ଜାତୀୟ |

ଆରଜେଡି ପାଳିଲା ‘ବିଶ୍ୱାସଘାତକ’ଦିବସ

ଆରଜେଡି ପାଳିଲା ‘ବିଶ୍ୱାସଘାତକ’ଦିବସ

ପାଟନା, ୨୭।୭: ବିହାରରେ ମହାମେଣ୍ଟ ଭାଙ୍ଗିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରାସ୍ତାକୁ ଓହ୍ଲାଇଛି। ବୁଧବାର ବିଳମ୍ବିତ ରାତିରେ ତେଜସ୍ୱୀ ଯାଦବ ଓ ତାଙ୍କର ସମର୍ଥକମାନେ ରାଜଭବନ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରାରେ ଯାଇଥିଲେ। ଗୁରୁବାର ସାରା ରାଜ୍ୟରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆରଜେଡି ପକ୍ଷରୁ ସମଗ୍ର ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ‘ବିଶ୍ୱାସଘାତକ’ ଦିବସ ପାଳନ କରିଛନ୍ତି। ଏପରିକି ଆରଜେଡିର ସମର୍ଥକମାନେ ଐତିହାସିକ ମହାତ୍ମା ଗାନ୍ଧୀ ସେତୁରେ ଧାରଣାରେ ବସିଛନ୍ତି।

All Right Reserved By

Model This Week

Model This Week

ଜାତୀୟ |

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ନୂଆଦିଲ୍ଲୀ/ଲଣ୍ଡନ, ୨୬।୪ : ଭାରତରେ ବୃଦ୍ଧି ପାଉଥିବା ମହିଳା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ପୁରୁଷଙ୍କ ମଧ୍ୟରେ ସ୍ବାକ୍ଷରତା ହାର ବୃଦ୍ଧି ପାଇଲେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଆଶା ରହିଛି ବୋଲି ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ ଆଇଏଲ୍‌ୟୁକେ ମତ ଦେଇଛି। ଏନେଇ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ପଠାଯାଇଛି।

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୪ : ଭାରତରେ ସହିଷ୍ଣୁତା ନେଇ ଅନେକ ଦିନଧରି ନାନା ଚର୍ଚ୍ଚା ଜାରି ରହିଛି। ଅନେକ ବୁଦ୍ଧିଜୀବି ସାମ୍ପ୍ରତିକ ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ନେଇ ମତ ମଧ୍ୟ ଦେଇଛନ୍ତି। ମାତ୍ର ଇସ୍ପୋସ୍‌ ମୋରୀ ନାମକ ଏକ ସଂସ୍ଥାଦ୍ୱାରା ସମ୍ପନ୍ନ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତ ପୃଥିବୀର ସହିଷ୍ଣୁ ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ଅବସରପ୍ରାପ୍ତ ପ୍ରଫେସରଙ୍କ ହୋମ୍‌ମେଡ୍‌ ଲିଫ୍ଟ

ଅବସରପ୍ରାପ୍ତ ପ୍ରଫେସରଙ୍କ ହୋମ୍‌ମେଡ୍‌ ଲିଫ୍ଟ

କୋଏମ୍ବାଟୁର,୨୬।୪: କୋଏମ୍ବାଟୁରର ଜଣେ ଅବସରପ୍ରାପ୍ତ ପ୍ରଫେସର କମ୍ପ୍ରେସର ବ୍ୟବହାର କରି ଏକ ହୋମ୍‌ମେଡ୍‌ ଲିଫ୍ଟ ନିର୍ମାଣ କରିଛନ୍ତି। ଯାହା ୨ ମହଲା ପର୍ଯ୍ୟନ୍ତ ୨ଶହ କିଲୋଗ୍ରାମ ଓଜନ ଉଠାଇ ଯାଇପାରିବ।

