ଲଞ୍ଚ୍‌ କରି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଲେ, ବୈଜ୍ଞାନିକ ପଦ୍ଧତିର ବିକାଶ ଜରୁରୀ ଆବଶ୍ୟକ ହୋଇଥିବା ବେଳେ ୨୪/୭ ଚ୍ୟାନେଲ୍‌ ଲଞ୍ଚ୍‌ କରିବା ପାଇଁ ଅନ୍ତିମ ଲକ୍ଷ୍ୟ ରଖାଯାଇଛି।

ଶ୍ୟାମଳ ଯୁବକଙ୍କୁ ଅଧିକ ପସନ୍ଦ କରନ୍ତି  ସୁନ୍ଦରୀ ଯୁବତୀ...

ଶ୍ୟାମଳ ଯୁବକଙ୍କୁ ଅଧିକ ପସନ୍ଦ କରନ୍ତି ସୁନ୍ଦରୀ ଯୁବତୀ...

ସୁନ୍ଦରୀ ଯୁବତୀ ଶ୍ୟାମଳ ଯୁବକଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଏନେଇ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। 

ଏହି ମହିଳା ଆଲିଙ୍ଗନ କଲେ ଦୂର ହୁଏ ରୋଗ

ଏହି ମହିଳା ଆଲିଙ୍ଗନ କଲେ ଦୂର ହୁଏ ରୋଗ

ଆଲିଙ୍ଗନ କଲେ ଆପଣାପଣ ବଢେ ବୋଲି କୁହାଯାଏ। କିନ୍ତୁ ଆମେରିକାର ଜଣେ ମହିଳା ଆଲିଙ୍ଗନ କରି ରୋଗ ଚିକିତ୍ସା କରୁଛନ୍ତି। କଥାଟା ସିନା ବିଶ୍ୱାସ ହେଉନି ହେଲେ ଏହା ଶହେ ପ୍ରତିଶତ ଶତ ବୋଲି କୁହାଯାଉଛି। 

ପ୍ରତିଦିନ ୧୦ଟି ଝିଟିପିଟି ଖାଆନ୍ତି ଏହି ବ୍ୟକ୍ତି

ପ୍ରତିଦିନ ୧୦ଟି ଝିଟିପିଟି ଖାଆନ୍ତି ଏହି ବ୍ୟକ୍ତି

ମଧ୍ୟପ୍ରଦେଶ ମୈନା ଗାଁର କୈଳାଶଙ୍କୁ ସଭିଏଁ ବିଷପୁରୁଷ ବୋଲି କୁହନ୍ତି। କୈଳାଶ ପ୍ରତିଦିନ ୧୦ଟି ଝିଟିପିଟି ଖାଇଥାନ୍ତି। 

କାହିଁକି ରାତିରେ ଦହି ଖାଇବା ମନା...

କାହିଁକି ରାତିରେ ଦହି ଖାଇବା ମନା...

ସାଧାରଣତଃ ରାତିରେ ଦହି ଖାଇବାକୁ ମନା କରାଯାଇଥାଏ। କାରଣ ଏହା ଶରୀରର ସ୍ବାଭାବିକ ମେଟାବୋଲିକ୍‌ ପ୍ରକିୟାରେ ବାଧା ସୃଷ୍ଟି କରିଥାଏ। 

କୁମ୍ଭମେଳାରେ ନାଗାସାଧୁଙ୍କ ମଡର୍ଣ୍ଣ ଲୁକ୍‌, କେହି ଲାପ୍‌ଟପ୍‌ ଚଳାଉଥିଲେ ତ କେହି କଳାଚଷମା ପିନ୍ଧି ଦେଉଥିଲେ ଆର୍ଶିବାଦ

