Dharitri News
ଅନ୍ତର୍ଜାତୀୟ |

ଏନଏସଜିରେ ଭାରତର ସଦସ୍ୟତାକୁ ଆମେରିକାର ସମର୍ଥନ

ଏନଏସଜିରେ ଭାରତର ସଦସ୍ୟତାକୁ ଆମେରିକାର ସମର୍ଥନ ୱାଶିଂଟନ, ୨୮।୭: ନ୍ୟୁକ୍ଲିୟର ସପ୍ଲାୟରର୍ସ ଗ୍ରୁପ୍(ଏନଏସଜି)ରେ ଭାରତର ସଦସ୍ୟତାକୁ ଆମରିକା ପୁଣି ଥରେ ସମର୍ଥନ କରିଛି। ଭାରତକୁ ସମର୍ଥନ କରିବା ପାଇଁ ଆମେରିକା ଏହାର ଅନ୍ୟ ସଦସ୍ୟଙ୍କୁ ଅନୁରୋଧ କରିଛି। ଏନଏସଜିରେ ୪୮ ଜଣ ସଦସ୍ୟ ଥିବାବେଳେ ଏହାର ସଦସ୍ୟତା ହାସଲ ପାଇଁ ସମସ୍ତ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ। ତେବେ ଚାଇନା ଭାରତର ସଦସ୍ୟତାକୁ ବିରୋଧ କରି ଆସୁଛି ଫଳରେ ଭାରତ ପାଇଁ ସମସ୍ୟା ଉପୁଜିଛି। ଏନଏସଜି ଅନ୍ତର୍ଜାତୀୟସ୍ତରରେ ନ୍ୟୁକ୍ଲିୟର ସାମଗ୍ରୀ ଯୋଗାଇ ଥାଏ।

ଅନ୍ତର୍ଜାତୀୟ |

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ଢ଼ାକା, ୧୯।୧: ବାଂଲାଦେଶରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟା ମ୍ୟାନ୍‌ମାର ଫେରିବାକୁ ଏବେ ଅରାଜି ହେଉଥିବା ଜଣାପଡିଛି। ଏନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା

ଇସଲାମାବାଦ୍‌, ୧୯।୧: ପାକିସ୍ତାନ ଓ ଇରାନ ମଧ୍ୟରେ ଆସନ୍ତା ସେପ୍ଟେମ୍ବରଠାରୁ ରେଳ ସେବା ଆରମ୍ଭ ହେବ। ଏସମ୍ପର୍କରେ ଦୁଇଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। କ୍ୱିଟା ଏବଂ ମାଶଦ୍‌ କିମ୍ବା ଜେହଦାନ୍‌ ମଧ୍ୟରେ ରେଳ ଚଳାଚଳ କରିବ।

ସିରିଆରେ ରୁଷିଆର ବୋମାବର୍ଷା: ୫ ମୃତ

ସିରିଆରେ ରୁଷିଆର ବୋମାବର୍ଷା: ୫ ମୃତ

ଦମାସକସ୍‌, ୧୯।୧: ରୁଷିଆ ବାୟସେନା ପକ୍ଷରୁ ସିରିଆ ଇଡଲିବ୍‌ର ଉତ୍ତର ଅଞ୍ଚଳରେ ହୋଇଥିବା ବୋମାମାଡ଼ରେ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ଜଣ ଆହତ ହୋଇଛନ୍ତି।

 କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ

କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ୍‌, ୧୯।୧: ଆମେରିକା ପୁଣି ଏକ କୋରିଆ ଯୁଦ୍ଧର ଯୋଜନା କରିଥିଲା ବୋଲି ଉତ୍ତରକୋରିଆ ଅଭିଯୋଗ କରିଛି। ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ଶତ୍ରୁତା ସୃଷ୍ଟି କରି ଆମେରିକା ଫାଇଦା ନେବାକୁ ଉଦ୍ୟମ କରୁଥିବା ଉତ୍ତରକୋରିଆ ସୂଚିତ କରିଛି।

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ଇସଲାମାବାଦ୍‌, ୧୯।୧: ପାକିସ୍ତାନ ସିନ୍ଧ୍‌ ପ୍ରଦେଶରେ ଚାଇନା ବିରୋଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେୟା ସିନ୍ଧ୍‌ ମୁତ୍ତାହିଦା ମାହାଜ୍‌(ଜେଏସ୍‌ଏମ୍‌ଏମ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ‘ନୋ ଚାଇନା ଗୋ ଚାଇନା’ ସ୍ଲୋଗାନ୍‌ ଦିଆଯାଇଛି।

ହାଫିଜ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ: ଆମେରିକା

ହାଫିଜ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ: ଆମେରିକା

ଓ୍ବାଶିଂଟନ, ୧୯।୧: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଂସ୍ଥାପକ ହାଫିଜ୍‌ ସଇଦ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ ବୋଲି ଆମେରିକା ସୂଚିତ କରିଛି।

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ସାନା,୧୮।୧: ୟେମେନ୍‌ରେ ଜାରି ରହିଥିବା ସଂଘର୍ଷରେ ୫ ହଜାର ଶିଶୁଙ୍କର ମୃତ୍ୟୁ ଘଟିଥିବା ୟୁନିସେଫ୍‌ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ସୂଚିତ କରାଯାଇଛି। ଏଠାରେ ୧୧ ନିୟୁତରୁ ଅଧିକ ଶିଶୁ ସାଧାରଣ ଆବଶ୍ୟକତାରୁ ବଞ୍ଚିତ ରହିଛନ୍ତି।

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଆସ୍ତନା,୧୮।୧: କାଜକସ୍ତାନ ଆକଟୟୁ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟି ୫୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ତୁଷାରପାତ: ୧୦ ମୃତ

ପ୍ରବଳ ତୁଷାରପାତ: ୧୦ ମୃତ

ଆଟଲାଣ୍ଟା,୧୮।୧: ଦକ୍ଷିଣ ଆମେରିକାର ଆଟଲାଣ୍ଟା ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୦ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାଘାଟରେ ବରଫ ଜମି ରହିଥିବାରୁ ଯାତାୟାତ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

 ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

ଓ୍ବାଶିଂଟନ,୧୮।୧: ଆତଙ୍କବାଦ ବିରୋଧରେ ପାକିସ୍ତାନ ଏହାର ନୀତି ସ୍ପଷ୍ଟ କରିବା ଆବଶ୍ୟକ। ଏହି କାର୍ଯ୍ୟରେ ସଫଳତା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ଇସଲାମାବାଦ୍‌, ୧୭।୧: ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ଧାର୍ମିକ ସ୍ବାଧୀନତା ମିଳୁ ନ ଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏଠାରେ ହିନ୍ଦୁ, ଖ୍ରୀଷ୍ଟଧର୍ମାବଲମ୍ବୀ ଓ ଅହମ୍ମଦିଆ ସମ୍ପ୍ରଦାୟଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରାଯାଉଛି।

 ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ଓ୍ବାଶିଂଟନ, ୧୭।୧: ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା ନେଇ ବାଂଲାଦେଶ ଓ ମ୍ୟାନମାର ମଧ୍ୟରେ ହୋଇଥିବା ଆଲୋଚନାକୁ ଜାତିସଂଘ ତଥା ଆମେରିକା ପକ୍ଷରୁ ବୁଧବାର ସ୍ବାଗତ କରାଯାଇଛି।