ପ୍ରଥମ ମହିଳା ଓକିଲ ହେବେ ସୁପ୍ରିମକୋର୍ଟର ବିଚାରପତି

ପ୍ରଥମ ମହିଳା ଓକିଲ ହେବେ ସୁପ୍ରିମକୋର୍ଟର ବିଚାରପତି

ନୂଆଦିଲ୍ଲୀ,୨୬।୪: କେନ୍ଦ୍ର ସରକାର ସୁପ୍ରିମକୋର୍ଟ କଲେଜିୟମର ସୁପାରିସ ଅନୁଯାୟୀ ସିନିୟର ଆଡଭୋକେଟ ଇନ୍ଦୁ ମାଲହୋତ୍ରାଙ୍କୁ ବିଚାରପତି ହେବାର ମାନ୍ୟତା ପ୍ରଦାନ କରିଛନ୍ତି।

ବହି, ଖାତା ଉପରେ ଲାଗିବ ନାହିଁ ପ୍ଲାଷ୍ଟିକ କଭର

ବହି, ଖାତା ଉପରେ ଲାଗିବ ନାହିଁ ପ୍ଲାଷ୍ଟିକ କଭର

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ସ୍କୁଲର ଛାତ୍ରୀଛାତ୍ରମାନେ ଏବେ ସେମାନଙ୍କ ବହି ଓ ଖାତାରେ ପ୍ଲାଷ୍ଟିକ କଭର ଲଗାଇ ପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୨୪ ଆହତ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୨୪ ଆହତ

ଲୁଧିଆନା, ୨୬।୪ : ପଞ୍ଜାବ ଲୁଧିଆନା ନିକଟସ୍ଥ ଗିଆସପୁରା ଲେବର କଲୋନୀରେ ଗୁରୁବାର ସକାଳେ ଏକ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ୨୪ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

୬ ବର୍ଷ ବାଳକକୁ କାମୁଡ଼ି ମାରିଲେ ବୁଲା କୁକୁର

୬ ବର୍ଷ ବାଳକକୁ କାମୁଡ଼ି ମାରିଲେ ବୁଲା କୁକୁର

ମୁଜାଫରନଗର, ୨୬।୪ : ଉତ୍ତରପ୍ରଦେଶ ମୁଜାଫରନଗର ନିକଟସ୍ଥ କୁତେସ୍ରା ଗାଁରେ ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୬ ବର୍ଷ ବାଳକଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଆକ୍ରାମ୍‌। ସେ ଘର ପାଖ ପଡ଼ିଆକୁ ଯାଇଥିବାବେଳେ ବୁଲା କୁକୁର ତାଙ୍କୁ ଗୋଡ଼ାଇଥିଲେ। ଆକ୍ରାମ୍‌ ଭୟରେ ଦୌଡ଼ିଥିଲେ। କୁକୁର ଦଳ ତାଙ୍କର ପିଛା କରିଥିଲେ। ପରେ ତାଙ୍କୁ କାମୁଡ଼ି କାମୁଡ଼ି ରକ୍ତାକ୍ତ କରିଦେଇଥିଲେ।

ଜଳ ସଙ୍କଟ: ପାଣି ପାଇଁ ଯିବାକୁ ପଡୁଛି ୫ କିମି

ଜଳ ସଙ୍କଟ: ପାଣି ପାଇଁ ଯିବାକୁ ପଡୁଛି ୫ କିମି

ଭୋପାଳ, ୨୬।୪ : ମଧ୍ୟପ୍ରଦେଶ ଟିକାମଗଡ଼ରେ ଗତ ୩ ବର୍ଷ ଧରି ଲାଗି ରହିଛି ଉତ୍କଟ ଜଳ ସଙ୍କଟ। ପାଣିପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରତିଦିନ ୫ କିଲୋମିଟର ଯିବାକୁ ପଡୁଛି। ଏହି ଅଞ୍ଚଳର ଜନସଂଖ୍ୟା ୩ ହଜାର ରହିଛି। ମୁନ୍ଦିଏ ପାଣି ପାଇଁ ଖରାଦିନେ ଏଠାରେ ଲୋକମାନେ ଡ଼ହଳବିକଳ ହୋଇଥାନ୍ତି।