କୁମ୍ଭମେଳାରେ ନାଗାସାଧୁଙ୍କ ମଡର୍ଣ୍ଣ ଲୁକ୍‌, କେହି ଲାପ୍‌ଟପ୍‌ ଚଳାଉଥିଲେ ତ କେହି କଳାଚଷମା ପିନ୍ଧି ଦେଉଥିଲେ ଆର୍ଶିବାଦ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି କୁମ୍ଭମେଳା। ବିଶ୍ୱ ପ୍ରସିଦ୍ଧ ଏହି ମେଳାରେ ଲକ୍ଷ ଲକ୍ଷ ସଂଖ୍ୟାରେ ନାଗା ସାଧୁ ଏବଂ ଶ୍ରଦ୍ଧାଳୁମାନେ ଯୋଗଦେଇ ନଦୀରେ ବୁଡ଼ ପକାଇଛନ୍ତି।

ଚାଇନା ମହିଳାଙ୍କୁ ଅଜବ ରୋଗ: ଶୁଣିପାରୁନାହାନ୍ତି ପୁରୁଷଙ୍କ କଥା, ଚିନ୍ତାରେ ପ୍ରେମିକ

ଚାଇନା ମହିଳାଙ୍କୁ ଅଜବ ରୋଗ: ଶୁଣିପାରୁନାହାନ୍ତି ପୁରୁଷଙ୍କ କଥା, ଚିନ୍ତାରେ ପ୍ରେମିକ

ଚାଇନାର ଜଣେ ମହିଳା ବିରଳ କାନରୋଗରେ ପୀଡ଼ିତ। ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କାରଣ ଏହି ରୋଗରେ ତାଙ୍କୁ କେବଳ ମହିଳାଙ୍କ ଶବ୍ଦ ଶୁଣାଯାଉଛି। ସେ ପୁରୁଷଙ୍କ ସ୍ବର ତଥା କଥା ଶୁଣିପାରୁନାହାନ୍ତି। ତାଙ୍କ ନାମ ଚେନ୍‌। 

ବଦଳାନ୍ତୁ ଏଭଳି ଅଭ୍ୟାସ

ବଦଳାନ୍ତୁ ଏଭଳି ଅଭ୍ୟାସ

ବିଳମ୍ବିତ ରାତିରେ ଶୋଇବା ଏବେ ଅନେକଙ୍କର ଅଭ୍ୟାସ ହୋଇଗଲାଣି। କିନ୍ତୁ ରିସର୍ଚ୍ଚ କହେ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ସ୍ବାସ୍ଥ୍ୟ ପାଇଁ ଭଲ। କିଛି ଲୋକଙ୍କୁ ତ ରାତିରେ ଠିକ୍‌ ଭାବେ ନିଦ ହୁଏନାହିଁ। ଯଦ୍ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ। ଜାଣନ୍ତୁ କିଛି ଟିପ୍ସ, ଯଦ୍ଦ୍ବାରା ରାତିରେ ଠିକ୍‌ ଭାବେ ନିଦ ହେବା ସହ ସୁସ୍ଥ ବି ରହିପାରିବେ।

ନାରୀ ହାତରେ ସୁରକ୍ଷା

ନାରୀ ହାତରେ ସୁରକ୍ଷା

ଆମ ଦେଶରେ, ଆମ ରାଜ୍ୟରେ ଅନେକ ବୀର ରମଣୀ ସେମାନଙ୍କ ଅଦମ୍ୟ ବୀରତ୍ୱ ଓ ସାହସ ପ୍ରଦର୍ଶନ କରି ଶତ୍ରୁକୁ ପରାସ୍ତ କରିବା ସହିତ ଇତିହାସରେ ସେମାନଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି। ଏମାନଙ୍କ ମଧ୍ୟରେ ଝାନ୍‌ସୀର ରାଣୀ ଲକ୍ଷ୍ମୀ ବାଈ(ମଣିକର୍ଣ୍ଣିକା) ଓ ବାଙ୍କୀର ବୀରାରାଣୀ ଶୁକ ଦେଈଙ୍କ ନାମ ଅନ୍ୟତମ।