ଲଶ୍କର-ଇ-ତୋଏବାର ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ଆଇଏସ୍‌ଆଇ ଓ ହାଫିଜ୍‌ଙ୍କ ଟ୍ୟାଲେଣ୍ଟ୍‌ ହଣ୍ଟ୍‌

ଲଶ୍କର-ଇ-ତୋଏବାର ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ଆଇଏସ୍‌ଆଇ ଓ ହାଫିଜ୍‌ଙ୍କ ଟ୍ୟାଲେଣ୍ଟ୍‌ ହଣ୍ଟ୍‌

ଶ୍ରୀନଗର, ୨୬।୪ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଶ୍କଲ-ଇ-ତୋଏବା ନିର୍ଦ୍ଦେଶରେ ଟ୍ୟାଲେଣ୍ଟ୍‌ ହଣ୍ଟ୍‌ କାର୍ଯ୍ୟକ୍ରମ ଜାରି ରହିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଡିକୋଡ୍‌ କରାଯାଇଛି। ଆଇଏସ୍‌ଆଇ ସହିତ ମିଳିତ ହୋଇ ହାଫିଜ ସଇଦ୍‌ ଜମ୍ମୁ-କଶ୍ମୀର ଯୁବବର୍ଗଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ୍‌ କରାଉଛନ୍ତି।

ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍‌: ୧୩ ଛାତ୍ରୀଛାତ୍ର ମୃତ

ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍‌: ୧୩ ଛାତ୍ରୀଛାତ୍ର ମୃତ

କୁଶିନଗର,୨୬।୪: ଉତ୍ତରପ୍ରଦେଶ କୁଶିନଗରରେ ଗୁରୁବାର ସକାଳୁ ଏକ ସ୍କୁଲ ଭ୍ୟାନ୍‌ ଟ୍ରେନ୍‌ ଲାଇନ୍‌ ପାର ହେବା ସମୟରେ ପାସେଞ୍ଜର ଟ୍ରେନ୍‌ ସହ ଧକ୍କା ହେବାରୁ ୧୩ ଛାତ୍ରୀଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ବିଶ୍ୱ ମ୍ୟାଲେରିଆ ଦିବସ: ପ୍ରତିବର୍ଷ ଭାରତରେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି

ବିଶ୍ୱ ମ୍ୟାଲେରିଆ ଦିବସ: ପ୍ରତିବର୍ଷ ଭାରତରେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି

ନୂଆଦିଲ୍ଲୀ, ୨୫।୪ : ପ୍ରତିବର୍ଷ ଭାରତରେ ମ୍ୟାଲେରିଆରେ ୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ବୁଧବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି। ଭାରତ ମ୍ୟାଲେରିଆ ମୃତ୍ୟୁରେ ପୃଥିବୀରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୭ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଭାରତର ୬୯ ପ୍ରତିଶତ ଲୋକଙ୍କର ମୃତ୍ୟୁ ମ୍ୟାଲେରିଆ ଯୋଗୁ ହୋଇଥାଏ।

ଛୋଟପରଦା ଅଭିନେତ୍ରୀ ଅମିତାଙ୍କ ପରଲୋକ

ଛୋଟପରଦା ଅଭିନେତ୍ରୀ ଅମିତାଙ୍କ ପରଲୋକ

ନୂଆଦିଲ୍ଲୀ, ୨୫।୪ : ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଜି ଟିଭି ଧାରାବାହିକ କୁଛ୍‌ ରଙ୍ଗ ପ୍ୟାର୍‌ କିରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଜି ଟିଭିରେ ପ୍ରସାରିତ ହେଉଥିବା ମନ୍‌ କି ଆଓ୍ବାଜ ପ୍ରତିଜ୍ଞା, ଡୋଲି ଅରମାନ୍‌ କି, ବାଜିଗର୍‌ ଆଦି ଧାରାବାହିକରେ ଅଭିନୟ କରିଥିଲେ।